Breaking News

ପୁରୁଷୋତ୍ତମପୁର ବ୍ଲକରେ ଥିବା ଇଣ୍ଡିଆନ ଗ୍ୟାସ ସଂସ୍ଥା ରେ ଅସମାଜିକ ଉପଭୋକ୍ତା ଙ୍କ ଦୌରାତ୍ମ୍ୟ |   (18-Mar-2026)       ||      ନବମ ଅଭିମୁଖୀ କରଣ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ ||   (17-Mar-2026)       ||      ପୋଲସରା ବ୍ଲକରେ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ରେ 1908 ଜଣ ପରୀକ୍ଷା ଦେଲେ |    (17-Mar-2026)       ||      ଦକ୍ଷିଣ ପୁର ଛକ ରେ କାର ଧକ୍କା ରେ ମହିଳା ଙ୍କ ମୃତ୍ୟୁ |    (17-Mar-2026)       ||      ଆର ଏସ ଏସ ପକ୍ଷରୁ ସାମାଜିକ ନେତୃତ୍ୱ ସମ୍ମିଳନୀ ଅନୁଷ୍ଠିତ |    (16-Mar-2026)       ||      ଜାତୀୟ ଏବଂ ଓଡିଶା ରାଜ୍ୟ ମହିଳା ଆୟୋଗଙ୍କ ମିଳିତ ଜନ ଶୁଣାଣି ଅନୁଷ୍ଠିତ |    (16-Mar-2026)       ||      ଖଲ୍ଲିକୋଟ ବାଣିଆ ମଣ୍ଡଳ ର ପ୍ରଭାରୀ ନିଯୁକ୍ତି ହେଲେ ସ୍ୱପ୍ନା କୁମାରୀ ପ୍ରଧାନ ||   (16-Mar-2026)       ||      ରୁମାଗଡ଼ ପଞ୍ଚାୟତ ସ୍ତରୀୟ ଦୁତୀୟ ପର୍ଯ୍ୟାୟ ମିଳିତ ଜନ ଶୁଣାଣି ଅନୁଷ୍ଠିତ |    (16-Mar-2026)       ||      ଖଲ୍ଲିକୋଟ ରେ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ଉଲ୍ଲାସ ପକ୍ଷରୁ 2ୟ ମୌଳିକ ସାକ୍ଷରତା ସଂଖ୍ୟା ଜ୍ଞାନ ପରୀକ୍ଷା ଅନୁଷ୍ଠିତ |   (16-Mar-2026)       ||      ବୁକିଙ୍ଗ ହେଉନି ଘରୋଇ ଗ୍ୟାସ ଚିନ୍ତାରେ ଖାଉଟି |    (16-Mar-2026)       ||      ଗଛରେ ପିଟିହେଲା କାର, ଦୁଇ ଆହାତ ଜଣେ ମୃତ |    (15-Mar-2026)       ||      ସାମାନ୍ୟ ବଚସା ରୁ ଆକ୍ରମଣ , 2ଗିରଫ,    (15-Mar-2026)       ||      ପୋଲାସରା ବ୍ଳକ ଚିରିଗୀ ପଡା ଶାସନ ରେ "ପୁଅ ଜନ୍ମ କରି ପାପ କରିଛି ସାମାଜିକ ନାଟକ ର ବହି ପୂଜା ||   (15-Mar-2026)       ||      ମା ଦଣ୍ଡ କାଳୀଙ୍କ ଯାତ୍ରା ପାଇଁ ବିଗୁଡାରେ ଶୁଭଖୁଣ୍ଟି ସ୍ଥାପନ ||   (15-Mar-2026)       ||      ହାୱାଇ ଦୁର୍ଘଟଣା ରେ ଦୁଇ ଗୁରୁତର    (15-Mar-2026)       ||      ଷୋଳଘର ସରକାରୀ ନୂତନ ୟୁପି ସ୍କୁଲ ରେ ଚିଟି ସାପ କାମୁଡ଼ାରେ ଛାତ୍ରୀ ଙ୍କ ମୃତ୍ୟୁ |   (13-Mar-2026)       ||      ଦୁଇ ସାହିର ବାସିନ୍ଦାଙ୍କ ଆକ୍ରମଣ ଘଟଣା ରେ ଉଭୟ ପାର୍ଟି ର ତିନିଜଣଙ୍କୁ ଗିରଫକଲା ବେଲଗୁଣ୍ଠା ପୋଲିସ |   (13-Mar-2026)       ||      ପୋଖରୀରେ ଗାଧୋଇଲା ବେଳେ ଗୋଡ଼ ଖସି ବୃଦ୍ଧାଙ୍କ ମୃତ୍ୟୁ |   (13-Mar-2026)       ||      ବ୍ରହ୍ମପୁର ପୋଲିସ ଜିଲ୍ଲା ର କେ ନୂଆଙ୍ଗା ଥାନା ପୋଲସରା ଗ୍ରାମରେ ଚୋରି ଅଭିଯୋଗ |    (13-Mar-2026)       ||      ବାଲିଗୁଡା ମା "ପାଟ ଖଣ୍ଡା "ଠିକାଦାର ସଂଘର ବୈଠକ |   (13-Mar-2026)       ||     

ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ପକ୍ଷରୁ 2024,25ବର୍ଷର ବାର୍ଷିକ ରିପୋର୍ଟ କାର୍ଡପଲସର ଶୁଭ ଉନ୍ମୋଚନ |

24-Feb-2025

ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ପକ୍ଷରୁ ୨୦୨୪-୨୫ ବର୍ଷର  ବାର୍ଷିକ ରିପୋର୍ଟ କାର୍ଡ ପଲ୍ସର ଶୁଭ ଉନ୍ମୋଚନ, ପରବର୍ତ୍ତୀ ଶିକ୍ଷା ବର୍ଷ ପାଇଁ ବିଧିବଦ୍ଧ ଯୋଜନା ପ୍ରସ୍ତୁତି,

                      ଓଡିଶା  ଜନମତ  ବ୍ୟୁରୋ,

ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଗଂଜାମ, ଖଲ୍ଲିକୋଟ ତରଫରୁ ଆଜି ଏକ ଦିବସୀୟ ବାର୍ଷିକ ରିପୋର୍ଟ କାର୍ଡ ପଲ୍ସର ଶୁଭ ଉନ୍ମୋଚନ ତଥା ପରବର୍ତ୍ତୀ ଶିକ୍ଷା ବର୍ଷ ପାଇଁ ବିଧିବଦ୍ଧ ଯୋଜନା ପ୍ରସ୍ତୁତି ଉତ୍ସବ ଅନୁଷ୍ଠାନର ସମ୍ମିଳନୀ କକ୍ଷରେ ଆନୁଷ୍ଠାନିକ ରୀତିରେ ଅନୁଷ୍ଠିତ ହୋଇଯାଇଛି । ସର୍ବ ପ୍ରଥମେ ପ୍ରଶିକ୍ଷକ ନବୀନ ପ୍ରମାଣିକ ପ୍ରାକ ସୂଚନା ପ୍ରଦାନ କରିଥିଲେ । ଏହି ଅବସରରେ ଆୟୋଜିତ ବର୍ଣ୍ଣାଢ଼୍ୟ ଉତ୍ସବରେ ପ୍ରତିଷ୍ଠାନର ଅଧ୍ୟକ୍ଷ ତଥା ବିଶିଷ୍ଟ ଶିକ୍ଷାବିତ୍ ଡକ୍ଟର ସନ୍ତୋଷ କୁମାର ପରିଡ଼ା ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଯାଇଛି । ବାଣିଜ୍ୟ, ପରିବହନ ତଥା ରାଜ୍ୟ ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୁଷଣ ଜେନା ମୁଖ୍ୟ ଅତିଥି, ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ମୁଖ୍ୟ ବକ୍ତା, କନିଷି ସ୍ଥିତ ଦିବାକର ପଟ୍ଟନାୟକ ବି.ଇଡି ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ତଥା ବିଶିଷ୍ଟ ଲେଖକ ବିମଳ କୁମାର ସ୍ୱାଇଁ  ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଅତିଥିମାନେ ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ । ପ୍ରତିଷ୍ଠାନର ଛାତ୍ର ଛାତ୍ରୀ ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିଲେ । ସଂଗୀତ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ଶିକ୍ଷକ ଅଜିତ୍ କୁମାର ସେଠୀ । ପ୍ରତିଷ୍ଠାନର ଅଧ୍ୟକ୍ଷ ଡକ୍ଟର ସନ୍ତୋଷ କୁମାର ପରିଡ଼ା ୨୦୨୪-୨୫ ଶିକ୍ଷା ବର୍ଷରେ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ହୋଇଆସୁଥିବା ଅଭିନବ କାର୍ଯ୍ୟକ୍ରମ, ଗଂଜାମ ଜିଲ୍ଲାର ପ୍ରତ୍ୟେକ ବିଦ୍ୟାଳୟରେ ପରିଚାଳିତ କଳା ସମନ୍ୱିତ କାର୍ଯ୍ୟକ୍ରମ, ସାପ୍ତାହିକ ଆକଳନ, ସମାପ୍ତି ସୂଚକ ପରୀକ୍ଷାର ମୂଲ୍ୟାୟନ , ଆକଳନ କରି ତଦନୁଯାୟୀ ତ୍ୱରିତ ପଦକ୍ଷେପ ଗ୍ରହଣ, କ୍ରିୟାତ୍ମକ ଗବେଷଣା, ପ୍ରୟୋଗ, ସମ୍ପୃକ୍ତି, ପ୍ରେରଣା ଆଦି ଶିକ୍ଷକମାନଙ୍କ ଦକ୍ଷତା ବୃଦ୍ଧି ତାଲିମ ପ୍ରସଙ୍ଗରେ ବିଶଦ ଆଲୋଚନା କରିଥିଲେ । ତତ୍ ସହିତ ଜାତୀୟ ଶିକ୍ଷା ନୀତିର ସଫଳ ରୂପାୟନ ପାଇଁ କରାଯାଉଥିବା କାର୍ଯ୍ୟକ୍ରମ ସମ୍ପର୍କରେ ଅଧ୍ୟକ୍ଷ ଡକ୍ଟର ପରିଡ଼ା ତଥ୍ୟଭିତ୍ତିକ ଉପସ୍ଥାପନ କରିଥିଲେ । ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଜେନା ସରକାରଙ୍କ ଶିକ୍ଷାନୀତି, ଯୋଜନା, ସରକାରୀ ବିଦ୍ୟାଳୟର ଶିକ୍ଷକଙ୍କ ପିଲା କିଭଳି ବେସରକାରୀ ଅନୁଷ୍ଠାନ ଅପେକ୍ଷା ସରକାରୀ ବିଦ୍ୟାଳୟରେ ବହୁଳ ସଂଖ୍ୟାରେ ନାମ ଲେଖାଇବେ, ଶିକ୍ଷକ ଶିକ୍ଷୟିତ୍ରୀଙ୍କ କର୍ତ୍ତବ୍ୟବୋଧ, ସମୟାନୁବର୍ତ୍ତିତା ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ମୁଖ୍ୟ ବକ୍ତା ବିଧାୟକ ଶ୍ରୀଯୁକ୍ତ ସେଠୀ ପ୍ରତିଷ୍ଠାନର ପ୍ରଶିକ୍ଷଣ ଶୈଳୀ, ନିୟମିତ ତାଲିମ ପ୍ରଦାନ, ସ୍ୱତନ୍ତ୍ର ଶିକ୍ଷଣ ଧାରା ରାଜ୍ୟରେ ଅନନ୍ୟ ବୋଲି ଅଭିହିତ କରିଥିଲେ । ପ୍ରତିଷ୍ଠାନ ପକ୍ଷରୁ ପ୍ରକାଶିତ "ପଲ୍ସ" କୁ ଅତିଥିମାନେ ଶୁଭ ଉନ୍ମୋଚନ କରିଥିଲେ । ଆଜିର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ବରିଷ୍ଠ ପ୍ରଶିକ୍ଷକ ବିଷ୍ଣୁ ନାରାୟଣ ଜେନା ଏବଂ ପ୍ରଶିକ୍ଷିକା ପ୍ରଜ୍ଞା ପରମିତା । ଆୟୋଜିତ ଉତ୍ସବରେ ପ୍ରଶିକ୍ଷକ ଜିତେନ୍ଦ୍ର କୁମାର ପଣ୍ଡା, ଦେବେନ୍ଦ୍ର ନାଥ ସାହୁ, ନବୀନ ପ୍ରମାଣିକ, ବିଷ୍ଣୁ ନାରାୟଣ ଜେନା, ସୁକୁଲେଇ ଟୁଡୁ, ପ୍ରଶିକ୍ଷିକା ନୀହାରିକା ସାମନ୍ତରାୟ, ନିବେଦିତା ପାଢ଼ୀ, ପ୍ରଜ୍ଞା ପରମିତା, ଲିପି ଶ୍ରୀ ଦେବୀ, ସରୋଜିନୀ ମିଶ୍ର, ଜୟନ୍ତୀ ବେହେରା, କଲ୍ୟାଣୀ କୁମାରୀ ଗୈାଡ, ଭାବିଲିତା ନାୟକ, ଗାୟତ୍ରୀ ସ୍ୱାଇଁ, ଅନୁପମା ଦାସ, ବବିତା ସିଂ ନାୟକଙ୍କ ସମେତ ସେକ୍ସନ ଅଧିକାରୀ ପ୍ରବେଶ କୁମାର ପଟ୍ଟନାୟକ, କନିଷ୍ଠ କିରାଣୀ ଆଶିଷ ରଞ୍ଜନ ସେଠୀ, ପ୍ରତିଷ୍ଠାନର କର୍ମଚାରୀ ଜୟଶଙ୍କର ଗୈାଡ, ଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ରହି ଉତ୍ସବ ପରିଚାଳନାରେ ସମସ୍ତ ପ୍ରକାର ସହଯୋଗ କରିଥିଲେ । ଆଜିର ଅନୁଷ୍ଠିତ ଉତ୍ସବରେ ଗୋଷ୍ଠୀ ଶିକ୍ଷା ଅଧିକାରୀ, ବି ଆର୍ ସି ସି, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ସି ଆର୍ ସି ସି, ପ୍ରତିଷ୍ଠାନର ଛାତ୍ର ଛାତ୍ରୀ, ଶିକ୍ଷକ, ଶିକ୍ଷାବିତ୍ ଯୋଗଦାନ କରିଥିଲେ ।

News Comment

You Might Also Like

BACK TO TOP