Breaking News

ଏଗାର ଦଫା ଦାବି ନେଇ ଜିଲ୍ଲା ପାଳ ଙ୍କ ଅଫିସ ଆଗରେ ଭାରତୀୟ ମଜୁଦୁର ସଂଘ ର ବିକ୍ଷୋଭ |    (18-Aug-2026)       ||      ସୁନା ଦୋକାନୀ ଉପରେ ପ୍ରତିଶୋଧ ପାଇଁ ଡକାୟତି ଯୋଜନା ପଣ୍ଡ, ପାଞ୍ଚ ଅଭିଯୁକ୍ତ ଗିରଫ |    (18-Aug-2026)       ||      ଚଢ଼େୟାପଡା ଠାରେ ଦୁଇ ମାସ ହେଲା ପାନୀୟ ଜଳ ଯୋଗାଣ ବନ୍ଦ |   (18-Aug-2026)       ||      ତାଡି ଜବତ ସହ ବାଇକ ଓ ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କଲା ଅବକାରୀ ପୋଲିସ ||   (18-Aug-2026)       ||      ଭାଲୁ ଆକ୍ରମଣ ରେ ଜଣେ ବ୍ୟକ୍ତି ଗୁରୁତର ମେଡିକାଲ ରେ ଭର୍ତ୍ତି ||   (18-Aug-2026)       ||      ଶୁଭ୍ରା ସେଟ୍ଟି ଙ୍କୁତୃତୀୟ ବିବାହ କରିବେ 20 ବର୍ଷ ରୁ ଅଧିକ ନିର୍ଦେଶକ ଅନୁରାଗ କଶ୍ୟପ |   (18-Aug-2026)       ||      ପିଏମ ଶ୍ରୀ ସର୍ଦ୍ଦାରଅନ୍ତର୍ଯ୍ୟାମୀ ଉଚ୍ଚ ବିଦ୍ୟାଳୟ ରେ 10କୋଟି ନିଶାମୁକ୍ତ ପ୍ରତିଜ୍ଞା ମହା ଅଭିଯାନ ||   (17-Aug-2026)       ||      ଦୁର୍ଘଟଣା ରେ ମୃତ ବ୍ୟକ୍ତିଙ୍କପରିବାର କୁ କ୍ଷତି ପୂରଣ ଦାବି କରି ଗ୍ରାମବାସୀ ଙ୍କ ରାସ୍ତା ରୋକ |    (17-Aug-2026)       ||      ଦୁର୍ଘଟଣା ରେ ସ୍ତ୍ରୀ ଆଗରେ ଚାଲିଗଲା ସ୍ୱାମୀର ଜୀବନ ||   (17-Aug-2026)       ||      ସରକାର ଙ୍କ ଘୋଷଣା,ରାକ୍ଷୀ ପୁର୍ଣିମା ନିମନ୍ତେ ମହିଳାଙ୍କୁ ମିଳିବ ତିନିଦିନ ମାଗଣା ବସ ସେବା    (17-Aug-2026)       ||      ମାନବା ଧିକାର ମିଶନ ଗଞ୍ଜାମ ଜିଲ୍ଲା ତରଫରୁ, 4ଅନାଥ ଶିଶୁଙ୍କ ପରିବାରକୁ 25ହଜାର ଟଙ୍କା ଓ ରାସନ ସାମଗ୍ରୀ ପ୍ରଦାନ |   (17-Aug-2026)       ||      ପ୍ରେମ ଜନିତ ହତ୍ୟା କାଣ୍ଡ ବୋଲି ପୋଲିସ ର ସୂଚନା | କାଜୁ ଜଙ୍ଗଲ ରୁ ମିଳିଥିଲା ଗଳିତ ଶବ |    (17-Aug-2026)       ||      ଜାତୀୟ ରାଜପଥ କାମ ନିମ୍ନ ମାନର ଯୋଗୁଁ ଘଟୁଛି ଟ୍ରକ ଦୁର୍ଘଟଣା |    (17-Aug-2026)       ||      ଲଗାଣ ବର୍ଷା ରେ ଦୁଇ ଘର କାନ୍ଥ ପଡି ପରିବାର କ୍ଷତିଗ୍ରସ୍ତ |   (17-Aug-2026)       ||      ମଦ ବିକ୍ରୀକୁ ବନ୍ଦ କରି ନଷ୍ଟ କଲେ ମହିଳା ଗ୍ରୁପ,|    (17-Aug-2026)       ||      ଗୋଟିଏ କାହାଣୀରେ 4ଗୋଟି ଫିଲ୍ମ, ସବୁ ବ୍ଲକ ବ୍ଳଷ୍ଟର |    (16-Aug-2026)       ||      ନଦୀ ପାଣିରେ ଭାସିଯିବାର ଚାରି ଦିନ ପରେ ବି ମିଳିନି ଲକ୍ଷ୍ମଣ ଙ୍କ ମୃତ ଦେହ |    (16-Aug-2026)       ||      ହିଞ୍ଜିଳି ଗୋପବନ୍ଧୁ ପ୍ରେସ କ୍ଳବ ପକ୍ଷରୁ ମହା ଆଡ଼ମ୍ବର ରେ ସ୍ୱାଧୀନତା ଦିବସ ପାଳିତ |    (16-Aug-2026)       ||      ସ୍ୱାଧୀନତା ଦିବସ ରେ ମେଧା ସମ୍ମାନ |    (16-Aug-2026)       ||      ମୃତକଙ୍କ ପାଖରେ ପହଞ୍ଚି ସମ ବେଦନା ଜଣାଇଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ |    (16-Aug-2026)       ||     

ଖଲ୍ଲିକୋଟ, ଶିଶୁ ବିକାଶ ବିଦ୍ୟା ମନ୍ଦିର ପକ୍ଷରୁ ଜେଜେ ବାପା ଜେଜେ ମାଆ ସମ୍ମିଳନୀ ସହ ଗଣେଶ ପୂଜା ଅନୁଷ୍ଠିତ |

27-Aug-2025

ଖଲ୍ଲିକୋଟ: ଶିଶୁ ବିକାଶ ବିଦ୍ୟା ମନ୍ଦିର ପକ୍ଷରୁ ଜେଜେ ବାପା ଜେଜେ ମାଆ ସମ୍ମିଳନୀ ସହିତ ଗଣେଶ ପୂଜା ଅନୁଷ୍ଠିତ,

 ଓଡିଶା ଜନମତ ବ୍ୟୁରୋ,

ଭାରତୀୟ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ, ଭୁବନେଶ୍ୱରଙ୍କ ମାର୍ଗ ଦର୍ଶନରେ ପରିଚାଳିତ ଶିଶୁ ବିକାଶ ବିଦ୍ୟା ମନ୍ଦିର, ଖଲ୍ଲିକୋଟ, ଗଂଜାମ ତରଫରୁ ଆଜି ଆନୁଷ୍ଠାନିକ ରୀତିରେ ଅଗ୍ର ପୂଜ୍ୟ ଗଣେଶଙ୍କ ପୂଜା ସହିତ ଜେଜେ ବାପା ଜେଜେ ମାଆ ସମ୍ମିଳନୀ ଅନୁଷ୍ଠାନ ପରିସରରେ ଆୟୋଜିତ ହୋଇଯାଇଛି । ସର୍ବ ପ୍ରଥମେ ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟା ଶ୍ରୀମତୀ ଅନୁସୂୟା ମହାରଣା ଅନୁଷ୍ଠିତ ସମ୍ମିଳନୀରେ ଏ ସମ୍ପର୍କରେ ପ୍ରାକ୍ ସୂଚନା ପ୍ରଦାନ କରିଥିଲା ବେଳେ ଉପସ୍ଥିତ ଆଚାର୍ଯ୍ୟାମାନେ ପଠନ ରଥ ଶିଶୁଙ୍କ ଜେଜେ ବାପା ଜେଜେ ମାଆ, ଅଜା ଆଈ, ମାମୁଁ ମାଇଁ, କକା ଖୁଡିଙ୍କୁ ବନ୍ଦାପନା କରି ସ୍ୱାଗତ କରିଥିଲେ । 
ଉପସ୍ଥିତ ଅତିଥିମାନେ ପ୍ରଦୀପ ପ୍ରଜ୍ବଳନ କରିଥିଲା ସମୟରେ ଉଭୟ ଶିକ୍ଷାର୍ଥୀ, ଆଚାର୍ଯ୍ୟା, ଅଭିଭାବକ ଅଭିଭାବିକା ଦୀପ ମନ୍ତ୍ର ଉଚ୍ଚାରଣ କରିଥିଲେ । ଅନୁଷ୍ଠାନର ଛାତ୍ରୀମାନେ ଦେଶାତ୍ମବୋଧକ ସମବେତ ସଙ୍ଗୀତ ପରିବେଷଣ କରିଥିଲେ ।
ଏହି ଅବସରରେ ଅନୁଷ୍ଠିତ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ତହସିଲଦାର ଡି. ମାଲେସ୍ୱର ପାତ୍ର, ଯୁବ ସାହିତ୍ୟିକ ତଥା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଡକ୍ଟର ଦ୍ବାରିକାନାଥ ମହାରଣା ମୁଖ୍ୟ ବକ୍ତା,  ପ୍ରଶିକ୍ଷକ ବିଷ୍ଣୁ ଚରଣ ଡାକୁଆ ସମ୍ମାନୀତ ଅତିଥି, ଅନୁଷ୍ଠାନର ସମ୍ପାଦକ ଭାଗିରଥି ସ୍ୱାଇଁ ପ୍ରମୁଖ ଅତିଥି ଯୋଗଦେଇ ଅଗ୍ର ପୂଜ୍ୟ ଗଣେଶଙ୍କ ଅନୁରୂପ ସମାଜରେ ଜେଜେବାପା ଜେଜେମାଆ ଆଦି ବରିଷ୍ଠ ନାଗରିକଙ୍କ ଭୂମିକା ସର୍ବାଗ୍ରେ ମହତ୍ୱପୂର୍ଣ୍ଣ , ଆମ ସଂସ୍କୃତି ପରମ୍ପରା ଭିତ୍ତିରେ ପରିବାରରେ ସେହିମାନଙ୍କ କଥାକୁ ପ୍ରାଧାନ୍ୟ, ପ୍ରାଚୀନ ଶିକ୍ଷା ସଭ୍ୟତା, ବରିଷ୍ଠ ନାଗରିକଙ୍କ ପ୍ରତି ସମସ୍ତେ ଯତ୍ନବାନ ହେବା, ନୈତିକ ମୂଲ୍ୟବୋଧ ଆଧାରିତ ଶିକ୍ଷା, ପାରିବାରିକ ସମସ୍ୟାର ସୁସମାଧାନ ପାଇଁ ନିଜସ୍ବ ସ୍ତରରେ ପ୍ରୟାସ ଜାରି ରଖିବା, ପରିବାରରେ କୁନିକୁନି ଛୁଆଙ୍କ ସହିତ ଜେଜେ ବାପା ଜେଜେ ମାଆ, ଅଜା ଆଈ ଆଦି ବହୁବିଧ ଆଲୋଚନା କରିବା, ଗପ ଗୀତ ଶୁଣେଇବା ଉପରେ ସାରସ୍ୱତ ବକ୍ତବ୍ୟ ପ୍ରଦାନ କରିଥିଲେ । କୋମଳମତି ଛାତ୍ରଛାତ୍ରୀମାନେ ସେମାନଙ୍କ ଅଭିଭାବକ ଅଭିଭାବିକାଙ୍କୁ ଧୂପ, ଦୀପ, ପୁଷ୍ପ ସହକାରେ ପୂଜନ କରିଥିଲେ । ଆୟୋଜିତ ସମ୍ମିଳନୀରେ ସହକାରୀ ଆଚାର୍ଯ୍ୟା ସୁବାସିନୀ ପ୍ରଧାନ, କାଜଲ ବାରିକ, ଅଲିଭା ରାଣୀ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ । ପରିଶେଷରେ ପ୍ରଧାନ ଆଚାର୍ଯ୍ୟା ଶ୍ରୀମତୀ ମହାରଣା ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

News Comment

You Might Also Like

BACK TO TOP