Breaking News

ରଣ ଝାଲୀ ରୋଡ଼ ନିକଟରେ ଅଟୋ ଧକ୍କାରେ ବାଇକ ଓ ସ୍କୁଟି ମୁହାଁମୁହିଁ ଧକ୍କା |   (19-Oct-2026)       ||      ତନ୍ତ୍ର ପୀଠ ଦକ୍ଷିଣ କାଳୀଙ୍କ ସରିଲା ଷୋଡଶ ଉପଚାର ପୂଜା ||   (19-Oct-2026)       ||      ଖଲ୍ଲିକୋଟ ବାଡ଼ ଯାତ୍ରାକୁ ପୁରିଲା 75 ବର୍ଷ, ଧୁମ, ଧାମ ରେ ପାଳନ ହେଉଛି ସାହି ଯାତ୍ରା |   (19-Oct-2026)       ||      ଝରକା ସଂରକ୍ଷିତ ଜଙ୍ଗଲରୁ ଶାଳ କାଠ ବୋଝେଇ ପିକପ ଭେନ ଜବତ, 3ଅଟକ ||   (19-Oct-2026)       ||      ଦୟାନିଧି ପୁର ଶାସନ ରେ ଥିବା କନକ ଦୁର୍ଗା ମହା ଗୌରୀ ବେଶ ରେ ଦର୍ଶନ ଦେଲେ |    (19-Oct-2026)       ||      ମା ତାରା ତାରିଣୀ ଙ୍କ ପୀଠରେ ସରିଲା ଷୋଡଶ ଦିନ ପୂଜା, ଆଜି ମହାକାଳୀ ବେଶରେ ଦର୍ଶନ ଦେବେ ମାଆ |   (19-Oct-2026)       ||      ତାରା ତାରିଣୀ ଙ୍କ ପୀଠରେ ଚାଲିଥିବା ଷୋଡଶ ଦିନାତ୍ମକ ପୂଜା ଶେଷ |    (19-Oct-2026)       ||      ନିଜ ଗାଁ କୁ ଫେରିଲା ମୃତ ଦେହ ଦାଦନ ଖଟିବାକୁ ଯାଇ ଶବ ହୋଈ ଫେରିଲେ |   (18-Oct-2026)       ||      ଖଲ୍ଲିକୋଟ ବ୍ଳକ କଂଗ୍ରେସ ର କର୍ମକର୍ତ୍ତା ଓ ନେତୃତ୍ୱ ମଣ୍ଡଳୀ ଙ୍କ ସମୀକ୍ଷା ବୈଠକ ||   (18-Oct-2026)       ||      କହ୍ନେଇ ପୁର ଠାରେ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହାତ୍ସବ "ସୁରଭି -26`ଅନୁଷ୍ଠିତ |   (18-Oct-2026)       ||      ଖଲ୍ଲିକୋଟ ମାର୍ଦରାଜ ବଂଶର ପ୍ରତିଷ୍ଠିତ ଦେବୀ ମା ବହୁତି ଙ୍କ ପୀଠରେ ନବରାତ୍ରି ମହୋତ୍ସବ |   (18-Oct-2026)       ||      ଟ୍ରାଫିକ ସମସ୍ୟା ର ସମାଧାନ ପାଈଁ ପଦ୍ମପୁର ରେ ପୋଲିସ ଓ ଓକିଲ ସଙ୍ଘର ଆଲୋଚନା |   (18-Oct-2026)       ||      ରାୟଗଡା ଜିଲ୍ଲା 326ନଂ ଜାତୀୟ ରାଜପଥ ଗୁମ୍ମା ଘାଟିରେ ଭୟଙ୍କର ସଡ଼କ ଦୁର୍ଘଟଣା |   (17-Oct-2026)       ||      ଦୁର୍ଗାପୂଜା ପାଇଁ ଉତ୍ସବ ମୁଖର ଓ ଚଳ ଚଞ୍ଚଳ କଲ୍ୟାଣସିଂହ ପୁର ସହର |    (17-Oct-2026)       ||      ହିଞ୍ଜିଳି କଲେଜ ଗଣ୍ଡଗୋଳ କୁ ନେଇ ବିଜେଡିର ଥାନା ଆଗରେ ଧାରଣା ||   (17-Oct-2026)       ||      ସରସ୍ବତୀ ଶିଶୁମନ୍ଦିର ରେ ଅଭିଭାବକ ଓ ଅଭିଭାବିକା ଙ୍କ ବୈଠକ ଅନୁଷ୍ଠିତ |    (17-Oct-2026)       ||      କେଶପୁର ଠାରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -26 ଅନୁଷ୍ଠିତ ||   (16-Oct-2026)       ||      ହତ୍ୟା ମାମଲାରେ କୋଦଳା ଅତିରିକ୍ତ ଦୌରାଜଜ ଙ୍କ ଅଦାଲତ ରେ ଦୁଇ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ |    (16-Oct-2026)       ||      ଅଶାନ୍ତ ହିଞ୍ଜିଳି କଲେଜ କ୍ୟାମ୍ପସ, ଶପଥ ଗ୍ରହଣ ପୂର୍ବରୁ ଦୁଇଗୋଷ୍ଟି ଛାତ୍ର ମୁହାଁମୁହିଁ ||   (16-Oct-2026)       ||      10.754 କିଲୋ ଗଞ୍ଜେଇ ଜବତ ଘଟଣାରେ ତଦନ୍ତ କଲା କ୍ରାଇମ ବ୍ରାଞ୍ଚ    (16-Oct-2026)       ||     

ନବ ବିବାହିତା ଓ ଅନ୍ତସତ୍ତ୍ୱ ଥିବା ମହିଳାଙ୍କୁ ଯୌତୁକ ପାଇଁ ହତ୍ୟା |

25-Feb-2026

ଅନ୍ତଃସତ୍ତ୍ୱା ନବବିବାହିତାମହିଳାଙ୍କୁ ଯୌତୁକ ପାଇଁ ହତ୍ୟା,

       ଓଡିଶା ଜନ ମତ ବ୍ୟୁରୋ,

ଜଣେ ନବ ବିବାହିତ ଓ ଅନ୍ତଃ ସତ୍ତ୍ଵ ଥିବାଜଣେ ମହିଳାଙ୍କୁ କିପରି ଶାଶୂଘର ଲୋକେ ତଣ୍ଟି ଚିପି ମାରିଛନ୍ତି ସେପରି ଏକ ଘଟଣା ଦେଖିବାକୁ ମିଳିଛି ଗାଙ୍ଗପୁର ଥାନା ଅନ୍ତର୍ଗତ ଗୁଣ୍ଠ ପଲବାଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜଣେ ଅନ୍ତଃସତ୍ତ୍ୱା ନବବିବାହିତାଙ୍କୁ ଯୌତୁକ ପାଇଁ ମାନସିକ ଓ ଶାରୀରିକ ନିର୍ଯାତନା ଦେଇ ତଣ୍ଟି ଚିପି ହତ୍ୟା କରାଯାଇଥିବା ନେଇ ଥାନାରେ ମୃତକ ଙ୍କ ଭାଇ ଅଭିଯୋଗ କରିଛନ୍ତି । ମୃତ ନବବିବାହିତା ଜଣକ ହେଉଛନ୍ତି ସୋରଡା ଥାନା ଭଗବାନପୁର ଗ୍ରାମର ସ୍ୱର୍ଗତ ଚିନ୍ତାମଣି ଗୌଡ଼ଙ୍କ ଝିଅ ରଶ୍ମିତା ଗୌଡ଼ (୨୪) ।ଅଭିଯୋଗ ଅନୁଯାୟୀ, ଗତ ୨୫ ଏପ୍ରିଲ ୨୦୨୫ ରିଖରେ ବୈଦିକ ରୀତିନୀତି ଅନୁଯାୟୀ ରଶ୍ମିତାଙ୍କ ବିବାହ ଗାଙ୍ଗପୁର ଥାନା ଗୁଣ୍ଠପଲବା ଗ୍ରାମର ପୁନିଆ ଗୌଡ଼ଙ୍କ ପୁଅ ଜିତେନ୍ଦ୍ର ଗୌଡ଼ଙ୍କ ସହ ହୋଇଥିଲା।ବିବାହର କିଛି ଦିନ ପରେ ଅଧିକ ଯୌତୁକ ଦାବି କରି ରଶ୍ମିତାଙ୍କୁ ଶ୍ୱଶୁରଘର ପକ୍ଷରୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି।ଆଜି ସକାଳ ପ୍ରାୟ ୯ଟା ସମୟରେ ରଶ୍ମିତାଙ୍କ ମୃତ୍ୟୁ ଘଟିଥିବା ବେଳେ, ତାଙ୍କୁ ତାଙ୍କ ସ୍ୱାମୀ ଜିତେନ୍ଦ୍ର ଗୌଡ଼, ଶ୍ୱଶୁର ପୁନିଆ ଗୌଡ଼ ଏବଂ ଶାଶୁ ସୁଷମା ଗୌଡ଼ ମିଶି ତଣ୍ଟି ଚିପି ହତ୍ୟା କରିଥିବା ନେଇ ରଶ୍ମିତାଙ୍କ ଭାଇ ଶିବାନନ୍ଦ ଗୌଡ଼ ଗାଙ୍ଗପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।ରଶ୍ମିତା ତିନି ମାସ ଅନ୍ତଃସତ୍ତ୍ୱା ଥିବା ଭାଇ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି ।ଏହି ଅଭିଯୋଗକୁ ଭିତ୍ତି କରି ଗାଙ୍ଗପୁର ଥାନାରେ ୮୬/୨୫ ନମ୍ବରରେ ଏକ ମାମଲା ରୁଜୁ କରାଯାଇଛି। ଭାରତୀୟ ନ୍ୟାୟ ସଂହିତା (BNS) ର ଧାରା ୮୫, ୮୦(୨), ୧୦୩(୧) ଓ ୩(୫) ଅନୁସାରେ ପୋଲିସ ତଦନ୍ତ କରୁଥିବା ନେଇ ଥାନାଧିକାରୀ ବନବିହାରୀ ପ୍ରଧାନ ସୂଚନା ଦେଇଛନ୍ତି । କିନ୍ତୁ ଅନ୍ୟପଟେ ରଶ୍ମିତାଙ୍କ ଶାଶୁଘର ଲୋକ କହିବା ପ୍ରକାରେ କୌଣସି କାରଣକୁ ନେଇ ରଶ୍ମିତା ଏବଂ ସ୍ୱାମୀ ଜିତେନ୍ଦ୍ରଙ୍କ ମଧ୍ୟରେ ଝଗଡ଼ା ସୂତ୍ରପାତ ହୋଇଥିଲା I ଏହି ଝଗଡ଼ା ଯୋଗୁଁ ରଶ୍ମିତା ଆତ୍ମହତ୍ୟା କରିଥିବା ନେଇ ଶାଶୁଘର ପରିବାର ତରଫରୁ କୁହାଯାଇଛି I ଏନେଇ ପୋଲିସ୍ ଘଟଣା ସମ୍ପର୍କରେ ଅଧିକ ତଦନ୍ତ କରୁଛି I ରଶ୍ମିତାର ଶବକୁ ପୋଲିସ  ଵେବଛେଦ ପାଇଁ ଭଞ୍ଜନଗର ପଠାଇଛି | ପୋଷ୍ଟ ମଟମ ରିପୋର୍ଟ ଆସିଲା ପରେ କିଏ ଶତ କହୁଛି ଏବଂ କିଏ ମିଛ କହୁଛି ତାହା ଜଣା ପଡିବ |

News Comment

You Might Also Like

BACK TO TOP