Breaking News

ନାବାଳିକା ମାନଙ୍କୁ ରେଳ ଲାଇନ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହେଉଥିବା ଅଭିଯୋଗ |    (29-Nov-2026)       ||      ସୁଳୀ ପଦର ମା ମଙ୍ଗଳା ମନ୍ଦିର ପରିସରରେ ଜିଲ୍ଲା ସ୍ତରୀୟ ପୂଜାରୀ ମହାସଂଘ ରବୈଠକ ଓ ବନ୍ଧୁ ମିଳନ ||   (29-Nov-2026)       ||      ପୋଲସରା ଗୌରୀ ଆମ୍ମା ଯାତ୍ରାରେ ଛାତ୍ର ଛାତ୍ରୀଙ୍କ ସଚେତନତା କାର୍ଯ୍ୟକ୍ରମ ||   (29-Nov-2026)       ||      ଭାମଶିଆଳି ଉଚ୍ଚ ବିଦ୍ୟାଳୟ ରେ ବିଜ୍ଞାନ ମେଳା ଅନୁଷ୍ଠିତ |    (28-Nov-2026)       ||      ପରିବେଶ ସୁରକ୍ଷା ନିମନ୍ତେ ନୂଆଦିଲ୍ଲୀ ରେ ଜାତୀୟ ସମ୍ମିଳନୀ ରେ ସମ୍ମାନିତହେଲେ ବରଗଡ଼ ସାଂସଦ |   (28-Nov-2026)       ||      2026-27,ନିମନ୍ତେ ଜିଲ୍ଲା ସ୍ତରୀୟ ଖରିଫ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ |    (28-Nov-2026)       ||      କାଦୁଅ ପଡା ସରସ୍ବତୀ ଶିଶୁମନ୍ଦିର ର ପ୍ରିୟାଂଶି ପ୍ରିୟଦର୍ଶନୀ ତୃତୀୟ ଶ୍ରେଣୀ ମେଧା ବୃତ୍ତି ତାଲିକାରେ ସଫଳ |   (27-Nov-2026)       ||      ଦାଦନ ଖଟିବାକୁ ତାମିଲନାଡୁ ଯାଇ ସର୍ପା ଘାତ ରେ ଯୁବକ ମୃତ ||   (27-Nov-2026)       ||      ସମ୍ବର ଶିକାର ପାଈଁ ବିଦ୍ୟୁତ ଫାସ ପକାଇ ଦୁଇ ଅଭିଯୁକ୍ତ ଗିରଫ ||   (27-Nov-2026)       ||      ଗୌରୀ ଆମ୍ମା ଯାତ୍ରା ପାଈଁ ଶାନ୍ତି ଶୃଙ୍ଖଳା ଟ୍ରାଫିକ ପାଈଁ ଜନସାଧାରଣ ଙ୍କୁ ପୋଲିସ ର ନିବେଦନ |   (27-Nov-2026)       ||      ଛାୟା ସାମ୍ବାଦିକ ଙ୍କ ଯୋଗୁଁ ନିନ୍ଦିତ ହେଉଛନ୍ତି ପ୍ରକୃତ ସାମ୍ବାଦିକ ||   (26-Nov-2026)       ||      ବର୍ତ୍ତନୀ ଗ୍ରାମ ରେ ରାଜ୍ୟସ୍ତରୀୟ ତ୍ରୀ ଦିବସୀୟ କବାଡି ପ୍ରତିଯୋଗିତା ର ଶୁଭାରମ୍ଭ |    (26-Nov-2026)       ||      ପୂଜାରୀ ବମ୍ବୁ ଗ୍ରାମରେ ସଡକ ନିର୍ମାଣ କାର୍ଯ୍ୟ ଆରମ୍ଭ |   (25-Nov-2026)       ||      ଲିଙ୍ଗ ଭିତିକ ହିଂସା ବିରୋଧରେ 16ଦିନର ଅଭିଯାନ ର ଶୁଭାରମ୍ଭ |    (25-Nov-2026)       ||      ଦେବଗିରି ରେ ଜଗନ୍ନାଥ ମନ୍ଦିର ରେ ଭକ୍ତ ଙ୍କ ପ୍ରବଳ ଭିଡ଼ |    (25-Nov-2026)       ||      ଶୈବ ପୀଠ ଅମରେଶ୍ୱର ଠାରେ କାର୍ତ୍ତିକ ପୁର୍ଣିମା ରେ ଭକ୍ତ ଙ୍କ ପ୍ରବଳ ଜନ ସମାଗମ |    (25-Nov-2026)       ||      ମୁଖ୍ୟମନ୍ତ୍ରୀ ଙ୍କ ଦୟାରେ ଆନିକେଟ ହେଲେ ଉପକୃତ ହେବେ ପୁରୁଷୋତ୍ତମପୁର ଅଞ୍ଚଳ ବାସୀ ||   (24-Nov-2026)       ||      ବଙ୍ଗୋମୁଣ୍ଡା ଅଘଟଣ ପରେ ବରଗଡ଼ ଧନୁଯାତ୍ରା କୁ ହାତୀଚିନ୍ତା |    (24-Nov-2026)       ||      ପୋଖରୀ ପାହାଚ ରେ ଗୋଡ଼ ଖସି ଯିବାରୁ ଯୁବକ ମୃତ |    (24-Nov-2026)       ||      ଅଟୋ ଓଲଟି ବାରୁ 4ଜଣ ଙ୍କ ମଧ୍ୟରୁ ମେଡିକାଲ ରେ ଜଣେ ମୃତ |    (24-Nov-2026)       ||     

ସିକର ପାଇ ମାର୍କେଟରେ ବାଣ ବେପାର, ରାଜ୍ୟ ରାଜପଥ କଡ଼ରେ ବିକ୍ରି ଅଭିଯୋଗ ||

07-Nov-2026

ସିକରପାଇ ମାର୍କେଟରେ ବାଣ ବେପାର, ରାଜ୍ୟ ରାଜପଥ କଡ଼ରେ ବିକ୍ରି ଅଭିଯୋଗ
ଆଳୁ ପିଆଜ ଭଳି ଖୋଲାଖୋଲି ବାଣ ବିକ୍ରି, ଚଢ଼ା ଦରରେ କାରବାର ; ବିନା ଲାଇସେନ୍ସରେ ବ୍ୟବସାୟ ଚାଲିଥିବା ଅଗ୍ନିଶମ ବିଭାଗର ସୂଚନା

କଲ୍ୟାଣସିଂହପୁର, ୭।୧୧ (ଆପ୍ର): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସିକରପାଇ ସଦର ମାର୍କେଟରେ ରାଜ୍ୟ ରାଜପଥ-୪୫ କଡ଼ରେ ଖୋଲାଖୋଲି ବାଣ ବେପାର ଚାଲିଥିବା ଅଭିଯୋଗ ହୋଇଛି। ବ୍ୟବସାୟୀମାନେ ଆଳୁ ପିଆଜ ଭଳି ରାସ୍ତାକଡ଼ରେ ବାଣ ବିକ୍ରି କରୁଥିବା ବେଳେ ଗ୍ରାହକଙ୍କଠାରୁ ଚଢ଼ା ଦରରେ ଟଙ୍କା ଆଦାୟ କରୁଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ଜନଗହଳିପୂର୍ଣ୍ଣ ରାଜ୍ୟ ରାଜପଥ କଡ଼ରେ ଏଭଳି ବାଣ ବିକ୍ରି ହେବା ଘଟଣା ସାଧାରଣରେ ଚିନ୍ତା ବଢ଼ାଇଛି। ଦୈନିକ ଏହି ରାସ୍ତା ଦେଇ ଶହ ଶହ ଗାଡ଼ିମୋଟର ଯାତାୟାତ କରୁଥିବା ବେଳେ ମାର୍କେଟରେ ମଧ୍ୟ ଲୋକଙ୍କ ଭିଡ଼ ଜମୁଛି। ଏଭଳି ସ୍ଥାନରେ ବାଣ ବିକ୍ରି ଯୋଗୁଁ ଅଗ୍ନିକାଣ୍ଡ ଭଳି ଅଘଟଣ ଘଟିବାର ଆଶଙ୍କା ରହିଛି। ବାଣ ବିକ୍ରି ପାଇଁ ଆବଶ୍ୟକ ଲାଇସେନ୍ସ ଓ ସୁରକ୍ଷା ବ୍ୟବସ୍ଥା ରହିଛି କି ନାହିଁ, ସେନେଇ ମଧ୍ୟ ପ୍ରଶ୍ନ ଉଠିଛି। ଏହି ଘଟଣା ସମ୍ପର୍କରେ କଲ୍ୟାଣସିଂହପୁର ଥାନା ଅଧିକାରୀ ଅଜିତ ପରିଡ଼ାଙ୍କୁ ଖବର ଦିଆଯାଇଥିବା ସ୍ଥାନୀୟ ବାସିନ୍ଦା ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ କଲ୍ୟାଣସିଂହପୁର ଅଗ୍ନିଶମ ବିଭାଗର ୱାଇ.ସି. ବିଜୟ ବେହେରା, କୋଲନରା ଅଗ୍ନିଶମ ବିଭାଗର ଏସ୍‌.ଓ. ଚିନ୍ମୟ ବେହେରା ଏବଂ ରାୟଗଡ଼ା ଜିଲ୍ଲା ଅଗ୍ନିଶମ ଅଧିକାରୀଙ୍କ ସୂଚନା ଅନୁଯାୟୀ, କଲ୍ୟାଣସିଂହପୁର ବ୍ଲକରେ ବାଣ ବ୍ୟବସାୟୀମାନେ ବିନା ଲାଇସେନ୍ସରେ ବାଣ ବିକ୍ରି କରୁଥିବା ସୂଚନା ଦେଇଛନ୍ତି । ଅଗ୍ନିଶମ ବିଭାଗର ଏଭଳି ସୂଚନା ପରେ ଅଞ୍ଚଳରେ ବେଆଇନ ବାଣ ବ୍ୟବସାୟକୁ ନେଇ ଚର୍ଚ୍ଚା ଜୋର ଧରିଛି। ବିନା ଲାଇସେନ୍ସରେ ରାଜ୍ୟ ରାଜପଥ କଡ଼ରେ ବାଣ ବିକ୍ରି କିପରି ଚାଲିଛି ଏବଂ ସମ୍ପୃକ୍ତ ବ୍ୟବସାୟୀଙ୍କ ବିରୋଧରେ କାହିଁକି ଯାଞ୍ଚ କିମ୍ବା କାର୍ଯ୍ୟାନୁଷ୍ଠାନ ହୋଇନାହିଁ ତାହାକୁ ନେଇ ପ୍ରଶାସନର ଭୂମିକା ଉପରେ ପ୍ରଶ୍ନ ଉଠିଛି। ତୁରନ୍ତ ଯାଞ୍ଚ କରି ବେଆଇନ ବାଣ ବ୍ୟବସାୟ ବନ୍ଦ କରିବା ସହ ଜନସାଧାରଣଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

News Comment

You Might Also Like

BACK TO TOP