Breaking News

ରଣ ଝାଲୀ ରୋଡ଼ ନିକଟରେ ଅଟୋ ଧକ୍କାରେ ବାଇକ ଓ ସ୍କୁଟି ମୁହାଁମୁହିଁ ଧକ୍କା |   (19-Oct-2026)       ||      ତନ୍ତ୍ର ପୀଠ ଦକ୍ଷିଣ କାଳୀଙ୍କ ସରିଲା ଷୋଡଶ ଉପଚାର ପୂଜା ||   (19-Oct-2026)       ||      ଖଲ୍ଲିକୋଟ ବାଡ଼ ଯାତ୍ରାକୁ ପୁରିଲା 75 ବର୍ଷ, ଧୁମ, ଧାମ ରେ ପାଳନ ହେଉଛି ସାହି ଯାତ୍ରା |   (19-Oct-2026)       ||      ଝରକା ସଂରକ୍ଷିତ ଜଙ୍ଗଲରୁ ଶାଳ କାଠ ବୋଝେଇ ପିକପ ଭେନ ଜବତ, 3ଅଟକ ||   (19-Oct-2026)       ||      ଦୟାନିଧି ପୁର ଶାସନ ରେ ଥିବା କନକ ଦୁର୍ଗା ମହା ଗୌରୀ ବେଶ ରେ ଦର୍ଶନ ଦେଲେ |    (19-Oct-2026)       ||      ମା ତାରା ତାରିଣୀ ଙ୍କ ପୀଠରେ ସରିଲା ଷୋଡଶ ଦିନ ପୂଜା, ଆଜି ମହାକାଳୀ ବେଶରେ ଦର୍ଶନ ଦେବେ ମାଆ |   (19-Oct-2026)       ||      ତାରା ତାରିଣୀ ଙ୍କ ପୀଠରେ ଚାଲିଥିବା ଷୋଡଶ ଦିନାତ୍ମକ ପୂଜା ଶେଷ |    (19-Oct-2026)       ||      ନିଜ ଗାଁ କୁ ଫେରିଲା ମୃତ ଦେହ ଦାଦନ ଖଟିବାକୁ ଯାଇ ଶବ ହୋଈ ଫେରିଲେ |   (18-Oct-2026)       ||      ଖଲ୍ଲିକୋଟ ବ୍ଳକ କଂଗ୍ରେସ ର କର୍ମକର୍ତ୍ତା ଓ ନେତୃତ୍ୱ ମଣ୍ଡଳୀ ଙ୍କ ସମୀକ୍ଷା ବୈଠକ ||   (18-Oct-2026)       ||      କହ୍ନେଇ ପୁର ଠାରେ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହାତ୍ସବ "ସୁରଭି -26`ଅନୁଷ୍ଠିତ |   (18-Oct-2026)       ||      ଖଲ୍ଲିକୋଟ ମାର୍ଦରାଜ ବଂଶର ପ୍ରତିଷ୍ଠିତ ଦେବୀ ମା ବହୁତି ଙ୍କ ପୀଠରେ ନବରାତ୍ରି ମହୋତ୍ସବ |   (18-Oct-2026)       ||      ଟ୍ରାଫିକ ସମସ୍ୟା ର ସମାଧାନ ପାଈଁ ପଦ୍ମପୁର ରେ ପୋଲିସ ଓ ଓକିଲ ସଙ୍ଘର ଆଲୋଚନା |   (18-Oct-2026)       ||      ରାୟଗଡା ଜିଲ୍ଲା 326ନଂ ଜାତୀୟ ରାଜପଥ ଗୁମ୍ମା ଘାଟିରେ ଭୟଙ୍କର ସଡ଼କ ଦୁର୍ଘଟଣା |   (17-Oct-2026)       ||      ଦୁର୍ଗାପୂଜା ପାଇଁ ଉତ୍ସବ ମୁଖର ଓ ଚଳ ଚଞ୍ଚଳ କଲ୍ୟାଣସିଂହ ପୁର ସହର |    (17-Oct-2026)       ||      ହିଞ୍ଜିଳି କଲେଜ ଗଣ୍ଡଗୋଳ କୁ ନେଇ ବିଜେଡିର ଥାନା ଆଗରେ ଧାରଣା ||   (17-Oct-2026)       ||      ସରସ୍ବତୀ ଶିଶୁମନ୍ଦିର ରେ ଅଭିଭାବକ ଓ ଅଭିଭାବିକା ଙ୍କ ବୈଠକ ଅନୁଷ୍ଠିତ |    (17-Oct-2026)       ||      କେଶପୁର ଠାରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -26 ଅନୁଷ୍ଠିତ ||   (16-Oct-2026)       ||      ହତ୍ୟା ମାମଲାରେ କୋଦଳା ଅତିରିକ୍ତ ଦୌରାଜଜ ଙ୍କ ଅଦାଲତ ରେ ଦୁଇ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ |    (16-Oct-2026)       ||      ଅଶାନ୍ତ ହିଞ୍ଜିଳି କଲେଜ କ୍ୟାମ୍ପସ, ଶପଥ ଗ୍ରହଣ ପୂର୍ବରୁ ଦୁଇଗୋଷ୍ଟି ଛାତ୍ର ମୁହାଁମୁହିଁ ||   (16-Oct-2026)       ||      10.754 କିଲୋ ଗଞ୍ଜେଇ ଜବତ ଘଟଣାରେ ତଦନ୍ତ କଲା କ୍ରାଇମ ବ୍ରାଞ୍ଚ    (16-Oct-2026)       ||     

ଏହିବର୍ଷ ବି ହୋଇ ପାରିଲାନି ଲିଙ୍ଗରାଜ ମହାପ୍ରଭୁଙ୍କ ହାଣ୍ଡିଭଙ୍ଗା ଜାତ |

25-Feb-2026

ପ୍ରଭୁ ଲିଙ୍ଗରାଜ ଙ୍କ ହୋଇପାରିଲାନି ହାଣ୍ଡିଭଙ୍ଗା ଯାତ, 

ଓଡିଶା ଜନ ମତ ବ୍ୟୁରୋ, 

ଦେଵଦେବ ମହାଦେବ ଯିଏକି ଆମ ଓଡ଼ିଶାର ରାଜଧାନୀ ର ପ୍ରମୁଖ ଦେବତା ଲିଙ୍ଗରାଜ ଠାକୁର ବର୍ଷେ ନୁହଁ ବାରବର୍ଷ ଗୋଟିଏ ଯୁଗ ୧୨ବର୍ଷ ହେଲା ଭାଙ୍ଗୁଛି ପରମ୍ପରା, ଓଳିଏ ଖାଡ଼ା ଉପାସ ରହିଲେ ଶ୍ରୀଲିଙ୍ଗରାଜ ମହାପ୍ରଭୁ | ଏବଂ ଚଳିତ ବର୍ଷ ମଧ୍ୟ ହୋଇପାରିଲା ନାହିଁ ହାଣ୍ଡିଭଙ୍ଗା ଯାତ। ସପ୍ତାହେ କାଳ ଉଭୟ ଶ୍ରୀଲିଙ୍ଗରାଜ ମନ୍ଦିର ଓ କପିଳେଶ୍ଵର ମନ୍ଦିରର ଟ୍ରଷ୍ଟବୋର୍ଡ ସହ ପ୍ରଶାସନିକ ବେଠକ ବାରମ୍ବାର ଅନୁଷ୍ଠିତ ହେବା ପରେ ବି ଏହି ପ୍ରାଚୀନ ପରମ୍ପରା ଓ ନୀତି ବନ୍ଦ ହୋଇଗଲା। କପିଳେଶ୍ଵରଙ୍କ ଖୁଣ୍ଟିଆ ସେବାୟତ ଓ ମଲିଆ ସେବାୟତଙ୍କ ମଧ୍ୟରେ ଲାଗିଥିବା ବିବାଦ ପାଇଁ ପୂର୍ବରୁ ୧୧ ବର୍ଷ ଧରି ଏହି ପରମ୍ପରା ବନ୍ଦ ରହିଥିଲା । ତେଣୁ ଚଳିତ ବର୍ଷ ଯେମିତି ହେଉ ଏହି ଦେବନୀତି ରକ୍ଷା କରିବାକୁ ସବୁ ମହଲରୁ ଘନଘନ ଉଦ୍ୟମ ଜାରି ରହିଥୁଲା ଏବଂ ପୁଣି ହାଣ୍ଡିଭଙ୍ଗା ଯାତ ହେବ ବୋଲି ଆଶା କରାଯାଉଥିଲା I ମାତ୍ର ଶେଷରେ ସବୁ ଉଦ୍ୟମ ବିଫଳ ହୋଇଛି। ପ୍ରଶାସନର ୭ ଦିନର କସରତ ଫସର ଫାଟିଯାଇଛି । ମହାପ୍ରଭୁ ଶ୍ରୀଲିଙ୍ଗରାଜ ଓ ପ୍ରଭୁ କପିଳେଶ୍ଵରଙ୍କ ଭେଟ ଆଳତି ହୋଇପାରିଲା ନାହିଁଏବଂ ଏଥିସହିତ ମହାପ୍ରଭୁ ଲିଙ୍ଗରାଜଙ୍କୁ ଓଳିଏ ଖାଡ଼ା ଉପାସ ରହିବାକୁ ପଡ଼ିଛି। ୭ଦିନ ହେଲା ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ, କପିଳେଶ୍ଵର ମନ୍ଦିର ଟ୍ରଷ୍ଟ ବୋର୍ଡ ଓ ଉଭୟ ମନ୍ଦିରର ପ୍ରଶାସନକୁ ନେଇ ଘନଘନ ବେଠକ ଅନୁଷ୍ଠିତ ହୋଇଥିଲା।କପିଳେଶ୍ଵରଙ୍କ ମଲିଆ ସେବାୟତ ଓ ଖୁଣ୍ଟିଆ ସେବାୟତଙ୍କ ବିବାଦ ଏକପ୍ରକାର ସମାଧାନ ହୋଇଥିଲା ବୋଲି କୁହାଯାଉଥିଲା। ତେଣୁ ଆଜି ସୁରୁଖୁରୁରେ ସବୁ ନୀତି ହେବ ବୋଲି ଆଶା କରାଯାଉଥିଲା । ମାତ୍ର ପ୍ରଶାସନର ଏହି ଉଦ୍ୟମ ଯେ ଏକ ତାଳିପକା ସମାଧାନ ଥିଲା ବୋଲି ଆଜି ଜଣାପଡ଼ିଲା। ଆଜି ସକାଳୁ କପିଳେଶ୍ଵର ମନ୍ଦିରରେ ଉଭୟ ଖୁଣ୍ଟିଆ ଓ ମଲିଆ ସେବାୟତମାନେ ପରମ୍ପରାଅନୁଯାୟୀ ନୀତି ଆରମ୍କ କରିଥିଲେ । ଖୁଣ୍ଟିଆ ସେବାୟତମାନେ ବିଷ୍ଣୁ ଓ ପରମ୍ପରା ଅନୁସାରେ ମଙ୍ଗଳ ଆଳତି, ସକାଳ ଧୂପ, ଠାକୁରାଣୀ ଧୂପ କରିଥିଲେ। ଏଥିରୁ ଜଣାପଡ଼ିଲା ଯେ ଏଥର ହାଣ୍ଡିଭଙ୍ଗା ଯାତ ହେବ। ମାତ୍ର ମଲିଆ ସେବାୟତମାନେ ସକାଳ ଧୂପ ପରେ ରୋଷଘରେ ଅନ୍ନ, ଡାଲି, ତରକାରୀ ଆଦି ରୋଷେଇ କରି ମହନ ମଣ୍ଡପରେ ରଖୁଲେ। କିନ୍ତୁ ଏହା ପରମ୍ପରାରେ ନଥୁଲା । ତେଣୁ ପୁଣି ପରମ୍ପରା ଭଙ୍ଗ ହେଲା ବୋଲି ଲିଙ୍ଗରାଜ ମନ୍ଦିର ର ସେବାୟତମାନେ ଦର୍ଶାଇଲେ । କପିଳେଶ୍ଵର ମନ୍ଦିରର ପରମ୍ପରା ଭଙ୍ଗ ହେବାରୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ଆଉ ନୀତି ଆଗଇପାରିନଥିଲା ଏବଂ ବଲ୍ଲଭ ନୀତିଠୁ ସମସ୍ତ
ନୀତି ବନ୍ଦ ରହିଲା । ସକାଳ ନୀତି ପରେ ଲିଙ୍ଗରାଜ ମନ୍ଦିରରେ ସାହାଣମେଲା ଦର୍ଶନ ହୋଇଥିଲା। ଏହାପରେ ବଲ୍ଲଭ ନୀତି ଓ ପରେପରେ ଠାକୁରଙ୍କ ଯାତ୍ରା ପୂଜା ବିଧୂ ସଂପନ୍ନ ହୋଇଥାନ୍ତା । ଯାତ୍ରା ପୂଜା ପରେ  ଲିଙ୍ଗରାଜ ମହାପ୍ରଭୁ କପିଳେଶ୍ଵର ମନ୍ଦିରକୁ ଯାତ୍ରା କରିଥାନ୍ତେ ଏବଂ ହାଣ୍ଡିଭଙ୍ଗା ଯାତ ବିଧୂରକ୍ଷ ହୋଇଥାନ୍ତା।। କିନ୍ତୁ କପିଳେଶ୍ଵର ମନ୍ଦିରରେ ପରମ୍ପରା ରକ୍ଷା ନ ହୋଇପାରିବା ରୁ ହାଣ୍ଡିଭଙ୍ଗୀ ଯାତ୍ରା ହୋଇପାରିଲା ନାହିଁ। ଏଣୁଶ୍ରୀଳିଙ୍ଗରାଜ ମନ୍ଦିରରେ ପାଳିଆ ସେବାୟତମାନେ ଆଉ ନୀତି କଲେନାହିଁ। 
କାରଣ ବିଷ୍ଣୁ ଓ ପରମ୍ପରା ଅନୁସାରେ ଆଜି ଲିଙ୍ଗରାଜ ମନ୍ଦିରରେ ସମସ୍ତ ସାନ୍ଧ୍ୟ ନୀତି ହୋଇଥିଲେ, ହାଣ୍ଡିଭଙ୍ଗୀ ଯତ ପରମ୍ପରା ରହିବ ନାହିଁ। ଏଣୁ ଆଜି ଲିଙ୍ଗରାଜଙ୍କ ସବୁ ସନ୍ଧ୍ୟ ନୀତି ବନ୍ଦ ରହିଲା ଏବଂ ଓ ଠାକୁର ଉପାସରେ ରହିଲେ । ୧୨ବର୍ଷ ହେଲା ଏହି ପ୍ରଥା ଚାଲିଥିବାରୁ ଲୋକମାନେ ପ୍ରଶାସନକୁ ଦାୟୀ କରିବା ସହ ତାଳିପକା ଉଦ୍ୟମକୁ କଟୁ ସମାଲୋଚନା କରିଛନ୍ତି | ଏହି ସମସ୍ୟର ସମାଧାନ କେବେ ହେବ ବୋଲି  ଜନ ସାଧାରଣ ଓଭକ୍ତ ମାନେ ଦାବି କରିଛନ୍ତି |

News Comment

You Might Also Like

BACK TO TOP