Breaking
News
Breaking
News
19-Sep-2026
ଜେସିବି ଧକ୍କାରେ ମୋଟରସାଇକେଲ ଆରୋହୀ ମୃତ।
ଓଡିଶା ଜନ ମତ, ବ୍ରହ୍ମ ପୁର,
କୈଳାଶ ଚନ୍ଦ୍ର ଚୌଧୁରୀ ;-----
ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ଅନ୍ତର୍ଗତ ନରେନ୍ଦ୍ର ପୁର ଉପକଣ୍ଠ ଟାଟା କଲୋନୀ ମୁଖ୍ୟ ରାସ୍ତାରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ମିଲନ୍ ପ୍ରଧାନ ନାମକ ଜଣେ ଯୁବକ ର ମୃତ୍ୟୁ ଘଟିଛି। ମୃତ ଯୁବକ ର ଘର ନିକଟସ୍ଥ ଶୀତଳାପଲୀ ଗ୍ରାମରେ ଓ ସେ ନିଜ ମୋଟରସାଇକେଲ ଯୋଗେ ନରେନ୍ଦ୍ର ପୁର ଯାଉଥିବା ବେଳେ ଗୋଟିଏ ଜେସିବି ଗାଡ଼ି ଆସି ଧକ୍କା ଦେଇଥିଲା। ଯାହା ଫଳରେ ସେ ଗୁରୁତର ଆହତ ହୋଇ ରାସ୍ତାରେ ପଡ଼ିଥିଲେ। ଉପସ୍ଥିତ ଲୋକ ତାକୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଭଳି ଦୁର୍ଘଟଣା ପରେ ମୃତ ମିଲନ୍ ର ଭାଇ ପୃଥିବୀ ପ୍ରଧାନ ଥାନା ରେ ଅଭିଯୋଗ କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡି ଜବତ କରିବା ସହ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।
BACK TO TOP