Breaking News

NGO ବର୍ଗରେଗ୍ଲୋବାଲ ସଷ୍ଟେନେବିଲିଟି ଆୱାର୍ଡ ପାଇଁ ISRD ଜାତୀୟ ସ୍ତର ରେ ପୁରସ୍କୃତ ||   (10-Oct-2026)       ||      NGO ବର୍ଗରେଗ୍ଲୋବାଲ ସଷ୍ଟେନେବିଲିଟି ଆୱାର୍ଡ ପାଇଁ ISRD ଜାତୀୟ ସ୍ତର ରେ ପୁରସ୍କୃତ ||   (10-Oct-2026)       ||      କଂଗ୍ରେସ ପକ୍ଷରୁ ଗଣତନ୍ତ୍ର ବଞ୍ଚାଅ ନ୍ୟୟ ପଥେ ପଦଯାତ୍ରା ରଘୁନାଥ ପୁର ବ୍ଲକରେ ଅନୁଷ୍ଠିତ |   (10-Oct-2026)       ||      ଗଞ୍ଜାମ ଜିଲ୍ଲା ପାଳ ଛତ୍ରପୁର ବ୍ଳକର 5ଟି ପଞ୍ଚାୟତ କୁ ଟିବି ମୁକ୍ତ ଘୋଷଣା କଲେ |   (10-Oct-2026)       ||      ଗଞ୍ଜାମ ଜିଲ୍ଳାରେ ଧାନ ଫସଲ ରେ ରୋଗ ପୋକ ଲାଗି ବ୍ୟାପକ କ୍ଷତି |    (10-Oct-2026)       ||      ଶ୍ରୀମତୀ ସାଢ଼ି ଶାରଦା ରେଡ୍ଡୀ ଛତ୍ରପୁର ବ୍ଳକ ଅଧକ୍ଷା ଦାୟିତ୍ୱରେ ରହିଲେ |    (10-Oct-2026)       ||      ଶିକର ପାଇରେ ଭୈରବ ବାଲିଯାତ୍ରା, ନିଆଁ ମାଡି ମାନସିକ ପୁର୍ଣ କଲେ ଶ୍ରଦ୍ଧାଳୁ |   (09-Oct-2026)       ||      ତାରା ତାରିଣୀ କଲେଜ ରେ 24ଜଣଙ୍କ ନାମାଙ୍କନ ମଧ୍ୟରୁ ଜଣଙ୍କ ନାକଚ ||   (09-Oct-2026)       ||      ଅଙ୍ଗନ ୱାଡି କେନ୍ଦ୍ର ର ଅବ୍ୟବସ୍ଥା ସାମ୍ନାକୁ ଆଣିଲେ ସାମ୍ବାଦିକ ଙ୍କୁ ଧମକ ||   (09-Oct-2026)       ||      ଦୁଇ ଯୁବକଙ୍କ ମଧ୍ୟରେ ବଚସା ରୁ ଚୁରାମାଡ଼ ଜଣେ ମୃତ, ଜଣେ ଗୁରୁତର |    (09-Oct-2026)       ||      ସଭାପତି ଭାବେ ନିର୍ଦ୍ୱନ୍ଦ୍ୱ ରେ ବିଜୟୀ ହେଲେ ଖୋର୍ଦ୍ଧା ମହିଳା ମହାବିଦ୍ୟାଳୟ ର ସରସ୍ବତୀ ସାହୁ |   (09-Oct-2026)       ||      ବେଲଗୁଣ୍ଠା ରେ ବେଆଇନ ବନ୍ଧୁକ ଜବତ, ଜଣେ ଗିରଫ |    (09-Oct-2026)       ||      ଗଞ୍ଜାମରେ ମାଷ୍ଟର ଟ୍ରେନର ପାଇଁ, ଜିଲ୍ଲା ସ୍ତରୀୟ ତାଲିମ ଶିବିର |   (09-Oct-2026)       ||      ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ ||   (09-Oct-2026)       ||      ଚିକିଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026 ଅନୁଷ୍ଠିତ ||   (09-Oct-2026)       ||      କୋଦଳା ଲକ୍ଷ୍ମୀ ନାରାୟଣ ସ୍ନାତକ ମହାବିଦ୍ୟାଳୟ ରେ ନିର୍ବାଚନ ପାଇଁ 17ଜଣଙ୍କ ନାମାଙ୍କନ ପତ୍ର ଦାଖଲ |    (09-Oct-2026)       ||      ବିପୁଳ ପରିମାଣ ର ଗଞ୍ଜେଇ ଜବତ, ଦୁଇ ଅଭିଯୁକ୍ତ ଗିରଫ |   (09-Oct-2026)       ||      ଟାଟାବେଞ୍ଜ ଛକ ସ୍ଥିତ ଏକ ଲଜରୁ ସେକ୍ସ ରାକେଟ କୁ ଠାବ କଲା ବୈଦ୍ୟନାଥ ପୁର ପୋଲିସ |   (09-Oct-2026)       ||      ଅବକାରୀ ବିଭାଗ ଗନ୍ଧ ମର୍ଦ୍ଦନ ରେ ଚଢ଼ାଉ କରି ମଦ ସହ 4000ଲିଟର ମହୁଲ ପୋଚ ଜବତ |    (09-Oct-2026)       ||      କଂଗ୍ରେସ ର ଓଡିଶା ବନ୍ଦର ଡାକରା ରଘୁନାଥ ପୁର ବ୍ଲକରେ ପ୍ରଭାବ ପଡିଲା ||   (09-Oct-2026)       ||     

କନ୍ଧମାଳ ରେ ଦାଦନ ଶ୍ରମିକ ତଥ୍ୟ ସଂଗ୍ରହ ଆପ ଉନ୍ମୋଚିତ |

25-Aug-2026

" ବିକଶିତ କନ୍ଧମାଳ- ଦାଦନମୁକ୍ତ କନ୍ଧମାଳ" ପାଇଁ ଦାଦନ ଶ୍ରମିକଙ୍କ ତଥ୍ୟ ସଂଗ୍ରହ ଆପ୍ ଉନ୍ମୋଚନ   ,

ଓଡିଶା ଜନମତ, ବାଲିଗୁଡା, ତା, ୨୫/୦୮,

ସଞ୍ଜୟ କୁମାର ପାଣିଗ୍ରାହୀ : ------

କନ୍ଧମାଳ ଜିଲ୍ଲାରୁ ଦାଦନ ସମସ୍ୟା ଦୂର କରି ସ୍ଥାନୀୟ ଅଞ୍ଚଳରେ ସ୍ଥାୟୀ ରୋଜଗାର ସୃଷ୍ଟି କରିବା ଲକ୍ଷ୍ୟରେ ‘ବିକଶିତ କନ୍ଧମାଳ–ଦାଦନମୁକ୍ତ କନ୍ଧମାଳ’ ଅଭିଯାନ ଅଧୀନରେ କୋଟଗଡ଼ ବ୍ଲକସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ସୋସିଆଲ ୱର୍କର୍ସ ଆସୋସିଏସନ ଅଫ କନ୍ଧମାଳ (ସ୍ୱାକ୍) ପକ୍ଷରୁ କୋଟଗଡ଼ ସ୍ଥିତ ଆଦିବାସୀ ସାଂସ୍କୃତିକ ଭବନଠାରେ ଏହି ବୈଠକ ଆୟୋଜିତ ହୋଇଥିଲା। ଗୁଗୁରମାହା ପଞ୍ଚାୟତର ସରପଞ୍ଚ ମୋସେସ କାର୍ଜିମାଝୀଙ୍କ ଆୟୋଜନ କ୍ରମେ ଅନୁଷ୍ଠିତ ଏହି ବୈଠକରେ ବ୍ଲକର ୫ରୁ ଅଧିକ ସ୍ୱେଚ୍ଛାସେବୀ ସଂଗଠନର ପ୍ରତିନିଧି, ସାମାଜିକ କର୍ମୀ, ବରିଷ୍ଠ ନାଗରିକ, ଜନପ୍ରତିନିଧି ମାନେ  ଯୋଗ ଦେଇଥିଲେ। କନ୍ଧମାଳର ବିକାଶ ସହିତ ଦାଦନ ସମସ୍ୟାର ସ୍ଥାୟୀ ସମାଧାନ ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ଉକ୍ତ ବୈଠକରେ ବକ୍ତାମାନେ କହିଥିଲେ ଯେ, ସ୍ଥାନୀୟ ଅଞ୍ଚଳରେ ପର୍ଯ୍ୟାପ୍ତ ରୋଜଗାର ସୁଯୋଗ ନଥିବାରୁ ପ୍ରତିବର୍ଷ ଶହ ଶହ ଶ୍ରମିକ କାମ ସନ୍ଧାନରେ ରାଜ୍ୟ ବାହାରକୁ ଯାଉଛନ୍ତି। ଦଲାଲଙ୍କ ଜରିଆରେ ବାହାରକୁ ଯାଉଥିବା ଅନେକ ଶ୍ରମିକ ଶୋଷଣ, ନିର୍ଯାତନା ଓ ଦୁର୍ଘଟଣାର ଶିକାର ହେଉଛନ୍ତି। ତେଣୁ କେବଳ ତାତ୍କାଳିକ ପଦକ୍ଷେପ ନୁହେଁ, ଦାଦନ ସମସ୍ୟାର ମୂଳ କାରଣ ଦୂର କରିବା ପାଇଁ ଦୀର୍ଘମିଆଦୀ ଯୋଜନା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା। ସ୍ଥାନୀୟ ପ୍ରାକୃତିକ ଓ ମାନବ ସମ୍ବଳର ସଦୁପଯୋଗ କରି ରୋଜଗାର ସୃଷ୍ଟି ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। ଜଳପ୍ରପାତ ଓ ପର୍ଯ୍ୟଟନସ୍ଥଳୀର ବିକାଶ, ଉଦ୍ୟାନ କୃଷି, ଶୀତଳଭଣ୍ଡାର, ମଣ୍ଡି, କୃଷି ଉତ୍ପାଦ ପ୍ରକ୍ରିୟାକରଣ, ଶିଆଳି ଖଲି ଓ ଲଘୁବନଜାତ ଦ୍ରବ୍ୟର ପ୍ରକ୍ରିୟାକରଣ ଭଳି କ୍ଷେତ୍ରରେ ନୂଆ ସୁଯୋଗ ସୃଷ୍ଟି କରାଯାଇପାରିବ ବୋଲି ଆଲୋଚନା ହୋଇଥିଲା।
‘ଏକ ଜିଲ୍ଲା, ଏକ ସଙ୍କଳ୍ପ’ ନୀତିରେ କନ୍ଧମାଳର ପ୍ରାକୃତିକ ଓ ମାନବ ସମ୍ବଳର ସଦୁପଯୋଗ କରି ଯୁବପିଢ଼ିଙ୍କ ପାଇଁ ସ୍ଥାୟୀ ରୋଜଗାର, ଆତ୍ମନିଯୁକ୍ତି ଓ ଉଦ୍ୟୋଗୀ ସୃଷ୍ଟି କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। ଜଙ୍ଗଲଜାତ ଦ୍ରବ୍ୟ, ଅଁଳା, ପଣସ, ହଳଦୀ, ମାଣ୍ଡିଆ, ବିରି ଓ ବିଭିନ୍ନ ମସଲା ଜାତୀୟ ଫସଲର ପ୍ରକ୍ରିୟାକରଣ, ମୂଲ୍ୟବୃଦ୍ଧି ଓ ବଜାର ସଂଯୋଗ ମାଧ୍ୟମରେ ସ୍ଥାନୀୟ ରୋଜଗାର ସୃଷ୍ଟି ପାଇଁ ସରକାର ଓ ପ୍ରଶାସନଙ୍କ ନିକଟରେ ଦାବି ଉପସ୍ଥାପନ କରାଯିବ ବୋଲି ବୈଠକରେ ସ୍ଥିର ହୋଇଥିଲା। ଏଥି ସହ ପଞ୍ଚାୟତଠାରୁ ଜିଲ୍ଲାସ୍ତର ପର୍ଯ୍ୟନ୍ତ ‘ଦାଦନମୁକ୍ତ କନ୍ଧମାଳ’ ଅଭିଯାନକୁ ଅଧିକ ବ୍ୟାପକ କରିବା ସହିତ ଜନସଚେତନତା ବୃଦ୍ଧି କରିବା ନେଇ ନିଷ୍ପତ୍ତି ହୋଇଥିଲା।
ଦାଦନ ଶ୍ରମିକଙ୍କ ତଥ୍ୟ ସଂଗ୍ରହ ପାଇଁ ଆପ୍ ଉନ୍ମୋଚନ
ଦାଦନ ଶ୍ରମିକଙ୍କ ସଠିକ ତଥ୍ୟ ସଂଗ୍ରହ ଓ ସେମାନଙ୍କ ସମ୍ପର୍କିତ ସୂଚନା ଜାଣିବା ପାଇଁ ‘ସ୍ୱାକ୍’ ପକ୍ଷରୁ ଏକ ଗୁଗଲ ଆପ୍ ଉନ୍ମୋଚନ କରାଯାଇଥିଲା। ଆପ୍‌ରେ ସମୁଦାୟ ୨୬ଟି ପ୍ରଶ୍ନ ରହିଛି। ଏଥିରେ ଦାଦନ ଶ୍ରମିକମାନେ କେଉଁ ସ୍ଥାନରେ କାମ କରୁଛନ୍ତି, କେଉଁ ପ୍ରକାରର କାମ କରୁଛନ୍ତି, କେବେ ରାଜ୍ୟ ବାହାରକୁ ଯାଇଛନ୍ତି ଏବଂ ଅଞ୍ଚଳରେ ଦାଦନ ଶ୍ରମିକଙ୍କ ସଂଖ୍ୟା କେତେ ରହିଛି ଆଦି ତଥ୍ୟ ସଂଗ୍ରହ କରାଯିବ ବୋଲି ସ୍ୱାକ୍ ପକ୍ଷରୁ କୁହାଯାଇଛି। ବୈଠକ ରେ କୋଟଗଡ଼ ବ୍ଲକ ଅଧ୍ୟକ୍ଷା ପିଙ୍କି କହଁର ଓ ସମନ୍ୱୟ ଅନୁଷ୍ଠାନର ରାନୁବାଳା ମହାନ୍ତି ଉପସ୍ଥିତ ରହି ନିଜ ଅଞ୍ଚଳରୁ ଦାଦନ ଯାଉଥିବା ଶ୍ରମିକଙ୍କ ସମ୍ପର୍କରେ ମତ ରଖିଥିଲେ।
ସ୍ୱାକ୍ ସଭାପତି ଆମନ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ସମ୍ପାଦକ ହୃଷିକେଶ ପ୍ରଧାନ ଅଭିଯାନର ଉଦ୍ଦେଶ୍ୟ ଓ ଆଗାମୀ କାର୍ଯ୍ୟପନ୍ଥା ଉପସ୍ଥାପନ କରିଥିଲେ। ବରିଷ୍ଠ ସାମ୍ବାଦିକ ତଥା ସ୍ୱାକ୍ ଉପଦେଷ୍ଟା ସମୀର କୁମାର ପାଢ଼ୀ, ସହସମ୍ପାଦକ ସଞ୍ଜୀବ ଦିଗାଲ, ସଭ୍ୟ ସନ୍ତୋଷ ଦିଗାଲ, ସଭ୍ୟା ମିନାକ୍ଷୀ ପ୍ରଧାନ, ଉପସଭାନେତ୍ରୀ ସସ୍ମିତା ମଲ୍ଲିକ, ଚିନ୍ମୟ କୁମାର ସେଠୀ, କୋଷାଧ୍ୟକ୍ଷ ସାମନ୍ତ ଶେଖର ନାୟକଙ୍କ ସମେତ ବିଭିନ୍ନ ସଂଗଠନର ପ୍ରତିନିଧି ଉପସ୍ଥିତ ଥିଲେ। ଏଥିସହ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଦସ୍ୟ, କୁଇ ସମାଜର ସଦସ୍ୟ ଓ ଅନ୍ୟାନ୍ୟ ଜନପ୍ରତିନିଧିମାନେ ଯୋଗଦେଇ ନିଜର ମତାମତ ଓ ପ୍ରସ୍ତାବ ଉପସ୍ଥାପନ କରିଥିଲେ। ଶେଷରେ “କୋଟଗଡ଼ ବ୍ଲକର ଯୁବକ-ଯୁବତୀ ନିଜ ଅଞ୍ଚଳରେ ରୋଜଗାର ପାଆନ୍ତୁ” ବୋଲି ସମସ୍ତେ ସଙ୍କଳ୍ପ ନେଇଥିଲେ। ସ୍ଥାନୀୟ ସମ୍ବଳକୁ ଆଧାର କରି ସ୍ୱାବଲମ୍ବୀ, ସମୃଦ୍ଧ ଓ ଦାଦନମୁକ୍ତ କୋଟଗଡ଼ ବ୍ଲକ ସହ ଦାଦନମୁକ୍ତ କନ୍ଧମାଳ ଗଠନ ପାଇଁ ମିଳିତ ପ୍ରୟାସ ଜାରି ରଖିବାକୁ ବୈଠକରେ ଆହ୍ୱାନ ଦିଆଯାଇଥିଲା।

News Comment

You Might Also Like

BACK TO TOP