Breaking
News
Breaking
News
01-Dec-2025
ଆତ୍ମସମର୍ପଣକଲେ 10 ହାର୍ଡ କୋର ମାଓବାଦୀ,
ଦିନକୁ ଦିନ ମାଓ ବାଦୀ ମାନେ ସେମାନଙ୍କ ହିଂସା ପଥ ଛାଡ଼ି ଭଲ ମଣିଷ ହୋଇ ବନ୍ଧୁକ ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେଉଛନ୍ତି । ଆଜି ଏହି କ୍ରମରେ ୧୦ଜଣ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଝିରାମ ଘାଟି ମାଓ ହିଂସାକାଣ୍ଡର ମାଷ୍ଟରମାଇଣ୍ଡ ତଥା ଦଣ୍ଡକାରଣ୍ୟ ସ୍ୱତନ୍ତ୍ର ଜୋନାଲ କମିଟିର ମୁଖ୍ୟ ଚେତୁ ଓରଫ ଶ୍ୟାମ ଦାଦାଙ୍କ ସମେତ ୧୦ହାର୍ଡ କୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ଜଗଦଲପୁରରେ ବସ୍ତର ଆଇଜି ପି. ସୁନ୍ଦର ରାଜଙ୍କ ନିକଟରେ ଏହି ମାଓ ଓବାଦୀ ମାନେ ଆତ୍ମସମର୍ପଣ କରିଛନ୍ତି । ଚେତୁ ତାର ୯ଜଣ ସାଥୀଙ୍କୁ ନେଇ ଆତ୍ମସମର୍ପଣ କରିଛି । ସେମାନଙ୍କ ନାଁରେ ୬୫ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା ହୋଇଥିଲ । ମାଓନେତା ଚେତୁ ନାଁରେ ସରକାର ୨୫ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ । ୨୦୧୩ ଝିରାମ ଘାଟି ଆକ୍ରମଣରେ ଚେତୁର ମୁଖ୍ୟ ଭୂମିକା ରହିଥିଲା । ୩୩ଜଣ କଂଗ୍ରେସ କର୍ମୀଙ୍କୁ ହତ୍ୟା କରିବା ଘଟଣାରେ ସାମିଲ ଥିଲା । କୁହାଯାଉଛି ଯେ ଚେତୁର ଆତ୍ମସମର୍ପଣ ପରେ ଦରଭା ଡିଭିଜନ ଏକ ପ୍ରକାର ଭାଙ୍ଗିଯାଇଛି ।
BACK TO TOP