Breaking News

ଭାରତ ରୁ ଅନ୍ୟଦେଶ ବିଭାଜନ ହୋଇ ନଥିଲେ କେତେ ବଡ଼ ଓ ସୁନ୍ଦର ଦିଶିଥାଆନ୍ତା |   (16-Aug-2026)       ||      ପଦ୍ମପୁର ରେ ଉପଖଣ୍ଡ ସ୍ତରୀୟ 80 ତମ ସ୍ୱାଧୀନତା ଦିବସ ପାଳିତ |    (16-Aug-2026)       ||      ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ 80 ତମ ସ୍ୱାଧୀନତା ଦିବସ ପାଳିତ!|    (16-Aug-2026)       ||      ପଦ୍ମପୁର ଓକିଲ ସଂଘ ଆନୁକୁଲ୍ୟରେ ରକ୍ତ ଦାନ ଶିବିର ଅନୁଷ୍ଠିତ |    (16-Aug-2026)       ||      ପୁରୁଷୋତ୍ତମପୁର ବିଜେପି ତରଫରୁ ସ୍ୱାଧୀନତା ଦିବସ ପାଳିତ |    (16-Aug-2026)       ||      ପୁରୁଷୋତ୍ତମପୁର ପରିବା ମାର୍କେଟ ରେ ମଧ୍ୟ ଧୁମ ଧାମରେ ପାଳିତ ହେଲା ପତାକା ଉତ୍ତୋଳନ |    (16-Aug-2026)       ||      ତିନି କୋଟି ରୁ ଉର୍ଦ୍ଧ ସରକାରୀ ଅର୍ଥ ଆତ୍ମସାତ ଘଟଣା ରେ ଭିଜିଲାନ୍ସ ଦ୍ୱାରା ଦୁଇ ଗିରଫ ||   (16-Aug-2026)       ||      ପୁରୁଷୋତ୍ତମପୁର ରେ ଥିବା ଆଇ ଏସ ଆର ଡ଼ି ରେ ସ୍ୱାଧୀନତା ଦିବସ ପାଳିତ |    (15-Aug-2026)       ||      ସ୍ୱାଧୀନତା ଦିବସ ରେ ସ୍ବର୍ଗତ୍ବ କେ ଭାସ୍କର ପାତ୍ର ଙ୍କ 77 ତମ ବାର୍ଷିକୀ ସ୍ମୃତି ରେ ରକ୍ତ ଦାନ ଶିବିର ଅନୁଷ୍ଠିତ ||   (15-Aug-2026)       ||      ଗଞ୍ଜାମ ଜିଲ୍ଲା ସ୍ତରୀୟ 80 ତମ ସ୍ୱାଧୀନତା ଦିବସ ଛତ୍ରପୁର ଠାରେ ପାଳିତ |    (15-Aug-2026)       ||      ବ୍ରହ୍ମପୁର ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟ ପକ୍ଷରୁ "ହର ଘର ତ୍ରିରଙ୍ଗା " କାର୍ଯ୍ୟକ୍ରମ ଅନୁଷ୍ଠିତ |   (15-Aug-2026)       ||      ବାଲିଗୁଡା ରେ ଉପଖଣ୍ଡ ସ୍ତରୀୟ 80 ତମ ସ୍ୱାଧୀନତା ଦିବସ ପାଳିତ |   (15-Aug-2026)       ||      ପୁରୁଷୋତ୍ତମପୁର ଏନଏସି ରେ ବିଭିନ୍ନ ଦାବି ନେଇ କାଉନ ସିଲର ଙ୍କ ଧାରଣା |    (15-Aug-2026)       ||      ବାଲିଗୁଡା ଉପଖଣ୍ଡ ବରିଷ୍ଟ ନାଗରିକ ସଂଘ ତରଫରୁ ସ୍ୱାଧୀନତା ଦିବସପାଳିତ |   (15-Aug-2026)       ||      ଯୁକ୍ରେନ ବିରୁଦ୍ଧରେ ରୁଷ ପାଈଁ କୋର୍ଟ ଲଢ଼ିବେ ଭାରତୀୟ ପୂର୍ବତନ ବିଚାର ପତି DY ଚନ୍ଦ୍ରଚୁଡ଼ ||   (15-Aug-2026)       ||      ଜାତୀୟ ପତାକା ଉତ୍ତୋଳନ ପରେ ଅସୁସ୍ଥ ହୋଇ ପଡିଲେ 8ଜଣ ଛାତ୍ରୀ ||   (15-Aug-2026)       ||      32 ବର୍ଷ ତଳର ସେହି ହିନ୍ଦୀ ଗୀତ ସେତେବେଳେ ଲେଖିବା ସମୟରେ କାନ୍ଦି ପକେଇଥିଲେ ଲେଖକ |   (14-Aug-2026)       ||      କଂଗ୍ରେସ ଛାତ୍ର ନେତାଙ୍କୁ ହ୍ୱାଟ୍ସଅପ ମାଧ୍ୟମରେ ପୂର୍ବ ଜିଲ୍ଲା କଂଗ୍ରେସ ସଭାପତି ଙ୍କ ଗାଳି ଓ ଆକ୍ରମଣ ଧମକ |   (14-Aug-2026)       ||      ପୋଲସରା ସରକାରୀ କଲେଜ ଏନ ସି ସି ଛାତ୍ରୀ ମାନଙ୍କ ଦ୍ୱାରା "ହର ଘର ତ୍ରିରଙ୍ଗା " ରାଲୀ |    (14-Aug-2026)       ||      ଦେଶ ଭକ୍ତି, ଦେଶପ୍ରେମ,ତ୍ରିରଙ୍ଗା ଯାତ୍ରାରେ ଯୋଗଦେଲେ ଖୋର୍ଦ୍ଧା ଏମପି |   (14-Aug-2026)       ||     

ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ 80 ତମ ସ୍ୱାଧୀନତା ଦିବସ ପାଳିତ!|

16-Aug-2026

ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ  ୮୦ ତମ ସ୍ବାଧିନତା ଦିବସ ମହାସମାରୋହରେ ପାଳିତ :: ସମସ୍ତ ଭାରତୀୟ ଗୋଟିଏ ପେନ୍ଥାର ଫୁଲ: ଜିଲ୍ଲାପାଳ: ଶ୍ରୀ ଅମ୍ରିତ ଋତୁରାଜ

ଖୋର୍ଦ୍ଧା (ନିପ୍ର ) ଖୋର୍ଦ୍ଧା ସଦର ମହକୁମା ବିଜେବି ଉଚ୍ଚ ବିଦ୍ୟାଳୟ ପଡିଆରେ ଖୋର୍ଦ୍ଧା  ଜିଲ୍ଲା ପ୍ରଶାସନ ଓ ସୂଚନା ଓ ଲୋକସଂପର୍କ ବିଭାଗ ମିଳିତ ଆନୁକୁଲ୍ୟରେ ୮୦ ତମ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଅଛି l ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଅମ୍ରିତ୍ ଋତୁରାଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ  ଜାତୀୟ ପତାକାକୁ ଉତ୍ତୋଳନ କରି ସମ୍ମିଳିତ ପ୍ୟାରେଡ ରେ ଅଭିବାଦନ ଗ୍ରହଣ କରିଥିଲେ l ନିଜ ଅଭିଭାଷଣରେ ସେ କହିଥିଲେ ସ୍ଵାଧୀନତା ଆନ୍ଦୋଳନର ଯେଉଁ ପ୍ରମୁଖ ମହାପୁରୁଷ ମାନେ ଆତ୍ମ ବିସର୍ଜନ କରିଛନ୍ତି ସେମାନଙ୍କୁ ମନେ ପକାଇବା  ସହିତ ତାଙ୍କୁ ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ଦେଇ ଆଜିର ଦିବସ କୁ ସମସ୍ତେ ଉତ୍ସାହ ର ସହିତ ପାଳନ କରିବା ଦରକାର l  ଭାରତର ମାଟି, ସମାଜ,ଓ ଦେଶ ଗରିମା ମୟ ସ୍ଵାଧୀନତା ଦିବସ ୮୦ ବର୍ଷ ପୂର୍ତ୍ତି ପାଳନ କରି ରୁଦ୍ଧିମନ୍ତ ହୋଇଛି l ଭୂଖଣ୍ଡ ଆରବ ସାଗର ରୁ ଭାରତର ଆତ୍ମା, ଅହିଂସା ରୁ ବସୁଧେବକୁଟୁମ୍ବକମ ମନ୍ତ୍ରରେ ଭାରତ ବାସି ଜାତି ପ୍ରଜାତିର ଫୁଲରେ ଗୋଟିଏ ପେନ୍ଥାରେ ବାନ୍ଧିହୋଇ ବିଶ୍ୱକୁ ବିଶାଳ ସ୍ଵାଧୀନ ଭାରତର ଅପୂର୍ବ ଗାଥାର ଅହିଂସା ମନ୍ତ୍ରରେ ଦୀକ୍ଷିତ ହେବା ପାଇଁ ପ୍ରେରଣା ଦେଉଛି ବୋଲି ଜିଲ୍ଲାପାଳ  କହିଥିଲେ l ସେହିପରି ସେ ଆହୁରି କହିଥଲେ  ଖୋର୍ଦ୍ଧା  ଗଡର ଲାଲ ମାଟି ର ପାଇକ ବିଦ୍ରୋହ କୁ ରାଷ୍ଟ୍ର ଭୁଲି ପାରିବ ନାହିଁ, ବକ୍ସି ଜଗବନ୍ଧୁ, ଜୟୀ ରାଜଗୁରୁ, ଦଳ ବେହେରା ପ୍ରମୁଖ ମହାନ୍ ଯୋଦ୍ଧା ଓ ଦେଶ ପ୍ରେମୀ ବ୍ରିଟିଶ ଶାସନ ଆଗରେ ମୁଣ୍ଡ ନୁଆଇଁ ନଥିଲେ l ଏବେ ଆମେ ସ୍ୱାଧୀନ ଭାରତ ବର୍ଷରେ ଆମ ଅଧିକାର ଓ କର୍ତ୍ତବ୍ୟ ବଳରେ ଆମେ ସମସ୍ତ କ୍ଷେତ୍ରରେ ଆଗେଇ ଚାଲିଛେ l ଆମ ଭାରତ ବର୍ଷର ପାଞ୍ଚ ହଜାର ବର୍ଷର ମହାନ୍ ସଭ୍ୟତା ରେ ବ୍ରତୀ ହୋଇ ଦୃଢ ସଂକଳ୍ପ, ନିଜ କର୍ତ୍ତବ୍ୟ ସମ୍ପାଦନ କରି ରାଷ୍ଟ୍ରକୁ,ରାଜ୍ୟକୁ , ଜିଲ୍ଲାକୁ ଓ ସମାଜକୁ ରୁଧିମନ୍ତକରିବା ପାଇଁ ନୂତନ ଯୁବ ପିଢ଼ି ଅଧିକରୁ ଅଧିକ ଯତ୍ନବାନ ହେବାକୁ ପରାମର୍ଶ ଦେଇ ଧନ୍ୟବାଦ ଜଣାଇଥିଲେ l ଏହି ଅବସରେ  ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା, ମାର୍ଚ୍ଚ ପାଷ୍ଟ,ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ, ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ ହୋଇଥିଲା l ସେହିପରି ପ୍ରଜ୍ଞାପନ ମେଢ ପ୍ରତି ଯୋଗିତାରେ ଜିଲ୍ଲାପରିଷଦ, ଖୋର୍ଦ୍ଧା , ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଦ୍ୱିତୀୟ ଏବଂ ନିର୍ବାହୀ ଅଧିକାରୀ, ପୌର ପରିଷଦ ଙ୍କ ମେଢ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ l ସେହିପରି ବେସାମାରିକ ଦଳ ମାନଙ୍କୁ ପୁରସ୍କୃତ କରାଯାଇଥିଲା l. ପରେ ଜିଲ୍ଲାପାଳ ଖୋର୍ଦ୍ଧା ଜେଲରେ ଥିବା ଅନ୍ତେବାସୀ ମାନଙ୍କୁ ମିଷ୍ଟାନ୍ନ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କରିଥିଲେ l ସ୍ୱାଧୀନତା ଦିବସ ଉପଲକ୍ଷେ ପ୍ରାତଃ ସମୟରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସହର ସାରା ଡ଼ାକବାଜି ଯନ୍ତ୍ର ଯୋଗେ ରାମଧୁନ ପ୍ରଚାର କରାଯାଇଥିଲା l ପ୍ୟାରେଡ ପ୍ରତିଯୋଗଗିତାରେ ସିନିୟର୍ ଏନସିସି ରେ ପିଏନ କଲେଜ, ଜୁନିୟର ରେ ଆର୍ଯ୍ୟଭଟ୍ଟ ଆନ୍ସିଏଣ୍ଟ ଏକାଡେମି, ସ୍ଵତନ୍ତ୍ର ଛାତ୍ର ପୋଲିସରେ ବାଳିକା ବିଦ୍ୟାଳୟ,ଖୋର୍ଦ୍ଧା  ଗାଇଡ ବିଭାଗରେ ସରସ୍ଵତୀ ଶିଶୁ ମନ୍ଦିର, ପଲାହାଟ,ଗାଇଡ ଦଳରେ ସରକାରୀ ଉଚ୍ଚ ବିଦ୍ୟାଳୟ, ଖୋର୍ଦ୍ଧା , ଅନ୍ୟାନ୍ୟ ବେସାମରିକ ଦଳରେ ପିଏନ  କଲେଜ ଖୋର୍ଦ୍ଧା, ବେସାମରିକ ହାଇସ୍କୁଲ ସ୍ତରରେ ଏସଡିଏ ହାଇସ୍କୁଲ ଖୋର୍ଦ୍ଧା , ବେସାମରିକ ଉଚ୍ଚ ପ୍ରାଥମିକରେ ସରସ୍ଵତୀ ଶିଶୁବିଦ୍ୟା ମନ୍ଦିର ମଧ୍ୟଇଂରାଜୀ, ଗୁରୁଜଙ୍ଗ ବେସାମରିକ ପ୍ରାଥମିକ ସ୍ତରରେ ଶିଶୁ ବିହାର ଗୁରୁଜଙ୍ଗ, ଏବଂ ପ୍ୟାରେଡ ଶୃଙ୍ଖଳାରେ ଗୁରୁଜଙ୍ଗ ଉଚ୍ଚ ବିଦ୍ୟାଳୟ, ଖୋର୍ଦ୍ଧା,  ଯଥାକ୍ରମେ ପ୍ରଥମ ସ୍ଥାନ ଅଧିକାର କରି ଟ୍ରଫି  ପାଇବାକୁ ଯୋଗ୍ୟ ବିବେଚିତ ହୋଇ ଜିଲ୍ଲାପାଳ ଙ୍କ ଠାରୁ ପୁରସ୍କୃତ ହୋଇଥିଲେ l ପ୍ୟାରେଡରେ ଆଇଟିବିପି ତରତୁଆ, ଷଷ୍ଠ 
ଆଇଆରବି ବାଟାଲିୟନ,ଏପିଆର , ଖୋର୍ଦ୍ଧା , ହୋମଗାର୍ଡ, ପୋଲିସ ବ୍ୟାଣ୍ଡ ପାର୍ଟି ଏବଂ ମହା ବିଦ୍ୟାଳୟ ଓ ବିଦ୍ୟାଳୟ ଛାତ୍ର ଛାତ୍ରୀ ଙ୍କୁ ନେଇ ମୋଟ ୫୬ ଗୋଟି  ପ୍ୟାରେଡ ଦଳ  ଅଂଶ ଗ୍ରହଣ କରିଥିଲେ l ପ୍ୟାରେଡ କମାଣ୍ଡର ବିଜୟ କୁମାର ସାହୁ ଙ୍କ ନେତୃତ୍ୱରେ ପ୍ୟାରେଡ ପରିଚାଳନା କରାଯାଇଥିଲା l କାର୍ଯ୍ୟକ୍ରମରେ ଆରକ୍ଷୀ ଅଧିକ୍ଷକ ପାରମାର ସ୍ମୀଥ ପାଋଷୋତ୍ତମ୍ ଦାସ, ଅତିରିକ୍ତ ଜିଲ୍ଲାପାଳ, ସାଧାରଣ, ପ୍ରତାପ ଚନ୍ଦ୍ର ବେଉରା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଶ୍ରୀ ଜ୍ୟୋତି ଶଙ୍କର ସାହୁ, ଉପଜିଲ୍ଲାପାଳ, ସଂକଳ୍ପ ସ୍ଵସ୍ତିକ ସାହୁ, ଜିଲ୍ଲା ପରିଷଦ ସଭାପତି ଶ୍ରୀ ରୁପଶ୍ରୀ ରାଣୀ ଗୁମାନ ସିଂହ, ଉପସଭାପତି ଶ୍ରୀ ଗୋପୀନାଥ ମହାରଣା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅନାଦି ଚରଣ ସେଠୀ, ଶ୍ରୀନିବାସ ମହାନ୍ତି, ଡେପୁଟି କଲେକ୍ଟର ଅନନ୍ୟା ସୃଷ୍ଟି ଶତପଥୀ, ନିବେଦିତା ପରିଡ଼ା, ସାରା ମଲ୍ଲିକ, ସ୍ବିଟି ସୋରେନ, ଶ୍ରୀତପା ମିଶ୍ର, ସଂଗ୍ରାମ ଜେନା, ସୌମ୍ୟା ସାଗରିକା ସ୍ୱାଇଁ,ନିଜାରତ ଅଧିକାରୀ ରିଶବ୍ ତ୍ରିପାଠୀ, ଡିଇଜିଏମ ମାନସ କୁମାର ବ୍ରହ୍ମା, ସହକାରୀ ନିର୍ଦେଶକା,ଉଦ୍ୟାନ କୃଷି ଶ୍ରେୟା ଶତପଥୀ, ଉପନିର୍ଦେଶକ, କୃଷି, ମନୋରଞ୍ଜନ ମିଶ୍ର,ଡେପୁଟୀ କଲେକ୍ଟର ରଶ୍ମିତା ସାମଲ, ଜିଲ୍ଲା ସଂସ୍କୃତି ଅଧିକାରୀ, ଚୌଧୁରୀ ଅରବିନ୍ଦ ଦାସ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଗୀତାଞ୍ଜଳି ପଣ୍ଡା, ଆସିଷ୍ଟାଣ୍ଟ କଲେକ୍ଟର ଅଭିଷେକ ମହାନ୍ତି, ବିଡ଼ିଓ ସିଦ୍ଧାର୍ଥ ପଟ୍ଟନାୟକ  ଓ ଅନ୍ୟ ବିଭାଗ ଜିଲ୍ଲା ସ୍ତରୀୟ ଅଧିକାରୀ , ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାର୍ଯ୍ୟାଳୟ କର୍ମଚାରୀ,  ଓ, ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ,ବିଜେବି ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ, ପଂଚାୟତ ରାଜ ପ୍ରତିନିଧି, ବୁଦ୍ଧିଜୀବୀ,ଗଣମାଧ୍ୟମ ପ୍ରତିନିଧି ବୃନ୍ଦ, ଅଗ୍ନିଶମ ସେବା ଅଧିକାରୀ, ଅଧିକ୍ଷଣ ଯନ୍ତ୍ରୀ, ପୂର୍ତ୍ତ ସିବଲାଲ ସାହୁ, ନିର୍ବାହୀ ଯନ୍ତ୍ରୀ, ପୂର୍ତ୍ତ, ସରୋଜ ମିଶ୍ର, ନିର୍ବାହୀ ଅଧିକାରୀ, ପୌର ପରିଷଦ, କାବେରୀ ମୁଦୁଲି ପ୍ରମୁଖ ଯୋଗଦେଇଥିଲେ l ଅତିରିକ୍ତ ଜିଲ୍ଲାପାଳ, ସାଧାରଣ ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା ଙ୍କ ପ୍ରତ୍ୟକ୍ଷତାତ୍ୱାବଧାନରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ସମସ୍ତ କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳାର ସହ ସମାପନ କରିଥିଲେ l

News Comment

You Might Also Like

BACK TO TOP