Breaking News

ସ୍ୱାମୀ ହତ୍ୟା ମାମଲାରେ ପତ୍ନୀ ଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ |   (11-Sep-2026)       ||      ବାଲେଶ୍ୱର କୁ କେଉଁଠୁ ଆସିଲେ 5ବଣ ମଣିଷ, ମଣିଷ ସହିତ ମିଶି ଯାଉଛି ସେମାନଙ୍କ 97% DNA |    (11-Sep-2026)       ||      ନବେ ଦଶକ ରେ ଝିଅ ଙ୍କ ହୃଦୟ ରେ ରାଜ କରୁଥିବା ଅଭିନେତା ଆଜି ବାହାଘର ପାର୍ଟିରେ କରୁଛନ୍ତି ଡେନ୍ସ |   (11-Sep-2026)       ||      ଶେରଗଡ଼ ରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ |    (10-Sep-2026)       ||      ସିଏଚ ନୂଆଙ୍ଗା ଓ ଶିକୁଳା ରେ ବିଜେପି ର ସେବା ସଂକଳ୍ପ ଅଭିଯାନ |    (10-Sep-2026)       ||      କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲକାଙ୍କୁ "ସଂସଦ ରତ୍ନ ସମ୍ମାନ |   (10-Sep-2026)       ||      ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ରେ 247ଜଣଙ୍କ ପଞ୍ଜିକରଣ ||   (10-Sep-2026)       ||      ପୃଥକ ପୃଥକ ଦୁର୍ଘଟଣା ରେ କୋଦଳା ଠାରେ ଜଣେ ମୃତ, ପାଞ୍ଚ ଗୁରୁତର,    (10-Sep-2026)       ||      ଏକ କୋଟିରୁ ଉର୍ଦ୍ଧ ଟଙ୍କାର ଗଞ୍ଜେଇ କୁ ଜବତ କଲା ପୋଲସରା ପୋଲିସ |   (10-Sep-2026)       ||      ଲାଞ୍ଜିଗଡ ରେ ପହଁଚିଲେ ଅଞ୍ଚଳ ବାସୀ, ଲୋଦ ଶିକାକା ଙ୍କ ଜାମିନ ପାଇଁ |    (10-Sep-2026)       ||      ଲୁକାୟିତ କଳାକୁ ବଜାର ଦେବା ଉପରେ ଗୁରୁତ୍ୱ ଦେବାକୁ ଆଲୋଚନା |    (10-Sep-2026)       ||      ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ, ଉଲ୍ଲାସ ଜନ ସଚେତନତା କାର୍ଯ୍ୟକ୍ରମ ||   (10-Sep-2026)       ||      ଶାରଳା ସଂସ୍କୃତ ମହା ବିଦ୍ୟାଳୟ ର 14 ତମ ପ୍ରତିଷ୍ଠା ଦିବସ ପାଳିତ ||   (10-Sep-2026)       ||      ହାତରେ ଲାଗିବନି ଅଟା, ରୁଟି କରିବାର ସହଜ ପ୍ରଣାଳୀ ||   (10-Sep-2026)       ||      17 ବର୍ଷ ରେ 1700 ରୁ ଅଧିକ ଦଣ୍ଡ ନୃତ୍ୟ ପରିବେଷଣ କରିଛନ୍ତି ଦେବେନ୍ଦ୍ର ନାଏକ ||   (10-Sep-2026)       ||      ଛୁରୀ ଦେଖାଇ ଲୁଟ ଅଭିଯୁକ୍ତ କୁ କୋର୍ଟ ଚାଲାଣ ||   (09-Sep-2026)       ||      ଗଣେଶ ପୂଜା ପାଇଁ ମୂର୍ତ୍ତି ନିର୍ମାଣ ରେ କାରିଗର ବ୍ୟସ୍ତ |    (09-Sep-2026)       ||      ସାମାନ୍ୟ କଥାକୁ ନେଇ ଜଣେ ଯୁବକଙ୍କୁ ମରଣା ନ୍ତାକ ଆକ୍ରମଣ |    (09-Sep-2026)       ||      ନାବାଳିକା ଙ୍କୁ ବଳତ୍କାର କରିବା ଅଭିଯୋଗ ରେ 20ବର୍ଷ ଜେଲ ଦଣ୍ଡ ସହ 70 ହଜାର ଜୋରିମାନା |    (09-Sep-2026)       ||      ବୈଦ୍ୟନାଥ ପୁର ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରତାରଣା କରି କୋର୍ଟ ଚାଲାଣ ||   (09-Sep-2026)       ||     

ଅଭିଯୋଗ ଶୁଣିବାକୁ ଜିଲ୍ଲପାଳ ଆସୁଥିଲା ବେଳେ ରାସ୍ତା ଅବରୋଧ କଲେ ଗ୍ରାମବାସୀ ||

31-Aug-2026

ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିକୁ ଆସିବା ବେଳେ ରାସ୍ତା ଅବରୋଧ

ପାଣି ସମସ୍ୟା ନେଇ ଗରା-ମାଠିଆ ଧରି ସୀତାପୁରବାସୀଙ୍କ ପ୍ରତିବାଦ

ଓଡିଶା ଜନମତ ରାୟଗଡା, ୩୧/୦୮,

କାମେଶ୍ୱର କରକରିଆ :-----

 ବର୍ଷ ବର୍ଷ ଧରି ବିଶୁଦ୍ଧ ପାନୀୟଜଳ ମିଳୁନଥିବା ଅଭିଯୋଗରେ ସୋମବାର ରାସ୍ତାକୁ ଓହ୍ଲାଇଲେ ଗ୍ରାମବାସୀ। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନାରାୟଣପୁର ପଞ୍ଚାୟତ ଅନ୍ତର୍ଗତ ସୀତାପୁର ଗ୍ରାମବାସୀ ଗରା, ମାଠିଆ, ବାଲଟି ଓ ଡେକଚି ଧରି କଲ୍ୟାଣସିଂହପୁର-ରାୟଗଡ଼ା ୪୫ ନମ୍ବର ରାଜ୍ୟ ରାଜପଥ ଅବରୋଧ କରି ପ୍ରତିବାଦ କରିଥିଲେ। ଫଳରେ ପ୍ରାୟ ଦେଢ଼ ଘଣ୍ଟା ଧରି ରାଜପଥରେ ଯାନବାହନ ଚଳାଚଳ ପ୍ରଭାବିତ ହୋଇଥିଲା। ସୂଚନା ଅନୁଯାୟୀ, ସୀତାପୁର ଗ୍ରାମରେ ପ୍ରାୟ ୧୫ଟି ପରିବାରର ଶହେରୁ ଅଧିକ ଲୋକ ବସବାସ କରୁଥିବା ବେଳେ ପାନୀୟଜଳ ପାଇଁ ମାତ୍ର ଦୁଇଟି ନଳକୂପ ରହିଛି। ହେଲେ ଉଭୟ ନଳକୂପରୁ ଗୋଳିଆ ଓ କାଦୁଅ ମିଶା ପାଣି ବାହାରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି ପାଣି ବ୍ୟବହାର କରି କେତେକ ଲୋକ ଅସୁସ୍ଥ ହୋଇ ଝାଡ଼ାବାନ୍ତି ଓ ଜ୍ୱରରେ ଚିକିତ୍ସିତ ହେଉଥିବା ସେମାନେ କହିଛନ୍ତି। ପାନୀୟଜଳ ସମସ୍ୟାର ସମାଧାନ ପାଇଁ ଗ୍ରାମବାସୀ ପୂର୍ବରୁ ପଞ୍ଚାୟତ କାର୍ଯ୍ୟାଳୟରେ ଅଭିଯୋଗ କରିବା ସହ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ମଧ୍ୟ ଲିଖିତ ଭାବେ ଜଣାଇଥିବା କହିଛନ୍ତି। ହେଲେ ଏଯାଏ ସମସ୍ୟାର ସ୍ଥାୟୀ ସମାଧାନ ହୋଇନଥିବାରୁ ଆଜି ଜିଲ୍ଲାପାଳ କଲ୍ୟାଣସିଂହପୁରରେ ଅଭିଯୋଗ ଶୁଣାଣି ପାଇଁ ଆସୁଥିବା ଖବର ପାଇ ଗ୍ରାମବାସୀ ରାଜପଥ ଅବରୋଧ କରିଥିଲେ। ସୋମବାର ସକାଳ ପ୍ରାୟ ୯ଟାରୁ ଗ୍ରାମବାସୀ ରାସ୍ତା ଉପରେ ଗରା, ମାଠିଆ ଓ ବାଲଟି ରଖି ପ୍ରତିବାଦ କରିବାରୁ ରାଜପଥରେ ଯାତାୟାତ ବ୍ୟାହତ ହୋଇଥିଲା। ସାଧାରଣ ଯାତ୍ରୀଙ୍କ ସମେତ କଲେଜ ଛାତ୍ରଛାତ୍ରୀ ଓ ଅନ୍ୟ ଯାନବାହନ ଚଳାଚଳରେ ମଧ୍ୟ ବାଧା ସୃଷ୍ଟି ହୋଇଥିଲା। ଏହି ସମୟରେ କଲ୍ୟାଣସିଂହପୁରରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଥିବାରୁ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ଓ ଏସ୍‌ପି ରାଜ ପ୍ରସାଦ ଉକ୍ତ ରାସ୍ତା ଦେଇ ଯାଉଥିବା ବେଳେ ରାସ୍ତା ଅବରୋଧ ସମ୍ପର୍କରେ ପୁଲିସ ଜାଣିବାକୁ ପାଇଥିଲା। ଖବର ପାଇ ସ୍ଥାନୀୟ ଥାନା ଆଇଆଇସି ଅଜିତ ପରିଡ଼ା ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରି ବୁଝାସୁଝା କରିଥିଲେ। ରାସ୍ତା ଅବରୋଧ ସମୟରେ ଏସ୍‌ପି ନିଜ ଗାଡ଼ିରୁ ଓହ୍ଲାଇନଥିବା ବେଳେ ଆଇଆଇସି ଅଜିତ ପରିଡ଼ା ଆଗକୁ ଆସି ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ଖୁବଶୀଘ୍ର ଗ୍ରାମର ପାନୀୟଜଳ ସମସ୍ୟାର ସମାଧାନ ନେଇ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ପୁଲିସ ପକ୍ଷରୁ ପ୍ରତିଶ୍ରୁତି ଦିଆଯିବା ପରେ ଗ୍ରାମବାସୀ ରାସ୍ତାରୁ ହଟିଥିଲେ। ଏନେଇ ଉପଜିଲ୍ଲାପାଳ ରମେଶ ଚନ୍ଦ୍ର ଜେନାଙ୍କୁ ପଚାରିବାରୁ ସୀତାପୁର ଗ୍ରାମର ପାନୀୟଜଳ ସମସ୍ୟା ସମ୍ପର୍କରେ ଅବଗତ ଥିବା ଏବଂ ଯଥାଶୀଘ୍ର ଏହାର ସମାଧାନ କରାଯିବ ବୋଲି ସେ ପ୍ରତିକ୍ରିୟା ଦେଇଛନ୍ତି।ପ୍ରାୟ ଦେଢ଼ ଘଣ୍ଟାର ଅବରୋଧ ପରେ ରାଜପଥରେ ଯାନବାହନ ଚଳାଚଳ ସ୍ୱାଭାବିକ ହୋଇଥିଲା। ତେବେ ଦୀର୍ଘଦିନର ପାନୀୟଜଳ ସମସ୍ୟାର ସ୍ଥାୟୀ ସମାଧାନ ନହେଲେ ଆଗାମୀ ଦିନରେ ପୁଣି ଆନ୍ଦୋଳନକୁ ଓହ୍ଲାଇବାକୁ ପଡ଼ିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

News Comment

You Might Also Like

BACK TO TOP