Breaking
News
Breaking
News
07-Dec-2025
ବରଗଡ଼ ଧନୁଯାତ୍ରା ପାଇଁ ରାଜ୍ୟ ସରକାର ଙ୍କ ତରଫରୁ ୧ କୋଟି ସହାୟତା ରାଶି ପ୍ରାଦନ ,
ବରଗଡ଼ ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ପାଇଁ ସରକାରଙ୍କ ପକ୍ଷରୁ ୧ କୋଟି ଟଙ୍କାର ଆର୍ଥିକ ଅନୁଦାନ ନିଷ୍ପଭି ହୋଇଛି। । ତେବେ ୨୦୦ କଳାକାରଙ୍କୁ ୧୦ ହଜାର ଲେଖାଏ ସମ୍ମାନ ସୂଚକଅର୍ଥ ରାଶିପ୍ରଦାନ କରାଯିବ |କାରଣ ଏହି ଅର୍ଥ ରାଶି ପ୍ରଦାନ ଯୋଗୁଁ କଳାକାର ଙ୍କ ମନରେ ଆନନ୍ଦ ଓ ଉତ୍ସାହ ଭରି ଦେବ ଏହା ସହ ଓଡ଼ିଆ ଭାଷା, ସାହିତ୍ୟ ଓ ଓ ସଂସ୍କୃତି ବିଭାଗ ପକ୍ଷରୁ ଏହି ଅର୍ଥ ରାଶି ମଞ୍ଜୁର ହୋଇଛି। ସୂଚନାଯୋଗ୍ୟ, ଚଳିତ ବର୍ଷ ଡିସେମ୍ବର ୨୪ରୁ ୨୦୨୬ ଜାନୁଆରୀ ପର୍ଯ୍ୟନ୍ତ ଧନୁଯାତ୍ରା ଅନୁଷ୍ଠିତ ହେବ। ଏଲଇଡି ପରଦା ମାଧ୍ୟମରେ ଧନୁଯାତ୍ରା ମହୋତ୍ସବର ସିଧାପ୍ରସାରଣ ହେବ। ବରଗଡ଼ ସହରର ପ୍ରମୁଖ ପ୍ରବେଶ ଦ୍ବାରରେ ଧନୁଯାତ୍ରା ଥୂମ ର ଗେଟ ନିର୍ମାଣ ବି ହେବ । ଧନୁଯାତ୍ରା ସମୟରେ ଭୁବନେଶ୍ୱର ଓ ପୁରୀରୁ ବରଗଡ଼କୁ ସ୍ୱତନ୍ତ୍ର ଟୁରିଷ୍ଟ ବସ୍ ଚାଲିବ ବୋଲି ନିଷ୍ପଭି ହୋଇଛି। ଯାହାଦ୍ୱାରା ଓଡିଶା ର ପ୍ରତେକ ଜିଲ୍ଲା ରୁ ଜନସାଧାରଣ ଧନୁଯାତ୍ରା ଦେଖିବାର ସୁଯୋଗ ପାଇବେ | ଏବଂ ଓଡିଶା ବ୍ୟତୀତ ଛତିଶ ଗଡ଼ , ବିହାର, ଓ ପଶ୍ଚିମ ବଙ୍ଗ ର ପର୍ଯ୍ୟଟନ ମଧ୍ୟ ଏହି ଯାତ୍ରାର ସୁଯୋଗ ପାଇ ପାରିବେ |
BACK TO TOP