Breaking News

ଶିକର ପାଇରେ ଭୈରବ ବାଲିଯାତ୍ରା, ନିଆଁ ମାଡି ମାନସିକ ପୁର୍ଣ କଲେ ଶ୍ରଦ୍ଧାଳୁ |   (09-Oct-2026)       ||      ତାରା ତାରିଣୀ କଲେଜ ରେ 24ଜଣଙ୍କ ନାମାଙ୍କନ ମଧ୍ୟରୁ ଜଣଙ୍କ ନାକଚ ||   (09-Oct-2026)       ||      ଅଙ୍ଗନ ୱାଡି କେନ୍ଦ୍ର ର ଅବ୍ୟବସ୍ଥା ସାମ୍ନାକୁ ଆଣିଲେ ସାମ୍ବାଦିକ ଙ୍କୁ ଧମକ ||   (09-Oct-2026)       ||      ଦୁଇ ଯୁବକଙ୍କ ମଧ୍ୟରେ ବଚସା ରୁ ଚୁରାମାଡ଼ ଜଣେ ମୃତ, ଜଣେ ଗୁରୁତର |    (09-Oct-2026)       ||      ସଭାପତି ଭାବେ ନିର୍ଦ୍ୱନ୍ଦ୍ୱ ରେ ବିଜୟୀ ହେଲେ ଖୋର୍ଦ୍ଧା ମହିଳା ମହାବିଦ୍ୟାଳୟ ର ସରସ୍ବତୀ ସାହୁ |   (09-Oct-2026)       ||      ବେଲଗୁଣ୍ଠା ରେ ବେଆଇନ ବନ୍ଧୁକ ଜବତ, ଜଣେ ଗିରଫ |    (09-Oct-2026)       ||      ଗଞ୍ଜାମରେ ମାଷ୍ଟର ଟ୍ରେନର ପାଇଁ, ଜିଲ୍ଲା ସ୍ତରୀୟ ତାଲିମ ଶିବିର |   (09-Oct-2026)       ||      ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ ||   (09-Oct-2026)       ||      ଚିକିଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026 ଅନୁଷ୍ଠିତ ||   (09-Oct-2026)       ||      କୋଦଳା ଲକ୍ଷ୍ମୀ ନାରାୟଣ ସ୍ନାତକ ମହାବିଦ୍ୟାଳୟ ରେ ନିର୍ବାଚନ ପାଇଁ 17ଜଣଙ୍କ ନାମାଙ୍କନ ପତ୍ର ଦାଖଲ |    (09-Oct-2026)       ||      ବିପୁଳ ପରିମାଣ ର ଗଞ୍ଜେଇ ଜବତ, ଦୁଇ ଅଭିଯୁକ୍ତ ଗିରଫ |   (09-Oct-2026)       ||      ଟାଟାବେଞ୍ଜ ଛକ ସ୍ଥିତ ଏକ ଲଜରୁ ସେକ୍ସ ରାକେଟ କୁ ଠାବ କଲା ବୈଦ୍ୟନାଥ ପୁର ପୋଲିସ |   (09-Oct-2026)       ||      ଅବକାରୀ ବିଭାଗ ଗନ୍ଧ ମର୍ଦ୍ଦନ ରେ ଚଢ଼ାଉ କରି ମଦ ସହ 4000ଲିଟର ମହୁଲ ପୋଚ ଜବତ |    (09-Oct-2026)       ||      କଂଗ୍ରେସ ର ଓଡିଶା ବନ୍ଦର ଡାକରା ରଘୁନାଥ ପୁର ବ୍ଲକରେ ପ୍ରଭାବ ପଡିଲା ||   (09-Oct-2026)       ||      ପୋଲସରା ରେ ବିଜେଡିର" ଜନ ସମ୍ପର୍କ ପଦଯାତ୍ରା " ଆରମ୍ଭ |   (08-Oct-2026)       ||      ସିଂହପୁର ରେ ନୁଆଁ ମଲ୍ଟି କେୟାର ପ୍ଲସ କ୍ଲିନିକ ଉଦଘାଟିତ |   (08-Oct-2026)       ||      ଆଇନ ଶୃଙ୍ଖଳା ସ୍ଥିତି ପାଇଁ ଉପଜିଲ୍ଲାପାଳ ଙ୍କ ଖରସ୍ରୋତା ମହାବିଦ୍ୟାଳୟ ପରିଦର୍ଶନ ||    (08-Oct-2026)       ||      ଆର ତୁମ୍ବନାଥ ବିଦ୍ୟାପୀଠ ର 63ତମ ପ୍ରତିଷ୍ଠା ଦିବସ ପାଳିତ |    (08-Oct-2026)       ||      ଗଞ୍ଜାମ ଜିଲ୍ଲା ରେ ବନ୍ଦର 80 ପ୍ରତିଶତ ବନ୍ଦ ର ପ୍ରଭାବ ପଡିଛି ||   (08-Oct-2026)       ||      କଂଗ୍ରେସ ର ବନ୍ଦ ର ପ୍ରଭାବ ରେ ବାଲିଗୁଡା ଜନ ଶୂନ୍ୟ |   (08-Oct-2026)       ||     

ଖଲ୍ଲିକୋଟ ଆଭାସ ବିଦ୍ୟାଳୟ ପକ୍ଷରୁ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ ର ଶୁଭାରମ୍ଭ ||

27-Mar-2026

ଖଲ୍ଲିକୋଟ : ଆଭାସ ବିଦ୍ୟାଳୟ ପକ୍ଷରୁ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁର ଶୁଭାରମ୍ଭ 

  ଓଡିଶା ଜନ ମତ ବ୍ୟୁରୋ,

ଖଲ୍ଲିକୋଟର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଆଭାସ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପକ୍ଷରୁ ଆଜି ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ପାଞ୍ଚ ବର୍ଷରୁ ଊର୍ଦ୍ଧ୍ୱ ଶିଶୁଙ୍କୁ ସରକାରୀ ବିଦ୍ୟାଳୟରେ ନାମ ଲେଖାଇ ବିଦ୍ୟାରମ୍ଭ ପାଇଁ ଏକ ମନୋଜ୍ଞ କାର୍ଯ୍ୟକ୍ରମ ସ୍ଥାନୀୟ ଆଭାସ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଆନୁଷ୍ଠାନିକ ରୀତିରେ ଅନୁଷ୍ଠିତ ହୋଇଯାଇଛି । ଖଲ୍ଲିକୋଟ ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁଦ୍ର ନାରାୟଣ ସାହୁଙ୍କ ଆବାହକତ୍ୱରେ ଅନୁଷ୍ଠିତ ଉତ୍ସବକୁ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ସେଠୀ ଶୁଭ ଉଦଘାଟନ କରିଥିଲେ । ଉତ୍ସବରେ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ମିତା ରାଣୀ ପଟ୍ଟନାୟକ, ବି ଆର ସି ସି ସୁଶ୍ରୀ ସୁଷମା ଶବର, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ରବିନାରାୟଣ ସେଠୀ ପ୍ରମୁଖ ଉପସ୍ଥିତ ହୋଇ ସରକାରଙ୍କ ସମଗ୍ର ଶିକ୍ଷା ଅଭିଯାନର ସଫଳତା, ନୂତନ ରୂପେ ଆରମ୍ଭ ହୋଇଥିବା ଶିଶୁ ବାଟିକା ଶ୍ରେଣୀର ଆବଶ୍ୟକତା, ନୂତନ ପାଠ୍ୟକ୍ରମ, ଶିକ୍ଷଣ ସାମଗ୍ରୀ କିଭଳି ଶିକ୍ଷଣ ଦକ୍ଷତା ବୃଦ୍ଧିରେ ସହାୟକ ହୋଇଥାଏ ସେ ସମ୍ପର୍କରେ ବହୁମୂଲ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସେଠୀ ଶିକ୍ଷାର୍ଥୀଙ୍କୁ ସରକାରୀ ବିଦ୍ୟାଳୟରେ ନାମ ଲେଖାଇ ସରକାରଙ୍କ ମହତ୍ ଉଦ୍ଦେଶ୍ୟ ହାସଲ କରିବା ଲାଗି ପରାମର୍ଶ ପ୍ରଦାନ କରିବା ସହିତ କୋମଳମତି ଶିଶୁଙ୍କୁ ସ୍ନେହ ଶ୍ରଦ୍ଧା ଭଲପାଇବା ଭଳି ସୁମଧୁର ବ୍ୟବହାର କଲେ ଛୋଟ ଛୋଟ ଶିଶୁ ମାନେ ବିଦ୍ୟାଳୟ ଶିକ୍ଷା ପ୍ରତି ଆଗ୍ରହ ଆନ୍ତରିକତା ପ୍ରକାଶ କରିବେ ବୋଲି ମତପ୍ରକାଶ କରିଥିଲେ । ସହକାରୀ ଶିକ୍ଷକ ଜୟକୃଷ୍ଣ ବାଲା ଉତ୍ସବର ଲକ୍ଷ୍ୟ ଆଭିମୁଖ୍ୟ ବିଷୟରେ ମତବ୍ୟକ୍ତ କରିବା ସଙ୍ଗେ ସଙ୍ଗେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।ତାହାପରେ ସମସ୍ତେ ନିକଟସ୍ଥ ହରିଜନ ସାହି, ଗ୍ରାମ୍ୟଦେବୀ ପ୍ରାଥମିକ ବିଦ୍ୟାଳୟ ପରିଭ୍ରମଣ କରିଥିଲେ । କୁନି କୁନି ଛୁଆଙ୍କୁ ବିଧାୟକ ଶ୍ରୀଯୁକ୍ତ ସେଠୀ ଖଡ଼ିଛୁଆଁ ସହ ମିଷ୍ଟାନ୍ନ, ଶିକ୍ଷଣ ସାମଗ୍ରୀ ଆଦି ବିତରଣ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ଉଭୟ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ବହୁ ଶିକ୍ଷାବିତ୍, ବୁଦ୍ଧିଜୀବୀ, ପରିଚାଳନା କମିଟି ସଦସ୍ୟ ସଦସ୍ୟାଙ୍କ ସମ୍ପୃକ୍ତ ଆଭାସ କ୍ଲଷ୍ଟର ସିଆରସିସି କୃଷ୍ଣଚନ୍ଦ୍ର ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ । ସି ଆର ସି ସି ରାଜେନ୍ଦ୍ର କୁମାର ପଣ୍ଡା, ପବନା ସ୍ୱାଇଁ, ପ୍ରଶାନ୍ତ କୁମାର ସେଠୀ, ପ୍ରଜ୍ଞା କୁମାର ପଟ୍ଟନାୟକ, ରବୀନ୍ଦ୍ର କୁମାର ନାହାକ, ଡକ୍ଟର ଦ୍ବାରିକାନାଥ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ:-
ଡକ୍ଟର ଦ୍ବାରିକାନାଥ ମହାରଣା 
ଖଲ୍ଲିକୋଟ, ଗଂଜାମ

News Comment

You Might Also Like

BACK TO TOP