Breaking News

ପାଇକ ମାଳ ବ୍ଲକରେ ବିଜେଡିବର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ |   (26-Oct-2026)       ||      ହଳଦିଆ ପଦର ଓଭର ବ୍ରିଜ ରେ ପିଛା ଛାଡ଼ୁନି ଦୁର୍ଘଟଣା |   (26-Oct-2026)       ||      ଡ଼ାଇକି ଛକ ନିକଟରେ ଅଟୋ ବାଇକ ଧକ୍କା ||   (25-Oct-2026)       ||      ବର୍ଷା ଯୋଗୁଁ ସୋମବାରେ ଖୋଲିବାକୁ ଥିବା କଳିଙ୍ଗ ଘାଟି ରାସ୍ତା କିଛିଦିନ ପରେ ଖୋଲିବ    (25-Oct-2026)       ||      ନିଜ ପିଲାଙ୍କ ବିଷୟ ରେ ଏକ ଅଲଗା କଥା କହିଲେ ତୁକାରାମ ମୁଣ୍ଡେ |    (25-Oct-2026)       ||      ଆର ଏଣ୍ଡ ବି ର ନିର୍ବାହୀ ଯନ୍ତ୍ରୀ ତପନ ସେଠୀ ଭିଜିଲାନ୍ସ ରେ ଧରା ପଡିଲେ ||   (25-Oct-2026)       ||      "ସାବୁତ ନିଯୋଗ ଇଷ୍ଟେଟ ଚେସ ବ୍ୟାଟଲ ସିଜନ -1ରେ ପୁରୀରେ ଶୁଭମ ରଥ ଚାମ୍ପିୟାନ |   (25-Oct-2026)       ||      ମହିଳା ସ୍ୱୟଂ ସହାୟିକା ଗୋଷ୍ଟି ର ନୂତନ ଷ୍ଟେସେନେରୀ ଦୋକାନ କୁ ଉଦଘାଟନ କଲେ ବ୍ରହ୍ମପୁର ମେୟର |   (25-Oct-2026)       ||      ବାୟୁସେନା କର୍ମଚାରୀ ଙ୍କ ସଡ଼କ ଦୁର୍ଘଟଣା ରେ ମୃତ୍ୟୁ |    (25-Oct-2026)       ||      "ୱାନ ଷ୍ଟେସନ ୱାନ ପ୍ରଡକ୍ଟ ` ଷ୍ଟଲ କୁ ରାୟଗଡା ରେଳ ଷ୍ଟେସନ ରେ ଉଦଘାଟିତ |   (25-Oct-2026)       ||      କାଲିମେଘି ପଞ୍ଚାୟତ ରେ ବିକାଶରେ ବାଧକ ସାଜିଛି ରାଜ ନୈତିକ ତିକ୍ତତା |    (24-Oct-2026)       ||      ଅଜଣା ଟ୍ରାକ ଧକ୍କା ରେ ପ୍ରଥମ ବର୍ଷ ନର୍ସିଂ ଛାତ୍ର ମୃତ |   (24-Oct-2026)       ||      ପୋଲମା ପଞ୍ଚାୟତ ରେ ନିଜେପିର ପ୍ରଥମଶକ୍ତି କେନ୍ଦ୍ର କାର୍ଯ୍ୟାଳୟ ଉଦଘାଟିତ |    (24-Oct-2026)       ||      ସାମ୍ବାବ୍ୟ ବାତ୍ୟାକୁ ନେଇ ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ଆଗୁଆ ପ୍ରସ୍ତୁତି ||   (24-Oct-2026)       ||      ବିଜେପୁର ରେ ନାବାଳିକାକୁ ହତ୍ୟା ଅଭିଯୋଗ, ପୋଖରୀ କୂଳରୁ ମୃତ ଦେହ ଉଦ୍ଧାର ||   (24-Oct-2026)       ||      ପିସିସି ସଦସ୍ୟ ଙ୍କ ଦ୍ୱାରା ଶ୍ରମିକ କାର୍ଡ ବଣ୍ଟନ |   (24-Oct-2026)       ||      ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ଭାବ୍ୟ ବାତ୍ୟା କୁ ନେଇ ଆଗୁଆ ପ୍ରସ୍ତୁତି ||   (24-Oct-2026)       ||      ଦଶହରା ପରେ ମା ଦୁର୍ଗା ଙ୍କୁ ଭକ୍ତି ପୂର୍ଣ୍ଣ ବିଦାୟ ଦେଲେ ଶ୍ରଦ୍ଧାଳୁ ଓ ଆୟୋଜକ ||   (23-Oct-2026)       ||      ସିଙ୍ଗାରି ଅଞ୍ଚଳର 300ରୂ ଉର୍ଦ୍ଧ କର୍ମୀ ଓସମର୍ଥକ ବିଜେପିରେ ମିଶିଲେ ||   (23-Oct-2026)       ||      ରକ୍ତ ହୀନତା ଯୋଗୁଁ ଜଣେ 20ବର୍ଷୀୟା ଯୁକ୍ତ ତିନିର ଛାତ୍ରୀଙ୍କ ମୃତ୍ୟୁ ||   (23-Oct-2026)       ||     

ଅଭିଯୋଗ ଶୁଣିବାକୁ ଜିଲ୍ଲପାଳ ଆସୁଥିଲା ବେଳେ ରାସ୍ତା ଅବରୋଧ କଲେ ଗ୍ରାମବାସୀ ||

31-Aug-2026

ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିକୁ ଆସିବା ବେଳେ ରାସ୍ତା ଅବରୋଧ

ପାଣି ସମସ୍ୟା ନେଇ ଗରା-ମାଠିଆ ଧରି ସୀତାପୁରବାସୀଙ୍କ ପ୍ରତିବାଦ

ଓଡିଶା ଜନମତ ରାୟଗଡା, ୩୧/୦୮,

କାମେଶ୍ୱର କରକରିଆ :-----

 ବର୍ଷ ବର୍ଷ ଧରି ବିଶୁଦ୍ଧ ପାନୀୟଜଳ ମିଳୁନଥିବା ଅଭିଯୋଗରେ ସୋମବାର ରାସ୍ତାକୁ ଓହ୍ଲାଇଲେ ଗ୍ରାମବାସୀ। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନାରାୟଣପୁର ପଞ୍ଚାୟତ ଅନ୍ତର୍ଗତ ସୀତାପୁର ଗ୍ରାମବାସୀ ଗରା, ମାଠିଆ, ବାଲଟି ଓ ଡେକଚି ଧରି କଲ୍ୟାଣସିଂହପୁର-ରାୟଗଡ଼ା ୪୫ ନମ୍ବର ରାଜ୍ୟ ରାଜପଥ ଅବରୋଧ କରି ପ୍ରତିବାଦ କରିଥିଲେ। ଫଳରେ ପ୍ରାୟ ଦେଢ଼ ଘଣ୍ଟା ଧରି ରାଜପଥରେ ଯାନବାହନ ଚଳାଚଳ ପ୍ରଭାବିତ ହୋଇଥିଲା। ସୂଚନା ଅନୁଯାୟୀ, ସୀତାପୁର ଗ୍ରାମରେ ପ୍ରାୟ ୧୫ଟି ପରିବାରର ଶହେରୁ ଅଧିକ ଲୋକ ବସବାସ କରୁଥିବା ବେଳେ ପାନୀୟଜଳ ପାଇଁ ମାତ୍ର ଦୁଇଟି ନଳକୂପ ରହିଛି। ହେଲେ ଉଭୟ ନଳକୂପରୁ ଗୋଳିଆ ଓ କାଦୁଅ ମିଶା ପାଣି ବାହାରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି ପାଣି ବ୍ୟବହାର କରି କେତେକ ଲୋକ ଅସୁସ୍ଥ ହୋଇ ଝାଡ଼ାବାନ୍ତି ଓ ଜ୍ୱରରେ ଚିକିତ୍ସିତ ହେଉଥିବା ସେମାନେ କହିଛନ୍ତି। ପାନୀୟଜଳ ସମସ୍ୟାର ସମାଧାନ ପାଇଁ ଗ୍ରାମବାସୀ ପୂର୍ବରୁ ପଞ୍ଚାୟତ କାର୍ଯ୍ୟାଳୟରେ ଅଭିଯୋଗ କରିବା ସହ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ମଧ୍ୟ ଲିଖିତ ଭାବେ ଜଣାଇଥିବା କହିଛନ୍ତି। ହେଲେ ଏଯାଏ ସମସ୍ୟାର ସ୍ଥାୟୀ ସମାଧାନ ହୋଇନଥିବାରୁ ଆଜି ଜିଲ୍ଲାପାଳ କଲ୍ୟାଣସିଂହପୁରରେ ଅଭିଯୋଗ ଶୁଣାଣି ପାଇଁ ଆସୁଥିବା ଖବର ପାଇ ଗ୍ରାମବାସୀ ରାଜପଥ ଅବରୋଧ କରିଥିଲେ। ସୋମବାର ସକାଳ ପ୍ରାୟ ୯ଟାରୁ ଗ୍ରାମବାସୀ ରାସ୍ତା ଉପରେ ଗରା, ମାଠିଆ ଓ ବାଲଟି ରଖି ପ୍ରତିବାଦ କରିବାରୁ ରାଜପଥରେ ଯାତାୟାତ ବ୍ୟାହତ ହୋଇଥିଲା। ସାଧାରଣ ଯାତ୍ରୀଙ୍କ ସମେତ କଲେଜ ଛାତ୍ରଛାତ୍ରୀ ଓ ଅନ୍ୟ ଯାନବାହନ ଚଳାଚଳରେ ମଧ୍ୟ ବାଧା ସୃଷ୍ଟି ହୋଇଥିଲା। ଏହି ସମୟରେ କଲ୍ୟାଣସିଂହପୁରରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଥିବାରୁ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ଓ ଏସ୍‌ପି ରାଜ ପ୍ରସାଦ ଉକ୍ତ ରାସ୍ତା ଦେଇ ଯାଉଥିବା ବେଳେ ରାସ୍ତା ଅବରୋଧ ସମ୍ପର୍କରେ ପୁଲିସ ଜାଣିବାକୁ ପାଇଥିଲା। ଖବର ପାଇ ସ୍ଥାନୀୟ ଥାନା ଆଇଆଇସି ଅଜିତ ପରିଡ଼ା ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରି ବୁଝାସୁଝା କରିଥିଲେ। ରାସ୍ତା ଅବରୋଧ ସମୟରେ ଏସ୍‌ପି ନିଜ ଗାଡ଼ିରୁ ଓହ୍ଲାଇନଥିବା ବେଳେ ଆଇଆଇସି ଅଜିତ ପରିଡ଼ା ଆଗକୁ ଆସି ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ଖୁବଶୀଘ୍ର ଗ୍ରାମର ପାନୀୟଜଳ ସମସ୍ୟାର ସମାଧାନ ନେଇ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ପୁଲିସ ପକ୍ଷରୁ ପ୍ରତିଶ୍ରୁତି ଦିଆଯିବା ପରେ ଗ୍ରାମବାସୀ ରାସ୍ତାରୁ ହଟିଥିଲେ। ଏନେଇ ଉପଜିଲ୍ଲାପାଳ ରମେଶ ଚନ୍ଦ୍ର ଜେନାଙ୍କୁ ପଚାରିବାରୁ ସୀତାପୁର ଗ୍ରାମର ପାନୀୟଜଳ ସମସ୍ୟା ସମ୍ପର୍କରେ ଅବଗତ ଥିବା ଏବଂ ଯଥାଶୀଘ୍ର ଏହାର ସମାଧାନ କରାଯିବ ବୋଲି ସେ ପ୍ରତିକ୍ରିୟା ଦେଇଛନ୍ତି।ପ୍ରାୟ ଦେଢ଼ ଘଣ୍ଟାର ଅବରୋଧ ପରେ ରାଜପଥରେ ଯାନବାହନ ଚଳାଚଳ ସ୍ୱାଭାବିକ ହୋଇଥିଲା। ତେବେ ଦୀର୍ଘଦିନର ପାନୀୟଜଳ ସମସ୍ୟାର ସ୍ଥାୟୀ ସମାଧାନ ନହେଲେ ଆଗାମୀ ଦିନରେ ପୁଣି ଆନ୍ଦୋଳନକୁ ଓହ୍ଲାଇବାକୁ ପଡ଼ିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

News Comment

You Might Also Like

BACK TO TOP