Breaking News

ଲଉଡ଼ିଦର୍ହା କୁମାର ପୂର୍ଣ୍ଣିମା ପାଇଁ ସମନ୍ୱୟ ବୈଠକ ଅନୁଷ୍ଠିତ |   (10-Oct-2026)       ||      ଖଲ୍ଲିକୋଟ ପୋଲିସ ଦ୍ୱାରା ଖୋଜାପଲ୍ଲୀ ଚିତ୍ରସେନ ଜେନା ହତ୍ୟାକାଣ୍ଡ ର ଜଣେ ଆସମୀ ଗିରଫ |   (10-Oct-2026)       ||      ପାଇକମାଳ ମାଉସୀ ମା ମନ୍ଦିର ଠାରେ ଗାୟତ୍ରୀ ଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ ||   (10-Oct-2026)       ||      ଉତ୍କଳ ମଣୀ ଗୋପବନ୍ଧୁ ଦାଶ ଙ୍କ ଜୟନ୍ତୀ କରୁଣା କାନ୍ତି ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରେ ପାଳିତ ||   (10-Oct-2026)       ||      2026-ମଥୁରା କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ ||   (10-Oct-2026)       ||      NGO ବର୍ଗରେଗ୍ଲୋବାଲ ସଷ୍ଟେନେବିଲିଟି ଆୱାର୍ଡ ପାଇଁ ISRD ଜାତୀୟ ସ୍ତର ରେ ପୁରସ୍କୃତ ||   (10-Oct-2026)       ||      NGO ବର୍ଗରେଗ୍ଲୋବାଲ ସଷ୍ଟେନେବିଲିଟି ଆୱାର୍ଡ ପାଇଁ ISRD ଜାତୀୟ ସ୍ତର ରେ ପୁରସ୍କୃତ ||   (10-Oct-2026)       ||      କଂଗ୍ରେସ ପକ୍ଷରୁ ଗଣତନ୍ତ୍ର ବଞ୍ଚାଅ ନ୍ୟୟ ପଥେ ପଦଯାତ୍ରା ରଘୁନାଥ ପୁର ବ୍ଲକରେ ଅନୁଷ୍ଠିତ |   (10-Oct-2026)       ||      ଗଞ୍ଜାମ ଜିଲ୍ଲା ପାଳ ଛତ୍ରପୁର ବ୍ଳକର 5ଟି ପଞ୍ଚାୟତ କୁ ଟିବି ମୁକ୍ତ ଘୋଷଣା କଲେ |   (10-Oct-2026)       ||      ଗଞ୍ଜାମ ଜିଲ୍ଳାରେ ଧାନ ଫସଲ ରେ ରୋଗ ପୋକ ଲାଗି ବ୍ୟାପକ କ୍ଷତି |    (10-Oct-2026)       ||      ଶ୍ରୀମତୀ ସାଢ଼ି ଶାରଦା ରେଡ୍ଡୀ ଛତ୍ରପୁର ବ୍ଳକ ଅଧକ୍ଷା ଦାୟିତ୍ୱରେ ରହିଲେ |    (10-Oct-2026)       ||      ଶିକର ପାଇରେ ଭୈରବ ବାଲିଯାତ୍ରା, ନିଆଁ ମାଡି ମାନସିକ ପୁର୍ଣ କଲେ ଶ୍ରଦ୍ଧାଳୁ |   (09-Oct-2026)       ||      ତାରା ତାରିଣୀ କଲେଜ ରେ 24ଜଣଙ୍କ ନାମାଙ୍କନ ମଧ୍ୟରୁ ଜଣଙ୍କ ନାକଚ ||   (09-Oct-2026)       ||      ଅଙ୍ଗନ ୱାଡି କେନ୍ଦ୍ର ର ଅବ୍ୟବସ୍ଥା ସାମ୍ନାକୁ ଆଣିଲେ ସାମ୍ବାଦିକ ଙ୍କୁ ଧମକ ||   (09-Oct-2026)       ||      ଦୁଇ ଯୁବକଙ୍କ ମଧ୍ୟରେ ବଚସା ରୁ ଚୁରାମାଡ଼ ଜଣେ ମୃତ, ଜଣେ ଗୁରୁତର |    (09-Oct-2026)       ||      ସଭାପତି ଭାବେ ନିର୍ଦ୍ୱନ୍ଦ୍ୱ ରେ ବିଜୟୀ ହେଲେ ଖୋର୍ଦ୍ଧା ମହିଳା ମହାବିଦ୍ୟାଳୟ ର ସରସ୍ବତୀ ସାହୁ |   (09-Oct-2026)       ||      ବେଲଗୁଣ୍ଠା ରେ ବେଆଇନ ବନ୍ଧୁକ ଜବତ, ଜଣେ ଗିରଫ |    (09-Oct-2026)       ||      ଗଞ୍ଜାମରେ ମାଷ୍ଟର ଟ୍ରେନର ପାଇଁ, ଜିଲ୍ଲା ସ୍ତରୀୟ ତାଲିମ ଶିବିର |   (09-Oct-2026)       ||      ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ ||   (09-Oct-2026)       ||      ଚିକିଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026 ଅନୁଷ୍ଠିତ ||   (09-Oct-2026)       ||     

ଆରବି ଆଇ 64ଟନ ସୁନା ବିଦେଶରୁ ଭାରତ କୁ ଫେରାଇ ଆଣିଲା |

03-Nov-2025

ଭାରତୀୟ ରିଜର୍ଭ ବେଙ୍କ ନେଲା ବଡ଼ ନିଷ୍ପତ୍ତି, ଭାରତକୁ ଅଣାଗଲା 64ଟନ ସୁନା,

       ଓଡିଶା ଜନ ମତ ବ୍ୟୁରୋ,

ନିଜ ସମ୍ପତିକୁ ସୁରକ୍ଷିତ ରଖିବାପାଈଁ,ଏବଂଅର୍ଥନୈତିକ ବିକାଶ ନିମନ୍ତେ ଗତ ଛଅ ମାସ ମଧ୍ୟରେ ବିଦେଶରେ ଥିବା ୬୪,୦୦୦ କିଲୋଗ୍ରାମ ଅର୍ଥାତ ୬୪ ଟନ୍ ସୁନା ଭାରତକୁ ପ୍ରତ୍ୟାବର୍ତ୍ତନ କରିଛିଆରବି ଆଇ |
ଦେଶର ଅର୍ଥନୈତିକ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଏକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ନେଇଛି ।  ବିଦେଶରେ ଥିବା ୬୪ ଟନ୍ ସୁନା ଭାରତ ପ୍ରତ୍ୟାବର୍ତ୍ତନ କରିଛି । ଏହାକୁ ଭାରତର ଅର୍ଥନୈତିକ ସ୍ବାଧୀନତା ଏବଂ ସମ୍ପଭିକୁ ସୁରକ୍ଷିତ ରଖିବା ପାଇଁ ଏକ ପ୍ରମୁଖ ପଦକ୍ଷେପ ବୋଲି କୁହାଯାଉଛି । ତେବେ ସାଧାରଣରେ ପ୍ରଶ୍ନ ଉଠୁଛି ବର୍ତ୍ତମାନ ବିଦେଶରୁ ସୁନା ଫେରାଇ ଆଣିବାର କାରଣ କ`ଣ ? ଏହି ପ୍ରଶ୍ନକୁ ଯଦି ଆଲୋକପାତ କରିବା ତେବେ ଭୂରାଜନୈତିକ ଉତ୍ତେଜନା ଏହାର ଏକ ପ୍ରମୁଖ କାରଣ ହୋଇପାରେ । ସାରା ବିଶ୍ବରେ ବଢୁମ୍ବା ଭୂରାଜନୈତିକ ଉତ୍ତେଜନା ଯୋଗୁଁ ଅନେକ ଦେଶ ପ୍ରତିବନ୍ଧକ ଭଳି ପରିସ୍ଥିତିର ସମ୍ମୁଖୂନ ହେଉଛନ୍ତି । ଟାରିଫ୍ ଯୁଦ୍ଧ ଭଳି ପରିସ୍ଥିତିରେ ନିଜ ଦେଶରେ ନିଜର ସୁନା ରହିବା ସବୁଠାରୁ ସୁରକ୍ଷିତ ବୋଲି ଆକଳନ କରାଯାଉଛି।
ଆରବିଆଇର ନିୟମ ଅନୁସାରେ ଘରୋଇ ଭଣ୍ଡାରରେ ସୁନା ସଂରକ୍ଷଣ କରିବା ଦ୍ବାରା ବିଶ୍ବ ସଙ୍କଟ କିମ୍ବା ବାଣିଜ୍ୟ କଟକଣା ପରିସ୍ଥିତିରେ ଦେଶରେ ଆର୍ଥିକ ଶକ୍ତି ବଜାୟ ରହିବ ଏବଂ କୌଣସି ଦେବାଳିଆ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିବ ନାହିଁ । ଏହା ଏକପ୍ରକାର ଆର୍ଥିକ ସ୍ଵତନ୍ତ୍ରତା ଆଡ଼କୁ ପଦକ୍ଷେପ ଅର୍ଥାତ୍ ରିଜର୍ଭବ୍ୟାଙ୍କ କୌଣସି ଆର୍ଥିକ ସହାୟତା ବିନା ନିଜର ଆର୍ଥିକ ନିଷ୍ପତ୍ତି ନେଇପାରିବ । ରୁଷ, ଇରାନ ଏବଂ ଭେନେଜୁଏଲା ଭଳି ଦେଶ ଉପରେ ପାଶ୍ଚାତ୍ୟ ପ୍ରତିବନ୍ଧକ ଲଗାଇବା ପରେ ଭାରତ ଏଭଳି ବିପଦ ପରିସ୍ଥିତିର ସାମ୍ନା କରିବାକୁ ଚାହୁନାହିଁ । ଯେଉଁ କାରଣରୁ ବିଦେଶରୁ ସୁନା ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଛି।
ଭାରତୀୟ ରିଜର୍ଭ ବ୍ୟାଙ୍କର ଏକ ରିପୋର୍ଟ ଅନୁଯାୟୀ, ସେପ୍ଟେମ୍ବର ୨୦୨୫ ଶେଷ ସୁଦ୍ଧା, RBI ପାଖରେ ମୋଟ ୮୮୦.୮ ଟନ୍ ସୁନା ଅଛି, ଯେଉଁଥୁରୁ ବର୍ଭମାନ ଭାରତରେ ୫୭୫.୮ ଟନ୍ ସୁନା ଗଚ୍ଛିତ ଅଛି । ଏହି ସମୟରେ ପ୍ରାୟ ୨୯୦.୩ ଟନ୍‌ ବ୍ୟାଙ୍କ ଅଫ୍ ଇଂଲଣ୍ଡ ଏବଂ ବ୍ୟାଙ୍କ ଫର ଇଣ୍ଟରନ୍ୟାସନାଲ୍ ସେଟେଲମେଣ୍ଟ, (BIS) ଭଳି ବିଦେଶୀ ସଂସ୍ଥା ପାଖରେ ଅଛି । ୩୧ ମାର୍ଚ୍ଚ, ୨୦୨୪ ସୁଦ୍ଧା ଏହି ସଂଖ୍ୟା ୮୨୨.୧୦ ଟନ୍‌ ଥିଲା ଏବଂ ଗୋଟିଏ ବର୍ଷରେ ସୁନାର ମାତ୍ରା ୫୭.୪୮ ଟନ୍ ବୃଦ୍ଧି ପାଇଛି । ତେବେ RBI ଏହି ବହୁମୂଲ୍ୟ ସୁନାକୁ ସୁରକ୍ଷିତ ସଂରକ୍ଷଣ କରିବା ପାଇଁ `ଗୋଲ୍ଡ ଭକ୍ଟ` ସୃଷ୍ଟି କରିଛି, ଯାହା ମୁମ୍ବାଇ ଏବଂ ନାଗପୁରରେ ଅଛି।
ମାର୍ଚ୍ଚ ୨୦୨୩ ରୁ ଏପର୍ଯ୍ୟନ୍ତ RBI ବିଦେଶରୁ ମୋଟ ୨୭୪ ଟନ୍ ସୁନା ଭାରତକୁ ଫେରାଇ ଆଣିଛି । ବିଶ୍ବସ୍ତରୀୟ ଅନିଶ୍ଚିତତା ଭିତରେ ରିଜର୍ଭ ବ୍ୟାଙ୍କ ସୁନା କିଣିବା ଏବଂ ଫେରାଇ ଆଣିବାର ଖବର ସହିତ ସୁନା ଚାହିଦା ବୃଦ୍ଧି ପାଇଛି । ଗତବର୍ଷ ମଧ୍ୟରେ ସୁନା ମୂଲ୍ୟ ୫୨% ବୃଦ୍ଧି ପାଇଛି । ଅକ୍ଟୋବର ୨୦ ତାରିଖରେ ସୁନା ମୂଲ୍ୟ ପ୍ରତି ଆଉନ୍ସ ୪,୩୮୧.୨୧ ଡଲାରର ସର୍ବକାଳୀନ ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା। ତେଣୁ ଭାରତ ନିଜ ଦେଶର ସୁନା କୁ ନିଜ ପାଖରେ ରଖିବାକୁ ନିଷ୍ପତି ନେଇ ବିଦେଶରୁ ସୁନା ଫେରାଇ ଆଣିଛି ||ଏହିଖାବର କୁ ବହୁ ଅର୍ଥ ନୈତିକ ବିଶେଷଜ୍ଞ ଓଅର୍ଥନୈତିକ ବ୍ୟକ୍ରି  ଭୁୟସୀ ପ୍ରଶଂସା କରିଛନ୍ତି |

News Comment

You Might Also Like

BACK TO TOP