Breaking News

ଗଣେଶ ପୂଜା କୁ ଆସୁଛି ହରର ଓଡ଼ିଆସିନେମା " ଦାହନ " |    (22-Aug-2026)       ||      ଭଞ୍ଜନଗର ଉତ୍ତର ଘୁମୁସର ବନ ଖଣ୍ଡ ରେ ଦୁଇଟି ବାଘ ଛୁଆ ରାସ୍ତା ପାରହେଉଥିବା ଦୃଶ୍ୟ |    (22-Aug-2026)       ||      ଅନ୍ଧବିଶ୍ୱାସ ର କରୁଣ ପରିଣତି , ଧନ ପ୍ରାପ୍ତି ପାଇଁ ଘରେ ଦେଇଥିଲେ ନର ବଳି |   (22-Aug-2026)       ||      ଜଗନ୍ନାଥ ପ୍ରସାଦ ରାସ୍ତାରେ ଦୁଇ ବାଘ ଛୁଆ ଦେଖିବାକୁ ମିଳୁଛି |    (22-Aug-2026)       ||      ଗାନ୍ଧୀ ସ୍କୁଲ ଅଫ ଇଞ୍ଜିନିୟରିଙ୍ଗ ର 19ତମ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ||   (22-Aug-2026)       ||      କୃତିତ୍ୱ ଦେଖାଇଲେ ଖଲ୍ଲିକୋଟ, ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ରେ ଛାତ୍ର ଛାତ୍ରୀ ମାନେ |    (22-Aug-2026)       ||      କାଲିମେଘି ପଞ୍ଚାୟତ ରେ ଶବଗୃହ ନଥିବାରୁ ଅସୁବିଧା ଭୋଗୁଛନ୍ତି ପଞ୍ଚାୟତ ବାସୀ |   (22-Aug-2026)       ||      ଏକ ପ୍ରକୃତ କର୍ମୀଙ୍କ ନିସ୍ୱାର୍ଥ ପର ସେବା ନିଷ୍ଟାର ଅନନ୍ୟ ଉଦାହରଣ କରିଥିବା ବ୍ୟକ୍ତି |    (22-Aug-2026)       ||      ଶବ ଦାହ କରିବାକୁ ଯାଇ ଶବ ହୋଇଗଲେ କରୁଣା କର |   (22-Aug-2026)       ||      ପଞ୍ଚମ ରାଜ୍ୟ ସ୍ତରୀୟ ଫୋଟୋ ପ୍ରତିଯୋଗିତା ରେ ଫୋଟଗ୍ରାଫର ସମ୍ମାନିତ |    (22-Aug-2026)       ||      ବାଲିଗୁଡା ପୋଲିସ ଦ୍ୱାରା ବ୍ରାଉନ ସୁଗାର ସହିତ ଟଙ୍କା,ମୋବାଇଲ ଓ ମୁଖ୍ୟ ଅଭିଯୁକ୍ତ ଗିରଫ |    (22-Aug-2026)       ||      ଆମେରିକା ଯିବାକୁ ତେଲେଙ୍ଗନା ମୁଖ୍ୟମନ୍ତ୍ରୀ ଙ୍କୁ କେନ୍ଦ୍ର ସରକାର ଙ୍କ ଠାରୁ ମିଳିଲାନି ଅନୁମତି |   (22-Aug-2026)       ||      ପୁଣି ଦ୍ୱତୀୟ ବିବାହ କଲେ ଜଣେ ଅଭିନେତା ||   (22-Aug-2026)       ||      ଜିରୋ ରନ ରେ କେବେବି ଆଉଟ ହୋଇ ନଥିବା ଜଣେ କ୍ରିକେଟିଏର |   (21-Aug-2026)       ||      କନ୍ୟାରୀ ବାଡ଼ିରେ ବେସାହାରା ହୋଇଥିବା ଚାରି କୁନି ଛୁଆଙ୍କୁ ସାହାଯ୍ୟ କଲେ ବିଧାୟକ ପ୍ରତାପ ନାୟକ |    (21-Aug-2026)       ||      ସାଧାରଣ ଲୋକଙ୍କ ପାଈଁ ନାହିଁ ଶ୍ମଶାନ କୁ ରାସ୍ତା , ଶବସଂସ୍କାର ପାଈଁ ହଟ ହଟା |   (21-Aug-2026)       ||      ଜୁଆ ଆଡ୍ଡା ଉପରେ ପୋଲିସ ର ଚଢ଼ାଉ ବାଇକ, ଟଙ୍କା ସହ 7ଜଣ ଗିରଫ |    (21-Aug-2026)       ||      ତପ୍ତପାଣି ଉଷ୍ଣ ପଶ୍ରବଣ ପରିଦର୍ଶନ କରି କନ୍ଧୁଣୀ ଦେବୀଙ୍କ ଉନ୍ନୟନ ବୁଲି ଦେଖିଲେ ବିଧାନ ସଭା ଗୃହ କମିଟି |   (21-Aug-2026)       ||      ବେଗୁନିଆପଡା ବ୍ଲକରେ ସାମାଜିକ ସୁରକ୍ଷା ଜନ ଶୁଣାଣୀ ଅନୁଷ୍ଠିତ |   (21-Aug-2026)       ||      ବସ ସହିତ ବୁଲେଟ ମୁହାଁମୁହିଁ ଧକ୍କାରେ ଯୁବକ ମୃତ |    (21-Aug-2026)       ||     

ଓଡ଼ିଶାର ସାମ୍ବାଦିକ ମାନଙ୍କୁ ପେନସନ ମିଳିବ କେବେ ସମସ୍ତ ଙ୍କ ମନରେ ପ୍ରଶ୍ନ ବାଚୀ????

27-Jul-2025

ଓଡ଼ିଶାରେ ସାମ୍ବାଦିକଙ୍କୁ ପେନସନ କେବେ

(ବିହାର ସରକାର ମହାରାଷ୍ଟ୍ର ସରକାର ସାମ୍ବାଦିକଙ୍କ ପେନସନ ପନ୍ଦ   ରୁ କୋଡି  ହଜାର ଟଙ୍କାକୁ ବୃଦ୍ଧି କଲେ, ଓଡ଼ିଶାରେ କେବେ?????

            ଓଡିଶା ଜନ ମତ ବ୍ୟୁରୋ,

ଭାରତ ର ଅଧିକାଂଶ ରାଜ୍ୟରେ  ସାମ୍ବାଦିକ ମାନଙ୍କ ପେନସନ ପାଇଁ କିଛି ବ୍ୟବସ୍ତା ସେଠିକାର ସରକାର କରିଥିଲା ବେଳେ ଓଡ଼ିଶାର ସାମ୍ବାଦିକ ମାନଙ୍କ ପାଇଁ ତାହା ସାତ ସପନ ପାଲଟିଛି | ଦେଶ ସ୍ୱାଧୀନତା ର 77 ବର୍ଷ ଅତିକ୍ରାନ୍ତ  କରିଥିଲେ ମଧ୍ୟ  ସାମ୍ବାଦିକ ମାନଙ୍କ ପାଇଁ କେଉଁ ଦଳର ଆନ୍ତରିକତା ନାହିଁ ବୋଲି  ବୁଦ୍ଧିଜୀବୀ ମନେ  ଚର୍ଚ୍ଚା କରୁଛନ୍ତି | ଓଡିଶା ସରକାର ଙ୍କ କିଛି ସରକାରୀ ସ୍ୱୀକୃତି ପାପ୍ତ ସାମ୍ବାଦିକ ମାନଙ୍କୁ ଛାଡିଦେଲେ  ଷାଠିଏ ବର୍ଷରୁ ଅଧିକ ଥିବା ସାମ୍ବାଦିକ ମାନଙ୍କ ଘରର ଅବସ୍ତା କହିଲେ ନସରେ | କେବଳ ଉପର କୁ ନିଜେ ବଡ଼ ବୋଲି ଭାବି କାମକରୁଥିବା  ସାମ୍ବାଦିକ ମାନଙ୍କ ବିକଳ ଚିତ୍ର ନିଜେ ନଦେଖିଲେ ଵୁଝି ପାରିବ ନାହିଁ | ତେବେ ପରିଣତ ବୟସ କିମ୍ବା ମୃତ୍ୟୁ ପରେ ପରିବାରପ୍ରତି ପୋଷଣ ପାଇଁ ପେନସନ  ସବୁ ରାଜ୍ୟରେ ଲାଗୁ କରାଯାଉଥିଲେ ମଧ୍ୟ ଓଡିଶା ସାମ୍ବାଦିକ ମାନଙ୍କ  ପାଇଁ କେଉଁ ଦଳ ମଧ୍ୟ ଟିକେ ଆନ୍ତରିକତା ଦେଖାଉ ନାହାନ୍ତି | କେବଳ ବିରୋଧ ଦଳରେ ରହିଥିଲା ବେଳେ  ଭାଷଣ ବାଜି କରି ଆମଦଳ ଶାସନ କୁ ଆସିଲେ ତୁମ ମାନଙ୍କ ସବୁକିଛି କରିଦେବୁ କିନ୍ତୁ  ଶାସନ କୁ ଆସିଲେ ପୂର୍ବରୁ ଦେଇଥିବା ସେହିକଥା କୁ ସମ୍ପୂର୍ଣ୍ଣ ରୂପେ ପାସୋରି ଦିଅନ୍ତି |ଆଉ ହଜାରରୁ ୧୦ ହଜାର ହେଲା |ପଶ୍ଚିମବଙ୍ଗ,ତାମିଲନାଡ଼ୁ,ହରିଆନା ଓ ଆସାମରେ. ତିନି ହଜାର ରୁ ଦଶ ହଜାର ଟଙ୍କା ଦିଆ ଯାଉଛି | ବିହାରରେ ନୀତିଶ କୁମାରଙ୍କ ନେତୃତ୍ୱାଧନ ଏନଡିଏ ସରକାର ସାମ୍ବାଦିକମାନଙ୍କର ମାସିକ ପେନସନ ୧୫ ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି । ବିହାରରେ ଅଧସ୍ବୀକୃତିପ୍ରାପ୍ତ ସାମ୍ବାଦିକ ମାନେ ଏବେ ମାସିକ ୬ ହଜାର ଟଙ୍କା ପେନସନ ପାଉଛନ୍ତି । ତେବେ ବନ୍ଧିତ ପେନସନ ତୁରନ୍ତ ଦେବା ଲାଗି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି| ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଶନିବାର ଏ ସଂପର୍କରେ ସୋସିଆଲ ମିଡିଆ ପ୍ଲାଟଫର୍ମ `ଏକ୍ସ`ରେ ସୂଚନା ଦେଉଛନ୍ତି । ବିହାର ସରକାର ସାମ୍ବାଦିକମାନଙ୍କ ଲାଗି `ବିହାର ପତ୍ରକାର ସମ୍ମାନ ପେନସନ ଯୋଜନା` କରିଛନ୍ତି ।ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗଣତନ୍ତ୍ରରେ ପତ୍ରକାର ବା ସାମ୍ବାଦିକମାନଙ୍କର ଭୂମିକା ଗୁରୁତ୍ଵପୂର୍ଣ ଅଟେ । ସେମାନେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବରେ କାର୍ଯ୍ୟ କରନ୍ତି ଏବଂସାମାଜିକ ବିକାଶ କ୍ଷେତ୍ରରେ ସାମ୍ବାଦିକମାନଙ୍କର ଗୁରୁତ୍ବପୂର୍ଣ ଦାୟିତ୍ବ ରହିଥାଏ। ସାମ୍ବାଦିକମାନଙ୍କ ସୁବିଧା ଲାଗି ସରକାର ଆରମ୍ଭରୁ ଧ୍ୟାନ ରଖୁଛନ୍ତି। ପ୍ରତ୍ୟେକ ସାମ୍ବାଦିକ ନିରପେକ୍ଷ ଭାବରେ ନିଜର ସାମ୍ବାଦିକତା କରିବା ଏବଂ ଅବସର ପରେ କିଭଳି ସୁସ୍ଥ ଜୀବନ ଯାପନ କରିବେ ସେଥ‌ିପାଇଁ ଏହି ଯୋଜନା କାର୍ଯ୍ୟକାରୀ ହୋଇଛି।
ଉଲ୍ଲେଖ ଥାଉକି, କେବଳ ବିହାର ନୁହେଁ, ପଶ୍ଚିମବଙ୍ଗ, ତାମିଲନାଡୁ, ହରିଆନା ଓ ଆସାମ ସରକାର ମଧ୍ୟ ସାମ୍ବାଦିକମାନଙ୍କୁ ମାସିକ ପେନସନ ପ୍ରଦାନ କରୁଛନ୍ତି। ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ନେତୃତ୍ବାଧୂନ ତୃଣମୂଳ କଂଗ୍ରେସ ସରକାର ୨୦୧୮ ମସିହାରୁ ସାମ୍ବାଦିକମାନଙ୍କ ଲାଗି ପଶ୍ଚିମବଙ୍ଗ ପେନସନ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଅବସର ପରେ ସାମ୍ବାଦିକଙ୍କୁ ମାସିକ ୨ ହଜାର ୫ଶହ ଟଙ୍କା ପେନସନ ଦିଆଯାଇଛି ।ତାମିଲନାଡୁରେ ସେହିଭଳି ଏମଳେ ଷ୍ଟାଲିନଙ୍କ
ନେତୃତ୍ବାଧୀନ ଡିଏମକେ ସରକାର ମାସିକ ୪ ହଜାର ଟଙ୍କା ଲେଖାଏଁପେନସନ ସାମ୍ବାଦିକମାନଙ୍କୁ ପ୍ରଦାନ କରୁଛନ୍ତି । ୫୮ ବର୍ଷ ବୟସ ପରେ ସାମ୍ବାଦିକମାନେ ଏହି ପେନସନ ପାଉଛନ୍ତି । ହରିଆନାରେ ବିଜେପି ସରକାର ଅଧସ୍ବୀକୃତିପ୍ରାପ୍ତ ସାମ୍ବାଦିକମାନଙ୍କୁ ମାସିକ ୧୦ ହଜାର ଟଙ୍କା ପେନସନ ପ୍ରଦାନ କରୁଛନ୍ତି । ୬୦ ବର୍ଷ ବୟସରେ ଅବସର ପରେ ଏହି ପେନସନ ଦିଆଯାଉଛି।
ଆସାମରେ ବିଜେପି ସରକାର ସେହିଭଳି ମାସିକ ୮ ହଜାର ଟଙ୍କା ସାମ୍ବାଦିକ ପେନସନ ପ୍ରଦାନ କରୁଛନ୍ତି । ୨୦୧୬ ଜାନୁଆରୀ ୧ରୁ ଆସାମରେ ଏହା କାର୍ଯ୍ୟକାରୀ କରାଯାଇଛି। ଦୈନିକ, ପାକ୍ଷିକ, ସାପ୍ତାହିକ, ମାସିକ, ସାଂଧ୍ଯ ଖବରକାଗଜ ସହିତ ବିଭିନ୍ନ ଖବର ସରବରାହ ସଂସ୍ଥା, ରେଡିଓ ଷ୍ଟେସନ ଏବଂ ବିଭିନ୍ନ ନ୍ୟୁଜ ଚାନେଲର ସାମ୍ବାଦିକମାନଙ୍କୁ ଏହି ପେନସନ ପ୍ରଦାନ କରାଯାଉଛି।ମୁଖ୍ୟମନ୍ତ୍ରୀ ନୀତିଶିଙ୍କ  ସାମ୍ବାଦିକ ପେନସନ ଯୋଜନାରେ ପରିମାଣ ବୃଦ୍ଧି ପରେଏହା ପୂର୍ବରୁ ମହାରାଷ୍ଟ୍ର ବିଜେପି ସରକାର ସାମ୍ବାଦିକଙ୍କ ପେନସନ  9000 ରୁ ବୃଦ୍ଧି କରି 20ହଜାର ଟଙ୍କା ଦେଉଥିଲା ବେଳେ ଓଡ଼ିଶାରେ ସାମ୍ବାଦିକ ପେନସନ ଯୋଜନା ଳେବେ କାର୍ଯ୍ୟକାରୀ ହେବ ସେନେଇ ଦାବି ପୁଣି ଜୋରଦାର ହୋଇଛି। ବିଭିନ୍ନ ସୋସିଆଲ ମିଡିଆ ମାଧ୍ୟମରେ ସରକାରଙ୍କ ନିକଟରେ ସାମ୍ବାଦିକମାନେ ଏହି ଦାବି ଉପସ୍ଥାପନ କରିଛନ୍ତି।
ବହୁ ପୂର୍ବରୁ ଓଡ଼ିଶାରେ ସାମ୍ବାଦିକଙ୍କୁ ପେନସନ ପ୍ରଦାନ ନେଇ ବାବି ସହିତ ସରକାରଙ୍କର ପ୍ରକ୍ରିୟା ଆରମ୍ଭ ହୋଇଥିଲା। କଂଗ୍ରେସ ସରକାର ସମୟରେ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ କାର୍ଯ୍ୟକାଳରେ ପ୍ରସ୍ତାବକୁ ନେଇ ସରକାର ସମ୍ମତି ଦେଇଥିଲା ବେଳେ ୨୦୦୪ରେ ନବୀନ ପଟ୍ଟନାୟକଙ୍କ ସରକାରରେ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଦେବାଶିଷ ନାୟକଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଥିଲା।
ସେହି କମିଟି ବିଭିନ୍ନ ରାଜ୍ୟ ଗସ୍ତ କରି ସରକାରଙ୍କୁ ସାମ୍ବାଦିକ ପେନସନ ଯୋଜନା ଲାଗୁ କରିବାକୁ ସୁପାରିଶ କରିଥିଲା। କିନ୍ତୁ ତାହା ସରକାରୀ ନାଲିଫିତା ତଳେ ଅଟକିଗଲା। ପରବର୍ତ୍ତୀ ସମୟରେ ତତ୍କାଳୀନ ବିଜେଡି ସରକାରକୁ ବା ସିଧାସଳଖ ନବୀନ ପଟ୍ଟନାୟକଙ୍କୁ ସାମ୍ବାଦିକମାନେ ବାରମ୍ବାର ଏନେଇ ବାବିପତ୍ର ଦେଇଥିଲେ । ୨୦୧୩ ମସିହାରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ଦ୍ବାରା ପେନସନ ଯୋଜନା ପାଇଁ ବଡ଼ ଧରଣର ଆନ୍ଦୋଳନ ହୋଇଥିଲା।
ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ-ତୃତୀୟ ମହଲା ସମ୍ମିଳନୀ କକ୍ଷରେ ସାମ୍ବାଦିକ ପ୍ରତିନିଧୂମାନଙ୍କ ସହିତ ଏକ ଉଚ୍ଚସ୍ତରୀୟ ଆଲୋଚନା କରାଯାଇଥିଲା ଏବଂ କମିଟି ଗଠନ ହୋଇଥିଲା। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରି ତୁରନ୍ତ ସାମ୍ବାଦିକମାନଙ୍କର ବିଭିନ୍ନ ଦାବି ସଂପର୍କରେନିଷ୍ପରି ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ତାହା ମଧ୍ୟ ଏପର୍ଯ୍ୟନ୍ତ କାର୍ଯ୍ୟ କାରି ହୋଇ ପାରିଲା ନାହିଁ ।
୨୦୧୪ରେ ନିର୍ବାଚନ ସମୟରେ ସରକାର ଯଥାଶୀଘ୍ର ସାମ୍ବାଦିକ ପେନସନ ଯୋଜନା ଲାଗୁ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ୨୦୧୯ ନିର୍ବାଚନ ସମୟରେ ମଧ୍ୟ ସେହି ପ୍ରତିଶ୍ରୁତି ଦିଆଯାଇଥୁଲା । ୨୦୨୪ରେ ବିରୋଧଦଳରେ ଥିବା ବିଜେପି ସାମ୍ବାଦିକ ପେନସନ ଲାଗି ପ୍ରତିଶ୍ରୁତି ଦେଇଥୁଲା। ନିର୍ବାଚନରେ ପଟ୍ଟ ପରିବର୍ତ୍ତନ ହୋଇ ବିଜେପି ପ୍ରଥମ ଥର ପାଇଁ ଓଡ଼ିଶାରେ ସରକାର ଗଠନ କଲା ପରେ ପ୍ରତିଶ୍ରୁତି ଅନୁଯାୟୀ ସାମ୍ବାଦିକ ପେନସନ ଯୋଜନା ଲାଗୁ ହେବ ବୋଲି ଆଶା ଥିଲା।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ବାରମ୍ବାର ଏନେଇ ବିଭିନ୍ନ ସାମ୍ବାଦିକ ସଂଗଠନ ତଥା ବରିଷ୍ଠ କାର୍ଯ୍ୟରତ ସାମ୍ବାଦିକମାନେ ଅବଗତ କରିଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ସରକାର କୌଣସି ନିଷ୍ପରି ନେଇନାହାନ୍ତି। ସରକାରଙ୍କ ଏକ ବର୍ଷ ପୂର୍ତ୍ତି ସମୟରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଖବରକାଗଜର ସଂପାଦକ ଓ ବରିଷ୍ଠ ସାମ୍ବାଦିକଙ୍କୁ ଡାକି ପ୍ରାୟ ଦୁଇ ଘଣ୍ଟା କାଳ ଆଲୋଚନା ବେଳେ ଏହି ପ୍ରସଙ୍ଗ ଉଠିଥିଲା ଏବଂ ଏହା ଉପରେ ତୁରନ୍ତ ନିଷ୍ପରି ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏବେ ସମସ୍ତଙ୍କର ଅପେକ୍ଷା କେବେ ମୁଖ୍ୟମନ୍ତ୍ରୀ ଏନେଇ ନିଷ୍ପତ୍ତି ନେଉଛନ୍ତି।
ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ2013 ମସିହାରେ ସାମ୍ବାଦିକମାନଙ୍କର ମୁଖ୍ୟ ଦୁଇଟି ଦାବି ମଧ୍ୟରୁ ଗୋଟିଏ ପୂରଣ କରିଥିଲେ। ତାହା ଥୁଲା ସାମ୍ବାଦିକମାନଙ୍କୁ ସ୍ବାସ୍ଥ୍ୟ ବୀମା ଭୁକ୍ତ କରାଇବା। ସେଥୁଲାଗି ଗୋପବନ୍ଧୁ ସ୍ବାସ୍ଥ୍ୟ ବୀମା ଯୋଜନା ଆରମ୍ଭ କରାଯାଇଥିଲା । ତାହା ଏବେ ବଳବରର ରହିଛି। ତେବେ ପେନସନ ଦାବିଟିକୁ ପରବର୍ତ୍ତୀ ସମୟରେ ପୂରଣ କରାଯିବ ବୋଲି ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ। ତାହା ଆଜି ପର୍ଯ୍ୟନ୍ତ ହୋଇପାରିନାହିଁ | ବର୍ତମାନ କେନ୍ଦ୍ର ଓ ରାଜ୍ୟରେ ଡବଲ ଇଂଜିନ ସରକାର ରହିଛନ୍ତି | ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜଣେ ଗରିବ ପରିବାର ରୁ ଆସିଛନ୍ତି ତେଣୁ ଏହା ଉପରେ କେନ୍ଦ୍ର ସରକାର ଙ୍କ ସହିତ ଆଲୋଚନା କରି ସେମାନଙ୍କ ବିଜେପି ଶାସିତ ରାଜ୍ୟ ମାନଙ୍କ ରେ ଯେଉଁଭଳି ଭାବେ ପ୍ରଦାନ କରୁଛନ୍ତି, ସେହିପରି ଭାବରେ ବିଚାର ବିମର୍ଶ କରି ପେନସନ  ପ୍ରଦାନ କଲେ ସବୁଦିନ ପାଇଁ ଏହି କଥା ଏକ ସ୍ଵର୍ଣ୍ଣକ୍ଷର ରେ  ଲିପିବଦ୍ଧ ହୋଇ ରହିବ ବୋଲି ସବୁ ସାମ୍ବାଦିକ ମାନଙ୍କ ଆଶା ଓ ବିଶ୍ୱାସ ରହିଛି |

News Comment

You Might Also Like

BACK TO TOP