Breaking News

ଟ୍ରେନ ଧକ୍କାରେ ଟ୍ରାକ ମେନ ର ମୃତ୍ୟୁ ||   (03-Oct-2026)       ||      ସୋରଡ଼ା ମଠ ସାହିର ନିଖୋଜ ଛାତ୍ର ର ମୃତ ଦେହ ଉଦ୍ଧାର ||   (03-Oct-2026)       ||      କୁନୀ ଝିଅର ଆରୋଗ୍ୟ ପାଇଁ ଘରେ, ଘରେ ଛାତ୍ର, ଛାତ୍ରୀ ମାଗୁଛନ୍ତି ଅର୍ଥ |   (03-Oct-2026)       ||      ବରିଷ୍ଠ ଶିକ୍ଷକ ନେତା କାମ ରାଜୁ ମହାରଣା ଆନ୍ତର୍ଜାତୀୟ ବରିଷ୍ଟ ନାଗରିକ ଦିବସ ରେ ସମ୍ବର୍ଦ୍ଧିତ |    (03-Oct-2026)       ||      ଖୋର୍ଦ୍ଧା ବକ୍ସି ଜଗବନ୍ଧୁ ବିଦ୍ୟାଧର ହାଇସ୍କୁଲ ର 125ତମ ବାର୍ଷିକ ସମାରୋହରେ ଯୋଗଦେଲେ ଓଡିଶା ରାଜ୍ୟପାଳ |   (03-Oct-2026)       ||      ଜିଲ୍ଲା ସ୍ତରୀୟ ଗାନ୍ଧୀଓଶାସ୍ତ୍ରୀ ଜୟନ୍ତୀ ବରଗଡ଼ ରେ ମହା ସମାରୋହ ରେ ପାଳିତ ||   (03-Oct-2026)       ||      ଅନସ୍ଲୋ ହାଇସ୍କୁଲ ବିଜ୍ଞାନ ନାଟକ ପ୍ରତିଯୋଗୀ ତାରେ ଗଞ୍ଜାମ ଜିଲ୍ଳାରେ ପ୍ରଥମ ସ୍ଥାନ ପାଇଛି ||   (03-Oct-2026)       ||      ଝାରବନ୍ଧ ର ହିତେଶ୍ବରୀ ଚାକିରି କରିବା ସହ ପାଠ ପଢ଼ା ଏବଂ ନିଟ ରେସଫଳତା |    (03-Oct-2026)       ||      ପାଇକ ମାଳ ଥାନା ପରିସରରେ ଶାରଦୀୟ ଦୁର୍ଗା ପୂଜା ପାଇଁ ଶାନ୍ତି କମିଟି ଗଠିତ |    (03-Oct-2026)       ||      ରଣ ଝାଲୀ ଗ୍ରାମ ପଞ୍ଚାୟତ ରେ ଶିଶୁବିବାହ ନିଷେଧ ଉପରେ ଗ୍ରାମସଭା ଅନୁଷ୍ଠିତ |   (03-Oct-2026)       ||      ଶିକରପାଇ ବିଦ୍ୟାଳୟ ରେ ସାମର୍ଥ ଶିବିର ଅନୁଷ୍ଠିତ ||   (03-Oct-2026)       ||      ଜ୍ଞାନେଶ କୁମରଙ୍କୁ ଗିରଫକରିବା ନେଇ ଇଣ୍ଡିଆ ମେଣ୍ଟ ତରଫରୁ ଏଈ ମାସ 8ତାରିଖ ଓଡିଶା ବନ୍ଦ ଡାକରା |    (03-Oct-2026)       ||      ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଖୋର୍ଦ୍ଧା ଠାରେ ପାଳିତ |    (02-Oct-2026)       ||      ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ବାଲିଗୁଡା ରେ ପାଳିତ |   (02-Oct-2026)       ||      ଖୋର୍ଦ୍ଧା ବ୍ଳକ ନାଲିପଡ଼ା ଅର୍ଜୁନ ପୁର ଓ ବିଭିନ୍ନ ପଞ୍ଚାୟତ ରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ||   (02-Oct-2026)       ||      ହାତୀଓଟ, ଓଏ ଭି ର ଜିଲ୍ଲା ସ୍ତରୀୟ "ସ୍ପାର୍କ 2026 ` ପ୍ରତିଯୋଗୀ ତାରେ ସଫଳତା ||   (02-Oct-2026)       ||      ପୋଲସରା ପ୍ରାଥମିକ ଶିକ୍ଷା ସଂଘ ( ପିଷ୍ଟା ) ପକ୍ଷରୁ ସେବା ନିବୃତ ବିଇଓ ଙ୍କୁ ବିଦାୟ ସମ୍ବର୍ଦ୍ଧନା ||   (02-Oct-2026)       ||      ସାଇପ୍ରଭା ଗୁରୁକୁଳ ଠାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ |   (02-Oct-2026)       ||      ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକରେ ଭଏସ ଅଫ ମିଡ଼ିଆ ର ନୂତନ କାର୍ଯ୍ୟ କାରି କମିଟି କୁ ଉଦଘାଟନ କଲେ ରାଜ୍ୟ ସଭାପତି |   (02-Oct-2026)       ||      ପଦ୍ମପୁର ମା ବନ ଦୁର୍ଗା ମନ୍ଦିର ରେ ଶାରଦୀୟ ନବରାତ୍ର ଦୁର୍ଗାପୂଜା ଆସନ୍ତା 11ତାରିଖ ରୁ ଆରମ୍ଭ ହେବ ||   (02-Oct-2026)       ||     

ଗୁଡାରି ବ୍ଳକ ଭାରତୀୟ ମଜଦୁର ସଙ୍ଘ ସମ୍ମିଳନୀ ଓ ନୂତନ କର୍ମକର୍ତ୍ତା ଚୟନ ||

17-May-2026

ଭାରତୀୟ ମଜଦୂର ସଂଘ ଗୁଡାରୀ ବ୍ଲକ ସମ୍ମିଳନୀ ଏବଂ ନୂତନ କର୍ମକର୍ତ୍ତା ଚୟନ।
ଓଡିଶା ଜନମତ, ରାୟଗଡା ୧୭/୦୫,

କାମେଶ୍ୱର କରକରିଆ :-----

 ରାୟଗଡ଼ା ଜିଲ୍ଲା ଭାରତୀୟ ମଜଦୂର ସଂଘର ଗୁଡାରୀ ନୂଆ ବସ ଷ୍ଟାଣ୍ଡ ନିକଟ ତୁମ୍ବୁଲୁପାଡୁ ତୋଟା ପରିସରରେ ବିଏମଏସ ଗୁଡାରୀ ବ୍ଳକର ସମ୍ମିଳନୀ ସହ ନୂତନ କର୍ମକର୍ତ୍ତା ଚୟନ ରାଜ୍ୟ ଓ ଜିଲ୍ଲା ପଦାଧିକାରୀ ମାନଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି। ସୂଚନା ଅନୁଯାୟୀ ଆଜି ପୂର୍ବାହ୍ନ ସମୟରେ ଭାରତୀୟ ମଜଦୂର ସଂଘର ଜିଲ୍ଲା ସମ୍ପାଦକ ଗଣେଶ କୁମାର ସାହୁଙ୍କ ସଭାପତିତ୍ବରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରମିକ ନେତା ତଥା ଭାରତୀୟ ମଜଦୂର ସଂଘର ରାଜ୍ୟ ଉପସଭାପତି ଯୋଗେଶ୍ୱର ଦାସ, ସମ୍ମାନିତ ଅତିଥି ଭାବେ ବିଏମଏସ ଜିଲ୍ଲା ସଭାପତି ମୋହନ ରାଓ ମାଝୀ , ଜିଲ୍ଲା କାର୍ଯ୍ୟକାରୀ ସଭାପତି ଧର୍ମ ସିଂ ନାଗ, ରମାଦେବୀ ବାଉରୀ , ନିରଞ୍ଜନ ସେନାପତି, ଗୀତାଞ୍ଜଳି ହିଆଲ , ତମାଲ ସାହୁକାର ଉପସ୍ଥିତ ରହି ଆନୁଷ୍ଠାନିକ ରୂପେ ମା"ଭାରତୀ, ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ବିଏମଏସ ପ୍ରତିଷ୍ଠାତା ପରମ ପୂଜନୀୟ ଦନ୍ତୋପନ୍ତ ଠେଙ୍ଗେଡେଙ୍କ ତୈଳ ଚିତ୍ରରେ ମାଲ୍ୟାର୍ପଣ,ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ବ୍ଲକ ସଂଘ ପକ୍ଷରୁ ଅତିଥି ତଥା ନିମନ୍ତ୍ରିତ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଓ ଅଙ୍ଗବସ୍ତ୍ର ଦେଇ ସମ୍ମାନିତ କରାଯାଇଥିଲା। ଅତିଥି ପରିଚୟ ପରେ ମଞ୍ଚର ସଭାପତି ଆଜିର କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ନୂତନ କମିଟି ଗଠନ ଉପରେ ଆଲୋକପାତ କରିଥିଲେ।ପରେ ଅତିଥିମାନେ ଭାରତୀୟ ମଜଦୂର ସଂଘର ସ୍ୱର୍ଣୀମ ଇତିହାସ, ବିଚାରଧାରା, ବଳିଷ୍ଠ ପୃଷ୍ଠଭୂମି, ସୁଚିନ୍ତିତ କାର୍ଯ୍ୟଧାରା, ରାଷ୍ଟ୍ରୀୟ ଭାବନା, ଔଦ୍ୟୋଗିକ ଏବଂ ଶ୍ରମିକ ହିତ ନୀତି ଉପରେ ଆଲୋକପାତ କରିବା ସହ ଏକ ଶୃଙ୍ଖଳିତ,ପରିଶ୍ରମୀ ଓ ରାଷ୍ଟ୍ରଵାଦୀ ଶ୍ରମିକ ମାନଙ୍କ ଦିବ୍ୟ ଭାବନା, ପରମ କର୍ତ୍ତବ୍ୟ ଓ ସ୍ଵ ଅଧିକାର ଉପରେ କହିଥିଲେ।ପରେ ଆଶା , ଅଙ୍ଗନୱଡ଼ି , ପାଚିକା , ହସ୍ପିଟାଲ କର୍ମଚାରୀ ସଂଘ, ରାଜମେସ୍ତ୍ରୀ ସଂଘ , ସିଆର୍ପି ସଂଘ, , ସ୍ୱାବଲମ୍ବୀ କାରିଗରୀ ସଂଘ, ନିର୍ମାଣ ଶ୍ରମିକ ସଂଘ , ବିଶ୍ଵକର୍ମା ମଜଦୂର ସଂଘ,କୁଲି ମଜଦୂର ସଂଘ , , ସ୍ୱାସ୍ଥ୍ୟ ବିଭାଗ ଅସ୍ଥାୟୀ କର୍ମଚାରୀ ସଂଘର ପଦାଧିକାରୀ,ଗଣମାଧ୍ୟମ ପ୍ରତିନିଧି, ରାଷ୍ଟ୍ରଵାଦୀ ଯୁବକ ମାନଙ୍କୁ ସମ୍ମାନିତ କରାଯାଇଥିଲା।ଶେଷରେ ସର୍ବସମ୍ମତି କ୍ରମେ ଗୁଡାରୀ ବ୍ଲକ ସଭାପତି ଭାବେ ପ୍ରମୋଦ କୁମାର ପତି , ଉପସଭାପତି ସୁଶାନ୍ତ କୁମାର ପାଣିଗ୍ରାହୀ , ସମ୍ପାଦକ ସୁଶାନ୍ତ କୁମାର ନାୟକ , ସହ ସମ୍ପାଦକ ରଞ୍ଜନ ବେହେରା , କୋଷାଧ୍ୟକ୍ଷ ଶୁଭଦ୍ରା କଅଁର ଓ ସଂଗଠନ ସମ୍ପାଦିକା ଭାବେ ରମାଦେବୀ ବାଉରୀଙ୍କ ସହ ସାତ ଜଣ କାର୍ଯ୍ୟକାରୀ ସଦସ୍ୟଙ୍କୁ ମନୋନୀତ କରାଯାଇଥିଲା।ଉପସ୍ଥିତ ଶ୍ରମିକ ନେତାମାନେ ନୂତନ କାର୍ଯ୍ୟକାରିଣୀ ମଣ୍ଡଳୀଙ୍କୁ ଉଷ୍ପଗୁଛ,ଅଙ୍ଗବସ୍ତ୍ର ଦେଇ ସ୍ବାଗତ ଜଣାଇଥିଲେ।ନୂତନ ସଭାପତି ପ୍ରମୋଦ କୁମାର ପତି ସଭାପତିତ୍ବ ଅଭିଭାଷଣରେ କହିଥିଲେ ସଭିଙ୍କ ସହଯୋଗରେ ରାଷ୍ଟ୍ର ହିତ,ଔଦ୍ୟୋଗିକ ହିତ ଓ ଶ୍ରମିକ ହିତ ପାଇଁ ସଂଗ୍ରାମ କରିବେ।ପ୍ରତ୍ୟେକ ଶ୍ରମିକ ଆଜିଠାରୁ ତାଙ୍କ ପରିବାର ସଦସ୍ୟ ଏଣୁ ପ୍ରତ୍ୟେକ କ୍ଷେତ୍ରରେ ସେ ସେମାନଙ୍କ ସହିତ ଉପସ୍ଥିତ ରହିବେ ବୋଲି କହିଥିଲେ।ସ୍ଥାନୀୟ ସାମ୍ବାଦିକ ପ୍ରସାଦ ଲିମା, ଲୋକନାଥ ସାହୁ, ମକରଧ୍ଵଜ କାଦମ୍ବାଲୁ ଏବଂ ଶ୍ରୀନିବାସ ପାଢ଼ୀଙ୍କୁ ସମ୍ବର୍ଦନା ଜ୍ଞାପନ କରିବା ସହ ପର୍ଯ୍ୟାବରଣ  ଦାୟିତ୍ୱ ନ୍ୟସ୍ତ କରାଯାଇଛି।ବ୍ଳକ ସମ୍ପାଦକ ସୁଶାନ୍ତ କୁମାର ନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ।

News Comment

You Might Also Like

BACK TO TOP