Breaking News

ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||      ଖଲ୍ଲିକୋଟ ବ୍ଳକ ଆଗରେ ଅବସର ପ୍ରାପ୍ତ କର୍ମଚାରୀ ଙ୍କ 12ଦଫା ଦାବି ନେଇଗଣ ଧାରଣା |    (30-Sep-2026)       ||      ସିଟି ବସ ଧକ୍କା ଯୋଗୁଁ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ||   (30-Sep-2026)       ||      ବଡ଼ ବଜାର ପୋଲିସ ଦ୍ୱାରା ଡକାୟତ କରୁଥିବା ଉଦ୍ୟମ କୁ ପଣ୍ଡ କରିବା ଶହ ବହୁ ମାରଣାସ୍ତ୍ର ଜବତ ଏବଂ 5ଜଣ ଗିରଫ |    (30-Sep-2026)       ||      ତାରାତାରିଣୀ କଲେଜ ରେ ଚାପ ପରିଚାଳନା କର୍ମଶାଳା |    (29-Sep-2026)       ||      ତାରା ତାରିଣୀ ମହା ବିଦ୍ୟାଳୟ ପାଇଁ ସୁନାମ ଆଣିଲେ ଡ଼ଃ ସ୍ଵାଗତିକା ଦାଶ ଓ ସୌଭାଗ୍ୟ ଲକ୍ଷ୍ମୀ ରାଓ |   (29-Sep-2026)       ||      ବରଗଡ଼ ରେ ବିଶ୍ୱ ପର୍ଯ୍ୟଟନ ଦିବସ ରେ ସଫଳ ପ୍ରମୋ ରନ |   (29-Sep-2026)       ||      ପିସି ଓ ପିଏନଡିଟି ଆଇନ କଡାକଡ଼ି ଅନୁପାଳନ ନେଇ ଜିଲ୍ଲା ସ୍ତରୀୟ ବୈଠକ ||   (29-Sep-2026)       ||      ଗଞ୍ଜାମ ଜିଲ୍ଲା ପଶ୍ଚିମ କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ଓ ଦାବି ପତ୍ର ପ୍ରଦାନ ||   (29-Sep-2026)       ||      ଭରତ ପୁର ମଧୁବାବୁ ପାଠାଗାରରେ କବିବର ରାଧାନାଥ ଙ୍କ ଜୟନ୍ତୀ ପାଳିତ |    (29-Sep-2026)       ||      ଖଲ୍ଲିକୋଟ ମଣ୍ଡଳ ସ୍ତରୀୟ ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ |    (29-Sep-2026)       ||      ରେଳପଥ ପୁନରୁଦ୍ଧାର କାର୍ଯ୍ୟ ମାଲିଗୁଡାରେ ଜୋରସର ରେ ଚାଲିଛି |    (29-Sep-2026)       ||     

ମତ୍ସ୍ୟ ବିଜ୍ଞାନ ମହା ବିଦ୍ୟାଳୟ ରେ ଦୁଇ ଦିନିଆ

19-Jul-2026

ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟରେ ଦୁଇଦିନିଆ ଜାତୀୟସ୍ତରୀୟ ଜଳଜ ମତ୍ସ୍ୟ ଉଦ୍ୟୋଗୀ ସମ୍ମିଳନୀ ଉଦ୍ଘାଟିତ ।

ଓଡିଶା ଜନ ମତ,ଛତ୍ରପୁର, ତା.୧୯ / ୭ 

କେ.ସତ୍ୟନାରାୟଣ ରେଡ୍ଡୀ
ଓଡ଼ିଶାର ଏକମାତ୍ର ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟ ଯାହା ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଉପକଣ୍ଠସ୍ଥ ରଙ୍ଗେଈଲୁଣ୍ଡା ଠାରେ ଅବସ୍ଥିତ ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟ ଠାରେ ଚଳିତ ବର୍ଷ ର ଆୟୋଜିତ ଦୁଇଦିନିଆ ଜାତୀୟସ୍ତରୀୟ ଜଳଜ   ସମ୍ମିଳନୀ ଉଦଘାଟିତ | ମତ୍ସ୍ୟ ଉଦ୍ୟୋଗୀ ସମ୍ମିଳନୀ ଶନିବାର  ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି । ଯାହାକି ଆକ୍ୱା ପ୍ରିନେଉର୍ କନକ୍ଳେଭ ଜାତୀୟ ସ୍ତରୀୟସମ୍ମିଳନୀ କୁ ମାନ୍ୟବର ମନ୍ତ୍ରୀ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ଏବଂ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।ମତ୍ସ୍ୟ କ୍ଷେତ୍ରରେ ଓଡିଶା ଆଜି ପ୍ରଥମ ସ୍ଥାନରେ ରହିଛି,ନିକଟ ଅତୀତରେ ଗଭୀର ସମୁଦ୍ରରେ ମାଛ ଧରିବା ପାଇଁ ସବୁ ପ୍ରକାର ପଦକ୍ଷେପ ନିଆଯାଇଛି ।  ମତ୍ସ୍ୟ କ୍ଷେତ୍ରରେ ଉନ୍ନତି ଦିଗରେ ପଶ୍ଚିମାଞ୍ଚଳ ର ସୁବର୍ଣ୍ଣପୁର ଠାରେ ଆଉ ଏକ ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟ ଖୋଲିବା ପାଇଁ ନିଷ୍ପତି ନିଆଯାଇଛି ବୋଲି ସୂଚାଇ ଗାଁ ର ଉନ୍ନତି ହେଲେ ରାଜ୍ୟ ତଥା ଦେଶର ଉନ୍ନତି ବିଧାନ ହୋଇପାରିବ ବୋଲି ମାନ୍ୟବର ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଶ୍ରୀ ମଲ୍ଲିକ ମତବ୍ୟକ୍ତ କରିଛନ୍ତି ।
 କାର୍ଯ୍ୟକ୍ରମରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ସଭାପତିତ୍ୱ କରିଥିବା ବେଳେ, ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟର ଡିନ୍ ତଥା କନକ୍ଳେଭ ର ସଂଯୋଜକ ପ୍ରଫେସର ନିତ୍ୟାନନ୍ଦ ଦାସ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ସାଂଗକୁ ସ୍ୱାଗତ ସମ୍ଭାଷଣ ଦେଇଥିଲେ । ମତ୍ସ୍ୟ କ୍ଷେତ୍ରର ଉନ୍ନତି  ପାଇଁ  ମାନ୍ୟବର କୁଳପତି ଓ  ବିଭାଗୀୟ ମନ୍ତ୍ରୀ ଙ୍କୁ ମହାବିଦ୍ୟଳର ଡିନ୍ ସାଧୁବାଦ ଜଣାଇଥିଲେ । କାର୍ଯ୍ୟକ୍ରମର ଶୁଭାରମ୍ଭରେ ବନ୍ଦେ ଉତ୍କଳ ଜନନୀ ଓଡ଼ିଆ ଜାତୀୟ ସଙ୍ଗୀତ ମିଳିତ ସାମୂହିକ ଗାନ କରାଯାଇଥିଲା ।  ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ନିଜ ବକ୍ତବ୍ୟରେ କହିଥିଲେ ଯେ` ମତ୍ସ୍ୟ-ଉତ୍ପାଦନ କ୍ଷେତ୍ରରେ ଭାରତୀୟ ଅର୍ଥନୀତିରେ ସୂର୍ଯ୍ୟକୀରଣ କ୍ଷେତ୍ର ଭାବରେ ବିବେଚନା କରାଯାଏ । ଉତ୍ପାଦନ ଓ ରପ୍ତାନି କ୍ଷେତ୍ରରେ ମତ୍ସ୍ୟ ଉଦ୍ୟୋଗୀ ମାନଙ୍କର ଉଲ୍ଲେଖନୀୟ ଅବଦାନ ରହିଛି ।  ମତ୍ସ୍ୟ ଯୋଜନା  ପ୍ରଣୟନ ଦ୍ୱାରା ମତ୍ସ୍ୟ ଉତ୍ପାଦନ ବୃଦ୍ଧି ପାଉଛି । ମୁଖ୍ୟବକ୍ତା  ଭାବେ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ, ଭାରତ ସରକାର ଅଧୀନରେ  କାର୍ଯ୍ୟରତ  ପ୍ରଫେସର  ଜି.ଜୟସୀକରନ  ଯୋଗ ଦେଇ ମତ୍ସ୍ୟ ଉଦ୍ୟୋଗୀ ସୃଷ୍ଟି ଉପରେ ଗୁରୁତ୍ୱଆରୋପ କରିଥିଲେ ।ଏହି ଜାତୀୟ   ସ୍ତରୀୟସମ୍ମିଳନୀ କନକ୍ଳେଭ, ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟ ଓ  ଜାତୀୟ ମତ୍ସ୍ୟ ଉନ୍ନୟନ ପରିଷଦ ଦ୍ୱାରା ଆୟୋଜିତ ହୋଇଅଛି ।  ଅଭିନବ ଉପାୟରେ ମାଛ କୁ ରୂପାନ୍ତରୀକରଣ  କରି ଭିନ୍ନଭିନ୍ନ ପ୍ରକାର ମୂଲ୍ୟ ଯୁକ୍ତ ଦ୍ରବ୍ୟ ପ୍ରସ୍ତୁତ କରିବାଦ୍ଵାରା ମାଛ ର ଚାହିଦା ବଢିବା ସହିତ ମତ୍ସ୍ୟ ଉଦ୍ୟୋଗୀ ସୃଷ୍ଟି କରିବା ପାଇଁ ଦେଶର ଭିନ୍ନ ଭିନ୍ନ ମତ୍ସ୍ୟ ବିଜ୍ଞାନ ମହାବିଦ୍ୟଳରୁ ଛାତ୍ରଛାତ୍ରୀମାନେ ଯୋଗଦେଇ ନିଜ ନିଜର ମାଛ ର ମୂଲ୍ୟଯୁକ୍ତ ଦ୍ରବ୍ୟ ପ୍ରସ୍ତୁତ କରି ବିଶେଷଜ୍ଞ ଙ୍କ ସମୁଖରେ ଉପସ୍ଥାପନ କରିଥିଲେ ।  ଜୁଲାଇ ୧୮ ଓ ୧୯ ତାରିଖ ଏହି ଦୁଇ ଦିନିଆ କନକ୍ଳେଭ ରେ । ଭାରତ ବର୍ଷର ଭିନ୍ନ ଭିନ୍ନ ରାଜ୍ୟ ତଥା ମହାରଷ୍ଟ୍ର, ପଶ୍ଚିମବଙ୍ଗ, ବିହାର ,ତାମିଲନାଡୁ, ଆନ୍ଧ୍ର-ପ୍ରଦେଶ, ତେଲେଙ୍ଗାନା, ଗୁଜୁରାଟରେ ଥିବା ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟ ରୁ ଶତାଧିକ ଛାତ୍ରଛାତ୍ରୀ ଓ ଦେଶ ର ଭିନ୍ନ ଭିନ୍ନ ସ୍ଥାନ ରୁ ମତ୍ସ୍ୟବିଜ୍ଞାନୀ, ଅଧ୍ୟାପକ, ମତ୍ସ୍ୟ-ଉଦ୍ୟୋଗୀ, ପ୍ରଶାସକ ଓ ବୁଦ୍ଧିଜୀବୀ ଯୋଗଦେଇଥିଲେ । କାର୍ଯ୍ୟକ୍ରମରେ ଓଡ଼ିଶା କୃଷିଓବୈଷୟିକ  ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ସଭାପତିତ୍ୱ କରିଥିବା ବେଳେ, ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟର ଡିନ୍ ତଥା କନକ୍ଳେଭ ର ସଂଯୋଜକ ପ୍ରଫେସର ନିତ୍ୟାନନ୍ଦ ଦାସ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ସାଂଗକୁ ସ୍ୱାଗତ ସମ୍ଭାଷଣ ଦେଇଥିଲେ । ମତ୍ସ୍ୟ କ୍ଷେତ୍ରର ଉନ୍ନତି  ପାଇଁ  ମାନ୍ୟବର କୁଳପତି ଓ  ବିଭାଗୀୟ ମନ୍ତ୍ରୀ ଙ୍କୁ ମହାବିଦ୍ୟଳର ଡିନ ସାଧୁବାଦ ଜଣାଇଥିଲେ । କାର୍ଯ୍ୟକ୍ରମର ଶୁଭାରମ୍ଭରେ ବନ୍ଦେ ଉତ୍କଳ ଜନନୀ ଓଡ଼ିଆ ଜାତୀୟ ସଙ୍ଗୀତ ମିଳିତ ସାମୂହିକ ଗାନ କରାଯାଇଥିଲା ।  ଆସୋସିଏଟ ପ୍ରଫେସର ଡ଼ଃ.ଧରିତ୍ରୀ ଚୌଧୁରୀ  ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।  ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନେ ସକ୍ରୀୟ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ର କୁଳସଚିବ ସମେତ ଅନ୍ୟାନ୍ୟ ପଦାଧିକାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ।  ସନ୍ଧ୍ୟାରେ ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

News Comment

You Might Also Like

BACK TO TOP