Breaking
News
Breaking
News
07-Nov-2026
ସେରିଗୁମ୍ମାରେ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ
ଆଭାସୀ ମାଧ୍ୟମରେ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ, କଲ୍ୟାଣସିଂହପୁର ବ୍ଲକର ୬ଟି ବିଦ୍ୟାଳୟ ସାମିଲ
ଓଡିଶା ଜନମତ ରାୟଗଡା, ୭/୧୧,
କାମେଶ୍ୱର କରକରିଆ :-----
ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର ସେରିଗୁମ୍ମା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଛି। କେନ୍ଦୁଝରଠାରେ ଆୟୋଜିତ ମୁଖ୍ୟ କାର୍ଯ୍ୟକ୍ରମରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଏହାକୁ ନେଇ ସେରିଗୁମ୍ମା ଅଞ୍ଚଳରେ ଶିକ୍ଷାର ନୂତନ ଆଶା ସଞ୍ଚାର ହୋଇଛି। ସେରିଗୁମ୍ମାଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ରବୀନ୍ଦ୍ର କୁମାର ମେଲକା, ସରପଞ୍ଚ ଦିପାଇ ନାଚିକା, ନାଏବ ସରପଞ୍ଚ ଜାଗାରାଓ ମିଣିଆକା, ସମିତି ସଭ୍ୟ ରାମାରାଓ କାଡ୍ରାକା, ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ କୁଶ ପୀଡ଼ିଷିକା, ବୁଦ୍ଧିଜୀବୀ ଗଙ୍ଗାଧର ବେହେରା ଓ ସିଆରସିସି ଲକ୍ଷ୍ମଣ କଣ୍ଡାଗରୀ ପ୍ରମୁଖ ମଞ୍ଚାସୀନ ରହିଥିଲେ।
ସୂଚନା ଅନୁଯାୟୀ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ତୃତୀୟ ପର୍ଯ୍ୟାୟରେ ରାଜ୍ୟର ୬୩୦ଟି ବିଦ୍ୟାଳୟରେ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଉଛି। ଏଥିମଧ୍ୟରୁ ରାୟଗଡ଼ା ଜିଲ୍ଲାର ୩୦ଟି ବିଦ୍ୟାଳୟ ରହିଥିବା ବେଳେ କଲ୍ୟାଣସିଂହପୁର ବ୍ଲକର ୬ଟି ବିଦ୍ୟାଳୟ ଏଥିରେ ସ୍ଥାନ ପାଇଛି।
ବ୍ଲକର ଧାମୁଣିପଙ୍ଗା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ନାରାୟଣପୁର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ସେରିଗୁମ୍ମା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ସିଙ୍ଗାରି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଶିକରପାଇ ପ୍ରାଥମିକ ବିଦ୍ୟାଳୟ ଓ ପୂଜାରୀଗୁଡ଼ା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଏହି ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏହି ସମସ୍ତ ସ୍ଥାନରେ ସ୍ଥାନୀୟ ଜନପ୍ରତିନିଧି, ଶିକ୍ଷକ, ଶିକ୍ଷା କମିଟି ସଦସ୍ୟ ଓ ନିମନ୍ତ୍ରିତ ଅତିଥିମାନେ ଉପସ୍ଥିତ ରହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।
BACK TO TOP