Breaking
News
Breaking
News
16-Aug-2026
ଗୋପବନ୍ଧୁ ପ୍ରେସ କ୍ଳବ, ହିଞ୍ଜିଳିକାଟୁ ପକ୍ଷରୁ ମହାଆଡ଼ମ୍ବରରେ ୮୦ତମ ସ୍ୱାଧୀନତା ଦିବସ ପାଳିତ ।
ଓଡିଶା ଜନ ମତ,ହିଞ୍ଜିଳିକାଟୁ, ୧୫/୦୮,
କୃଷ୍ଣ ଚନ୍ଦ୍ର ସାମନ୍ତରା;-----
ଦେଶପ୍ରେମ ଓ ଜାତୀୟତାର ଭାବନାରେ ଉତ୍ସବମୁଖର ହୋଇଉଠିଲା ହିଞ୍ଜିଳିକାଟୁ। ଭଏସ୍ ଅଫ୍ ମିଡ଼ିଆ ଗଞ୍ଜାମ ଜିଲ୍ଲା ଶାଖା ଓ ଗୋପବନ୍ଧୁ ପ୍ରେସ କ୍ଳବ, ହିଞ୍ଜିଳିକାଟୁର ମିଳିତ ଆନୁକୂଲ୍ୟରେ ମହାଆଡ଼ମ୍ବରରେ ୮୦ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ହିଞ୍ଜିଳିକାଟୁ ମିନି ଷ୍ଟାଡିୟମ ପରିସରରେ ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ସକାଳ ସାଢ଼େ ୭ଟା ସମୟରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। ଏହି ଅବସରରେ ଭଏସ୍ ଅଫ୍ ମିଡ଼ିଆ ଗଞ୍ଜାମ ଜିଲ୍ଲା ଶାଖାର ସଦସ୍ୟ ଓ ଗୋପବନ୍ଧୁ ପ୍ରେସ କ୍ଳବର ସଦସ୍ୟମାନେ ବହୁ ସଂଖ୍ୟାରେ ଉପସ୍ଥିତ ରହି ଜାତୀୟ ପର୍ବକୁ ଉତ୍ସାହର ସହ ପାଳନ କରିଥିଲେ। ଭଏସ୍ ଅଫ୍ ମିଡ଼ିଆ ପକ୍ଷରୁ ହିଞ୍ଜିଳିକାଟୁରେ ପ୍ରଥମ ଥର ପାଇଁ ସ୍ୱାଧୀନତା ଦିବସ ପାଳନ କାର୍ଯ୍ୟକ୍ରମ ଆୟୋଜନ ହୋଇଥିବାରୁ ସାମ୍ବାଦିକ ମହଲରେ ଏହାକୁ ନେଇ ବିଶେଷ ଉତ୍ସାହ ଓ ଆନନ୍ଦ ପ୍ରକାଶ ପାଇଥିଲା। କାର୍ଯ୍ୟକ୍ରମରେ ଭଏସ୍ ଅଫ୍ ମିଡ଼ିଆ ଗଞ୍ଜାମ ଜିଲ୍ଲା ସଭାପତି ରାମ ପ୍ରସାଦ ସାମଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ପତାକା ଉତ୍ତୋଳନ ପରେ ଉପସ୍ଥିତ ସମସ୍ତ ସାମ୍ବାଦିକ ଓ ସଦସ୍ୟମାନେ ସମୂହ ଜାତୀୟ ସଙ୍ଗୀତ ଗାନ କରି ଦେଶର ସ୍ୱାଧୀନତା ପାଇଁ ବଳିଦାନ ଦେଇଥିବା ମହାନ ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନ ଜଣାଇଥିଲେ। ସ୍ୱାଧୀନତା ଦିବସ ପାଳନ ସହିତ ସାମାଜିକ ଦାୟିତ୍ୱକୁ ମଧ୍ୟ ଗୁରୁତ୍ୱ ଦେଇଥିଲା ଆୟୋଜକ ସଂଘ।। ପରବର୍ତ୍ତୀ ସମୟରେ ମୁଖ୍ୟ ଅତିଥି ଶ୍ରୀ ରାମ ପ୍ରସାଦ ସାମଲଙ୍କ ସମେତ ଭଏସ୍ ଅଫ୍ ମିଡ଼ିଆର ସଦସ୍ୟ ମାନେ ସ୍ଥାନୀୟ ରେଗିଡ଼ି ସାହି ସରକାରୀ ସ୍କୁଲରେ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ବିସ୍କୁଟ ବଣ୍ଟନ କରିଥିଲେ । ସାମ୍ବାଦିକମାନେ କେବଳ ସମାଜର ଘଟଣାବଳୀକୁ ଲୋକଲୋଚନକୁ ଆଣିବାରେ ସୀମିତ ନରହି ସାମାଜିକ ଓ ଜାତୀୟ ଦାୟିତ୍ୱ ପ୍ରତି ମଧ୍ୟ ସଚେତନ ରହିବା ଆବଶ୍ୟକ ବୋଲି ଏହି ଆୟୋଜନ ଏକ ସୁନ୍ଦର ବାର୍ତ୍ତା ପ୍ରଦାନ କରିଛି। ଭଏସ୍ ଅଫ୍ ମିଡ଼ିଆ ଓ ଗୋପବନ୍ଧୁ ପ୍ରେସ କ୍ଳବର ଏହି ପ୍ରୟାସକୁ ଅଞ୍ଚଳବାସୀ ଓ ସାମ୍ବାଦିକ ମହଲରେ ପ୍ରଶଂସା କରାଯାଇଛି । ଏହି ଅବସରରେ ଜିଲ୍ଲା ସମ୍ପାଦକ -ରଘୁନାଥ ଆଚାର୍ଯ୍ୟ
ଜିଲ୍ଲା ଉପସଭାପତି -ପ୍ରିୟବ୍ରତ ପଣ୍ଡା,ଦିଲୀପ କୁମାର ଖୋଟିଆ, ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ।ପାଢ଼ୀ ବାବୁ, ଶିବରାମ ବାବୁ
ଗୋପବନ୍ଧୁ ପ୍ରେସ କ୍ଳବ ହିଞ୍ଜିଳିକାଟୁ ସଭାପତି ରଞ୍ଜିତ କୁମାର ପଲେଇ, ସହ ସମ୍ବାଦକ କୃଷ୍ଣଚନ୍ଦ୍ର ସାମନ୍ତରାୟ, ଉପସଭାପତି ରାମକୃଷ୍ଣ ପାଣି, ଅବନୀ ପଟ୍ଟନାୟକ, ସାରଥୀ ପାଢ଼ୀ, ଉଷାରାଣୀ ପଣ୍ଡା, ଜଗତ ସାହୁ, ରାମକୃଷ୍ଣ ପଣ୍ଡା, ଵିଶ୍ଵମ୍ଭର ଦାଶ,ଏବଂ ଭଏସ ଆଫ ମିଡ଼ିଆର ବହୁ ସଦସ୍ୟ ଯୋଗ ଦେଇଥିଲେ । ଗଂଜାମ ଜିଲ୍ଲା ପ୍ରତିନିଧି କୃଷ୍ଣ ଚନ୍ଦ୍ର ସାମନ୍ତରାୟ ଙ୍କ ରିପୋର୍ଟ।
BACK TO TOP