Breaking
News
Breaking
News
19-Sep-2026
ସିଦ୍ଧ ଗୋରକ୍ଷନାଥ ମନ୍ଦିରର ପଞ୍ଚମ ବାର୍ଷିକ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ l
ଓଡିଶା ଜନମତ, ଭୁବନେଶ୍ୱର,
ଜ୍ୟୋତିରଞ୍ଜନ ପଟ୍ଟନାୟକ :----
ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ମଟୋରି ଠାରେ ଥିବା ସିଦ୍ଧ ଗୋରକ୍ଷ ନାଥ ମନ୍ଦିର ତାର ପଞ୍ଚମ ବାର୍ଷିକ ପ୍ରତିଷ୍ଠା ଉତ୍ସବ ବେଶ ଆନନ୍ଦ ଉଲ୍ଲାସରେ ପାଳିତ କରିଛି l ଏହି କାର୍ଯ୍ୟକ୍ରମ କୁ ବହୁ ଦୂର ଦୁରାନ୍ତରୁ ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁ ମାନେ ଆସି ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମ ଟି ମନ୍ଦିର ପରିଚାଳନା କମିଟି
ସଭାପତି ନୀଳମଣି ମହାପାତ୍ର ଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ବହୁ ସିଦ୍ଧ ପରିବାର ମହିଳା ଓ ପୁରୁଷ ସହଯୋଗ କରିଥିଲେ l ମନ୍ଦିର କମିଟି ସଦଶ୍ୟ ମାନଙ୍କ ଶ୍ରଦ୍ଧା, ଭକ୍ତି କାର୍ଯ୍ୟକ୍ରମ କୁ ଯେତିକି ସୁନ୍ଦର କରିପାରିଥିଲା ସେତିକି ଶୃଙ୍ଖଳିତ ଭାବେ ବି ହୋଇଥିଲା l ଏହି ଉତ୍ସବକୁ ବିଭିନ୍ନ ଜିଲ୍ଲାରୁ ଅନେକ ସିଦ୍ଧ ପରିବାର ନିଜ ଖର୍ଚରେ ଗାଡ଼ି କରି ଆସି ପହଂଚି ନିଜ ନିଜର ସ୍ମୃତି ସବୁ ବଖାଣି ଥିଲେ l ଏହି କାର୍ଯ୍ୟକ୍ରମ କୁ ମୁଖ୍ୟ ଅତିଥି ଭାବେ ପ୍ରଫେସର ପ୍ରଫୁଲ କୁମାର ମିଶ୍ର ଯୋଗଦେଇ ସିଦ୍ଧ ପରିବାର ଜନ୍ମଦାତା ସିଦ୍ଧ ସ୍ୱାମୀ ହରଦାସ ଜି ଙ୍କ ସ୍ମୃତିଚାରଣ କରିବା ସହ ତାଙ୍କ କୀର୍ତ୍ତିମାନ ଉପରେ ଉପସ୍ଥିତ ଭକ୍ତ ମାନଙ୍କୁ ବୁଝାଇଥିଲେ l ତାଙ୍କର ଉପସ୍ଥିତ ବୁଦ୍ଧି ଯୋଗୁ ଆଜି ଆମେ ଆସି ତାଙ୍କ ସ୍ମୃତି ଚାରଣା କରି ମନ୍ଦିର ଖଣ୍ଡେ କରିପାରିଛେ, ତେଣୁ ତାଙ୍କ ବାଟ ଦେଇ ଆମକୁ ଯିବାକୁ ପଡିବ ବୋଲି ସେ କହିଥିଲେ l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ସ୍ବର୍ଗତ ପ୍ରଦୀପ ମହାରଥୀ ଙ୍କ ଧର୍ମପତ୍ନୀ ତଥା ଅବସରପ୍ରାପ୍ତ କଲେଜ ଅଧକ୍ଷା ଡାକ୍ତର ପ୍ରତିଭା ମହାରଥୀ ଯୋଗଦେଇ ହରଦାସ ଜି ଙ୍କ ବିଭିନ୍ନ ରୋଗ ଉପଚାର ସମ୍ପକରେ କହିଥିଲେ ଓ ସେଥିରୁ ମୁକ୍ତି ପାଇଁ ସମସ୍ତେ ଧ୍ୟାନ ଦେବାକୁ କହିଥିଲେ l ଏହି କାର୍ଯ୍ୟକ୍ରମ ରେ ସିଦ୍ଧ ପରିବାର ର ବହୁ ଭକ୍ତ ଯଥା ସୌଭାଗିନୀ ମହାପାତ୍ର, ସନ୍ଧ୍ୟାରାଣୀ ସାହୁ, ଚନ୍ଦ୍ରକଳା ଘଡେଇ, ବିଜୟ ଲଷ୍ମୀ ସାହୁ, ପୁଷ୍ପରେଣୁ ପଣ୍ଡା, ମମତା ପାଢ଼ୀ, କଳ୍ପନା ଜେନା, ଶୁଭ ସ୍ମିତା ସାହୁ, ଗୋବର୍ଧନ ପାଢ଼ୀ, ଧର୍ମାନନ୍ଦ ପୃଷ୍ଟି ଓ ମୁରଲୀଧର ପରିଡା ପ୍ରମୁଖ ସହଯୋଗ କରିବା ସହିତ ଭକ୍ତ ମାନଙ୍କ ପ୍ରତି ଅକୁଣ୍ଠ ସ୍ନେହ, ସୁଭେତ୍ସା ଜଣାଇଥିଲେ l ସମସ୍ତ କାର୍ଯ୍ୟକ୍ରମ ଶେଷ ପରେ ଭକ୍ତ ମାନଙ୍କୁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇ ଥିଲା l
BACK TO TOP