Breaking News

ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||      ବାଲି ଚୋରା ଚାଲାଣ ଅଭିଯୋଗ ରେ ପାଇକମାଳ ପୋଲିସ ଦ୍ୱାରା ଜଣକୁ ଗିରଫ ସହ ବାଲି ହାଇୱା ଜବତ କଲା |    (05-Oct-2026)       ||      ଛତ୍ରପୁର ରେ ଅବସର ପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଙ୍କ ଦ୍ୱାଦଶାହ କାର୍ଯ୍ୟ ପାଳିତ |   (05-Oct-2026)       ||      ଝାଡବାଇ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ||   (05-Oct-2026)       ||      ଗରଦ ପୁର ମଧୁବାବୁ ପାଠାଗାର ରେ କବିବର ରାଧାନାଥ ଜୟନ୍ତୀ ପାଳିତ ||   (05-Oct-2026)       ||      ଜିଲ୍ଲା କଂଗ୍ରେସର ପରିବର୍ଦ୍ଧିତ୍ବ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ |   (05-Oct-2026)       ||      ବରଗଡ଼ ଜିଲ୍ଲା ରେ ଜିଲ୍ଲପାଳ ଙ୍କ ନିର୍ଦ୍ଧେଶ ରେ ବାଦ ପଡ଼ିଥିବା ଓ ନୂତନ ଯୁବ ଭୋଟର ଙ୍କ ପାଇଁ ସ୍ୱତନ୍ତ୍ର ଅଭିଯାନ ||   (04-Oct-2026)       ||      ବ୍ରହ୍ମପୁର ନିମଖଣ୍ଡି ଥାନା ଅଞ୍ଚଳ ରେ ବନ୍ଧୁର ଆକ୍ରମଣ ରେ ବନ୍ଧୁର ମୃତ୍ୟୁ |    (04-Oct-2026)       ||      ପୋଲମା ବିଦ୍ୟାଳୟ ଛାତ୍ର ସୁଶାନ୍ତ ଙ୍କୁ ଜାତୀୟ ଥ୍ରୋ- ବଲରେ ସ୍ଵର୍ଣ ପଦକ |   (04-Oct-2026)       ||      ଆଲିଜିନିଗୁଡା ଆମ୍ବ ତୋଟା ରେ ବିଜେଡିର ବିଶାଳ ମିଶ୍ରଣ ପର୍ବ |   (04-Oct-2026)       ||     

ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||

05-Oct-2026

ୱିନର୍ ବ୍ରାଇଟ୍ ଫ୍ୟୁଚର୍ ସ୍କୁଲ୍, ପଦ୍ମପୁର ତରଫ ରୁ ୟୁଏଇରେ ସମ୍ବଲପୁରୀ ଲୋକସଂସ୍କୃତିର ପ୍ରଚାର ପାଇଁ ଏକ ଟଙ୍କିଆ ସଙ୍ଗୀତ ବିଦ୍ୟାଳୟ ଟିମ୍‌କୁ ସମ୍ବର୍ଦ୍ଧନା 

ଓଡ଼ିଶା ଜନମତ ବରଗଡ଼ - ମନୋହର ଦାଶ
ୱିନର ବ୍ରାଇଟ୍ ଫ୍ୟୁଚର ସ୍କୁଲ, ପଦ୍ମପୁର ପକ୍ଷରୁ ଏକ ଟଙ୍କିଆ ସଙ୍ଗୀତ ବିଦ୍ୟାଳୟ ର ସମ୍ମାନରେ ଏକ ଭବ୍ୟ ସମ୍ବର୍ଦ୍ଧନା ସମାରୋହ ଆୟୋଜିତ ହୋଇଯାଇଛି। ଗତ ୨୭ ସେପ୍ଟେମ୍ବର ୨୦୨୬ରେ ୟୁଏଇରେ ଆୟୋଜିତ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମରେ ଯୋଗଦେଇ ବୋରାସମ୍ବର ଅଞ୍ଚଳର ସମ୍ବଲପୁରୀ ଲୋକକଳା ଓ ସଂସ୍କୃତିର ପ୍ରଚାର-ପ୍ରସାର କରିଥିବାରୁ ଏହି ଟିମ୍‌କୁ ସମ୍ମାନିତ କରାଯାଇଥିଲା।

ବିଶେଷକରି ବୋରାସମ୍ବର ମାଟିରୁ ପ୍ରଥମ ଥର ପାଇଁ ଏଭଳି ଏକ ଆନ୍ତର୍ଜାତୀୟ ମଞ୍ଚରେ କଳାକାରମାନେ ଯୋଗଦେଇ ସମ୍ବଲପୁରୀ ଲୋକସଙ୍ଗୀତ ଓ ଲୋକସଂସ୍କୃତିକୁ ବିଦେଶ ମାଟିରେ ପରିଚିତ କରାଇଥିବାରୁ ଏହାକୁ ଅଞ୍ଚଳ ପାଇଁ ଏକ ଗୌରବର ବିଷୟ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ।

ସମାରୋହରେ ମୁଖ୍ୟ ଅତିଥି ଭାବେ ବରଗଡ଼ ଲୋକସଭା ସାଂସଦ ମାନ୍ୟବର ଶ୍ରୀ ପ୍ରଦୀପ ପୁରୋହିତ ଯୋଗଦେଇଥିଲେ। ତାଙ୍କର ଅଭିଭାଷଣ ରେ ସେ ସାତ ସମୁଦ୍ର ପାରି ହୋଇ ସୁଦୂର ଦୁବାଇ ରେ ସମ୍ବଲପୁରୀ ଲୋକକଳା ଏବଂ ସଙ୍ଗୀତ ପରିବେଷଣ କରିଥିବାରୁ ଏକ ଟଙ୍କିଆ ସଙ୍ଗୀତ ବିଦ୍ୟାଳୟ ର ନୃତ୍ୟ ଦଳ କୁ ଅଭିନନ୍ଦନ ଜଣାଇଥିଲେ । ବିଦ୍ୟାଳୟର ଚେୟାରମ୍ୟାନ୍ ଶ୍ରୀ ଶ୍ରୀକାନ୍ତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାରୋହରେ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ଅପାଲି ଅପରାଜିତା ଦାଶ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ।

ଏହି ଅବସରରେ ମୁଖ୍ୟ ଅତିଥି ମାନ୍ୟବର ସାଂସଦ ଶ୍ରୀ ପ୍ରଦୀପ ପୁରୋହିତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିସହ ଏକ ଟଙ୍କିଆ ସଙ୍ଗୀତ ବିଦ୍ୟାଳୟ ର ଶ୍ରୀ ସୁରେନ୍ଦ୍ର ସାହୁ, ଶ୍ରୀମତୀ ମଞ୍ଜୁଳା ବିଶ୍ୱାଳ, ଶ୍ରୀ ଅଶ୍ୱିନୀ ପଟେଲ, ଶ୍ରୀ ରସୁଲ କୁମ୍ଭାର, ଶ୍ରୀମତୀ ଆଶାଲତା ଦାଶ, କୁମାରୀ ଆୟୁଷୀ ଅଭିସ୍ମିତା ପ୍ରଧାନ ଓ କୁମାରୀ ମୀନା ବାଗଙ୍କୁ ସମ୍ମାନପତ୍ର ଓ ସମ୍ମାନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହା ପରେ ବିଦ୍ୟାଳୟ ର ବିଜ୍ଞାନ ପ୍ରଦର୍ଶନୀ ରେ ଶ୍ରେଷ୍ଠ ବିବେଚିତ ହୋଇଥିବା ଲିଟିଲ୍ ସାଇନଟିଷ୍ଟ ମାନଙ୍କୁ ମୁଖ୍ୟ ଅତିଥି ମାନ୍ୟବର ସାଂସଦ ଶ୍ରୀ ପୁରୋହିତ ପୁରସ୍କାର ପ୍ରଦାନ କରିଥିଲେ ।

ଏହାସହ ଅନ୍ୟତମ ଅତିଥି ପୂର୍ବତନ ଏନ୍‌ଏସି ଅଧ୍ୟକ୍ଷ ଶ୍ରୀ ପ୍ରୀତମ ମେହେରଙ୍କୁ ମଧ୍ୟ ନିବେଦିତା ଦାଶଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା।

ସମାରୋହରେ ବକ୍ତାମାନେ କହିଥିଲେ ଯେ, ବୋରାସମ୍ବର ଅଞ୍ଚଳର ସମୃଦ୍ଧ ଲୋକସଂସ୍କୃତି, ସଙ୍ଗୀତ ଓ କଳାକୁ ବିଦେଶ ମାଟିରେ ପହଞ୍ଚାଇବା ଆଗାମୀ ପିଢ଼ି ପାଇଁ ଏକ ବଡ଼ ପ୍ରେରଣା। ଏପରି ପ୍ରୟାସ ଦ୍ୱାରା ସମ୍ବଲପୁରୀ ଲୋକକଳାର ଗୌରବ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଆହୁରି ବୃଦ୍ଧି ପାଇବ ବୋଲି ଆଶା ପ୍ରକାଶ କରାଯାଇଥିଲା।

ଶେଷରେ ଡ଼. ରଶ୍ମିରେଖା ସାହାଣୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସମ୍ବର୍ଦ୍ଧନା ସମାରୋହ ବୋରାସମ୍ବର ଅଞ୍ଚଳର କଳା, ସଂସ୍କୃତି ଓ ସମ୍ବଲପୁରୀ ଲୋକପରମ୍ପରା ପ୍ରତି ଏକ ଗୌରବମୟ ସମ୍ମାନର ପ୍ରତୀକ ହୋଇ ରହିଥିଲା।

News Comment

You Might Also Like

BACK TO TOP