Breaking
News
Breaking
News
06-Oct-2026
କାଳିମେଘି ଓ ଜେ.ରାମପଲ୍ଲୀ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ l
ଓଡିଶା ଜନମତ,କୋଦଳା :05/10/26 :
ନରେନ୍ଦ୍ର ନାଥ ଗୌଡ଼ l
ସୋମବାର ଦିନ ବେଗୁନିଆପଡା ବ୍ଲକ ଅନ୍ତର୍ଗତ କାଳିମେଘି କ୍ଲଷ୍ଟର ଏବଂ ମଠବ୍ରହ୍ମପୁର କ୍ଲଷ୍ଟରର ସାଂସ୍କୃତିକ ଏବଂ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ `ସୁରଭି` ଯଥାକ୍ରମେ କାଳିମେଘି-ଜାଗିଲିପଦର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ଜେ.ରାମପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l କାଳିମେଘି ଠାରେ ପ୍ରଧାନ ଶିକ୍ଷକ ନିରଞ୍ଜନ ଭୂୟାଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଅର୍ଚ୍ଚନା ତ୍ରିପାଠୀ ମୁଖ୍ୟ ଅତିଥି, ଏବିଇଓ ଜ୍ୟୋତିର୍ମୟୀ ନନ୍ଦ ମୁଖ୍ୟବକ୍ତା, କ୍ଲଷ୍ଟର ସିଆରସିସି ଅଜିତ କୁମାର ମିଶ୍ର ଆଦି ସମ୍ନାନିତ ଯୋଗଦେଇ ବିଦ୍ୟାର୍ଥୀ ମାନଙ୍କୁ ନିଜନିଜର ଲୁକ୍କାୟିତ ଅନ୍ତର୍ନିହିତ ପ୍ରତିଭାକୁ ଲୋକଲୋଚନରେ
ପ୍ରକାଶ କରିବାରେ ଉତ୍ସାହିତ କରିଥିଲେ l ଅନ୍ୟପକ୍ଷରେ ମଠବ୍ରହ୍ମହପୁର କ୍ଲଷ୍ଟରର ଜେ. ରାମପଲ୍ଲୀ ଠାରେ ଆୟୋଜିତ ହୋଇଥିବା ସୁରଭି କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ପ୍ରତିମା କୁମାରୀ ପାଢ଼ୀ ମୁଖ୍ୟ ଅତିଥି ଏବଂ ବାଉଁଶୁଣି ସରକାରୀ ନୋଡାଲ ହାଇସ୍କୁଲର ବରିଷ୍ଠ ପ୍ରଧାନ ଶିକ୍ଷକ କୈଳାସ ଚନ୍ଦ୍ର ବେହେରା ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଦ୍ୟାର୍ଥୀ ମାନଙ୍କୁ ବହୁମୂଲ୍ୟ ଉପଦେଶ ଦେଇଥିଲେ l ଉଭୟ କାର୍ଯ୍ୟକ୍ରମରେ କ୍ଲଷ୍ଟରର ସମସ୍ତ ସିଆରସିସି, ଶିକ୍ଷକ, ପରିଚାଳନା କମିଟି ସଦସ୍ୟ, ଅଭିଭାବକ, ଛାତ୍ରଛାତ୍ରୀ ଏବଂ ବିଦ୍ୟାଳୟ କର୍ମଚାରୀ ସମେତ ଗ୍ରାମବାସୀ ସହଯୋଗ କରିଥିଲେ l ପରିଶେଷରେ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବା ସହ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l
BACK TO TOP