Breaking
News
Breaking
News
09-Oct-2026
କୋଦଳା ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ 17 ଜଣଙ୍କ ନାମାଙ୍କନ ଦାଖଲ। ଗୋଟିଏ ନାକଚ ଳ
ଓଡିଶା ଜନମତ,ବେଗୁନିଆପଡା: 09/10/26 :
ଭଞ୍ଜ କିଶୋର ମହାରଣା l
କୋଦଳା ସ୍ଥିତ ଲକ୍ଷ୍ମୀ ନାରାୟଣ ସ୍ନାତକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଆଜି 17 ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ଜଣଙ୍କର ପ୍ରାର୍ଥୀପତ୍ର ନାକଚ ହୋଇଛି। ସଭାପତି, ଉପ ସଭାପତି, ସାଧାରଣ ସମ୍ପାଦକ, ସହ ସାଧାରଣ ସମ୍ପାଦକ, କ୍ରୀଡା ସମ୍ପାଦକ, ସହ କ୍ରୀଡା ସମ୍ପାଦକ, ନାଟ୍ୟ ସମ୍ପାଦକ, ସହ ନାଟ୍ୟ ସମ୍ପାଦକ ପଦବୀ ପାଇଁ 2 ଜଣ ଲେଖାଏଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। 16 ଜଣଙ୍କ ମଧ୍ୟରୁ ଜଣେ ଛାତ୍ରୀ ଥିବା ବେଳେ ଆଉ 15 ଜଣ ଛାତ୍ର ଅଟନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ ନୋଡାଲ ଅଫିସର ଭାବେ କୋଦଳା ଅତିରିକ୍ତ ତହସିଲଦାର ରବି ନାରାୟଣ ସେଠୀ
ରିଟର୍ଣିଂ ଅଫିସର ଭାବେ କଲେଜ ଅଧକ୍ଷ ରଘୁନାଥ ମୁଦୁଲି ଓ ଆସିଷ୍ଟାଣ୍ଟ ରିଟର୍ନିଙ୍ଗ ଅଫିସର ଭାବେ ଅଧ୍ୟାପକ ସାଗର ପାତ୍ର କାର୍ଯ୍ୟକ୍ରମ ସଂଚାଳନ କରିଥିଲେ। ଆସନ୍ତା କାଲି ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ତାରିଖ ଧାର୍ଯ୍ୟ ହୋଇଥିବା ବେଳେ ଆସନ୍ତା 15 ତାରିଖ ଦିନ ନିର୍ବାଚନ ହେବ ବୋଲି ଜଣାପଡିଛି।
BACK TO TOP