Breaking News

ସ୍ୱାମୀ ହତ୍ୟା ମାମଲାରେ ପତ୍ନୀ ଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ |   (11-Sep-2026)       ||      ବାଲେଶ୍ୱର କୁ କେଉଁଠୁ ଆସିଲେ 5ବଣ ମଣିଷ, ମଣିଷ ସହିତ ମିଶି ଯାଉଛି ସେମାନଙ୍କ 97% DNA |    (11-Sep-2026)       ||      ନବେ ଦଶକ ରେ ଝିଅ ଙ୍କ ହୃଦୟ ରେ ରାଜ କରୁଥିବା ଅଭିନେତା ଆଜି ବାହାଘର ପାର୍ଟିରେ କରୁଛନ୍ତି ଡେନ୍ସ |   (11-Sep-2026)       ||      ଶେରଗଡ଼ ରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ |    (10-Sep-2026)       ||      ସିଏଚ ନୂଆଙ୍ଗା ଓ ଶିକୁଳା ରେ ବିଜେପି ର ସେବା ସଂକଳ୍ପ ଅଭିଯାନ |    (10-Sep-2026)       ||      କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲକାଙ୍କୁ "ସଂସଦ ରତ୍ନ ସମ୍ମାନ |   (10-Sep-2026)       ||      ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ରେ 247ଜଣଙ୍କ ପଞ୍ଜିକରଣ ||   (10-Sep-2026)       ||      ପୃଥକ ପୃଥକ ଦୁର୍ଘଟଣା ରେ କୋଦଳା ଠାରେ ଜଣେ ମୃତ, ପାଞ୍ଚ ଗୁରୁତର,    (10-Sep-2026)       ||      ଏକ କୋଟିରୁ ଉର୍ଦ୍ଧ ଟଙ୍କାର ଗଞ୍ଜେଇ କୁ ଜବତ କଲା ପୋଲସରା ପୋଲିସ |   (10-Sep-2026)       ||      ଲାଞ୍ଜିଗଡ ରେ ପହଁଚିଲେ ଅଞ୍ଚଳ ବାସୀ, ଲୋଦ ଶିକାକା ଙ୍କ ଜାମିନ ପାଇଁ |    (10-Sep-2026)       ||      ଲୁକାୟିତ କଳାକୁ ବଜାର ଦେବା ଉପରେ ଗୁରୁତ୍ୱ ଦେବାକୁ ଆଲୋଚନା |    (10-Sep-2026)       ||      ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ, ଉଲ୍ଲାସ ଜନ ସଚେତନତା କାର୍ଯ୍ୟକ୍ରମ ||   (10-Sep-2026)       ||      ଶାରଳା ସଂସ୍କୃତ ମହା ବିଦ୍ୟାଳୟ ର 14 ତମ ପ୍ରତିଷ୍ଠା ଦିବସ ପାଳିତ ||   (10-Sep-2026)       ||      ହାତରେ ଲାଗିବନି ଅଟା, ରୁଟି କରିବାର ସହଜ ପ୍ରଣାଳୀ ||   (10-Sep-2026)       ||      17 ବର୍ଷ ରେ 1700 ରୁ ଅଧିକ ଦଣ୍ଡ ନୃତ୍ୟ ପରିବେଷଣ କରିଛନ୍ତି ଦେବେନ୍ଦ୍ର ନାଏକ ||   (10-Sep-2026)       ||      ଛୁରୀ ଦେଖାଇ ଲୁଟ ଅଭିଯୁକ୍ତ କୁ କୋର୍ଟ ଚାଲାଣ ||   (09-Sep-2026)       ||      ଗଣେଶ ପୂଜା ପାଇଁ ମୂର୍ତ୍ତି ନିର୍ମାଣ ରେ କାରିଗର ବ୍ୟସ୍ତ |    (09-Sep-2026)       ||      ସାମାନ୍ୟ କଥାକୁ ନେଇ ଜଣେ ଯୁବକଙ୍କୁ ମରଣା ନ୍ତାକ ଆକ୍ରମଣ |    (09-Sep-2026)       ||      ନାବାଳିକା ଙ୍କୁ ବଳତ୍କାର କରିବା ଅଭିଯୋଗ ରେ 20ବର୍ଷ ଜେଲ ଦଣ୍ଡ ସହ 70 ହଜାର ଜୋରିମାନା |    (09-Sep-2026)       ||      ବୈଦ୍ୟନାଥ ପୁର ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରତାରଣା କରି କୋର୍ଟ ଚାଲାଣ ||   (09-Sep-2026)       ||     

ପୋଲସରା ତାଲୁକା ଆଇନ ସେବା କମିଟି ପକ୍ଷରୁ ସାମାଜିକ କଲ୍ୟାଣ ଯୋଜନା ନେଇ ସଚେତନତା!|

01-Sep-2026

ତାଲୁକ ଆଇନ ସେବା କମିଟି ପୋଲସରା ପକ୍ଷରୁ  ସାମାଜିକ କଲ୍ୟାଣ ଯୋଜନା ନେଇ ଆଇନ ସଚେତନତା।

ଓଡ଼ିଶା ଜନମତ,ପୋଲସରା,ସନ୍ତୋଷ କୁମାର ପଣ୍ଡା
  ତା.୦୧/୦୯/୨୬:- ----

ପୋଲସରା ବ୍ଲକ କାର୍ଯ୍ୟାଳୟ ପରିସର ସ୍ଥିତ ସଭା ଗୃହ ଠାରେ ହୋଇଥିଲା।  ତାଲୁକ ଆଇନ ସେବା କମିଟି, ପୋଲସରା ଆନୁକୂଲ୍ୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ସାମାଜିକ କଲ୍ୟାଣ ଯୋଜନା ସମ୍ପର୍କରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ପୋଲସରା ତାଲୁକ ଆଇନ ସେବା କମିଟିର ଅଧ୍ୟକ୍ଷ ତଥା ପୋଲସରା ଜେଏମଏଫସି ଅଦାଲତର ବିଚାରପତି ଏ. ଅବିନାଶ ନାଇଡୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗ୍ୟ ହିତାଧିକାରୀଙ୍କୁ ସରକାରୀ ଯୋଜନାର ସୁଫଳ ପ୍ରଦାନ, ଆଇନଗତ ଅଧିକାର, ମାଗଣା ଆଇନ ସେବା ଓ ତ୍ୱରିତ ନ୍ୟାୟ ପ୍ରଦାନ କ୍ଷେତ୍ରରେ ତାଲୁକ ଆଇନ ସେବା କମିଟିର ଭୂମିକା ସମ୍ପର୍କରେ ବିସ୍ତୃତ ଭାବେ ସଚେତନ କରାଯାଇଥିଲା। କାର୍ଯ୍ୟକ୍ରମରେ ପୋଲସରା ବ୍ଲକର ବିଡିଓ ଶଶୀଭୂଷଣ ମହାପାତ୍ର ଯୋଗଦେଇ ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନାର ସୁଫଳ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ସହିତ ଲୋକମାନେ ସରକାରୀ ଯୋଜନାର ସୁବିଧା ପାଇବାର ପ୍ରକ୍ରିୟା ଓ ନିଜ ଅଧିକାର ସମ୍ପର୍କରେ ସଚେତନ ହେବା ଆବଶ୍ୟକ ବୋଲି କହିଥିଲେ।
ବରିଷ୍ଠ ଆଇନଜୀବୀ ରମେଶ ଚନ୍ଦ୍ର ପ୍ରଧାନ ବିଭିନ୍ନ ସାମାଜିକ କଲ୍ୟାଣ ଯୋଜନାରେ ଯୋଗ୍ୟତା ଏବଂ ଯୋଗ୍ୟ ହିତାଧିକାରୀମାନେ କିପରି ଏହାର ସୁଫଳ ପାଇପାରିବେ, ସେ ସମ୍ପର୍କରେ ଆଲୋକପାତ କରିଥିଲେ। ଆଇନଜୀବୀ ସୁଶାନ୍ତ କୁମାର ସାହୁ ସରକାରୀ ଯୋଜନାଗୁଡ଼ିକର ସୁବିଧା ସାଧାରଣ ଲୋକଙ୍କ ନିକଟରେ ସହଜରେ ପହଞ୍ଚାଇବା ଏବଂ ଏଥିପାଇଁ ଜନସଚେତନତାର ଆବଶ୍ୟକତା ଉପରେ ମତବ୍ୟକ୍ତ କରିଥିଲେ।ଅନ୍ୟତମ ଆଇନଜୀବୀ ପ୍ରହଲ୍ଲାଦ ବିଷୋୟୀ ସାମାଜିକ କଲ୍ୟାଣ ଯୋଜନାର ସୁଫଳ ପାଇବାରେ ସାଧାରଣ ଲୋକଙ୍କ ଅଧିକାର, ଆଇନଗତ ସୁରକ୍ଷା ଏବଂ ତାଲୁକ ଆଇନ ସେବା କମିଟି ମାଧ୍ୟମରେ ଉପଲବ୍ଧ ଆଇନଗତ ସହାୟତା ସମ୍ପର୍କରେ ବିସ୍ତୃତ ଭାବେ ମତ ରଖିଥିବାବେଳେ  ପୋଲସରା ବ୍ଲକର ବିଭିନ୍ନ  ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ନିଜ ନିଜ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନା, ଯୋଗ୍ୟତା ଓ ଉପଲବ୍ଧ ସୁବିଧା ସମ୍ପର୍କରେ ଲୋକମାନଙ୍କୁ ବିସ୍ତୃତ ଭାବେ ଅବଗତ କରାଇଥିଲେ। ଏଥିସହ   ସାମାଜିକ ସୁରକ୍ଷା, ଦୁର୍ବଳ ଓ ଅସହାୟ ବର୍ଗଙ୍କ ପାଇଁ ଉପଲବ୍ଧ ସରକାରୀ ସହାୟତା, ବିଭିନ୍ନ ସାମାଜିକ କଲ୍ୟାଣ ଯୋଜନା, ମାଗଣା ଆଇନ ସେବା ଓ ନ୍ୟାୟିକ ସହାୟତା ସମ୍ପର୍କରେ ସାଧାରଣ ଲୋକଙ୍କୁ ସଚେତନ କରାଯାଇଥିଲା।ଯୋଗ୍ୟ ହିତାଧିକାରୀମାନେ ନିଜ ଅଧିକାର ସମ୍ପର୍କରେ ସଚେତନ ହୋଇ ସରକାରୀ ଯୋଜନାର ସୁଫଳ ହାସଲ କରିବା ସହିତ, ନିର୍ଦ୍ଧାରିତ ଯୋଗ୍ୟତା ଓ ମାନଦଣ୍ଡ ପୂରଣ କରୁଥିବା ସତ୍ତ୍ୱେ କୌଣସି ବ୍ୟକ୍ତି ସରକାରୀ ଯୋଜନା, ସୁବିଧା କିମ୍ବା ଆଇନଗତ ସେବାରୁ ବଞ୍ଚିତ ହେଲେ, ସେ କ୍ଷେତ୍ରରେ ତାଲୁକ ଆଇନ ସେବା କମିଟିର ସହଯୋଗ ଓ ଆଇନଗତ ସହାୟତା ନେଇପାରିବେ ବୋଲି କାର୍ଯ୍ୟକ୍ରମରେ ସଚେତନ କରାଯାଇଥିଲା। କାର୍ଯ୍ୟକ୍ରମରେ  ଆଇନଜୀବୀ ଅନିଲ କୁମାର ମହାଙ୍କୁଡ, ଅକ୍ଷୟ କୁମାର ଦାସ, ବଳରାମ ପ୍ରଧାନ ଓ ବିଜୟ କୁମାର ଶାସମାଲ ପ୍ରମୁଖ ଉପସ୍ଥିତ ଥିଲେ। ତାଲୁକ ଆଇନ ସେବା କମିଟି ଓ ଅଦାଲତର କର୍ମଚାରୀ ସେରୁ ସାମଲ, ସନ୍ଦୀପ କୁମାର ପ୍ରଧାନ ଓ ରୂପକ ଚନ୍ଦ୍ର ଆଚାର୍ଯ୍ୟଙ୍କ ସମେତ ବ୍ଲକର ବିଭିନ୍ନ ବିଭାଗର କର୍ମଚାରୀ, ସାଧାରଣ ଜନତା ଓ ଗଣମାଧ୍ୟମ ପ୍ରତିନିଧି ଯୋଗଦେଇଥିଲେ।

News Comment

You Might Also Like

BACK TO TOP