Breaking News

କୋଦଳା ଏନଏସି ଅଞ୍ଚଳ ରେ ଧନ ଦାତ୍ରୀ ମା ଗଜଲକ୍ଷ୍ମୀ ଙ୍କ ପୂଜା ||   (26-Oct-2026)       ||      ମାଝୀ ଗୁଡା ଜୁଆ ଆଡ୍ଡାରେ ପୋଲିସି ର ଚଢ଼ାଉ, 4ଯୁଆଡ଼ି ସହ ଟଙ୍କା, ମୋବାଇଲ ଓ ବାଇକ ଜବତ ||   (26-Oct-2026)       ||      ପାଇକମାଳ ବିଡ଼ିଓ ଙ୍କ ବିରୁଦ୍ଧରେ ମାଡ଼ ଅଭିଯୋଗ ରେ ଉଭୟ ପକ୍ଷରୁ ଥାନରେ ମାମଲା ରୁଜୁ ||   (26-Oct-2026)       ||      ରାଜବୋଡା ସମ୍ବର ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଜିଲ୍ଲା ପାଳ ଙ୍କ ଅଭିଯୋଗ ଶୁଣାଣି |   (26-Oct-2026)       ||      ଦୁର୍ନୀତି ନିବାରଣ ତଥା ସାଧୁତାର ଶପଥ ପାଠ କରାଗଲା ବରଗଡ ଜିଲ୍ଳାର ସମସ୍ତ କାର୍ଯ୍ୟାଳୟ ରେ |    (26-Oct-2026)       ||      ପାଇକ ମାଳ ବ୍ଲକରେ ବିଜେଡିବର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ |   (26-Oct-2026)       ||      ହଳଦିଆ ପଦର ଓଭର ବ୍ରିଜ ରେ ପିଛା ଛାଡ଼ୁନି ଦୁର୍ଘଟଣା |   (26-Oct-2026)       ||      ଡ଼ାଇକି ଛକ ନିକଟରେ ଅଟୋ ବାଇକ ଧକ୍କା ||   (25-Oct-2026)       ||      ବର୍ଷା ଯୋଗୁଁ ସୋମବାରେ ଖୋଲିବାକୁ ଥିବା କଳିଙ୍ଗ ଘାଟି ରାସ୍ତା କିଛିଦିନ ପରେ ଖୋଲିବ    (25-Oct-2026)       ||      ନିଜ ପିଲାଙ୍କ ବିଷୟ ରେ ଏକ ଅଲଗା କଥା କହିଲେ ତୁକାରାମ ମୁଣ୍ଡେ |    (25-Oct-2026)       ||      ଆର ଏଣ୍ଡ ବି ର ନିର୍ବାହୀ ଯନ୍ତ୍ରୀ ତପନ ସେଠୀ ଭିଜିଲାନ୍ସ ରେ ଧରା ପଡିଲେ ||   (25-Oct-2026)       ||      "ସାବୁତ ନିଯୋଗ ଇଷ୍ଟେଟ ଚେସ ବ୍ୟାଟଲ ସିଜନ -1ରେ ପୁରୀରେ ଶୁଭମ ରଥ ଚାମ୍ପିୟାନ |   (25-Oct-2026)       ||      ମହିଳା ସ୍ୱୟଂ ସହାୟିକା ଗୋଷ୍ଟି ର ନୂତନ ଷ୍ଟେସେନେରୀ ଦୋକାନ କୁ ଉଦଘାଟନ କଲେ ବ୍ରହ୍ମପୁର ମେୟର |   (25-Oct-2026)       ||      ବାୟୁସେନା କର୍ମଚାରୀ ଙ୍କ ସଡ଼କ ଦୁର୍ଘଟଣା ରେ ମୃତ୍ୟୁ |    (25-Oct-2026)       ||      "ୱାନ ଷ୍ଟେସନ ୱାନ ପ୍ରଡକ୍ଟ ` ଷ୍ଟଲ କୁ ରାୟଗଡା ରେଳ ଷ୍ଟେସନ ରେ ଉଦଘାଟିତ |   (25-Oct-2026)       ||      କାଲିମେଘି ପଞ୍ଚାୟତ ରେ ବିକାଶରେ ବାଧକ ସାଜିଛି ରାଜ ନୈତିକ ତିକ୍ତତା |    (24-Oct-2026)       ||      ଅଜଣା ଟ୍ରାକ ଧକ୍କା ରେ ପ୍ରଥମ ବର୍ଷ ନର୍ସିଂ ଛାତ୍ର ମୃତ |   (24-Oct-2026)       ||      ପୋଲମା ପଞ୍ଚାୟତ ରେ ନିଜେପିର ପ୍ରଥମଶକ୍ତି କେନ୍ଦ୍ର କାର୍ଯ୍ୟାଳୟ ଉଦଘାଟିତ |    (24-Oct-2026)       ||      ସାମ୍ବାବ୍ୟ ବାତ୍ୟାକୁ ନେଇ ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ଆଗୁଆ ପ୍ରସ୍ତୁତି ||   (24-Oct-2026)       ||      ବିଜେପୁର ରେ ନାବାଳିକାକୁ ହତ୍ୟା ଅଭିଯୋଗ, ପୋଖରୀ କୂଳରୁ ମୃତ ଦେହ ଉଦ୍ଧାର ||   (24-Oct-2026)       ||     

ଛାତ୍ର ମାଡ଼ ଘଟଣାର ଅନୁଧ୍ୟାନ କଲେ ଶିଶୁ ସୁରକ୍ଷା ଆୟୋଗ ଅଧକ୍ଷା ବବିତା ପାତ୍ର ||

02-Sep-2026

ଛାତ୍ର ମାଡ଼ ଘଟଣାର ଅନୁଧ୍ୟାନ କଲେ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା

ସବୁ ହଷ୍ଟେଲରେ ନିଯୁକ୍ତ ହେବେ କାଉନସେଲର, ସୁଦୃଢ଼ ହେବ ଅଙ୍ଗନୱାଡ଼ି ଭିତ୍ତିଭୂମି

ଓଡିଶା ଜନମତ ରାୟଗଡ଼ା, ୨/୯ 

କାମେଶ୍ୱର କରକରିଆ :------

 କୋଲନରା ବ୍ଲକ ଅନ୍ତର୍ଗତ ରିଭଲକଣା ସରକାରୀ ଏସ୍‌ଏସ୍‌ଡି ହାଇସ୍କୁଲରେ ଘଟିଥିବା ଛାତ୍ର ମାଡ଼ ଘଟଣାର ଅନୁଧ୍ୟାନ କରିଛନ୍ତି ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ବବିତା ପାତ୍ର। ବୁଧବାର ବିଦ୍ୟାଳୟ ଓ ହଷ୍ଟେଲ ପରିଦର୍ଶନ କରି ସେ ଛାତ୍ରଛାତ୍ରୀଙ୍କ ସହ ସିଧାସଳଖ ଆଲୋଚନା କରିବା ସହ ବିଦ୍ୟାଳୟର ସୁରକ୍ଷା ଓ ଭିତ୍ତିଭୂମି ସମ୍ପର୍କରେ ସ୍ଥିତି ପରଖିଛନ୍ତି। ପ୍ରକାଶ ଥାଉକି, ଗତ ଅଗଷ୍ଟ ୩ ତାରିଖରେ ଉକ୍ତ ବିଦ୍ୟାଳୟର ଜଣେ ଦଶମ ଶ୍ରେଣୀର ଛାତ୍ର ହଷ୍ଟେଲରେ ରହୁଥିବା ଅଷ୍ଟମ ଓ ନବମ ଶ୍ରେଣୀର ପ୍ରାୟ ୩୦ ଜଣ ଛାତ୍ରଙ୍କୁ ନଡ଼ିଆ ବାହୁଙ୍ଗାରେ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଘଟଣାଟି ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା। ବିଦ୍ୟାଳୟ ପରିଦର୍ଶନ ପରେ ଅଧ୍ୟକ୍ଷା ବବିତା ପାତ୍ର କହିଛନ୍ତି ଯେ, ଘଟଣାରେ ସମ୍ପୃକ୍ତ ଛାତ୍ରଙ୍କ ବିରୋଧରେ ପଦକ୍ଷେପ ନିଆଯାଇ ତାଙ୍କୁ ହଷ୍ଟେଲରୁ ବାହାର କରାଯାଇଛି। ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତ୍ତି ଯେପରି ନହୁଏ, ସେଥିପାଇଁ ବିଦ୍ୟାଳୟର ଶିକ୍ଷକ ଓ ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ସ୍ୱତନ୍ତ୍ର ନିର୍ଦ୍ଦେଶ ଦିଆଯାଇଛି। ହଷ୍ଟେଲରେ ଛାତ୍ରଛାତ୍ରୀଙ୍କ ଖାଦ୍ୟପେୟ ଓ ଶୋଇବା ବ୍ୟବସ୍ଥା ଠିକ୍ ଥିବା ସେ କହିଥିବା ବେଳେ ସୁରକ୍ଷା ପାଇଁ ଲଗାଯାଇଥିବା ସିସିଟିଭି କ୍ୟାମେରା ଅଚଳ ଥିବା ଜଣାପଡ଼ିଥିଲା। ତେଣୁ ତୁରନ୍ତ ନୂତନ ସିସିଟିଭି କ୍ୟାମେରା ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଛୋଟ ପିଲାଙ୍କ ମଧ୍ୟରେ ବଢ଼ୁଥିବା ଅପରାଧିକ ପ୍ରବଣତାକୁ ରୋକିବା ସହ ସେମାନଙ୍କ ମାନସିକ ବିକାଶ ଉପରେ ସରକାର ଗୁରୁତ୍ୱ ଦେଉଥିବା ଅଧ୍ୟକ୍ଷା କହିଛନ୍ତି। ଏଥିପାଇଁ ରାଜ୍ୟର ପ୍ରତ୍ୟେକ ହଷ୍ଟେଲରେ ଜଣେ ଲେଖାଏଁ କାଉନସେଲର ନିଯୁକ୍ତ କରାଯିବାକୁ ଯୋଜନା ରହିଛି। କାଉନସେଲରମାନେ ପିଲାଙ୍କ ମାନସିକ ସ୍ଥିତି ବୁଝିବା ସହ ସେମାନଙ୍କୁ ଉତ୍ତମ ନାଗରିକ ଭାବେ ଗଢ଼ି ତୋଳିବାରେ ସହାୟତା କରିବେ। ଏଥିସହ ହଷ୍ଟେଲଗୁଡ଼ିକରେ ମ୍ୟାଲେରିଆ ନିରାକରଣ ପାଇଁ ପରିଷ୍କାର ପରିଚ୍ଛନ୍ନତା, ଉନ୍ନତମାନର ମଶାରି, ପ୍ରାଥମିକ ଚିକିତ୍ସା ଓ ଆବଶ୍ୟକ ଔଷଧ ଯୋଗାଣ ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ ବୋଲି ସେ କହିଛନ୍ତି। ଅଙ୍ଗନୱାଡ଼ି କେନ୍ଦ୍ରର ଭିତ୍ତିଭୂମି ହେବ ସୁଦୃଢ଼ ରାଜ୍ୟରେ ଶିଶୁମାନଙ୍କ ସର୍ବାଙ୍ଗୀନ ବିକାଶ ସହ ‘ବିକଶିତ ଓଡ଼ିଶା’ ଲକ୍ଷ୍ୟ ନେଇ ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ କରାଯାଉଥିବା ଅଧ୍ୟକ୍ଷା ପ୍ରକାଶ କରିଛନ୍ତି। ଉପମୁଖ୍ୟମନ୍ତ୍ରୀଙ୍କ ବିଧାନସଭା ଘୋଷଣା ଅନୁଯାୟୀ, ଯେଉଁ ଅଙ୍ଗନୱାଡ଼ି କେନ୍ଦ୍ରର ନିଜସ୍ୱ କୋଠା ନାହିଁ, ସେଠାରେ ଜାଗା ଚିହ୍ନଟ କରି ନୂତନ କୋଠା ନିର୍ମାଣ ପାଇଁ ୧୧ ଲକ୍ଷ ଟଙ୍କା ଅନୁଦାନ ଦିଆଯାଉଛି। ଆବଶ୍ୟକ ସ୍ଥଳେ ଅଧିକ ୬ ଲକ୍ଷ ଟଙ୍କା ମଧ୍ୟ ଯୋଗାଇ ଦିଆଯିବ। ପ୍ରତ୍ୟେକ ଅଙ୍ଗନୱାଡ଼ି କେନ୍ଦ୍ରରେ ପାଚେରି, ସ୍ୱତନ୍ତ୍ର ଶୌଚାଳୟ, ରୋଷେଇ ଘର, ପିଇବା ପାଣି ଓ ପିଲାଙ୍କ ଖେଳିବା ପାଇଁ ସ୍ଥାନ ରହିବ। ‘ସକ୍ଷମ ଅଙ୍ଗନୱାଡ଼ି’ କେନ୍ଦ୍ରଗୁଡ଼ିକରେ ଏଲ୍‌ଇଡି ଲାଇଟ୍‌ ଲଗାଇବାର ବ୍ୟବସ୍ଥା ମଧ୍ୟ କରାଯାଉଛି। ଏହାଛଡ଼ା ‘ଅଦ୍ରିକା’ କାର୍ଯ୍ୟକ୍ରମ ମାଧ୍ୟମରେ ପିଲାମାନଙ୍କୁ ସ୍ୱଚ୍ଛତା, ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ସମ୍ପର୍କରେ ସଚେତନ କରାଯାଉଛି। ବିଦ୍ୟାଳୟ ଓ ହଷ୍ଟେଲଗୁଡ଼ିକରେ ରହିଥିବା କର୍ମଚାରୀ ଅଭାବ ସମେତ ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳ, ପିଡି ଓ ପିଏ ଆଇଟିଡିଏଙ୍କ ସହ ସମୀକ୍ଷା ବୈଠକ କରାଯିବ ବୋଲି ଅଧ୍ୟକ୍ଷା କହିଛନ୍ତି। ଜିଲ୍ଲାସ୍ତରରେ ସମାଧାନ ହୋଇପାରୁଥିବା ସମସ୍ୟାର ସମାଧାନ କରାଯିବ। ଆବଶ୍ୟକ ପଡ଼ିଲେ ରାଜ୍ୟ ସରକାରଙ୍କୁ ମଧ୍ୟ ପ୍ରସ୍ତାବ ପଠାଯିବ ବୋଲି ସେ କହିଛନ୍ତି। ଏହି ଗସ୍ତ ସମୟରେ ଏସ୍‌ଡିସି ଅଧ୍ୟକ୍ଷା ମଞ୍ଜୁଳା ମିଣିଆକା, ବରିଷ୍ଠ ବିଜେପି ନେତା ଶିବ ଶଙ୍କର ଉଲାକା, ଅନିଲ ଜାଡ଼ି, ଜିଲ୍ଲା ମଙ୍ଗଳ ଅଧିକାରୀ ଅସୀମା ରାଓଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।

News Comment

You Might Also Like

BACK TO TOP