Breaking
News
Breaking
News
19-Sep-2026
ବେଗୁନିଆପଡା କାଣ୍ଟା ବାଳିକା ବିଦ୍ୟାଳୟ ଠାରେ "ସଂସ୍କୃତ ଦିବସ" ପାଳିତ l
ଓଡିଶା ଜନମତ, ବେଗୁନିଆପଡା :19/09/26 :
ଭଞ୍ଜ କିଶୋର ମହାରଣା l
ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ସ୍ଥିତ କlଣ୍ଟା ବାଳିକା ବିଦ୍ୟାଳୟଠାରେ ଉତ୍କଳ ସଂସ୍କୃତ ଶିକ୍ଷକ ସଂଘ ବେଗୁନିଆପଡା ବ୍ଲକ ତରଫରୁ "ସଂସ୍କୃତ ଦିବସ ଉତ୍ସବ "ପାଳନ କରାଯାଇଛି l ଉକ୍ତ ଉତ୍ସବରେ ଉତ୍କଳ ସଂସ୍କୃତ ଶିକ୍ଷକ ସଂଘର ପ୍ରାନ୍ତ କାର୍ଯ୍ୟକାରିଣୀ ସଦସ୍ୟ ମାନନୀୟ ଶ୍ରୀଯୁକ୍ତ ଲମ୍ବୋଦର ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଂସ୍କୃତ ସାହିତ୍ୟର ବିଶ୍ୱକୁ ଅତୁଳନୀୟ ଅବଦାନ ଓ ସଂଘ ଦ୍ୱାରା ସଂସ୍କୃତ ଶିକ୍ଷକଙ୍କ ସମସ୍ୟା ସମାଧାନ ଉପରେ ବକ୍ତବ୍ୟ ରଖିଥିଲେ l ସଂସ୍କୃତ ଭାଷା ସାହିତ୍ୟ କୁ ଭଲ ପାଉଥିବା ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରଦୀପ କୁମାର ଶତପଥୀ ସମ୍ମାନିତ ଅତିଥି ଭାବେ ନିଜ ବକ୍ତବ୍ୟରେ ଭାରତୀୟ ଭାଷା ସାହିତ୍ୟ ଅଭିବୃଦ୍ଧିରେ ସଂସ୍କୃତ ଭାଷାର ଅବଦାନ ଉପରେ ଆଲୋକପlତ କରିଥିଲେ l ବ୍ଲକ ସଭାପତି ଶ୍ରୀଯୁକ୍ତ ଉମେଶ ଚନ୍ଦ୍ର ଦାଶ ସଭା ପରିଚାଳନା,ବ୍ଲକ ଉପସଭାପତି ଶ୍ରୀଯୁକ୍ତ ପ୍ରବୋଦ୍ଧ ଚନ୍ଦ୍ର ମୁଦ୍ରା ସ୍ୱାଗତ ଭାଷଣ ଓ ସମ୍ପାଦକ ଶ୍ରୀଯୁକ୍ତ ସଞ୍ଜୟ କୁମାର ଦlଶ ବିବରଣୀ ପାଠ ଓ କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ଅଶୋକ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ l ଶେଷରେ ବିଦ୍ୟାଳୟ ଛାତ୍ରୀ ମାନଙ୍କଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା l
BACK TO TOP