Breaking
News
Breaking
News
02-Oct-2026
ଖୋର୍ଦ୍ଧା ଠାରେ ଜିଲ୍ଲାସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ |
ଓଡିଶା ଜନ ମତ, ଖୋର୍ଦ୍ଧା, ଗୋପାଳ କୃଷ୍ଣ ପ୍ରଧାନ :---
ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଜିଲ୍ଲା ସଦର ମହକୁମା, ଠାରେ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ମିଳିତ ଆନୁକୁଲ୍ୟରେ ପାଳିତ ହୋଇଯାଇଅଛି l ପୂର୍ବାହ୍ନ ରେ ଜିଲ୍ଲା ପରିଷଦ ଉପ ସଭାପତି ଗୋପୀନାଥ ମହାରଣା, ଅତିରିକ୍ତ ଜିଲ୍ଲାପାଳ, ସାଧାରଣ, ପ୍ରତାପ ଚନ୍ଦ୍ର ବେଉରା ଯୋଗଦେଇ ଖୋର୍ଦ୍ଧା ଡାକବଙ୍ଗଳା ସନ୍ନିକଟ ଛକରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତି ମୂର୍ତ୍ତିରେ ଗଣମାଧ୍ୟମ ପ୍ରତିନିଧି ଏବଂ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ଗହଣରେ ମାଲ୍ୟାର୍ପଣ କରିଥିଲେ l ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଜୟୀ ରାଜଗୁରୁ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ, ସାଧାରଣ, ପ୍ରତାପ ଚନ୍ଦ୍ର ବେଉରାଙ୍କ ସଭାପତିତ୍ବରେ ଏକ ସାଧାରଣ ସଭା ଓ ସର୍ବ ଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା l ଉକ୍ତ ସମାରୋହରେ ମୁଖ୍ୟ ଅତିଥି ଭାବେ, ଜିଲ୍ଲା ପରିଷଦ ସଭାପତି, ରୂପଶ୍ରୀ ରାଣୀ ଗୁମାନ ସିଂହ, ସମ୍ମାନିତ ଅତିଥି ରୂପେ ଉପସଭାପତି, ଜିଲ୍ଲା ପରିଷଦ, ଗୋପୀନାଥ ମହାରଣା, ସମ୍ମାନିତ ଅତିଥି ଭାବେ ସଦର ତହସିଲଦାର ଶ୍ରୀ ବିଭାଶ ପାଣିଗ୍ରାହୀ ଏବଂ ମୁଖ୍ୟ ବକ୍ତା ଭାବେ ପ୍ରାଣ ନାଥ ସ୍ୱୟଂ ଶାସିତ ମହା ବିଦ୍ୟାଳୟର ପଦାର୍ଥ ବିଜ୍ଞାନ ପ୍ରାଧ୍ୟାପକ ଡ଼ଃ ସୁବୋଧ କୁମାର ଜଗଦେବ ଯୋଗଦେଇ ଗାନ୍ଧୀ ଓ ଶାସ୍ତ୍ରୀ ଙ୍କ ଫୋଟୋ ଚିତ୍ରରେ ପୁଷ୍ମାମାଲ୍ୟ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ପ୍ରଦୀପ ପ୍ରଜ୍ଜ୍ୱଳନ କରି ସମାରୋହକୁ ଉଦ୍ଘାଟନ କରିଥିଲେ ପରେ ସଭାପତି ମୁଖ୍ୟଅତିଥି, ସମ୍ମାନିତ ଅତିଥି, ମୁଖ୍ୟ ବକ୍ତା ଓ ହିନ୍ଦୁ ଧର୍ମ ଜାକକ ପଣ୍ଡିତ ସୁଶାନ୍ତ କୁମାର ମିଶ୍ର , ଇସଲାମ ଧର୍ମ ଜାଜକ ମଉଲାନା ଖତି ଉଦ୍ଦିନ ଏବଂ ଖ୍ରୀଷ୍ଟିଆନ୍ ଧର୍ମଗୁରୁ ଶ୍ରୀ ମାନୁଆଲ କରାଡା ଙ୍କୁ ଉତ୍ତରୀୟ ଏବଂ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା l ପରେ ବନ୍ଦେ ମାତରମ୍ ଓ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା l ହିନ୍ଦୁ ଧର୍ମ, ଇସଲାମ ଧର୍ମ ଏବଂ ଖ୍ରୀଷ୍ଟିଆନ୍ ଧର୍ମଗୁରୁ ମାନେ ଗୀତା , କୋରାନ ଓ ବାଇବେଲ ପାଠ କରିଥିଲେ l ପରେ ମୁଖ୍ୟ ଅତିଥି ରୂପାଶ୍ରୀ ରାଣୀ ଗୁମାନ ସିଂହ ତାଙ୍କ ଅଭିଭାଷଣରେ ମହାତ୍ମା ଗାନ୍ଧୀ ମହାମାନବ ଏବଂ ସତ୍ୟ ଅହିଂସା, ମାନବିକତା ତଥା ମାନବ ସେବାହିଁ ମାଧବ ସେବା ର ପୂଜାରୀ ଥିଲେ, ଏଣୁ ଛାତ୍ର ଛାତ୍ରୀ, ଯୁବଗୋଷ୍ଠୀ ମହାତ୍ମାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଗାନ୍ଧିଜୀଙ୍କ ସ୍ବପ୍ନ ରାମ ରାଜ୍ୟ ନିର୍ମାଣ ନିର୍ମାଣ କରିବାକୁ ଉଦବୋଧନ ରଖିଥିଲେ l ସଭାପତି ଭାଷଣରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା କହିଲେ ମହାତ୍ମା ଗାନ୍ଧୀ ଙ୍କ ଆତ୍ମ ଜୀବନୀ ପଢ଼ି ଛାତ୍ର ଛାତ୍ରୀ ମାନେ ଉଦବୁଦ୍ଧ ହୋଇ ସତ୍ୟ, ଅହିଂସା, ସ୍ୱଚ୍ଛତା ମାର୍ଗରେ ଚାଲି ସବୁ କ୍ଷେତ୍ରରେ ପାଠ ପଢ଼ି ସୁନାମ ଆଣିଲେ ତାହାହିଁ ହେବ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳନର ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ଏବଂ ଆମର ବିକଶିତ ଓଡ଼ିଶା ଓ ବିକଶିତ ଭାରତ ସମୃଦ୍ଧ ରାଜ୍ୟ ଓ ରାଷ୍ଟ୍ର ନିର୍ମାଣ ସାକାର ହେବ ବୋଲି ନିଜ ଅଭିଭାଷଣରେ ଗୁରୁତ୍ୱାରୋପ କରିଥିଲେ l ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ, ଉପ ସଭାପତି ଗୋପୀନାଥ ମହାରଣା ଯୋଗ ଦେଇ କହିଲେ ଭାରତ ଛାଡ ଆନ୍ଦୋଳନ, ଲବଣ ସତ୍ୟାଗ୍ରହ, ଅସହଯୋଗ ଆନ୍ଦୋଳନ ରେ ଗାନ୍ଧିଜୀ ଦେଶପାଇଁ ସମ୍ମାନ ପ୍ରଦର୍ଶନ କରିଥିଲେ l ଏଣୁ ସମସ୍ତେ ସ୍ୱଚ୍ଛତା ମନ୍ତ୍ରରେ ବାନ୍ଧି ହୋଇ କାର୍ଯ୍ୟ କଲେ ଆମ ଦେଶ ସମଗ୍ର ବିଶ୍ୱର ଏକ ନମ୍ବର ରହିବ ବୋଲି ପ୍ରକାଶ କରିଥିଲେ l ସମ୍ମାନିତ ଅତିଥି ଭାବେ ସଦର ତହସିଲଦାର ବିଭାଷ ପାଣିଗ୍ରାହୀ ଯୋଗଦେଇ ଗାନ୍ଧୀ, ଗୋପବନ୍ଧୁ, ସୁଭାଷ ବୋଷ, ଲାଲ୍ ବାହାଦୁର ଶାସ୍ତ୍ରୀ, ରବୀନ୍ଦ୍ର ନାଥ ଟାଗୋର ଆଦି ଜୀବନୀ ପଢ଼ି ଭଲ ମଣିଷ ହେବାକୁ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରେରଣା ଦେଇଥିଲେ l ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ମଞ୍ଚ ପରିଚାଳନା କରିଥିବା ବେଳେ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ଏବଂ ଧନ୍ୟ ବାଦ ଅର୍ପଣ କରିଥିଲେ l ଶେଷରେ ବନ୍ଦେ ମାତରମ ଏବଂ ଜାତୀୟ ସଙ୍ଗୀତ ଗାନ ପୂର୍ବକ ସଭା ସାଙ୍ଗ କରାଯାଇଥିଲା l ସମାରୋହରେ ଅନ୍ୟ ମାନଙ୍କ ମଧ୍ୟରେ ଡି ଇ ଜି ଏମ ମାନସ କୁମାର ବ୍ରହ୍ମା,ସି ଆର ସି ସି, ରେବତୀ ପଣ୍ଡା, ବ୍ଲକ୍ ଶିକ୍ଷା ଅଧିକାରୀ, ଖୋରଧା,ବୁଦ୍ଧିଜୀବୀ ନିକୁଞ୍ଜ କିଶୋର ପଟ୍ଟନାୟକ, ଭୀମ ସେନ ପ୍ରଧାନ, ସତ୍ୟବାଦୀ ବଳିୟାର ସିଂହ, ଇତିଶ୍ରୀ ସାହୁ, ସୌଦାମିନୀ ପଟ୍ଟନାୟକ, ନରେନ୍ଦ୍ର ପୃଷ୍ଟି,, ବିଭିନ୍ନ ବିଦ୍ୟାଳୟ ଏବଂମାବିଦ୍ୟାଳୟର ଛାତ୍ର ଛାତ୍ରୀ, ମାନ୍ୟ ଗଣ୍ୟ ବ୍ୟକ୍ତି ବିଶେଷ ଓ ଗଣ ମାଧ୍ୟମ ପ୍ରତିନିଧି ବୃନ୍ଦ ଯୋଗଦେଇଥିଲେ l
BACK TO TOP