Breaking
News
Breaking
News
05-Oct-2026
ଓଡ଼ିଶା କର୍ମଜିବୀ ସାମ୍ବାଦିକ ସଂଘ ର ୧୫ ତମ ପ୍ରତିଷ୍ଠା ଦିବସ ଓ ନୁଆଖାଇ ଭେଟ ଘାଟ ଅନୁଷ୍ଟିତ
ଓଡିଶା ଜନମତ ବରଗଡ - ମନୋହର ଦାଶ
ବରଗଡ଼ ରେଲୱେ ଷ୍ଟେସନ ରୋଡ ନିକଟସ୍ଥ ଆପ୍ରାଇଜ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ୍ ପରିସରରେ ଓଡ଼ିଶା କର୍ମଜିବୀ ସାମ୍ବାଦିକ ସଂଘ ଆନୁକୂଲ୍ୟରେ ସଂଘ ର ୧୫ତମ ପ୍ରତିଷ୍ଠା ଦିବସ ଓ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇ ଯାଇଛି ।ସଂଘ ର ସଭାପତି ଆଶୁତୋଷ ରଥଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମ ରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମାଜ ଗଠନ କ୍ଷେତ୍ର ରେ ସାମ୍ବାଦିକ ଙ୍କ ଭୂମିକାକୁ ଭୂୟସୀ ପ୍ରଶଂସା କରିଥିଲେ ।ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ଆଇନଜିବୀ କିରଣ କୁମାର ମିଶ୍ର,ସମ୍ମାନିତ ଅତିଥି ଭାବେ ପାୱାର ଅଫ ଦିବ୍ୟାଙ୍ଗସ୍ ର ସଭାପତି ଶ୍ୟାମ ସୁନ୍ଦର୍ ଅଗ୍ରୱାଲ ,ନିଷ୍ଠା ପରିବାର ର ସଭାପତି ଅଶ୍ୱିନୀ ତ୍ରିପାଠୀ , ଆପ୍ରାଇଜ୍ ଗ୍ରୁପ ର ଚେୟାରମେନ୍ ଇ ଜଗଦୀଶ ଚନ୍ଦ୍ର ବେହେରା,ଅନୁଷ୍ଠାନ ର ଅଧ୍ୟକ୍ଷ ତଥା ଜନ ସମ୍ପର୍କ ଅଧିକାରୀ ମୁକୁନ୍ଦ ଦାସ ପ୍ରମୁଖ ଉପସ୍ଥିତ ରହି ସମ୍ବାଦ ଓ ସାମ୍ବାଦିକ ଙ୍କ ଭୂମିକା ସମ୍ବନ୍ଧ ରେ ଆଲୋକପାତ କରିଥିଲେ ।କାର୍ଯ୍ୟକ୍ରମ ରେ ୧୫ ରୁ ଉର୍ଦ୍ଧ ଖବର କାଗଜ ବିତରକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ସକାଳ ଖବରକାଗଜ ଜିଲ୍ଲା ପ୍ରତିନିଧି ସରୋଜ ଷଡଙ୍ଗୀଙ୍କୁ ନାରଦ ସମ୍ମାନରେ ସମ୍ମାନିତ କରାଯାଇଥିଲା ।ସମାଜ ର ବିଭିନ୍ନ କ୍ଷେତ୍ର ରେ ଉଲ୍ଲେଖ ନୀୟ ଅବଦାନ ପାଇଁ ୫୦ ରୁ ଉର୍ଦ୍ଧ୍ବ ବିଭିନ୍ନ ବ୍ୟକ୍ତିତ୍ଵଙ୍କୁ କଳା ରତ୍ନ,ସେବା ବିଭୂତି, ପଣ୍ଡିତ ରତ୍ନ,ବିଦ୍ୟା ରତ୍ନ,ବିଦ୍ୟା ଜ୍ୟୋତି,ନ୍ୟାୟ ରତ୍ନ,ନ୍ୟାୟ ଜ୍ୟୋତି ଓ ମହାବିଦ୍ୟାଳୟ ସ୍ତର ରେ ସର୍ବୋଚ୍ଚ ମାର୍କ ରଖିଥିବା ଛାତ୍ରୀ ଛାତ୍ର ମାନଙ୍କୁ ଜ୍ଞାନ ଶ୍ରୀ,ଜ୍ଞାନ ଜ୍ୟୋତି ଭଳି ସମ୍ମାନ ରେ ସମ୍ବର୍ଦ୍ଧିତ କରାଯାଇଥିଲା ।କାର୍ଯ୍ୟକ୍ରମକୁ ସୁଶିଲ ବୁଦ୍ଧିଆ ଓ ପଣ୍ଡିତ ଗୋପବନ୍ଧୁ ପୁରୋହିତ ସଂଯୋଜନା କରିଥିବା ବେଳେ ସଂଘ ର ସମ୍ପାଦକ ବଳରାମ ତ୍ରିପାଠି ଧନ୍ୟବାଦ୍ ଅର୍ପଣ କରିଥିଲେ ।କାର୍ଯ୍ୟକ୍ରମ ପରିଶେଷରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା।
BACK TO TOP