Breaking News

ପୁରୁଷୋତ୍ତମପୁର ବ୍ଲକରେ ବିଶ୍ୱ ନାଗରିକ ଦିବସ ପାଳିତ ||   (01-Oct-2026)       ||      72 ତମ ବନ୍ୟପ୍ରାଣୀ ସପ୍ତାହ --2026ପାଳିତ |   (01-Oct-2026)       ||      ଖଲ୍ଲିକୋଟ ରେ ବରିଷ୍ଟ ନାଗରିକ ଦିବସ ପାଳିତ |    (01-Oct-2026)       ||      ବଡ଼ ଡେଙ୍ଗନେଳି ନିକଟରେ ଭୁଶୁଡିଲା କଲଭର୍ଟ |   (01-Oct-2026)       ||      ତାରା ତାରିଣୀ ମନ୍ଦିର ପିଠରେ ମାଆଙ୍କ 16ଦିନ ପୂଜା ନେଇ ମନ୍ଦିର ପରି ଚାଳନା ବୈଠକ |    (01-Oct-2026)       ||      କୁମାରୀ ସ୍ଥିତ ସନ ସାଇନ ସ୍କୁଲ ରେ ହିନ୍ଦୀ ଦିବସ ପାଳିତ |   (01-Oct-2026)       ||      ପୁରୁଷୋତ୍ତମପୁର କନକା କ୍ଲଷ୍ଟର ର କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |    (01-Oct-2026)       ||      ଛତ୍ରପୁର ରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀତ ବରିଷ୍ଟ ନାଗରିକ ଦିବସ ପାଳିତ |   (01-Oct-2026)       ||      ଛତ୍ରପୁର ବାଇ ପାସ ରେ ମର୍ମଦନ୍ତୁ ସଡ଼କ ଦୁର୍ଘଟଣା ରେ ଜଣେ ମୃତ ଜଣେ ଗୁରୁତର |    (01-Oct-2026)       ||      ଆଞ୍ଚଳିକ ସାଧନ ସ୍ତରୀୟ, ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |    (01-Oct-2026)       ||      ବନ୍ଦ ଘରେ ଯୁବତୀଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ |   (01-Oct-2026)       ||      ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||     

ନୀଳାଦ୍ରି ବିଜେ କଲେ ତିନି ଠାକୁର | ରସଗୋଲା ଦେଈ ଲକ୍ଷ୍ମୀଙ୍କ ମାନ ଭଞ୍ଜନ କଲେ କଳା ଠାକୁର |

27-Jul-2026

ଆଜି ସରିଲା ଜଗନ୍ନାଥଙ୍କ  ଯାତ୍ରା ଏବଂ ନୀଳାଦ୍ରି ବିଜେ ନୀତିସମ୍ପର୍ଣ୍ଣ  |

ଓଡିଶା ଜନ ମତ ବ୍ୟୁରୋ,

 ତିନି ଠାକୁର ଙ୍କ ଦେହ ସୁସ୍ଥ ହେଲା ପରେ ବଡ଼ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରା ଙ୍କ ସୁଦର୍ଶନ ସହିତ ଦ୍ୱାଦଶ ଦିନ ଯାତ୍ରା କରି ମନକୁ ଟିକିଏ ପ୍ରଫୁଲ ରଖିବାକୁ ପରି ଭ୍ରମଣ ରେ ଠାକୁରାଣୀ ମହାଲକ୍ଷ୍ମୀ ଙ୍କୁ ଛାଡ଼ି  ଗୁଣ୍ଡିଚା ଘର ଜନ୍ମ ବେଦୀ କୁ ଚାଲି ଯାଇଥିଲେ | ଯିବାର ବହୁତ କାରଣ ଅଛି  | ଯେଉଁ ଗୁଣ୍ଡିଚା  ରାଣୀ ଓ ତାଙ୍କ ସ୍ୱାମୀ ଇନ୍ଦ୍ରଦୁମ୍ନ ରାଜା ଏହି ତିନି ଠାକୁର ଙ୍କ ସହ ସୁଦର୍ଶନ ଙ୍କ ଦାରୁବ୍ରହ୍ମ ବିଗ୍ରହ ତିଆରି ପରେ ଏହାଥିଲା ତାଙ୍କର ଜନ୍ମ ବେଦୀ  | ତେଣୁ ଗୁଣ୍ଡିଚା ରାଣୀ ଙ୍କ  ନାମ ଅନୁସାରେ ସେହି ଜନ୍ମ ବେଦିର ନାମ  ଗୁଣ୍ଡିଚା ମନ୍ଦିର କୁ  ଦେଖିବା ପାଇଁ ଯାଇଥାନ୍ତି | ଆଉ ଗୋଟିଏ ଅର୍ଥ ରେ ଯେତେବେଳେ ତ୍ରେତୟା ଯୁଗରେ ରାବଣ ଙ୍କୁ ମାରି ଭିବିଷଣ ଙ୍କୁ ରାଜକରି ଅଯୋଧ୍ୟା କୁ ଫେରିଥିଲେ ସେତେବେଳେ ଭିବିଷଣ କହିଥିଲେ ପ୍ରଭୁ ଏହିଯୁଗ ପରେ ଦ୍ୱାପର ଏବଂ ଯେତେବେଳେ କଳିଯୁଗ ଆସିବ  ସେତେବେଳେ ମୁଁତ ଏହି ଅସୁର ରୂପ ରେ ଆପଣଙ୍କ ପାଖକୁ ଯାଇ ପାରିବି ନାହିଁ ତେଣୁ ମୂଁ ମେଘ ରୂପରେ ଆପଣଙ୍କୁ ଦର୍ଶନ କରିବି  | ଶ୍ରୀରାମ ତାଙ୍କୁ ତଥାସ୍ତୁ କହିଥିଲେ | ଆଉ ଗୋଟିଏ ଅର୍ଥରେ  ସେ ହେଉଛନ୍ତି ପତିତପାବନ ଅର୍ଥ ପତିତ ଜନଙ୍କ ଙ୍କୁ ଉଦ୍ଧାର ପାଇଁ ମଧ୍ୟ ସେ ଏହି 12 ଦିନ ଯାତ୍ରା  କରୁଛନ୍ତି | ଜଗନ୍ନାଥ ମହାପ୍ରଭୁ ଯେତେବେଳେ ଗୁଣ୍ଡିଚା ମନ୍ଦିରରୁ ଦଶମୀ ଦିନ ଫେରି ଆସିନ୍ତି ଓ ମନ୍ଦିର ପାଖରେ ରଥରେ ରହି ବଡ଼ ଏକାଦସୀ ଉପବାଶ ଓ ସୁନାବେଶ କରି ତା ପରଦିନ ଅଧର ପଣା ସରିଲା ପରେଆଶରୀରୀ, ଚଣ୍ଡୀ ଚାମଣ୍ଡ ଏହି ପଣାକୁ ଗ୍ରହଣ କରନ୍ତି। ସାଧାରଣତଃ ଜଗନ୍ନାଥଙ୍କ ଯେକୌଣସି ପ୍ରସାଦ ଭକ୍ତମାନେ ପାଇଥାନ୍ତି, କିନ୍ତୁ ଅଧର ପଣା କେବଳ ଅଶରୀରୀଙ୍କ ପାଇଁ ଉଦ୍ଦିଷ୍ଟ ହୋଇଥିବାରୁ ଏହାକୁ ମାନବ ଶରୀରଧାରୀ ଭକ୍ତମାନଙ୍କୁ ଦିଆଯାଏ ନାହିଁ । ଜଗନ୍ନାଥ କେବଳ ମଣିଷ ନୁହନ୍ତି, ବରଂ ବ୍ରହ୍ମାଣ୍ଡର ସମସ୍ତ ଜୀବ, ଜନ୍ତୁ ଏବଂ ଅଦୃଶ୍ୟ ଆତ୍ମାଙ୍କର ମଧ୍ୟ ନାଥ। ସିଏ ସମସ୍ତଙ୍କ ଉଦ୍ଧାରକର୍ତ୍ତା। ଅଧର ପଣା  ନୀତି ସମ୍ପନ୍ନ ପରେ ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ପାଇଁ ପଥ ପ୍ରଶସ୍ତ ହୋଇଥାଏନୀଳାଦ୍ରିବିଜେ ହେଉଛି ବିଶ୍ବପ୍ରସିଦ୍ଧ ପୁରୀ ରଥଯାତ୍ରାର ଅନ୍ତିମ ପର୍ବ । ଏହି ଦିନ ଚତୁଦ୍ଧାମୂର୍ତି - ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଶ୍ରୀସୁଦର୍ଶନ ରଥରୁ ଓହ୍ଲାଇ ଶ୍ରୀମନ୍ଦିରର ରନ୍‌ସିଂହାସନକୁ ବିଜେ କରନ୍ତି। ହିନ୍ଦୁ ଚନ୍ଦ୍ର କାଲେଣ୍ଡର ଅନୁଯାୟୀ ଆଷାଢ଼ ଶୁକ୍ଳପକ୍ଷ ତ୍ରୟୋଦଶୀତିଥିରେ ଏହି ଅନୁଷ୍ଠାନ ଆୟୋଜିତ ହୋଇଥାଏ। ରଥରୁ ଓହ୍ଲାଇବା ପୂର୍ବରୁ ଚତୁଦ୍ଧା ମୂର୍ତି ଙ୍କର ଦୈନନ୍ଦିନ ନୀତି, ମଙ୍ଗଳ ଆଳତି, ମଧ୍ୟାହ୍ନ ଧୂପ ଏବଂ ଚନ୍ଦନ ଲାଗି ଆଦି ରଥ ଉପରେ ହିଁ ସମ୍ପନ୍ନ ହୋଇଥାଏ। ଏସମସ୍ତ ରୀତିନୀତି ଉପରାନ୍ତେ ସନ୍ଧ୍ୟା ସମୟରେ ମହାପ୍ରଭୁଙ୍କ ପହଣ୍ଡି ହୋଇଥାଏ। ଶ୍ରୀମନ୍ଦିରରୁ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ବାହାରକୁ ବାହାରିବା ବେଳେ ପ୍ରଭୁଙ୍କ ଧାଡ଼ି ପହଣ୍ଡି ହୁଏ । କିନ୍ତୁ ନୀଳାଦ୍ରି ବିଜେ ବେଳେ ଗୋଟି ପହଣ୍ଡି ମାଧ୍ୟମରେ ମହାପ୍ରଭୁମାନେ ରଥରୁ ଓହ୍ଲାଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରନ୍ତି। ବଡ଼ ଭାଇ ବଲଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କୁ ଶ୍ରୀମନ୍ଦିର ପ୍ରବେଶ ଅନୁମତି ମିଳିଯାଏ। ହେରା ପଞ୍ଚମୀ ଦିନ ପ୍ରଭୁ ଜଗନ୍ନାଥ ଦୁଇ ତିନି ଦିନ ଭିତରେ ବଡ଼ଦେଉଳ ପ୍ରତ୍ୟାବର୍ତ୍ତନର ପ୍ରତିଶ୍ରୁତି ତାଙ୍କ ଧର୍ମପନ୍ଥୀ ମାଁ ମହାଲକ୍ଷ୍ମୀଙ୍କୁ ଶ୍ରୀଗୁଣ୍ଡିଚା ମନ୍ଦିର ନିଜ ମାଉସୀ ମାଁ ଘରେ ଦେଇଥିଲେ । କିନ୍ତୁତାଙ୍କର ବିଳମ୍ବ ହୋଇ ଥିଲା । ଯଥାସମୟରେ ସେ ଘରବାହୁଡ଼ା କରିପାରି ନଥିଲେ । ମହାପ୍ରଭୁ ମହାଲକ୍ଷ୍ମୀଙ୍କୁ ଶ୍ରୀମନ୍ଦିରରେ ଏକାକି ଛାଡି ଯାଇଥିବାରୁ ସେ ଅଭିମାନ କରିଥିଲେ। କ୍ରୋଧ ବଶତଃ ନନ୍ଦିଘୋଷ ରଥ ଅଳ୍ପ ଟିକେ ଭାଙ୍ଗି ଦେଇଥିଲେ । ମହାପ୍ରଭୁ ତାଙ୍କର ପ୍ରତିଶ୍ରୁତି ରକ୍ଷା କରି ଠିକ ସମୟରେ ମନ୍ଦିର ନ ଫେରିବାରୁ ତାଙ୍କ ଅଭିମାନ ବଢ଼ିଯାଇଥିଲା। ତେଣୁ ସେ ଜଗନ୍ନାଥଙ୍କୁ ମନ୍ଦିର ଭିତରକୁ ପ୍ରବେଶ ଅନୁମତି ଦେଲେନାହିଁ । ବାଟ ଓଗାଳି ବସିଗଲେ । ଏହି ମାନବୀୟ ଲୀଳାର ସଙ୍କେତ ସରୂପ ମାଁ ଲକ୍ଷ୍ମୀଙ୍କ ସେବକମାନେ ପ୍ରଭୁ ଜଗନ୍ନାଥଙ୍କ ବାଟ ଓଗାଳାନ୍ତି । ଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ମହାପ୍ର ଭୁ ଜଗନ୍ନାଥ ତାଙ୍କୁ ରସଗୋଲା ଖାଇବାକୁ ଦେବା ପରେ ତାଙ୍କୁ ନ ନୀଳାଦ୍ରି ବିଜେ ପାଇଁ ଅନୁମତି ମିଳେ। ମାତା ଲକ୍ଷ୍ମୀଙ୍କ ମାନ ଭଞ୍ଜନ ହୁଏ । ରଥଯାତ୍ରା ଯାତ୍ରାରେ ପ୍ରଭୁ ଜଗନ୍ନାଥ ସବାଶେଷରେ ମନ୍ଦିରରୁ ବାହାରନ୍ତି ଓ ନୀଳାଦ୍ରି ବେଜରେ ଶେଷରେ ମନ୍ଦିର ପ୍ରବେଶ କରନ୍ତି ମଧ୍ଯ ସବା ଶେଷ ଯାହା ତାଙ୍କ ବଳ ବଳିଷ୍ଠ ନେତୃତୃଓ ଉତ୍ତମ ଅଭିଭାବକତ୍ବର ପରିଚୟ ପ୍ରଦାନ କରିଥାଏ। ପ୍ରଭୁଙ୍କ ବାର୍ଷିକ ନୀଳାଦ୍ରି ବିଜେ ସହିତ ମହାପ୍ରଭୁରଥଯାତ୍ରା ଉତ୍ସବ ସମାପିତ ହୋଇଥାଏ। ଅଗଣିତ ଭକ୍ତ ଆଗାମୀ ବର୍ଷର ରଥଯାତ୍ରା ପାଇଁ ଅପେକ୍ଷା କରି ରୁହନ୍ତି ।ବିଶ୍ଵପ୍ରସିଦ୍ଧ ପୁରୀ ରଥଯାତ୍ରା ଆମକୁ ଅନେକ ସନ୍ଦେଶ ଦେଇଥାଏ। କଳି ଯୁଗରେ ଭଗବାନ ଜଗନ୍ନାଥ  ରୂପରେ ମାନବ ଲୀଳା କରନ୍ତି  ବୋଲି ଚର୍ଚ୍ଚା ହୁଏ । ଭଗବାନ କେବଳ ଭିତରେ ସୀମିତ ନୁହନ୍ତି, ବରଂ ମନ୍ଦିର ଛାଡି ନିଜ ଭକ୍ତଙ୍କ ନିକଟକୁ ସିଏ ସୟଂ ଆସନ୍ତି । ଗର୍ଭଗୃହ ରତ୍ନ ବେଦୀରୁ ବାହାରି ଭଗବାନ ଯେତବଳେ ସର୍ବସାଧାରଣ ନିକଟକୁ ପାଖକୁ  ଆସନ୍ତି, ସେତବଳେ କେହି ଏହି କଥା ଭାବିନଥାନ୍ତି। ପ୍ରତ୍ୟେକ ବ୍ୟକ୍ତିକୁ ଦର୍ଶନର ସାମାନ ଅବସର ମିଳିଥାଏ  | ତୁମେ ମୋର ଓ ମୁଁ ତମ ଭିତରେ ଅଛି। ଭଗବାନଙ୍କ ପୂଜା ପାଇଁ ସର୍ବଦା କଠିନ ସାଧନା ଜରୁରି ନୁହଁ, ବରଂ ସେ ସୟଂ ତାଙ୍କ ଭକ୍ତଙ୍କ ନିକଟକୁ ପହଞ୍ଚି ବାର ମାର୍ଗ ଖୋଜି ନିଅନ୍ତି । ଭକ୍ତ ମଧ୍ଯ ମନ୍ଦିରର ଚାରିକାନ୍ଥ ପର୍ଯ୍ୟନ୍ତ ସୀମିତ ନୁହଁ । ଆତ୍ମାର ସମ୍ବନ୍ଧ ସବୁଠୁ ବଡ଼ । ରଥଯାତ୍ରା ମାଧ୍ଯମ ଭଗବାନ ମାନବ ‌ ସମାଜକୁ ଏହି ସନ୍ଦେଶ ଦିଅନ୍ତି । ଏସମସ୍ତ ପ୍ରସିଦ୍ଧ ଏବଂ ପାବନ ରଥଯାତ୍ରାର ମୂଳ ଆଧାର।  ରଥଯାତ୍ରାକୁ ଘୋଷଯାତ୍ରା, ଗୁଣ୍ଡିଚା ଯାତ୍ରା, ନବଦିନାତ୍ମ ଯାତ୍ରା, ପୁରୁଷୋତ୍ତମ ଯାତ୍ରା ଏବଂ ଦଶାବତାର ଯାତ୍ରା ମଧ୍ୟ କୁହାଯାଇଥାଏ ।

News Comment

You Might Also Like

BACK TO TOP