Breaking News

ପୁରୁଷୋତ୍ତମପୁର ବ୍ଲକରେ ବିଶ୍ୱ ନାଗରିକ ଦିବସ ପାଳିତ ||   (01-Oct-2026)       ||      72 ତମ ବନ୍ୟପ୍ରାଣୀ ସପ୍ତାହ --2026ପାଳିତ |   (01-Oct-2026)       ||      ଖଲ୍ଲିକୋଟ ରେ ବରିଷ୍ଟ ନାଗରିକ ଦିବସ ପାଳିତ |    (01-Oct-2026)       ||      ବଡ଼ ଡେଙ୍ଗନେଳି ନିକଟରେ ଭୁଶୁଡିଲା କଲଭର୍ଟ |   (01-Oct-2026)       ||      ତାରା ତାରିଣୀ ମନ୍ଦିର ପିଠରେ ମାଆଙ୍କ 16ଦିନ ପୂଜା ନେଇ ମନ୍ଦିର ପରି ଚାଳନା ବୈଠକ |    (01-Oct-2026)       ||      କୁମାରୀ ସ୍ଥିତ ସନ ସାଇନ ସ୍କୁଲ ରେ ହିନ୍ଦୀ ଦିବସ ପାଳିତ |   (01-Oct-2026)       ||      ପୁରୁଷୋତ୍ତମପୁର କନକା କ୍ଲଷ୍ଟର ର କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |    (01-Oct-2026)       ||      ଛତ୍ରପୁର ରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀତ ବରିଷ୍ଟ ନାଗରିକ ଦିବସ ପାଳିତ |   (01-Oct-2026)       ||      ଛତ୍ରପୁର ବାଇ ପାସ ରେ ମର୍ମଦନ୍ତୁ ସଡ଼କ ଦୁର୍ଘଟଣା ରେ ଜଣେ ମୃତ ଜଣେ ଗୁରୁତର |    (01-Oct-2026)       ||      ଆଞ୍ଚଳିକ ସାଧନ ସ୍ତରୀୟ, ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |    (01-Oct-2026)       ||      ବନ୍ଦ ଘରେ ଯୁବତୀଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ |   (01-Oct-2026)       ||      ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||     

ୟୁନିଫର୍ମ ପିନ୍ଧି ଗାଡି ଯାଞ୍ଚ କରୁଥିବା ନକଲି ଏମଭି ଆଇ ଗିରଫ ||

19-Sep-2026

 ନକଲି ଏମ୍‌ଭିଆଇ ଅଧିକାରୀ ଗିରଫ

|
( ୟୁନିଫର୍ମ ପିନ୍ଧି ଯାଞ୍ଚ ନାଁରେ ଠକେଇ, ବିବାହ ପ୍ରତିଶ୍ରୁତି ଦେଇ ମହିଳାଙ୍କୁ ଆର୍ଥିକ ଓ ଯୌନ ଶୋଷଣ ଅଭିଯୋଗ | 

ଓଡିଶା ଜନମତ,ବାଲିଗୁଡ଼ା, ୧୯/୦୯,

ସଞ୍ଜୟ କୁମାର ପାଣିଗ୍ରାହୀ:--- 

 ନିଜକୁ ଆର୍‌ଟିଓ ବିଭାଗର ମୋଟର ଯାନ ନିରୀକ୍ଷକ (ଏମ୍‌ଭିଆଇ) ଭାବେ ପରିଚୟ ଦେଇ ଲୋକଙ୍କୁ ଠକେଇବା ଅଭିଯୋଗରେ ସାରଙ୍ଗଡ଼ ଥାନା ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକ ଧର୍ମେନ୍ଦ୍ର କୁମାର ବେହେରା ଓରଫ ନିଖିଲ କୁମାର ପଟ୍ଟନାୟକ (୩୦) ବୋଲି ପୁଲିସ ପକ୍ଷରୁ ପ୍ରକାଶିତ ପ୍ରେସ୍‌ ନୋଟ୍‌ରେ କୁହାଯାଇଛି। ସାରଙ୍ଗଡ଼ ଥାନା କେସ୍‌ ନଂ-୧୩୨, ତା. ୧୭.୦୯.୨୦୨୬ରେ ବିଏନ୍‌ଏସ୍‌ର ଧାରା ୩୧୮(୪)/୩୧୯(୨) ଅନୁଯାୟୀ ମାମଲା ରୁଜୁ ହୋଇଥିବା ପୁଲିସ ସୂଚନା ଦେଇଛି। ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତ ନିଜକୁ ନିୟମିତ ସରକାରୀ ଚାକିରିରେ ଥିବା ଏମ୍‌ଭିଆଇ ଅଧିକାରୀ ଭାବେ ପରିଚୟ ଦେଇ ଜଣେ ମହିଳାଙ୍କ ବିଶ୍ୱାସ ହାସଲ କରିଥିଲା। ବିବାହ ପ୍ରସ୍ତାବ ଦେବା ସହ ନିଜ ପ୍ରଭାବ ବ୍ୟବହାର କରି ତାଙ୍କୁ ସରକାରୀ ଚାକିରି କରାଇଦେବାର ପ୍ରତିଶ୍ରୁତି ଦେଇଥିବା ପୁଲିସ କହିଛି। ଏହି ପ୍ରତିଶ୍ରୁତିରେ ବିଶ୍ୱାସ କରି ଅଭିଯୋଗକାରୀ ଅଭିଯୁକ୍ତଙ୍କୁ ବିଭିନ୍ନ କିସ୍ତିରେ ମୋଟ ୭ ଲକ୍ଷ ୧୮ ହଜାର ୮୫୧ ଟଙ୍କା ଦେଇଥିବା ଅଭିଯୋଗ ହୋଇଛି। ଟଙ୍କା ଫେରସ୍ତ ମାଗିବା ପରେ ଅଭିଯୁକ୍ତ ମୋବାଇଲ୍‌ ଫୋନ୍‌ ବନ୍ଦ କରି ଦେଇଥିବା ପୁଲିସ ପ୍ରକାଶ କରିଛି । ପୁଲିସର ସୂଚନା ଅନୁଯାୟୀ, ଅଭିଯୁକ୍ତଙ୍କ ନିକଟରୁ **ଓଏମ୍‌ଭିଡି ୟୁନିଫର୍ମ, ନାମଫଳକ, ପୁଲିସ୍‌ ରେନ୍‌କୋଟ୍‌, ଏମ୍‌ଭିଆଇଙ୍କ ଗାଡ଼ି ଭଳି ଦେଖାଯାଉଥିବା କମଳା ରଙ୍ଗର ଲାଇଟ୍‌ ଲାଗିଥିବା ମାରୁତି ଏର୍ଟିଗା, ଅନ୍ୟ ଏକ ମାରୁତି ଆଲ୍ଟୋ କାର୍‌, ଦୁଇଟି ନାମଫଳକ, ୟୁନିଫର୍ମ ପିନ୍ଧିଥିବା ଫଟୋ, ମୋବାଇଲ୍‌ ଫୋନ୍‌, ବ୍ୟାଙ୍କ ପାସ୍‌ବୁକ୍‌, ଆଧାର କାର୍ଡ ଓ ଶିକ୍ଷାଗତ ପ୍ରମାଣପତ୍ର ଜବତ କରାଯାଇଛି। ପୁଲିସ ଆହୁରି ଦାବି କରିଛି ଯେ, ଅଭିଯୁକ୍ତ ଏହି ନକଲି ପରିଚୟରେ କନ୍ଧମାଳ ଓ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅନଧିକୃତ ଭାବେ ଗାଡ଼ି ଯାଞ୍ଚ କରୁଥିଲା। ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ଯାଇ ନିଜକୁ ସରକାରୀ ଅଧିକାରୀ ଭାବେ ପରିଚୟ ଦେଇ ଲୋକଙ୍କୁ ପ୍ରଭାବିତ କରୁଥିବା ମଧ୍ୟ ତଦନ୍ତରୁ ଜଣାପଡ଼ିଥିବା  କୁହାଯାଇଛି। ଏଥିସହ ଅଭିଯୁକ୍ତ ଏକାଧିକ ମହିଳାଙ୍କୁ ବିବାହ ପ୍ରସ୍ତାବ ଦେଇ ମିଥ୍ୟା ପ୍ରତିଶ୍ରୁତି ଜରିଆରେ ଆର୍ଥିକ ଓ ଯୌନ ଶୋଷଣ କରିଥିବା ନେଇ ପୁଲିସ ତଦନ୍ତ କରୁଛି। ଏହି ଘଟଣାରେ ଆଉ କେତେଜଣ ଠକେଇର ଶିକାର ହୋଇଛନ୍ତି ଏବଂ ଅଭିଯୁକ୍ତ ସହ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ତଦନ୍ତ ଜାରି ରହିଛି। ଗିରଫ ଅଭିଯୁକ୍ତଙ୍କୁ ବାଲିଗୁଡ଼ା ଏସ୍‌ଡିଜେଏମ୍‌ ଅଦାଲତକୁ ଚାଲାଣ କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି।

News Comment

You Might Also Like

BACK TO TOP