Breaking
News
Breaking
News
03-Oct-2026
ଶିକରପାଇ ବିଦ୍ୟାଳୟରେ ସାମର୍ଥ ଶିବିର
ଓଡିଶା ଜନମତ ରାୟଗଡା - ୨/୧୦(କାମେଶ୍ୱର କରକରିଆ) ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ଶିକରପାଇ ପଞ୍ଚାୟତ ସଦରରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଇକୋ କ୍ଲବ ତରଫରୁ ସାମର୍ଥ ଶିବିର ଅନୁଷ୍ଠିତ ହୋଇଛି। ବିଦ୍ୟାଳୟ ପକ୍ଷରୁ ପ୍ରଥମେ ଜାତୀୟପିତା ମହାତ୍ମାଗାନ୍ଧି ଓ ଶାସ୍ତ୍ରୀ ଙ୍କ ଜୟନ୍ତୀ ପାଳନ କରିବା ପରେ ଉକ୍ତ ସାମର୍ଥ ଶିବିର ଅନୁଷ୍ଠିତ ହୋଇଛି। ଏଥିରେ ଅତିଥି ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ଉଦଘାଟନ କରିବା ସହ ଜଗତରନାଥ ଶ୍ରୀ ଜଗନ୍ନାଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଦେଇ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ। ଅତିଥି ମାନେ ଲାଉ ରେ ତିଆରି କରାଯାଇଥିବା ବିଭିନ୍ନ ସାମଗ୍ରୀ ଓ ବାଉଁଶରେ ତିଆରି ଜିନିଷ ପଦର୍ଶନୀ କୁ ବୁଲି ଦେଖିଥିଲେ। ଉକ୍ତ ଶିବିରରେ ଶିକରପାଇ ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ରଞ୍ଜିତ କୁମାର ଗିରି ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ଲାଉରେ ପ୍ରସ୍ତୁତ ଜିନିଷରେ ରାଜ୍ୟପାଳ ପୁରସ୍କୃତ ପ୍ରାପ୍ତ ହିମାଂଶୁ ଶେଖର ପାଣ୍ଡିଆ ରହିଥିଲେ। ଅତିତିକ୍ତ ଗୋଷ୍ଠି ଶିକ୍ଷାଧିକାରୀ ବିଜୟୀ କୁମାର ସେଠୀ, ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ କେ, ଚେଲାପତି, ଆଞ୍ଚଳିକ ସାଧନ ସଂଯୋଜକ ଉମାକାନ୍ତ ବେହେରା,ବରିଷ୍ଠ ବାଉଁଶ କାରିଗର ରାଜାରାଓ ବଚ୍ଛା, ଲକ୍ଷ୍ମୀ ବଚ୍ଛା, ସାମ୍ବାଦିକ ସନ୍ତୋଷୀ ସାହୁ, ମାଲେଶ କୌଶଲ୍ୟା, ନରସିଂହ ନାଥ ମହାପାତ୍ର, ବିଦ୍ୟାଳୟ ର ଉପାଧ୍ୟାକ୍ଷା ମାନିନି କୌଶଲ୍ୟା ସଂମ୍ମାନିତ ଅତିଥି ଭାବେ ମଞ୍ଚାସିନ ରହିଥିଲେ। ଶିକରପାଇ କ୍ଲୋଷ୍ଟଟର ସମସ୍ତ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ଓ ବ୍ଲକରେ ଥିବା ଉଚ୍ଚ ବିଦ୍ୟାଳୟର ଶିକ୍ଷକଶିକ୍ଷୟତ୍ରୀ ପ୍ରାୟ ୫୦ଜଣ ଉପସ୍ଥିତ ରହିଥିଲେ। ଏହି ଶିକ୍ଷକଶିକ୍ଷୟତ୍ରୀ ଙ୍କୁ ପ୍ଲାଷ୍ଟିକ ଛାଡି ବାଉଁଶ ଓ ଲାଉ ରେ କିପରି ଘରୋଇ ଉପକରଣ ତିଆରି ତାଲିମ ପ୍ରଦାନ କରାଯାଇଛି। ମାନଙ୍କୁ ନେଇ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇଥିଲା। ଅତିଥିଙ୍କ ଦ୍ୱାରା ସମସ୍ତ ପ୍ରତିଯୋଗୀଙ୍କୁ ପ୍ରମାଣ ପତ୍ର ଦେବା ସହ ତିନିଜଣ ସାମ୍ବାଦିକ ଙ୍କୁ ମଧ୍ୟ ପ୍ରମାନପତ୍ର, ଉତ୍ତରଣୀୟ ଦେଇ ସଂମ୍ମାନିତ କରାଯାଇଛି। କାର୍ଯ୍ୟକ୍ରମ ରେ ତାପସ କୌଶଲ୍ୟା ମଞ୍ଚ ପରିଚାଳନା କରିଥିବା ବେଳେ ଧନ୍ୟବାଦ ତାପସ କୁମାର ଦଳେଇ ପ୍ରଦାନ କରିଥିଲେ। ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ରହି ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।
BACK TO TOP