Breaking News

ଜାହାଜ ଆରେଷ୍ଟ ପାଇଁ ଓଡିଶା ହାଇକୋର୍ଟ ଙ୍କ ନିର୍ଦେଶ |   (08-Aug-2026)       ||      ବୃଦ୍ଧଙ୍କ ଗଳିତ ଶବ ଉଦ୍ଧାର କଲା ବୋଡେ଼ନ ଥାନା ପୋଲିସ |    (08-Aug-2026)       ||      ଅର୍ଦ୍ଧନିର୍ମିତ କୁଆଁରୀଆ ସେତୁ ଉପରେ ସର୍ବ ସାଧାରଣ ଯାତାୟତ ପାଇଁ ମନା କଲା ବ୍ଲକ ପ୍ରଶାସନ |   (08-Aug-2026)       ||      ନାରାୟଣୀ ମନ୍ଦିର କାଉଡିଆ ଛକ ନିକଟରେ ପୋଲିସ ଗାଡି ସହ ବାଇକ ମୁହାଁମୁହିଁ ଧକ୍କା    (08-Aug-2026)       ||      ପୋଲସରା ରେ ଜାତୀୟ କୃମି ନାଶକ ତାଲିମ ଶିବିର ଅନୁଷ୍ଠିତ |    (08-Aug-2026)       ||      ନାଚୁଣୀ ପୋଲିସ କୁ ବଡ଼ ସଫଳତା ,9, 250 ଗ୍ରାମ ଗଂଜେଇ ଜବତ ସହ ଜଣେ ଗିରଫ |   (08-Aug-2026)       ||      ପୋଲସରା କଲେଜରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ |    (08-Aug-2026)       ||      ପୋଲିସ ଗାଡି ଓ ବୁଲେଟ ମୁହାଁ ମୁହିଁ ଧକ୍କା ବୁଲେଟ ୠଦୁଇ ଓ ପୋଲିସ ର ଦୁଇ ଆହତ |   (08-Aug-2026)       ||      ସବୁ ବାଦ, ବିବାଦ ର ଅବସାନ ଘଟାଇ ବିଜୟ ଙ୍କ ବିରୋଧ ରେ ଦେଇଥିବା କୋର୍ଟ ମାମଲା କୁ ପତ୍ନୀ ସଂଗୀତାକଲେ ପ୍ରତ୍ୟାହାର |   (08-Aug-2026)       ||      ପିଏମ ଶ୍ରୀ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ କମିଟି ଓ ଅଭିଭାବକ ବୈଠକ |   (08-Aug-2026)       ||      ପିଏମ ଶ୍ରୀ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ କମିଟି ଓ ଅଭିଭାବକ ବୈଠକ ||   (08-Aug-2026)       ||      ନବମ ଶ୍ରେଣୀ ଛାତ୍ରୀ କୋମଳ ନାୟକ ଇଂରାଜୀ ରେ ରଚନା କଲେ ତିନିଗୋଟି ପୁସ୍ତକ |    (08-Aug-2026)       ||      କଲ୍ୟାଣ ସିଂହ ପୁର ବିଡ଼ିଓ ଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ବଜେଡି ର ଉପଜିଲ୍ଲାପାଳ ଙ୍କୁ ଅଭିଯୋଗ ପତ୍ର ପ୍ରଦାନ |    (08-Aug-2026)       ||      ବିଶ୍ୱରେ ଚିନି ଶଙ୍କଟ , ଦର ଆକାଶ ଛୁଆଁ |    (08-Aug-2026)       ||      ରାଜନୀତି ବିଭାଗ ପକ୍ଷରୁ ନୂତନ ଅଧକ୍ଷ ଙ୍କୁ ସମ୍ବର୍ଦ୍ଧନା |    (07-Aug-2026)       ||      ସାନଟେମାରି ସରକାରୀ ଉଚ୍ଚ ବିଦ୍ୟାଳୟ ରୁ ପିଲା ଚାଲିଯିବା ଉପରେ ଜିଲ୍ଲପାଳ ଙ୍କ କଡା ଆଭିମୁଖ୍ୟ |   (07-Aug-2026)       ||      ପୂର୍ବ ଶତ୍ରୁତା କୁ କେନ୍ଦ୍ରକରି ଯୁବକଙ୍କୁ ମରଣାନ୍ତକଆକ୍ରମଣ |    (07-Aug-2026)       ||      ବ୍ରହ୍ମପୁର ମହାନଗର ନିଗମ ଅଫିସ ଆଗରେ ବକେୟା ବିଲ ପାଇବା ଦାବିରେ ଠିକାଦାର ମାନଙ୍କ ଧାରଣା |   (07-Aug-2026)       ||      ମାଇକ୍ରୋ ଫାଇନାନ୍ସ କମ୍ପାନୀ ବିରୁଦ୍ଧରେ କ୍ଷତିଗ୍ରସ୍ତ ଜମାକାରୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର |   (07-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ ରେ ପାଦେରୀ ପଡା ଓ ଶୁଣ୍ଡରୁ ମିଲା ଦଳ ବିଜୟୀ |   (07-Aug-2026)       ||     

ଝିଣ୍ଟିକାବାଡ଼ି ବିଦ୍ୟାଳୟ ରେ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ |

01-Feb-2026

ଝିଣ୍ଟିକାବାଡ଼ି ବିଦ୍ୟାଳୟରେ ବିଦାୟକାଳୀନ ସମ୍ବର୍ଦ୍ଧନା,

ଓଡ଼ିଶା ଜନମତ,ପୋଲସରା,ସନ୍ତୋଷ କୁମାର ପଣ୍ଡା
 ତା.୦୧/୦୨/୨୦୨୬:- 

ପୋଲସରା ବ୍ଲକ୍ , ବର୍ତ୍ତିନୀ  ଗ୍ରାମ ପଞ୍ଚାୟତ  ଝିଣ୍ଟିକାବାଡ଼ି ବିଦ୍ୟାଳୟରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ  ଅନୁଷ୍ଠିତ ହୋଇଥିଲା। ଉକ୍ତ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୁବେର ବେହେରା  କାର୍ଯ୍ୟକ୍ରମରେ ସଭାପତିତ୍ଵ ଏବଂ ସହକାରୀ ଶିକ୍ଷକ ସନ୍ତୋଷ କୁମାର ଗୌଡ଼  ମଞ୍ଚ ପରିଚାଳନା କରିଥିଲେ।
ଏଥିରେ ମୁଖ୍ୟଅତିଥି ଭାବେ ସ୍ଥାନୀୟ  ମାଧବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କାମ୍ଫ ବାଢେଇ, ମୁଖ୍ୟ ବକ୍ତା ଭାବେ ବୁଢେଇଶୁଣି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନୀଳାଦ୍ରି ବିହାରୀ ମହାପାତ୍ର ଏବଂ ସମ୍ମାନିତ ଅତିଥି ଭାବେ ଏସ.ଏମ.ସି. ସଭାପତି ରାଜେନ୍ଦ୍ର ସାହୁ ବର୍ତ୍ତିନୀ ସି.ଆର.ସି.ସି ସୁନୀଳ କୁମାର ବେହେରା  ମା` ସିଂହାସନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସାନ ବରଗାଁର ପ୍ରଧାନ ଶିକ୍ଷକ ହିମାଂଶୁ ଶେଖର ପାଢ଼ୀ, କୁଆନନ୍ଦ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ସୁଲୋଚନା ମହାପାତ୍ର, ଅଙ୍ଗନୱାଡ଼ି କର୍ମୀ ପ୍ରତିମା ପରିଡ଼ା, ଝିଣ୍ଟିକାବାଡ଼ି ପ୍ରାଥମିକ ବିଦ୍ୟାଳୟ ଏସ.ଏମ.ସି. ସଭାନେତ୍ରୀ ରାଜଶ୍ରୀ ସାହୁ  ଗ୍ରାମ୍ୟ ମୁଖ୍ୟ ସଦସ୍ୟ ଦୁଃଶାସନ ମହାରଣା ଓ  ପୁରାତନ ଛାତ୍ର ସତ୍ୟନାରାୟଣ ଦାସଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗ ଦେଇଥିଲେ। ଦୀର୍ଘ ୩୬ ବର୍ଷ କାଳ ଶିକ୍ଷକତା କରି ସେବାନିବୃତ୍ତ ହୋଇଥିବା ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଭଗବାନ ପ୍ରଧାନଙ୍କ ସେବାକାର୍ଯ୍ୟର ଭୂରି ଭୂରି ପ୍ରଶଂସା କରାଯାଇ  ତାଙ୍କର ପରବର୍ତ୍ତୀ ଜୀବନ ନିରାମୟ ଓ ଆନନ୍ଦମୟ ସହିତ  ନିଷ୍କଣ୍ଟିତ  ଭାବେ ଅତିବାହିତ ହେବା ସକାଶେ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରାଯିବା ସହ  ଉତ୍ତରୀୟ, ପୁଷ୍ପଗୁଚ୍ଛ ଏବଂ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧନା ଦିଆଯାଇଥିବା ବେଳେ ପରିସର ସ୍ଥିତ ମାଧବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପକ୍ଷରୁ ମାନପତ୍ର ଏବଂ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏଥିସହ ସମ୍ବର୍ଦ୍ଧିତ ଶିକ୍ଷକଙ୍କୁ ଛାତ୍ରଛାତ୍ରୀ ଏବଂ ପୁରାତନ ଛାତ୍ରମାନେ ମଧ୍ୟ ସମ୍ବର୍ଦ୍ଧନା ଦେଇ ଭକ୍ତିଭାବ ନିଦର୍ଶନ ସ୍ୱରୂପ ଚରଣାର୍ଶିବାଦ ନେଉଥିବାର ଗୁରୁ ଏବଂ ଶିଷ୍ୟ ମଧ୍ୟରେ ରହିଥିବା ଅତୁଟ ସ୍ନେହ ଓ ସମ୍ପର୍କର ଭାବାବେଗ ଦୃଶ୍ୟ ଦେଖିବାକୁ ମିଳିଥିଲା। ପରେ ସମ୍ବର୍ଦ୍ଧିତ ଶିକ୍ଷକ ଶ୍ରୀଯୁକ୍ତ ପ୍ରଧାନ ଭାବବିହ୍ଵଳ ବାଷ୍ପରୁଦ୍ଧ କଣ୍ଠରେ ତାଙ୍କର ଦୀର୍ଘ କର୍ମମୟ ଜୀବନକାଳ ମଧ୍ୟରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ବନ୍ଧୁ ଏବଂ ପ୍ରିୟ ସ୍ନେହର ଛାତ୍ରଛାତ୍ରୀମାନଙ୍କ ଠାରୁ ମିଳିଥିବା ଅକୁଣ୍ଠ ସହଯୋଗ ଏବଂ ଅପାର ସ୍ନେହ ମମତା ମିଳିଥିବାକୁ ନେଇ ଏବଂ ଏହି ବିଦାୟ ସମ୍ବର୍ଦ୍ଧନା ଉତ୍ସବରେ ଉପସ୍ଥିତ ସମସ୍ତ ଗୁରୁ,ଗୁରୁମା, ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଦସ୍ୟ ଓ ସଦସ୍ୟା ବୃନ୍ଦ, ଗ୍ରାମବାସୀ, ଅଭିଭାବକ ମଣ୍ଡଳୀଙ୍କୁ ଆନ୍ତରିକ ଧନ୍ୟବାଦସହ କୃତଜ୍ଞତା ଜଣାଇଥିଲେ।ଏବଂ ସମସ୍ତ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟ ଉଜ୍ଵଳ କାମନା ପ୍ରଭୁଙ୍କ ନିକଟରେ କରିଥିଲେ। ପରିଶେଷରେ ବିଦାୟୀ ଶିକ୍ଷକଙ୍କ ଏବଂ ମୁଖ୍ୟଅତିଥି ଉଭୟଙ୍କ ଦ୍ଵାରା ଅନୁଷ୍ଠାନ ପରିସର ମଧ୍ୟରେ ବୃକ୍ଷ ରୋପଣ କରାଯାଇଥିଲା।ଶେଷରେ ଶିକ୍ଷକ ସନ୍ତୋଷ ଗୌଡ଼ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

News Comment

You Might Also Like

BACK TO TOP