Breaking News

ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||      ଖଲ୍ଲିକୋଟ ବ୍ଳକ ଆଗରେ ଅବସର ପ୍ରାପ୍ତ କର୍ମଚାରୀ ଙ୍କ 12ଦଫା ଦାବି ନେଇଗଣ ଧାରଣା |    (30-Sep-2026)       ||      ସିଟି ବସ ଧକ୍କା ଯୋଗୁଁ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ||   (30-Sep-2026)       ||      ବଡ଼ ବଜାର ପୋଲିସ ଦ୍ୱାରା ଡକାୟତ କରୁଥିବା ଉଦ୍ୟମ କୁ ପଣ୍ଡ କରିବା ଶହ ବହୁ ମାରଣାସ୍ତ୍ର ଜବତ ଏବଂ 5ଜଣ ଗିରଫ |    (30-Sep-2026)       ||      ତାରାତାରିଣୀ କଲେଜ ରେ ଚାପ ପରିଚାଳନା କର୍ମଶାଳା |    (29-Sep-2026)       ||      ତାରା ତାରିଣୀ ମହା ବିଦ୍ୟାଳୟ ପାଇଁ ସୁନାମ ଆଣିଲେ ଡ଼ଃ ସ୍ଵାଗତିକା ଦାଶ ଓ ସୌଭାଗ୍ୟ ଲକ୍ଷ୍ମୀ ରାଓ |   (29-Sep-2026)       ||      ବରଗଡ଼ ରେ ବିଶ୍ୱ ପର୍ଯ୍ୟଟନ ଦିବସ ରେ ସଫଳ ପ୍ରମୋ ରନ |   (29-Sep-2026)       ||      ପିସି ଓ ପିଏନଡିଟି ଆଇନ କଡାକଡ଼ି ଅନୁପାଳନ ନେଇ ଜିଲ୍ଲା ସ୍ତରୀୟ ବୈଠକ ||   (29-Sep-2026)       ||      ଗଞ୍ଜାମ ଜିଲ୍ଲା ପଶ୍ଚିମ କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ଓ ଦାବି ପତ୍ର ପ୍ରଦାନ ||   (29-Sep-2026)       ||      ଭରତ ପୁର ମଧୁବାବୁ ପାଠାଗାରରେ କବିବର ରାଧାନାଥ ଙ୍କ ଜୟନ୍ତୀ ପାଳିତ |    (29-Sep-2026)       ||      ଖଲ୍ଲିକୋଟ ମଣ୍ଡଳ ସ୍ତରୀୟ ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ |    (29-Sep-2026)       ||      ରେଳପଥ ପୁନରୁଦ୍ଧାର କାର୍ଯ୍ୟ ମାଲିଗୁଡାରେ ଜୋରସର ରେ ଚାଲିଛି |    (29-Sep-2026)       ||     

କଲ୍ୟାଣ ସିଂହ ପୁର ବିଡ଼ିଓ ଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ବଜେଡି ର ଉପଜିଲ୍ଲାପାଳ ଙ୍କୁ ଅଭିଯୋଗ ପତ୍ର ପ୍ରଦାନ |

08-Aug-2026

ବିଡିଓଙ୍କ ମନମୁଖୀ କାର୍ଯ୍ୟ ଅଭିଯୋଗ: କଲ୍ୟାଣସିଂହପୁରରେ ବିଜେଡି ପକ୍ଷରୁ ଲିଖିତ ଦାବିପତ୍ର : ବିଡିଓଙ୍କ ବିରୋଧରେ ବିଜେଡିର ଅଭିଯୋଗ
ଓଡିଶା ଜନମତ ରାୟଗଡା , ୮/୮,

(କାମେଶ୍ୱର କରକରିଆ ):
ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ବିଡିଓଙ୍କ କାର୍ଯ୍ୟଶୈଳୀକୁ ନେଇ ବିଜେଡି ପକ୍ଷରୁ ଲିଖିତ ଅଭିଯୋଗ ଦାଖଲ କରାଯାଇଛି। ବ୍ଲକର ଦୁଇ ଜିଲ୍ଲାପରିଷଦ ସଦସ୍ୟ, ବ୍ଲକ ଅଧ୍ୟକ୍ଷା, ସରପଞ୍ଚ, ସମିତି ସଦସ୍ୟ ଓ ୱାର୍ଡ ସଦସ୍ୟଙ୍କୁ ଅବଗତ ନକରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରାଯାଉଥିବା ଅଭିଯୋଗରେ ଦଳ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ବ୍ଲକ ସଭାପତି ସୁନ୍ଦର ରାଓ ବାଗଙ୍କ ନେତୃତ୍ୱରେ ବିଜେଡିର ନେତା ଓ କର୍ମୀମାନେ ବିଡିଓ ମନୀଷା ଦାସଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ବ୍ଲକ କାର୍ଯ୍ୟାଳୟକୁ ଯାଇଥିଲେ। ବିଡିଓ ଅନୁପସ୍ଥିତ ଥିବାରୁ ଦାବିପତ୍ରଟି ଜିପିଓ ଶ୍ୱେତାମ୍ବର ପ୍ରଧାନଙ୍କୁ ପ୍ରଦାନ କରାଯାଇଥିଲା। ସେହି ସମୟରେ ଉପଜିଲ୍ଲାପାଳ ରମେଶ କୁମାର ଜେନା ଉପସ୍ଥିତ ଥିବାରୁ ତାଙ୍କୁ ମଧ୍ୟ ଦାବିପତ୍ରର ଏକ ନକଲ ଦିଆଯାଇଥିଲା।ଅଭିଯୋଗପତ୍ରରେ ବିଜେଡି ପକ୍ଷରୁ କୁହାଯାଇଛି ଯେ, ପଲ୍ଲିସଭା ଓ ଗ୍ରାମସଭାରେ ଅନୁମୋଦିତ ଉନ୍ନୟନମୂଳକ କାର୍ଯ୍ୟର ତାଲିକା ଅନୁଯାୟୀ ସରକାରଙ୍କ ପକ୍ଷରୁ ଅର୍ଥ ମଞ୍ଜୁର ହେଉଥିଲେ ମଧ୍ୟ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ ଅବଗତ ନକରି ବିଡିଓ ନିଜ ଇଚ୍ଛାରେ କାର୍ଯ୍ୟ କରୁଛନ୍ତି। ଏହା ଫଳରେ ଜନପ୍ରତିନିଧିଙ୍କ ଅଧିକାର କ୍ଷୁଣ୍ଣ ହେଉଥିବା ସହ ଉନ୍ନୟନ କାର୍ଯ୍ୟରେ ସ୍ୱଚ୍ଛତା ରହୁନାହିଁ ବୋଲି ଦଳ ଅଭିଯୋଗ କରିଛି।ଏହାସହ ବ୍ଲକରେ ଗତ ଦୁଇ ବର୍ଷ ଧରି ସମିତି ବୈଠକ ଆୟୋଜନ ହୋଇନଥିବା ମଧ୍ୟ ଅଭିଯୋଗରେ ଉଲ୍ଲେଖ କରାଯାଇଛି। ବ୍ଲକ ଅଧ୍ୟକ୍ଷା ଅମ୍ବ୍ରିତା କାଡ୍ରାକା ଏନେଇ ବିଡିଓଙ୍କୁ ଚିଠି ଲେଖିଥିଲେ ମଧ୍ୟ ବୈଠକ ଡକାଯାଇନଥିବାରୁ ବିଡିଓ ମନମୁଖୀ ଭାବେ ପ୍ରଶାସନ ଚଳାଉଥିବା ଅଭିଯୋଗ କରାଯାଇଛି।
ଉପଜିଲ୍ଲାପାଳ ରମେଶ କୁମାର ଜେନା କହିଛନ୍ତି ଯେ, ଏହି ଅଭିଯୋଗକୁ ଜିଲ୍ଲାପାଳଙ୍କ ଦୃଷ୍ଟିଗୋଚର କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ।ଏହି କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ସରସ୍ୱତୀ ମାଝୀ, ବ୍ଲକ ଅଧ୍ୟକ୍ଷା ଅମ୍ବ୍ରିତା କାଡ୍ରାକା, ଜିଲ୍ଲାପରିଷଦ ସଦସ୍ୟ ବାରା ପ୍ରସାଦ ରାଓ ଓ ଭୂମି ଗୌରୀଦେବୀ, ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଜଗନ୍ନାଥ ସାରକା, କାର୍ଯ୍ୟକାରିଣୀ ସଭାପତି ଜି. ଗୌରୀଶଙ୍କର, ଉପାଧ୍ୟକ୍ଷ ଡମ୍ବରୁ କଞ୍ଜାକା, ଅନୁସୟା ମାଝୀଙ୍କ ସମେତ ବହୁ ବିଜେଡି ନେତା ଓ କର୍ମୀ ଉପସ୍ଥିତ ଥିଲେ।

News Comment

You Might Also Like

BACK TO TOP