Breaking
News
Breaking
News
29-Aug-2026
ଜମି ଦେବାକୁ କହି ଠକିଥିଲା, ଗିରଫ ହେଲେ ପୂର୍ବତନ ମନ୍ତ୍ରିଙ୍କ ପୁଅ, ଜମି ଦେବାକୁ କହି ଠକିଥିଲା ||
ଓଡିଶା ଜନ ମତ ବ୍ୟୁରୀ,
ଜଣେ ପୂର୍ବତନ ମନ୍ତ୍ରୀଙ୍କ ପୁଅର କଳା କାରନାମା ଆଜି ହାଟରେ ପଡି ବାଟରେ ଗଡୁଛି |ଜମି ଦେବାକୁ କହିଅଧିକାଂଶ ଲୋକଙ୍କ ଠାରୁ ଟଙ୍କା ହଡପ କରି ଚାଲିଥିଲେ |ଏନେଇ ଦିଲ୍ଲୀ ପଟିଆଲା କୋର୍ଟରେ ଅଜିତଙ୍କ ନାମରେ ଅଭିଯୋଗ ହୋଇଥିଲା । ବାରମ୍ବାର ପୁଲିସର ନୋଟିସ ପରେ ବି ସେ ହାଜର ନହେବାରୁ ଆଜି ପଟିଆଲା ପୁଲିସର ଅନୁରୋଧ କ୍ରମେ ରାଜଧାନୀର ନୟାପଲ୍ଲୀ ପୁଲିସ ଅଜିତଙ୍କୁ ଗିରଫ କରିଛି ।
ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ନୃସିଂହ ସାହୁଙ୍କ ପୁଅକୁ ଗିରଫ କରିଛି ପୁଲିସ । ନୃସିଂହ ସାହୁଙ୍କ ପୁଅ ଅଜିତ୍ ସାହୁଙ୍କୁ ଜମିଜମା ମାମଲାରେ ଆଜି ଗିରଫ କରାଯାଇଛି । କିଛି ଲୋକଙ୍କୁ ଜମି ଦେବାକୁ କହି ସେମାନଙ୍କ ଠାରୁ ଟଙ୍କା ନେଇଥିବା ଅଭିଯୋଗରେ ଗିରଫ୍ ହୋଇଛନ୍ତି ଅଜିତ୍ । ଏନେଇ ଦିଲ୍ଲୀ ପଟିଆଲା କୋର୍ଟରେ ଅଜିତଙ୍କ ନାମରେ ଅଭିଯୋଗ ହୋଇଥିଲା । ବାରମ୍ବାର ପୁଲିସର ନୋଟିସ ପରେ ବି ସେ ହାଜର ନହେବାରୁ ଆଜି ପଟିଆଲା ପୁଲିସର ଅନୁରୋଧ କ୍ରମେ ରାଜଧାନୀର ନୟାପଲ୍ଲୀ ପୁଲିସ ଅଜିତଙ୍କୁ ଗିରଫ କରିଛି ।
BACK TO TOP