Breaking
News
Breaking
News
02-Oct-2026
ସାଇପ୍ରଭା ଗୁରୁକୁଳ ଠାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ l
ଓଡିଶା ଜନମତ, ବେଗୁନିଆପଡା :02/10/26 :
ଭଞ୍ଜ କିଶୋର ମହାରଣା l
ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବେରୁଆଁବାଡ଼ି ପଞ୍ଚାୟତର ସାତନଳ ଗ୍ରାମ ସ୍ଥିତ ସାଇପ୍ରଭା ଗୁରୁକୁଳ ପରିସରରେ ଶୁକ୍ରବାର ଦିନ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି l ଗୁରୁକୁଳର ପ୍ରତିଷ୍ଠାତା ଶିକ୍ଷକ ବ୍ରଜ କିଶୋର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଅବସରପ୍ରାପ୍ତ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ସୋମନାଥ ସେଠି ସମ୍ନାନିତ ଅତିଥି ଭାବେ ଯୋଗଦେଇ ଶୁଭ ଉଦଘାଟନ କରିଥିଲେ l ସନ୍ତୋଷ କୁମାର ପୋଲାଈ ମୁଖ୍ୟ ଅତିଥି, ବରିଷ୍ଠ ଶିକ୍ଷକ ନୀଳକଣ୍ଠ ଦାସ ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଦ୍ୟାର୍ଥୀ ମାନଙ୍କୁ ଉତ୍ସାହିତ କରିବା ସହ ବିଜ୍ଞାନ ଓ ବିଜ୍ଞାନ ଭିତ୍ତିକ ପ୍ରକଳ୍ପର ଆବଶ୍ୟକତା ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ l ଉକ୍ତ ମେଳରେ ଶିଶୁ ଠାରୁ କିଶୋର ପର୍ଯ୍ୟନ୍ତ 122 ପ୍ରତିଯୋଗୀ ତିନୋଟି ବର୍ଗରେ ଭାଗନେଇ ବିଭିନ୍ନ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ l ସିଆରସିସି ଅଜିତ କୁମାର ମିଶ୍ର,ଅଧ୍ୟାପକ ରତ୍ନାକର ପ୍ରଧାନ,ଶିକ୍ଷକ ଅଜିତ କୁମାର ସାହୁ,ଭବାନୀ ଶଙ୍କର ସେଠି,ଗୋପବନ୍ଧୁ ଖୁଣ୍ଟିଆ ପ୍ରମୁଖ ପ୍ରକଳ୍ପ ଗୁଡିକର ମୂଲ୍ୟାଙ୍କନ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଗୁରୁକୁଳର ପ୍ରଧାନ ଆଚାର୍ଯ୍ୟା ଶ୍ରୀମତୀ ରଶ୍ମିତା କୁମାରୀ ଦାସଙ୍କ ସମେତ ସମସ୍ତ ଗୁରୁମା ଏବଂ କର୍ମକର୍ତ୍ତା ସହଯୋଗ କରିଥିଲେ l ଶେଷରେ କୃତି ପ୍ରତିଯୋଗୀଙ୍କୁ ଟ୍ରଫି ଏବଂ ପ୍ରମାଣପତ୍ର ସହ ପୁରସ୍କୃତ କରାଯାଇଥିଲା l
BACK TO TOP