Breaking News

ଗଣେଶ ପୂଜା କୁ ଆସୁଛି ହରର ଓଡ଼ିଆସିନେମା " ଦାହନ " |    (22-Aug-2026)       ||      ଭଞ୍ଜନଗର ଉତ୍ତର ଘୁମୁସର ବନ ଖଣ୍ଡ ରେ ଦୁଇଟି ବାଘ ଛୁଆ ରାସ୍ତା ପାରହେଉଥିବା ଦୃଶ୍ୟ |    (22-Aug-2026)       ||      ଅନ୍ଧବିଶ୍ୱାସ ର କରୁଣ ପରିଣତି , ଧନ ପ୍ରାପ୍ତି ପାଇଁ ଘରେ ଦେଇଥିଲେ ନର ବଳି |   (22-Aug-2026)       ||      ଜଗନ୍ନାଥ ପ୍ରସାଦ ରାସ୍ତାରେ ଦୁଇ ବାଘ ଛୁଆ ଦେଖିବାକୁ ମିଳୁଛି |    (22-Aug-2026)       ||      ଗାନ୍ଧୀ ସ୍କୁଲ ଅଫ ଇଞ୍ଜିନିୟରିଙ୍ଗ ର 19ତମ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ||   (22-Aug-2026)       ||      କୃତିତ୍ୱ ଦେଖାଇଲେ ଖଲ୍ଲିକୋଟ, ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ରେ ଛାତ୍ର ଛାତ୍ରୀ ମାନେ |    (22-Aug-2026)       ||      କାଲିମେଘି ପଞ୍ଚାୟତ ରେ ଶବଗୃହ ନଥିବାରୁ ଅସୁବିଧା ଭୋଗୁଛନ୍ତି ପଞ୍ଚାୟତ ବାସୀ |   (22-Aug-2026)       ||      ଏକ ପ୍ରକୃତ କର୍ମୀଙ୍କ ନିସ୍ୱାର୍ଥ ପର ସେବା ନିଷ୍ଟାର ଅନନ୍ୟ ଉଦାହରଣ କରିଥିବା ବ୍ୟକ୍ତି |    (22-Aug-2026)       ||      ଶବ ଦାହ କରିବାକୁ ଯାଇ ଶବ ହୋଇଗଲେ କରୁଣା କର |   (22-Aug-2026)       ||      ପଞ୍ଚମ ରାଜ୍ୟ ସ୍ତରୀୟ ଫୋଟୋ ପ୍ରତିଯୋଗିତା ରେ ଫୋଟଗ୍ରାଫର ସମ୍ମାନିତ |    (22-Aug-2026)       ||      ବାଲିଗୁଡା ପୋଲିସ ଦ୍ୱାରା ବ୍ରାଉନ ସୁଗାର ସହିତ ଟଙ୍କା,ମୋବାଇଲ ଓ ମୁଖ୍ୟ ଅଭିଯୁକ୍ତ ଗିରଫ |    (22-Aug-2026)       ||      ଆମେରିକା ଯିବାକୁ ତେଲେଙ୍ଗନା ମୁଖ୍ୟମନ୍ତ୍ରୀ ଙ୍କୁ କେନ୍ଦ୍ର ସରକାର ଙ୍କ ଠାରୁ ମିଳିଲାନି ଅନୁମତି |   (22-Aug-2026)       ||      ପୁଣି ଦ୍ୱତୀୟ ବିବାହ କଲେ ଜଣେ ଅଭିନେତା ||   (22-Aug-2026)       ||      ଜିରୋ ରନ ରେ କେବେବି ଆଉଟ ହୋଇ ନଥିବା ଜଣେ କ୍ରିକେଟିଏର |   (21-Aug-2026)       ||      କନ୍ୟାରୀ ବାଡ଼ିରେ ବେସାହାରା ହୋଇଥିବା ଚାରି କୁନି ଛୁଆଙ୍କୁ ସାହାଯ୍ୟ କଲେ ବିଧାୟକ ପ୍ରତାପ ନାୟକ |    (21-Aug-2026)       ||      ସାଧାରଣ ଲୋକଙ୍କ ପାଈଁ ନାହିଁ ଶ୍ମଶାନ କୁ ରାସ୍ତା , ଶବସଂସ୍କାର ପାଈଁ ହଟ ହଟା |   (21-Aug-2026)       ||      ଜୁଆ ଆଡ୍ଡା ଉପରେ ପୋଲିସ ର ଚଢ଼ାଉ ବାଇକ, ଟଙ୍କା ସହ 7ଜଣ ଗିରଫ |    (21-Aug-2026)       ||      ତପ୍ତପାଣି ଉଷ୍ଣ ପଶ୍ରବଣ ପରିଦର୍ଶନ କରି କନ୍ଧୁଣୀ ଦେବୀଙ୍କ ଉନ୍ନୟନ ବୁଲି ଦେଖିଲେ ବିଧାନ ସଭା ଗୃହ କମିଟି |   (21-Aug-2026)       ||      ବେଗୁନିଆପଡା ବ୍ଲକରେ ସାମାଜିକ ସୁରକ୍ଷା ଜନ ଶୁଣାଣୀ ଅନୁଷ୍ଠିତ |   (21-Aug-2026)       ||      ବସ ସହିତ ବୁଲେଟ ମୁହାଁମୁହିଁ ଧକ୍କାରେ ଯୁବକ ମୃତ |    (21-Aug-2026)       ||     

ସ୍ୱର୍ଗତ ଡା ରବୀନ୍ଦ୍ର ନାଥ ଲେଙ୍କାଙ୍କ ଅଷ୍ଟମ ବାର୍ଷିକ ଉତ୍ସବ ପାଳନ,

27-Jul-2025

ସ୍ଵର୍ଗତ ଡ଼ା. ରବୀନ୍ଦ୍ରନାଥ ଲେଙ୍କାଙ୍କ ୮ମ ବାର୍ଷିକ ପାଳନ।

ଓଡ଼ିଶା ଜନମତ,ପୋଲସରା, ସନ୍ତୋଷ କୁମାର ପଣ୍ଡା 
ତା.୨୬/୦୭/୨୦୨୫:

:ପୋଲସରା ଅଞ୍ଚଳର ଜଣାଶୁଣା ଖ୍ୟାତିପ୍ରାପ୍ତ ସ୍ଵର୍ଗତ ଡକ୍ଟର ରବୀନ୍ଦ୍ରନାଥ ଲେଙ୍କାଙ୍କ ୮ମ ବାର୍ଷିକ ପୁଣ୍ୟତିଥି ଦିବସ ସ୍ଥାନୀୟ ଶ୍ରୀ ଶ୍ରୀ ବାଲୁଙ୍କେଶ୍ବର ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି। ସ୍ମରଣ କରାଇ ଦିଆଯାଇପାରେ ଯେ,ସ୍ଵର୍ଗତ ଲେଙ୍କା ପୋଲସରା ଅଞ୍ଚଳର ଜଣେ ପ୍ରସିଦ୍ଧ ଚିକିତ୍ସକ ଭାବେ ଖ୍ୟାତି ଅର୍ଜନ କରିଥିଲେ। ତାଙ୍କ ଜୀବନକାଳ ମଧ୍ୟରେ ସରକାରୀ ଚାକିରୀକୁ ପରିତ୍ୟାଗ କରି ନିଜେ ସ୍ଥାନୀୟ ବଜାର ସାହି ଛକଠାରେ ନିଜସ୍ଵ ଚିକିତ୍ସାଳୟ ଖୋଲି ଲୋକଙ୍କ ସେବା କରି ବେଶ୍ ଲୋକପ୍ରିୟତା ହାସଲ କରିବାରେ ସଫଳ ହୋଇଥିଲେ। ତାଙ୍କର ଜନ୍ମ କଟକ ଜିଲ୍ଲା ବିଦ୍ୟାଧରପୁର ଗ୍ରାମରେ ୧୯୩୮ ମସିହା ଡିସେମ୍ବର ମାସ ୩୦ ତାରିଖ ଦିନ ହୋଇଥିଲା। ତାଙ୍କର ସ୍ଵର୍ଗତ ମାତାଙ୍କ ନାମ ହେମଲତା ଲେଙ୍କା ଓ ସ୍ଵର୍ଗତ ପିତାଙ୍କ ନାମ ବିଶ୍ଵନାଥ ଲେଙ୍କା। ସ୍ଵର୍ଗତ ରବୀନ୍ଦ୍ରନାଥ ୭୯ ବର୍ଷ ବୟସରେ ସ୍ଵର୍ଗାରୋହଣ କରିଥିଲେ। ସେ ଜଣେ ସ୍ଵାଭିମାନୀ, କର୍ତ୍ତବ୍ୟ ପରାୟଣ ଚିନ୍ତାଶୀଳ ଓ ଧାର୍ମିକ ପ୍ରକୃତିରେ ବ୍ୟକ୍ତିଥିଲେ।ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବାପରେ ପୋଲସରା ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଥିଲା। ବିଶେଷ କରି ତାଙ୍କ ଦ୍ଵାରା ଚିକିତ୍ସିତ ହୋଇ ସୁସ୍ଥ ହୋଇଥିବା ସାଧାରଣ ଜନତା ଗଭିରଭାବେ ମର୍ମାହତ ହୋଇଥିଲେ। ଏଭଳି ବ୍ୟକ୍ତିଙ୍କର ପୁଣ୍ୟତିଥି ଦିବସକୁ ସ୍ମରଣ କରିବା ମହତ୍ ଉଦ୍ଦେଶ୍ୟରେ ତାଙ୍କର ଅନୁଗତ ଏବଂ ସଚେତନ ନାଗରିକ ମାନଙ୍କ ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ସର୍ବପ୍ରଥମେ ସ୍ଵର୍ଗତ ରବୀନ୍ଦ୍ରନାଥଙ୍କ ଫଟୋଚିତ୍ରରେ ଭକ୍ତିପୁତଭାବେ ପୁଷ୍ପାଞ୍ଜଳୀ ଏବଂ ପ୍ରଦୀପ ପ୍ରଜ୍ବଳନ କରାଯାଇ ଅମର ଆତ୍ମାର ସଦଗତି ସକାଶେ ୨ ମିନଟ ନୀରବ ପ୍ରାର୍ଥନା କରାଯାଇଥିଲା। ଏଥିସହ ତାଙ୍କର ପରିବାର ପ୍ରତି ଗଭୀର ସମବେଦନା ଜ୍ଞାପନ କରାଯାଇଥିଲା। ଏହି ଭକ୍ତିଭାବପୂର୍ଣ୍ଣ କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବୀ ରମେଶ ଚନ୍ଦ୍ର ପ୍ରଧାନ,ଯୁବ ସ°ଗଠକ ନାରାୟଣ ସାହୁ, ପ୍ରଦୀପ ସୁବୁଦ୍ଧି, ଦେବେନ୍ଦ୍ର କୁମାର ସାହୁ, ସଚ୍ଚିଦାନନ୍ଦ ବେହେରା, ଶଙ୍କର ପ୍ରଧାନ, ଶିବାଜି ମହାପାତ୍ର, ଭିକାରୀ ପ୍ରଧାନ, ବାବୁଲା ପାତ୍ର, କାହ୍ନୁଚରଣ ସାହୁଙ୍କ ସମେତ ଅନେକ ବ୍ୟକ୍ତିବିଶେଷ ଯୋଗଦାନ ଦେଇଥିଲେ।

News Comment

You Might Also Like

BACK TO TOP