Breaking News

ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||      ଖଲ୍ଲିକୋଟ ବ୍ଳକ ଆଗରେ ଅବସର ପ୍ରାପ୍ତ କର୍ମଚାରୀ ଙ୍କ 12ଦଫା ଦାବି ନେଇଗଣ ଧାରଣା |    (30-Sep-2026)       ||      ସିଟି ବସ ଧକ୍କା ଯୋଗୁଁ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ||   (30-Sep-2026)       ||      ବଡ଼ ବଜାର ପୋଲିସ ଦ୍ୱାରା ଡକାୟତ କରୁଥିବା ଉଦ୍ୟମ କୁ ପଣ୍ଡ କରିବା ଶହ ବହୁ ମାରଣାସ୍ତ୍ର ଜବତ ଏବଂ 5ଜଣ ଗିରଫ |    (30-Sep-2026)       ||      ତାରାତାରିଣୀ କଲେଜ ରେ ଚାପ ପରିଚାଳନା କର୍ମଶାଳା |    (29-Sep-2026)       ||      ତାରା ତାରିଣୀ ମହା ବିଦ୍ୟାଳୟ ପାଇଁ ସୁନାମ ଆଣିଲେ ଡ଼ଃ ସ୍ଵାଗତିକା ଦାଶ ଓ ସୌଭାଗ୍ୟ ଲକ୍ଷ୍ମୀ ରାଓ |   (29-Sep-2026)       ||      ବରଗଡ଼ ରେ ବିଶ୍ୱ ପର୍ଯ୍ୟଟନ ଦିବସ ରେ ସଫଳ ପ୍ରମୋ ରନ |   (29-Sep-2026)       ||      ପିସି ଓ ପିଏନଡିଟି ଆଇନ କଡାକଡ଼ି ଅନୁପାଳନ ନେଇ ଜିଲ୍ଲା ସ୍ତରୀୟ ବୈଠକ ||   (29-Sep-2026)       ||      ଗଞ୍ଜାମ ଜିଲ୍ଲା ପଶ୍ଚିମ କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ଓ ଦାବି ପତ୍ର ପ୍ରଦାନ ||   (29-Sep-2026)       ||      ଭରତ ପୁର ମଧୁବାବୁ ପାଠାଗାରରେ କବିବର ରାଧାନାଥ ଙ୍କ ଜୟନ୍ତୀ ପାଳିତ |    (29-Sep-2026)       ||      ଖଲ୍ଲିକୋଟ ମଣ୍ଡଳ ସ୍ତରୀୟ ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ |    (29-Sep-2026)       ||      ରେଳପଥ ପୁନରୁଦ୍ଧାର କାର୍ଯ୍ୟ ମାଲିଗୁଡାରେ ଜୋରସର ରେ ଚାଲିଛି |    (29-Sep-2026)       ||     

ଖଲ୍ଲିକୋଟ ବ୍ଳକ ପଞ୍ଚାୟତ ସମିତି ବୈଠକ ରେ ବିଧ୍ୟାୟକ ଓ ଏମପି ପ୍ରତିନିଧି ଙ୍କ ଭିତରେ କଥା କଟା କଟି ||

20-Sep-2026

ମଞ୍ଚ ଉପରୁ ସାଂସଦ ପ୍ରଶତିନିଧି ଙ୍କୁ ତଡିଲେ ବିଧାୟକ | ଏହି ଘଟଣା ଦେଖି  ହସୁଥିଲେ ବିରୋଧୀ ଦଳ 

 ଓଡିଶା ଜନମତ, ଖଲ୍ଲିକୋଟ,  ମାଧବ ବେହେରା ;---

ଖଲ୍ଲିକୋଟ ବ୍ଲକ ସଭାଗୃହ ରେ ଅନୁଷ୍ଠିତ ସମିତି ବୈଠକ ରେ ଖଲ୍ଲିକୋଟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ପୂର୍ଣ୍ଣ ଚନ୍ଦ୍ର ସେଠୀ ଓ ଆସିକା ସାଂସଦ ଅନିତା ଶୁଭ ଦର୍ଶନୀ ପଟନାୟକ ପ୍ରତିନିଧି ଓ ଜିଲ୍ଲା ବିଜେପି ସମ୍ପାଦକ ଙ୍କ ମଧ୍ୟ ରେ ବୈଠକ ରେ ବସିବାକୁ ନେଇ ମୁଁହମୁହିଁ ପରିସ୍ଥିତି ସୃଷ୍ଟ ହେବା ସହ ବୈଠକ ରେ ଉତେଜନା ଦେଖା  ଦେଇଥିଲା |ସମିତି ବୈଠକ ରେ ସାଂସଦ ପ୍ରତିନିଧି ଯଜ୍ଞ  ନାରାୟଣ ଦାଶ ଙ୍କୁ ବସିବା ପାଇଁ ବିଧାୟକ ଟେବୁଲ ବାଡେଇଁ ମାନା କରିବା ରୁ  ଉଭୟ  ଙ୍କ ମଧ୍ୟ ରେ କିଛି ସମୟ ଉଚ୍ଚ ଵାଚ ହୋଇ ଥିଲା |ପରେ  ଜନ ପ୍ରତିନିଧି ଙ୍କ ଚାପ ଯୋଗୁଁ ଉଭୟେ ମଞ୍ଚରେ ବସିଥିଲେ  |ଏବଂ ବୈଠକ ସ୍ୱାଭାବିକ ହୋଇଥିଲା | ଏଠାରେ ଗୋଟିଏ କଥା ପୂରା ସ୍ପଷ୍ଟ ଦେଖାଯାଉଥିଲା କି ବିଧାୟକ ଓ ସାଂସଦ ନମିନି ଗୋଟିଏ ଦଳର ହୋଈ ମଧ୍ୟ  ନିଜ ନିଜ ମଧ୍ୟରେ ସହମତି ରେ ଅଭାବ ଯୋଗୁଁ ବ୍ୟକ୍ତିଗତ ପାତିଆରା ବୃଦ୍ଧି ପାଇଁ ଏପରି ଯୁକ୍ତି ତର୍କ କରୁଛନ୍ତି | ଯାହାକୁ ନେଇ ବିରୋଧୀ ଦଳ ହସୁଛନ୍ତି | ନିଜ ଦଳୀୟ ମଧ୍ୟରେ ଲୋକଙ୍କ ବିକାଶ କାର୍ଯ୍ୟକ୍ରମ ପାଇଁ ଆସି  ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ କଥା କଟାକଟି ତାହା ମଧ୍ୟ ସମସ୍ତ ଜନ ପ୍ରତିନିଧି ଙ୍କ ସମ୍ମୁଖରେ ବସି ରହି  ପଦବୀରେ ରହିଥିବା ବ୍ୟକ୍ରି ମାନେ ଯଦି ଏପରି ଆଚରଣ ପ୍ରଦର୍ଶନ କରିବେ, ତାହା ହେଲେ ଜନ ପ୍ରତିନିଧି ପଞ୍ଚାୟତ ରେ ମନୋ ମାଳିନ୍ୟ ଥିବା ବ୍ୟକ୍ତି ମାନଙ୍କୁ ଏମାନେ କଣ ସହଯୋଗ ଓ ସମାଧାନ କରିବେ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି | ସେମାନେ ଯେଉଁ କାମ ପାଇଁ ଆସିଥିଲେ ବିଭିନ୍ନ ଲୋକଙ୍କ ସମସ୍ୟା କୁ ଦୂର କରିବା ଲକ୍ଷ ନେଇ | ସେଠାରେ ଯଦି ଏମାନେ ସାମୁହିକ ସ୍ୱାର୍ଥ କୁ ଜଳାଞ୍ଜଳି ଦେଈ ନିଜ ମଧ୍ୟରେ ଲଢେଇ କରିବେ ତେବେ ଏତେବଡ ବିରାଟ ଦଳ ପାଇଁ କେତେ ଲଜ୍ୟା ଜନକ କଥା ତାହା ଉଭୟେ ଏବଂ ସେମାନଙ୍କ ରାଜ୍ୟ ସ୍ତରୀୟ ନେତୃବୃନ୍ଦ ବିଚାର କରିବେ | ଏହି ଘଟଣା ଟି ଏବର ନୁହଁ ବହୁ ଦିନ ଆଗରୁ ଫଳକ ଭଙ୍ଗା ଘଟଣାରେ ମଧ୍ୟ ଏପରି ଘଟିଛି | ତେଣୁ ରାଜ୍ୟ ରେ ଥିବାମୁଖ୍ୟ କର୍ମକର୍ତ୍ତା ମାନେ ଏହିଘଟଣା ଉପରେ ଉଭୟଙ୍କୁ ଡାକି ତାର ସମାଧାନ କରି ଏପରି ବିଶୃଙ୍ଖଳା ଆଚରଣ ରୁ ନିବୃତ ରହିବାକୁ ଉପଦେଶ ଦେଲେ ଭଲ ହେବ | ନଚେତ 24 ବର୍ଷର ବିଜେଡି ଶାସନ କୁକାଟି ଯେପରି ଲୋକମାନେ ବିଜେପିକୁ ଭୋଟ ଦେଈ ବିଜୟୀ କରିଥିଲେ ସେପରି ଅନ୍ୟ ଦଳକୁ ଭୋଟ ଦେଈ ବିଜୟ କରିବେ ବୋଲି ଏବେଠାରୁ ଦଳୀୟ ବିଶୃଙ୍ଖଳା ସୃଷ୍ଟି କରୁଥିବା ଯୋଗୁଁ ପରିବର୍ତ୍ତନ ପାଇଁ ପ୍ରୟାସ ଆରମ୍ଭ କରିବେ | ତେବେ ବୈଠକ ଆରମ୍ଭ  ରେ ପୂର୍ତ୍ତ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ  ର ଆଲୋଚନା କରି ବାକୁଟୁ ଗାଁ ସରପଞ୍ଚ ଗଣେଶ ସାହୁ ଲଙ୍ଗଳେଶ୍ୱର _ ଘୋଡାପଡା ରାସ୍ତା ନିର୍ମାଣ ରେ ବ୍ୟାପଜ ତ୍ରୁଟି ପରିଲକ୍ଷିତ ହେବା ସହ ମୁଖ୍ୟ ଠିକାଦାର ଅନ୍ୟ ଛୋଟ ଛୋଟ ଠିକାଦାର ଙ୍କୁ କାର୍ଯ୍ୟ ବାଣ୍ଟି ଦେବାରୁ ରାସ୍ତା କାମ ଦୁର୍ବଳ ହେବା ସହ ଭାଙ୍ଗିଯାଇ ପାଣି ଜମିଲାଣି, ଯା ଫଳରେ 13 କୋଟି ଟଙ୍କା ର ନିର୍ମାଣ କାର୍ଯ୍ୟ 13 ଦିନ ରେ ନଷ୍ଟ ହେବାକୁ ବସିଲାଣି ବୋଲି ଅଭିଯୋଗ କରିଥିଲେ | ବିକ୍ରନପୁର ସରପଞ୍ଚ ପ୍ରସନ୍ନ ଆଚାର୍ଯ୍ୟ କେଶପୁର ଜାତୀୟ ରାଜପଥ ଠାରୁ କୁଶ ଢ଼ୀପା ରାସ୍ତା ଅବସ୍ଥା ଶଙ୍କଟାପନ୍ନ ହୋଇଛି ତେଣୁ ମରାମତି  ଦାବି କରିଥିଲେ |ଖୋଜା ପଲ୍ଲୀ ସରପଞ୍ଚ ମହେଶ୍ୱର ସ୍ୱାଇଁ କୈଇରାଶି କୃଷ୍ଣସର ରାସ୍ତା ନିର୍ମାଣ ଅବସ୍ଥା ସମ୍ପର୍କ ରେ ଗୃହ ର ଦୃଷ୍ଟି ଆକର୍ଷଣ କରିଥିବା ବେଳେ ମଥୁରା ସରପଞ୍ଚ ମେହମତ ସେଠୀ ପୀତଣାପଲ୍ଲୀ ଓ ଖରିପଲ୍ଲୀ ରାସ୍ତା ଓ କନକା ସରପଞ୍ଚ ରେଖା ଜାଲ୍ଲୀ ଜାତୀୟ ରାଜପଥ ଠାରୁ କନକା ରାସ୍ତା ନିର୍ମାଣ ପାଇଁ ଦାବି କରିଥିଲେ |ଖଲ୍ଲିକୋଟ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ର ଅଧକ୍ଷ ଡାକ୍ତର ପ୍ରଦୀପ କୁମାର ଗନ୍ତାୟତ ଖଲ୍ଲିକୋଟ ବ୍ଲକ ର ବିଭିନ୍ନ ସ୍ୱାସ୍ଥ୍ୟ ରକ୍ଷା କାର୍ଯ୍ୟକ୍ରମ ସମ୍ପର୍କ ରେ ମତ ଦେଈଥିଲେ | ଏହାଉପରେ ଖଲ୍ଲିକୋଟବିଧାୟକ ମେଡିକାଲ ରେ ଏକ ଶିଶୁ ବିଶେଷଜ୍ଞ ଯୋଗ ଦେବା ସହ ଡାକ୍ତର ସମସ୍ୟା ଖୁବ ଶୀଘ୍ର ସମାଧାନ ହେବ ବୋଲି ପ୍ରକାଶ କରିଥିଲେ |, କହେଁଇପୁର ସରପଞ୍ଚ ପ୍ରକାଶ ଶାସମଲ ଖଲ୍ଲିକୋଟ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର କୁ ଉପଖଣ୍ଡ ସ୍ତରୀୟ ଡାକ୍ତର ଖାନା ରେ ପରିଣତ କରିବା ପାଇଁ ବିଧାୟକ ଙ୍କ ଦୃଷ୍ଟ ଆକର୍ଷଣ କରିଥିଲେ |ମାଣିକପୁର ସରପଞ୍ଚ ଉଦୟ ନାଥ ବାରିକ ଖଲ୍ଲିକୋଟ ମେଡିକାଲ କୁ ଜିଲ୍ଲା ର ସର୍ବାଧିକ ରାସ୍ତା ଦୁର୍ଘଟଣା ହେୟଥିବା  ରୁ ଏକ ଟ୍ରମା କେୟାର କେନ୍ଦ୍ର ଆରମ୍ଭ କରିବା ପାଇଁ ପ୍ରସ୍ଥାଵ ଦେଇଥିଲେ |ଉକ୍ତ ବୈଠକ ରେ କୃଷି, ପାନୀୟ ଜଳ ଶିଶୁ ବିକାଶ, ଉଦ୍ୟାନ କୃଷି, ଶିକ୍ଷା ବିଦ୍ୟୁତ , ଜଳ ସେଚନ ଭିବି ରାମଜୀ, ମସ୍ଥ୍ୟ ପଶୁପାଳନ ପଭୃତିବିଷୟ ରେ ଆଲୋଚନା ହୋଇଥିବା ବେଳେ ଲଙ୍ଗଳେଶ୍ୱର ସରପଞ୍ଚ ରମେଶ ସାହୁ ଜାତୀୟ ରାଜପଥ ରେ ରାସ୍ତା ଦୁର୍ଘଟଣା ବହୁତ ଗାଇ ଗୋରୁ ମାରୁଛନ୍ତି |ତେବେ ଗାଇ ମାନଙ୍କୁ ସ୍ୱରକ୍ଷା ଦେବା ପାଇଁ କହିଥିଲେ ଓ ବଧୂ ନୂଆପଲ୍ଲୀ ସରପାଞ୍ଚ ପୁଷ୍ପାଞ୍ଜଳି  ଚହଟିରାୟ ପ୍ରତି ପଂଚାୟତ ରେ ଗୋଶାଳା ଖୋଲିବା ପାଇଁ ଦାବି କରିଥିଲେ | ବି ଏନ ପୁର ସରପଞ୍ଚ ରୁଷି ବେହେରା ସମିତି ରେ ସରପଞ୍ଚ ଙ୍କ କୌଣସି ଭୂମିକା ରହୁନି ଓ ସରପଞ୍ଚ ଙ୍କ ବିନା ଅନୁମୋଦନ ରେ ସବୁ ବିକାଶ ମୂଳକ ଚଳିବା ସହ ବ୍ଲକ ରେ ସମ୍ପୂର୍ଣ୍ଣ ମନମାନି ଚାଲିଛ ବୋଲି ଅଭିଯୋଗ କରିଥିଲେ |ବିକ୍ରମପୁର ସରପଞ୍ଚ ଖଲ୍ଲିକୋଟ ବ୍ଲକ ରେ ସବୁ ବିକାଶ ମୂଳକ କାର୍ଯ୍ୟ ଦଳୀୟ ଭିତ୍ତି ରେ  ଚାଲିଛି ଓ ସମିତି ସଦସ୍ୟ ମାନଙ୍କୁ ସମ୍ପୂର୍ଣ୍ଣ ଅନ୍ଧାର ରେ ରଖୀ କାର୍ଯ୍ୟ କରୁଥିବା ଅଭିଯୋଗ କରିଥିଲେ |ଖଲ୍ଲିକୋଟ ସମିତି ଅଧକ୍ଷ କୁମାରୀ ଦାଶ ଙ୍କ ପୌରାହିତ୍ୟ ରେ ଅନୁଷ୍ଠିତ ବୈଠକ ରେ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ  ବ୍ଲକ ଉପାଧ୍ୟକ୍ଷା ଭାରତୀ ମହାରଣା  ଖଲ୍ଲିକୋଟ ବି ଡ଼ି ଓ ଦେବାଶିଷ ସାମଲ ବୈଠକ ପରିଚାଳନା କରି ବ୍ଲକ ର ବିଭିନ୍ନ ଯୋଜନା ସମ୍ପର୍ଜ ରେ ଆଲୋକପାତ କରିଥିଲେ |ବୈଠଜ ରେ ସମସ୍ତ ଲାଇକ ଅଧିକାରୀ ମାନେ ଯୋଗ ଦେଇଥିବା  ବେଳେ ବୈଠକ ବାହାରେ ପୋଲିସ ବାହିନୀ ମୃତୟନ ଥିଲେ | ଉଭୟ ସାଂସଦ ଓ ବିଧାୟକ ଗୋଷ୍ଠୀ ର ପ୍ରାୟ ଶତାଧିକ କର୍ମୀ ଓ ଛାମୁଆ  ନେତା ମାନେ ମୁହାଁ ମୁଁହି ହୋଇ ଛକା ପଞ୍ଝା ହୋଇ ରହିଥିବା ଦେଖିବାକୁ ମିଳିଥିଲା |ବୈଠକ ରେ ଯୋଗାଣ ଅଧିକାରୀ ଶୁଭସ୍ମିତା ପରିଡା, ପୂର୍ତ୍ତ ବିଭାଗ ଯନ୍ତ୍ରୀ ସନ୍ତୋଷ ପରିଡା, ଶିଶୁ ବିକାଶ ଅଧିକାରୀ ମଧୁମିତାପରିଜା କୃଷି ଅଧିକାରୀ ପ୍ରଦୀପ ନାୟକ ଉଦ୍ୟାନ କୃଷି ଅଧିକାରୀ ପ୍ରଶାନ୍ତ କୁମାର ବେହେରା  ପ୍ରାଣୀ ଚିକିତ୍ସକ ସୌମ୍ୟ ରଞ୍ଜନ ରାଉତ ଓ ଜଙ୍ଗଲ ପରିବେଶ ବିଭାଗ ଅଧିକାରୀ ମାନେ ଯୋଗ ଦେଇଥିଲେ |

News Comment

You Might Also Like

BACK TO TOP