Breaking
News
Breaking
News
26-Jan-2026
କୋଦଳା କୋର୍ଟ ରେ "ବାଲ୍ୟ ବିବାହ ମୁକ୍ତ ଭାରତ" ସଚେତନତା କାର୍ଯ୍ୟକ୍ରମ ଆୟୋଜିତ,
ଓଡିଶା ଜନ ମତ, ସୂର୍ଯ୍ୟ ନାରାୟଣ ବଡୁ,ବେଗୁନିଆପଡା
ସୋମବାର ପୂର୍ବାହ୍ନ ସାଧାରଣତନ୍ତ୍ର ଦିବସ ଅବସର ରେ କୋଦଳା କୋର୍ଟ ପରିସର ରେ ତାଲୁକ ଲିଗାଲ ସର୍ଭିସ କମିଟି ପକ୍ଷ ରୁ "ବାଲ୍ୟବିବାହ ମୁକ୍ତ ଭାରତ" ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ! କୋର୍ଟ ପରିସର ରେ 77 ତମ ସାଧାରଣ ତନ୍ତ୍ର ଦିବସ ପାଳନ ସହିତ ପତାକା ଉତ୍ତୋଳନ କରି ଗଣତନ୍ତ୍ର ଦିବସ, ସମ୍ବିଧାନ ଓ ଆଇନ ଉପରେ ନିଜର ସୁ ଚିନ୍ତିତ ବକ୍ତବ୍ୟ ପ୍ରଦାନ କରିଥିଲେ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ତଥା ତାଲୁକ ଲିଗାଲ ସର୍ଭିସ କମିଟି ଅଧ୍ୟକ୍ଷ ବିଶ୍ୱ ରଞ୍ଜନ ବେହେରା , ବରିଷ୍ଠ ଦେୱାନୀ ଅଦାଲତ ବିଚାରପତି ରେଖାରାଣୀ ପଣ୍ଡା, ଯେଏମଏଫସି ବିଚାରପତି ଶୋଭନ କୁମାର ପଣ୍ଡା ସମ୍ବିଧାନ ର ପଦମର୍ଯ୍ୟାଦା ବଜାୟ ରଖି କାର୍ଯ୍ୟ କରିବା ପାଇଁ ନିଜର ବକ୍ତବ୍ୟ ରଖିଥିବା ବେଳେ ବରିଷ୍ଠ ଆଇନଜିବୀ ଭଗବାନ ହୋତା ସଭା ପରିଚାଳନା ସହିତ ନିଜର ସୁଚିନ୍ତିତ ବକ୍ତବ୍ୟ ପ୍ରଦାନ କରିଥିଲେ ! ଏପିପି କାମାକ୍ଷ୍ୟ ପ୍ରସାଦ ମହାପାତ୍ର,ଏପିପି ଦୀନବନ୍ଧୁ ମୁଦୁଲି ସମେତ ବହୁ ବରିଷ୍ଠ ଓ କନିଷ୍ଠ ଆଇନଯିବି ଉପସ୍ଥିତ ରହି ଗଣତନ୍ତ୍ର ଦିବସ ଉପରେ ନିଜ ନିଜର ସୁ ଚିନ୍ତିତ ମତାମତ ରଖିଥିଲେ ! ସିଏସଆଇ ଭି ରାମାରାଓ ଧନ୍ୟବାଦ ଅର୍ପଣ କରିଥିଲେ ! ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ ଆଇନଜୀବୀ ହର ପ୍ରସାଦ ସାହୁ, ସ୍ଵର୍ଣଲତା ପାଣି, ସୋମନାଥ ବେହେରା,ନୀଳାଞ୍ଚଳ ପୋଲାଈ, ନୀଳମଣି ପଣ୍ଡା,ଅବନୀ ଶଙ୍କର ମିଶ୍ର, ମାନସ କୁମାର ମିଶ୍ର,ଭାସ୍କର ସ୍ୱାଇଁ, ସମେତ କୋର୍ଟ କାର୍ଯ୍ୟରତ ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସୁଚାରୁ ରୁପେ ପ୍ରତିପାଦନ କରିଥିଲେ !ଏହି ଅବସର ରେ କୋଦଳା ଲକ୍ଷ୍ମୀନାରାୟଣ ସ୍ନାତ୍ତକ ମହାବିଦ୍ୟାଳୟ ର ଏନ ସି ସି ସିଟିଓ ଅଧ୍ୟାପକ ରତ୍ନାକର ପ୍ରଧାନ, ଏନ ଏସ ଏସ ପୋଗ୍ରାମ ଅଧିକାରୀ ଅଧ୍ୟାପିକା ସାଗରୀକା ଦାଶ ଙ୍କ ନେତୃତ୍ୱ ରେ ଛାତ୍ର ଛାତ୍ରୀଙ୍କ ଦ୍ୱାରା "ବାଲ୍ୟ ବିବାହ ମୁକ୍ତ ଭାରତ " ଉପରେ ଏକ ସଚେତନତା ସାଇକଲ ରାଲି ବାହାରି କୋଦଳା ଗ୍ରାମ ପରିକ୍ରମା କରି ବାଲ୍ୟବିବାହମୁକ୍ତ ଭାରତ ଉପରେ ବିଭିନ୍ନ ପ୍ରକାର ସ୍ଲୋଗାନ ଦେଇ ଜନସାଧାରଣ ଙ୍କୁ ସଚେତନ କରିଥିଲେ !ଏହି ସଚେତନତା କାର୍ଯ୍ୟକ୍ରମ କୁ ଦୁଇ ବିଚାରପତି ଏବଂ ସମସ୍ତ କର୍ମକର୍ତ୍ତା ଙ୍କ ଉପସ୍ଥିତି ରେ ଶୁଭାରମ୍ଭ କରିଥିଲେ ତାଲୁକ ଲିଗାଲ କମିଟି ଅଧ୍ୟକ୍ଷ୍ୟ ତଥା ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ଶ୍ରୀ ବେହେରା....ସଚେତନତା ରାଲି କୁ ସହଯୋଗ ର ହାତ ବଢ଼ାଇଥିଲା କୋଦଳା ପୋଲିସ
BACK TO TOP