Breaking
News
Breaking
News
23-Sep-2026
ଖୁସି ପାଇଁ ଅଜଘରକୁ ଆସିଥିଲା ନାତୁଣୀ , ଖେଳୁଥିଲା ବେଳେ ପୋଖରୀ ରେ ବୁଡି ଚାଲିଗଲା ଜୀବନ |
ଓଡିଶା ଜନ ମତ, ପୋଲସରା, ସନ୍ତୋଷ କୁମାର ପଣ୍ଡା ;-----
ଅଜା ଘରକୁ ବୁଲିବାକୁ ଯାଇଥିବା ବେଳେ ପୋଖରୀରେ ବୁଡ଼ି ଜଣେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଛି। ମୃତ ଶିଶୁ ହେଲେ ପୋଲସରା ଥାନା ଅନ୍ତର୍ଗତ ଚିରିକିପଡ଼ା ଶାସନ ଗ୍ରାମ ଘୋଡ଼ାସାହିର ଗୋରା ପ୍ରଧାନ ଓ ଧରିତ୍ରୀ ପ୍ରଧାନଙ୍କ ଝିଅ ସାନ୍ଭି ପ୍ରଧାନ। ସୂଚନା ଅନୁଯାୟୀ, ସାନ୍ଭି କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ବି.ନୂଆପଲ୍ଲୀ ଗ୍ରାମରେ ରହୁଥିବା ତାଙ୍କ ଅଜା ପ୍ରଭାକର ପ୍ରଧାନଙ୍କ ଘରକୁ ବୁଲିବାକୁ ଯାଇଥିଲେ। ଶନିବାର ଖେଳୁଥିବା ସମୟରେ ଘର ନିକଟସ୍ଥ ପୋଖରୀରେ ପଡ଼ି ବୁଡ଼ିଯାଇଥିବା ଜଣାପଡ଼ିଛି। ଘଟଣା ଜଣାପଡ଼ିବା ପରେ ପରିବାର ଲୋକେ ସାନ୍ଭିଙ୍କୁ ଉଦ୍ଧାର କରି ତୁରନ୍ତ ଚିକିତ୍ସା ପାଇଁ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏଭଳି ହୃଦୟବିଦାରକ ଘଟଣା ପରେ ମେଡିକାଲ ପରିସରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।କୋମଳ ବୟସରେ ସାନ୍ଭିଙ୍କ ଏଭଳି ଅକାଳ ବିୟୋଗ ପରିବାର ଓ ସମ୍ପର୍କୀୟଙ୍କୁ ଗଭୀର ଶୋକରେ ବୁଡ଼ାଇ ଦେଇଛି। ପରିବାର ପକ୍ଷରୁ ଟିକେ ଅବହେଳା ଓ ଅସାବଧାନତା ଯୋଗୁଁ ଏକ କୋମଳ ଶିଶୁର ଜୀବନଦୀପ ଲିଭିଯାଇଥିବା ନେଇ ଅଞ୍ଚଳରେ ଆଲୋଚନା ହେଉଛି। ଶିଶୁଙ୍କୁ ଏଭଳି ବିପଦପୂର୍ଣ୍ଣ ସ୍ଥାନ ନିକଟରେ ଖେଳିବାକୁ ନଦେଇ ଅଭିଭାବକମାନେ ସତର୍କ ରହିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି।ଏନେଇ କବିସୂର୍ଯ୍ୟନଗର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହେବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ସୂଚନା ମିଳିଛି।
BACK TO TOP