Breaking
News
Breaking
News
15-Sep-2026
ଗୋଷ୍ଠୀ ବିବାଦରୁ ବୋମାମାଡ, ଖଣ୍ଡା ଆକ୍ରମଣ ରେ ଜଣେ ଯୁବକ
ଗୁରୁତର |
ଗୁରୁତର। ଓଡିଶା ଜନ ମତ, ବ୍ରହ୍ମପୁର,
କୈଳାଶ ଚନ୍ଦ୍ର ଚୌଧୁରୀ ;----
ବ୍ରହ୍ମପୁର ସଦର ଥାନା କୁକୁଡ଼ାଖଣ୍ଡି ଗ୍ରାମ ଦାସ ସାହିରେ ଦୁଇ ଗୋଷ୍ଠୀ ମଧ୍ୟରେ ଲାଗି ରହିଥିବା ପୁର୍ବ ଶତୃତା କୁ ନେଇ ଗତକାଲି ଉଗ୍ର ରୂପ ଧାରଣ କରିଛି। ଯାହା ଫଳରେ ଗୋଟିଏ ଗୋଷ୍ଠୀର ସନିଆ ଦାସ ନାମକ ଜଣେ ଯୁବକ କୁ କୁକୁଡାଖଣ୍ଡି ମୁଖ୍ୟ ରାସ୍ତାରେ ଖଣ୍ଡା ରେ ଆକ୍ରମଣ ହୋଇଥିଲା ଓ ସେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ଜଣାପଡିଛି। ପୁଣି ସନ୍ଧ୍ୟା ସମୟରେ ବହୁତ ଗୁଡିଏ ମୋଟରସାଇକେଲ ରେ କିଛି ଯୁବକ ଆସି ଆସି ଗାଁ ରେ ଆତଙ୍କ ସୃଷ୍ଟି କରିବା ସହ କିଛି ବୋମାମାଡ କରି ଚାଲିଯାଉଥିବା ବେଳେ ଗାଁ ଲୋକଙ୍କ ପଥର ମାଡରେ କିଛି ଯୁବକ ତଳେ ପଡି ଯାଇଥିଲେ। ଗାଁ ଲୋକେ ସେମାନଙ୍କୁ କାବୁ କରି ନେଇଥିଲେ ଓ ଉତ୍ତମ ମଧ୍ୟମ କରୁଥିବା ବେଳେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଯୁବକ ମାନଙ୍କୁ ଉଦ୍ଧାର କରି ଥାନା ରେ ରଖି ଜେରା କରିବା ବେଳେ ଗାଁ ଗାଁ ଲୋକେ ପୋଲିସ କୁ ବିରୋଧ କରିବା ସହ ଉକ୍ତ ଯୁବକ ମାନଙ୍କୁ ତାଙ୍କୁ ଫେରାଇବା ପାଇଁ ଦାବି କରିଥିଲେ। ଏହି ଭଳି ପରିସ୍ଥିତିରେ ଥାନା ଅଧିକାରୀ, ସଦର ଏସ୍ ଡି ପି ଓ ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ମାନେ ଗାଁ ଉପସ୍ଥିତି ଯୋଗୁ ଅବସ୍ଥା ଆୟତାଧିନ ରହିଛି।
BACK TO TOP