Breaking
News
Breaking
News
03-Oct-2026
ବରଗଡ଼ରେ ମହାସମାରୋହରେ ପାଳିତ ହେଲା ଜିଲ୍ଲାସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ
ଓଡ଼ିଶା ଜନମତ ବରଗଡ଼ - ମନୋହର ଦାଶ
ଜାତିର ଜନକ ମହାତ୍ମା ଗାନ୍ଧିଜୀଙ୍କ ୧୫୭ତମ ତଥା ଶାନ୍ତି ଦୂତ ଲାଲ ବାହାଦୂର ଶାସ୍ତ୍ରୀଜୀଙ୍କ ୧୨୨ତମ ଜୟନ୍ତୀ ସମାରୋହ ବରଗଡ଼ ଜିଲ୍ଲା ସଦର ମହକୁମାଠାରେ ମହାସମାରୋହରେ ପାଳିତ ହୋଇଯାଇଛି Iସ୍ଥାନୀୟ ଗାନ୍ଧୀ ଛକଠାରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ସନତ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ସମାରୋହରେ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ I ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ମଧୁଛନ୍ଦା ସାହୁ, ଆରକ୍ଷୀ ଅଧିକ୍ଷକ ରବି ନାରାୟଣ ଶତପଥୀ, ପୌରାଧ୍ୟକ୍ଷା ଶ୍ରୀମତୀ କଳ୍ପନା ମାଝୀ ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଈ ପ୍ରମୁଖ ଯୋଗଦେଇ ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ସ୍ମୃତିଚାରଣ କରିବା ସହ ସେମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ ଦେଇଥିଲେ I
କାର୍ଯ୍ୟକ୍ରମ ଅନୁସାରେ, ଭୋର ୫.୦୦ ଘଟିକା ରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ଡ଼ାକବାଜି ଯନ୍ତ୍ର ଯୋଗେ ସହରରେ ରାମଧୁନ ପରିବେଷଣ କରାଯାଇଥିଲା I ଏହା ପରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ଵାରା ଏକ ପ୍ରଭାତ ଫେରି ଆୟୋଜିତ ହୋଇଥିଲା I ଏହି ଅବସରରେ ଗାନ୍ଧୀ ଛକଠାରେ ଅବସ୍ଥାପିତ ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ସମେତ ବିପ୍ଳବୀ ପାର୍ବତୀ ଗିରୀ ଏବଂ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରାଯାଇଥିଲା I ପରେ ପଣ୍ଡିତ ଦେବରାଜ ଦାଶ, ଫାଦର୍ ଅନୁରଞ୍ଜନ, ମୌଲବୀ ସାହେବ ଜମିଲ୍ ଅଖତାର ଓ ପଣ୍ଡିତ ଜ୍ଞାନୀ ସିଂଙ୍କ ମାର୍ଗଦର୍ଶନରେ ଏକ ସର୍ବଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା I ଉତ୍ସବର ଶେଷ ଭାଗରେ ଜୟନ୍ତୀ ପାଳନ ଅବସରରେ ଆୟୋଜିତ ବକ୍ତୃତା ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା I
BACK TO TOP