Breaking
News
Breaking
News
08-Aug-2026
କିଛି ଦିନ ହେଲା ଚିନି ଦର ଦେଶରେ ଲଗାତାର ବଢ଼ୁଛି।
ଓଡିଶା ଜନ ମତ ବ୍ୟୁରୋ,
ଗାଁ ଠାରୁ ସହର, ଦେଶ ଠାରୁ ବିଦେଶ ସବୁଠାରେ ଚିନିର ମହତ୍ୱ ରହିଛି | ତେବେ ଚିନିର ଆଦାୟ କମ ଯୋଗୁ କିଛିଦିନ ହେଲା ଚିନିର ମୂଲ୍ୟ ଅହେତୁକ ଭାବେ ବୃଦ୍ଧି ହୋଇଛି | ଯାହା ଫଳରେ ଦେଶ ବିଦେଶ, ରାଜ୍ୟ ସବୁଠାରେ ଚିନି ପାଇଁ ବ୍ୟବସାୟୀ ଠାରୁ ଆରମ୍ଭ କରି ବ୍ୟବହାର କାରିମାନେ ଏବେ ଚିନ୍ତାରେ | ମାସକ ମଧ୍ୟରେ ଚିନିର ଏକ୍ସ-ମିଲ୍ ଦର ପ୍ରାୟ ୧୭% ଏବଂ ଗତ ସପ୍ତାହକରେ ଏହା ୪.୩% ବୃଦ୍ଧି ପାଇଛି। ବିଶ୍ୱ ବଜାରରେ ମଧ୍ୟ ଚିନି ମୂଲ୍ୟ ଉପରମୁହାଁ ହୋଇଛି। ବିଶ୍ୱସ୍ତରରେ ଚିନି ଉତ୍ପାଦନ ହ୍ରାସର ଆଶଙ୍କା ଓ ଭାରତର ରପ୍ତାନି ନୀତିକୁ ନେଇ ବଜାରରେ ଅନିଶ୍ଚିତତା ବଢ଼ିଛି। ଏହାର ପ୍ରଭାବ ଆଗାମୀ ଦିନରେ ଘରୋଇ ବଜାର ଉପରେ ମଧ୍ୟ ପଡ଼ିପାରେ।
ଆମେରିକାର ନ୍ୟୁୟର୍କର ଇଣ୍ଟରକଣ୍ଟିନେଣ୍ଟାଲ୍ ଏକ୍ସଚେଞ୍ଜ୍ ବା ଆଇସିଇରେ ଚିନି ଦର ପାଉଣ୍ଡ ପିଛା ୧୫ ଆମେରିକୀୟ ସେଣ୍ଟରୁ ଅଧିକରେ କାରବାର ହେଉଛି। ସେହିପରି ଲଣ୍ଡନ ବଜାରରେ ଧଳା ଚିନିର ଦର ପ୍ରତି ଟନ୍ ୪୭୫ ଦଶମିକ ୫୦ ଡଲାରରେ ପହଞ୍ଚିଥିଲା। ବ୍ରାଜିଲ୍, ଭାରତ ଓ ଥାଇଲ୍ୟାଣ୍ଡ ବିଶ୍ୱର ସର୍ବବୃହତ୍ ଚିନି ଉତ୍ପାଦକ ଦେଶ। ଏଲ୍-ନିନୋ ପ୍ରଭାବରେ ଚଳିତ ବର୍ଷ ଏହି ଦେଶଗୁଡ଼ିକରେ ଉତ୍ପାଦନ ପ୍ରଭାବିତ ହୋଇଛି। ବିଏମ୍ଆଇ ରିସର୍ଚ୍ଚ ଅନୁସାରେ ୨୦୨୬-୨୭ ମୌସୁମୀରେ ବ୍ରାଜିଲର ଚିନି ଉତ୍ପାଦନ ୪୨ ମିଲିୟନ୍ ଟନକୁ ଖସିପାରେ, ଯାହା ପୂର୍ବବର୍ଷ ତୁଳନାରେ ୪.୧ ପ୍ରତିଶତ କମ୍। ତେଣୁ ଆହୁରି ଦର ବୃଦ୍ଧି ହେବାର ଆଶଙ୍କା ରହିଛି।
ସେପଟେ ଯେହେତୁ ଭାରତ ବିଶ୍ୱର ଅନ୍ୟତମ ବୃହତ୍ ଚିନି ଉତ୍ପାଦକ ଓ ରପ୍ତାନିକାରୀ ଦେଶ, ତେଣୁ ଏବେ ସାରା ବିଶ୍ୱର ନଜର ଭାରତ ଉପରେ ରହିଛି।ଭାରତ ଘରୋଇ ଯୋଗାଣକୁ ସୁରକ୍ଷିତ ରଖିବା ପାଇଁ ଅଗଷ୍ଟ ୧ରୁ ନଭେମ୍ବର ୩୦ ଯାଏ ୩ଟି ସିଜିନ ଧରି ଚିନି ରପ୍ତାନୀ ଉପରେ ରୋକ ଲଗାଇଛି। ଫଳରେ ଅନ୍ତର୍ଜାତୀୟ ବଜାରରେ ଚାପ ସୃଷ୍ଟି ହୋଇଛି। ତେବେ ଭାରତ ପାଇଁ ଏକ ଭଲ ଖବର ହେଲା ଦେଶରେ ଚିନି ଉତ୍ପାଦନ ବଢିବା ସମ୍ଭଆବନା ରହିଛି।ବିଏମ୍ଆଇର ଆକଳନ ଅନୁସାରେ ୨୦୨୬-୨୭ ମୌସୁମୀରେ ଭାରତର ଚିନି ଉତ୍ପାଦନ ୩୩ ମିଲିୟନ୍ ଟନରେ ପହଞ୍ଚିପାରେ, ଯାହା ଗତବର୍ଷ ତୁଳନାରେ ପ୍ରାୟ ୧୦ ପ୍ରତିଶତ ଅଧିକ।
ବିଶ୍ୱ ସ୍ତରରେ ଉତ୍ପାଦନ ହ୍ରାସ ଆଶଙ୍କା ଯୋଗୁ ଆନ୍ତର୍ଜାତୀୟ ବଜାରରେ ଚିନି ଦର ବୃଦ୍ଧି ପାଇବା ଆରମ୍ଭ କରିଛି। ଯଦି ବର୍ଷା ସ୍ୱାଭାବିକ ନ ହୁଏ କିମ୍ବା ଉତ୍ପାଦନ କମିଯାଏ, ତେବେ ଚିନି ଦର ଆହୁରି ବଢ଼ିପାରେ। ଅନ୍ୟପକ୍ଷରେ ସମଗ୍ର ବିଶ୍ୱ ଚିନି ବଜାରର ନଜର ଏବେ ଭାରତର ଉତ୍ପାଦନ ଓ ସରକାରଙ୍କ ପରବର୍ତ୍ତୀ ନିଷ୍ପତ୍ତି ଉପରେ ରହିଛି।
BACK TO TOP