Breaking
News
Breaking
News
31-Aug-2026
କୋଦଳା ଏନଏସି ଠାରେ ସ୍ୱାୟତ୍ତ ଶାସନ ଦିବସ ପାଳିତ l
ଓଡିଶା ଜନ ମତ, କୋଦଳା, :31/08/26 :
ନତେନ୍ଦ୍ର ନାଥ ଗୌଡ଼ :-----
ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ସ୍ଥାନୀୟ ଶାସନ ବ୍ୟବସ୍ଥାକୁ ସୁଦୃଢ କରିବା ସହ ଜନସାଧାରଣଙ୍କୁ ସଚେତନ କରିବା ଲକ୍ଷରେ ପାଳିତ ହେଉଥିବା ସ୍ୱାୟତ୍ତ ଶାସନ ଦିବସକୁ ସୋମବାର ଦିନ କୋଦଳା ବିଜ୍ଞାପିତ ପରିଷଦ ଅଞ୍ଚଳ ତରଫରୁ ନାଚ, ଗୀତ, କଳା, ସଂସ୍କୃତି ଓ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ପାଳିତ ହୋଇଯାଇଛି l କୋଦଳା ନଗରପାଳ ସୂର୍ଯ୍ୟନାରାୟଣ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆସିକା ଲୋକସଭା ସାଂସଦ ଅନିତା ସୁଭଦର୍ଶିନୀ ମୁଖ୍ୟ ଅତିଥି ଏବଂ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ସାମ୍ନାନିତ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ l ସ୍ଥାନୀୟ ସ୍ୱଶାସନ ମାଧ୍ୟମରେ ଜନସେବା, ଉନ୍ନତି,ସଶକ୍ତ ସମାଜ ଗଠନ, ସହରର ବିକାଶ, ସ୍ୱଚ୍ଛତା, ସୁନ୍ଦର ଭବିଷ୍ୟତ ଏବଂ ଜନସାଧାରଣ ସକ୍ରିୟ ଅଂଶଗ୍ରହଣ କରିବା ପାଇଁ ଉଭୟ ନେତା ଆହ୍ୱାନ ଦେଇଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଏନଏସି ଉପାଧ୍ୟକ୍ଷା ରଞ୍ଜିତା ସେଠିଙ୍କ ସମେତ ସମସ୍ତ କାଉଁସିଲର, ଏନଏସି କର୍ମଚାରୀ, ସ୍କୁଲ କାଲେଜ ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ, ସ୍ୱୟଂସହାୟିକା ଗୋଷ୍ଟୀ ଏବଂ ଜନସାଧାରଣ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିଥିଲେ l
ଏହି ଅବସରରେ କ୍ରୀଡା ପ୍ରତିଯୋଗିତା, ସମୂହ ସଫେରେ,ବୃକ୍ଷ ରୋପଣ,ସ୍ୱୟଂ ସହାୟିକା ମଧ୍ୟରେ ଝୋଟି ପ୍ରତିଯୋଗିତା, ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଶାତ୍ମବୋଧକ ସଂଗୀତ,ଗଳ୍ପ କଥନ, ବକୃତା ପ୍ରତିଯୋଗିତା ଆଦି କରାଯାଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା l
BACK TO TOP