Breaking News

ଛତ୍ରପୁର ବାଇ ପାସ ରେ ମର୍ମଦନ୍ତୁ ସଡ଼କ ଦୁର୍ଘଟଣା ରେ ଜଣେ ମୃତ ଜଣେ ଗୁରୁତର |    (01-Oct-2026)       ||      ଆଞ୍ଚଳିକ ସାଧନ ସ୍ତରୀୟ, ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |    (01-Oct-2026)       ||      ବନ୍ଦ ଘରେ ଯୁବତୀଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ |   (01-Oct-2026)       ||      ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||      ଖଲ୍ଲିକୋଟ ବ୍ଳକ ଆଗରେ ଅବସର ପ୍ରାପ୍ତ କର୍ମଚାରୀ ଙ୍କ 12ଦଫା ଦାବି ନେଇଗଣ ଧାରଣା |    (30-Sep-2026)       ||      ସିଟି ବସ ଧକ୍କା ଯୋଗୁଁ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ||   (30-Sep-2026)       ||      ବଡ଼ ବଜାର ପୋଲିସ ଦ୍ୱାରା ଡକାୟତ କରୁଥିବା ଉଦ୍ୟମ କୁ ପଣ୍ଡ କରିବା ଶହ ବହୁ ମାରଣାସ୍ତ୍ର ଜବତ ଏବଂ 5ଜଣ ଗିରଫ |    (30-Sep-2026)       ||      ତାରାତାରିଣୀ କଲେଜ ରେ ଚାପ ପରିଚାଳନା କର୍ମଶାଳା |    (29-Sep-2026)       ||      ତାରା ତାରିଣୀ ମହା ବିଦ୍ୟାଳୟ ପାଇଁ ସୁନାମ ଆଣିଲେ ଡ଼ଃ ସ୍ଵାଗତିକା ଦାଶ ଓ ସୌଭାଗ୍ୟ ଲକ୍ଷ୍ମୀ ରାଓ |   (29-Sep-2026)       ||      ବରଗଡ଼ ରେ ବିଶ୍ୱ ପର୍ଯ୍ୟଟନ ଦିବସ ରେ ସଫଳ ପ୍ରମୋ ରନ |   (29-Sep-2026)       ||      ପିସି ଓ ପିଏନଡିଟି ଆଇନ କଡାକଡ଼ି ଅନୁପାଳନ ନେଇ ଜିଲ୍ଲା ସ୍ତରୀୟ ବୈଠକ ||   (29-Sep-2026)       ||      ଗଞ୍ଜାମ ଜିଲ୍ଲା ପଶ୍ଚିମ କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ଓ ଦାବି ପତ୍ର ପ୍ରଦାନ ||   (29-Sep-2026)       ||     

ଜାହାଜ ଆରେଷ୍ଟ ପାଇଁ ଓଡିଶା ହାଇକୋର୍ଟ ଙ୍କ ନିର୍ଦେଶ |

08-Aug-2026

 ଓଡିଶା ରେ ବୋଧେ ପ୍ରଥମ, ଜାହାଜ ଆରେଷ୍ଟ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ | 

ଓଡିଶା ଜନ ମତ ବ୍ୟୁରୋ |

କୋର୍ଟ ଙ୍କ ନିର୍ଦେଶ କୁ କାଟିବାକୁ କାହାର ସାହସ ନାହିଁ | ତଳସ୍ତର ରୁ ଉପର ସ୍ତର ସୁପ୍ରିମ କୋର୍ଟ ପର୍ଯ୍ୟନ୍ତ | ତେବେ ତଳ କୋର୍ଟ ର ରାୟ କୁ ଅଭିଯୁକ୍ତ  ଉପର କୋର୍ଟ ଅର୍ଥାତ ସୁପ୍ରିମ କୋର୍ଟ ପର୍ଯ୍ୟନ୍ତ ଅପିଲ କରିପାରିବ | ତେବେ ଆମେ ଯେଉଁକଥା କହିବାକୁ ଯାଉଛୁ ଏପରି ଘଟଣା ବୋଧେ ଓଡିଶା ଇତିହାସରେ ପ୍ରଥମ ହୋଇ ଥାଇ ପାରେ | ଗୋଟିଏ ମାମଲା ର ଶୁଣାଣୀ କରି ଏକ ଜାହାଜକୁ ଆରେଷ୍ଟ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସାମୁଦ୍ରିକ ବିବାଦ ସଂପର୍କିତ ଏକ ମାମଲାର ଶୁଣାଣି କରି ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି। ବ୍ୟାବସାୟିକ ବିବା‌ଦକୁ ନେଇ ବୋଇଲରମ୍ୟାନ ଲିମିଟେଡ ପକ୍ଷରୁ ଦାୟର ଆବେଦନର ହାଇକୋର୍ଟ ଶୁଣାଣି କରି ପାରାଦୀପ ବନ୍ଦରରେ ଏମଟି ୟୁନିଟି (ଆଇଏମଓ ୯୩୮୮୭୯୨) ଜାହାଜକୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଭି.ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ଆବେଦନକାରୀ ସଂସ୍ଥାର ଅନ୍ତରୀଣ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟ ପକ୍ଷରେ ଏ ସଂକ୍ରାନ୍ତୀୟ ମୂଳ ସାମୁଦ୍ରିକ ବିବାଦ ମାମଲାରେ ପ୍ରତିପକ୍ଷ ଏମଟି ୟୁନିଟି (ଆଇଏମଓ ୯୩୮୮୭୯୨) ସମେତ ଅନ୍ୟ ପ୍ରତିପକ୍ଷଙ୍କୁ ହାଇକୋର୍ଟ ନୋଟିସ ଜାରି କରିଛନ୍ତି। ସେପ୍ଟେମ୍ବର ୧୦କୁ ମାମଲାର ପରବର୍ତ୍ତୀ ଶୁଣାଣି ଧାର୍ଯ୍ୟ କରାଯାଇଛି।
ଗିରଫ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ପ୍ରତିପକ୍ଷ ଜାହାଜଟି ଖୁବ ଶୀଘ୍ର ପାରାଦୀପ ବନ୍ଦର ଛାଡ଼ି ଚାଲିଯାଇ ପାରେ ବୋଲି ଆବେଦନକାରୀ ଦର୍ଶାଇଥିଲେ। ଯଦି ପାରାଦୀପ ବନ୍ଦରରୁ ଜାହାଜ ଅନ୍ୟତ୍ର ଚାଲିଯାଏ ତେବେ ଏହି ମାମଲା ଅପ୍ରାସଂଗିକ ହୋଇଯିବ ବୋଲି ଶୁଣାଣି ବେଳେ ସ୍ପଷ୍ଟ ‌ହୋଇଥିଲା। ଏହାପରେ ହାଇକୋର୍ଟ ଜାହାଜକୁ ପାରଦୀପ ବନ୍ଦରରେ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।ମାମଲାର ବିବରଣୀରୁ ପ୍ରକାଶ ଯେ୧୧୦,୧୬୮.୫୦ ଆମେରିକୀୟ ଡଲାର ଦାବି କରି ଜାହାଜ ଓ ଏହାର ମାଲିକଙ୍କ ବିରୋଧରେ ଆବେଦନକାରୀ ସଂସ୍ଥା ଏହି ମାମଲା ଦାୟର କରିଛି। ମୂଳ ସାମୁଦ୍ରିକ ବିବାଦ ମାମଲା ବିଚାରାଧୀନ ଥିବା ବେଳେ ଜାହାଜକୁ ଆରେଷ୍ଟ କରାଯାଉ ବୋଲି ଦର୍ଶାଇ ଆବେଦନକାରୀ ଅନ୍ତରୀଣ ଆବେଦନ ଦାୟର କରିଥିଲେ। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ କାଜଲ ସାହୁ ମାମଲା ପରିଚାଳନା କରୁଛନ୍ତି |

News Comment

You Might Also Like

BACK TO TOP