Breaking
News
Breaking
News
12-Apr-2026
ଅଁଳାଇ ପୀଠ ରେ 24 ତମ ମହାବୀର ଜୟନ୍ତୀ ଓ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞ ଶୋଭାଯାତ୍ରା ରେ ସାମିଲ ହେଲେ 100 ରୁ ଉର୍ଦ୍ଧ ମାନସିକ ବ୍ରତଧାରୀ,
ଓଡିଶା ଜନ ମତ, ଖୋର୍ଦ୍ଧା, ଗୋପାଳ କୃଷ୍ଣ ପ୍ରଧାନ,
ଖୋର୍ଦ୍ଧା ବ୍ଲକ ଟାଙ୍ଗିଆପଡା ପଂଚାୟତ ଅଧୀନ ଉଇଲ କିଶନ ନଗର ମା ଅଁଳାଇ ଦେବୀ ପୀଠ ରେ 24 ତମ ମହାବୀର ଜୟନ୍ତୀ ଓ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ନିମନ୍ତେ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଗତକାଲି ଅଙ୍କୁରାରୋପଣ ଓ ମଣ୍ଡଳକରଣ ଗ୍ରାମରେ ପୂଜା ପାଉଥିବା ବିଭିନ୍ନ ଠାକୁର ଙ୍କୁ ନିମତ୍ରଣ କରାଯାଇଥିଲା l ଆଜି ଗ୍ରାମ କୁଳଗୁରୁ ପୁରୋହିତ ବିଶ୍ୱନାଥ ନନ୍ଦ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଗ୍ରାମ ର ଝାରିଆ ପୋଖରୀ ଠାରୁ ଶହେ ରୁ ଉର୍ଦ୍ଧ ମାନସିକ ବ୍ରତ ଧାରୀ ପୋଖରୀରୁ ଜଳ କଳସ ଧରି ଗ୍ରାମ୍ୟ ପରିକ୍ରମା କରି ଶୋଭାଯାତ୍ରା ରେ ଆସିଥିଲେ l ଘଣ୍ଟ ଘଣ୍ଟା,ହରିବୋଲ ହୁଳହୁଳି ନାଦରେ ପ୍ରକମ୍ପିତ ହୋଇ ଉଠିଥିଲା ଗାଁ ର ଦାଣ୍ଡ l ଗ୍ରାମର ଭାଗବତ ଠାକୁର, ତ୍ରିନାଥ ଠାକୁର, ଧବଳେଶ୍ୱର ମହାଦେବ,ରାଧାକୃଷ୍ଣ ଆଦି ନିଜ ନିଜ ସୁସଜ୍ଜିତ ବିମାନ ରେ ଯଜ୍ଞ ସ୍ଥଳ କୁ ଯାଇଥିଲେ l ଏହି ଅବସରେ ବିଭିନ୍ନ ବାଣ ଫୁଟା , ରୋଷଣୀ କଳଘୋଡା ନୃତ୍ୟ, ବୁଢାବୁଢ଼ି ନୃତ୍ୟ କୁ ଦେଖିବାକୁ ଶହ ଶହ ଲୋକ ଙ୍କ ଭିଡ଼ ଦେଖିବାକୁ ମିଳିଥିଲା l ଯଜ୍ଞ ସ୍ଥଳରେ ପହଂଚିବା ପରେ ସୂର୍ଯ୍ୟ ପୂଜା, ମଣ୍ଡଳ ପୂଜା, ଓ ଅଗ୍ନି ସ୍ଥାପନ କରାଯାଇଥିଲା l ପରେ ଅପରାହ୍ନ ସମୟରେ ଯଜ୍ଞ କର୍ତ୍ତା ଆକାଶ ବିଶ୍ୱାଳ ଙ୍କ ଉପସ୍ଥିତି ରେ ବିଶ୍ୱଶାନ୍ତି ଯଜ୍ଞ ଆରମ୍ଭ ହୋଇଥିଲା l.ଏହି ବାର୍ଷିକ ଯଜ୍ଞ ଗ୍ରାମ ର ସମ୍ପାଦକ ସନାତନ ବିଶ୍ୱାଳ,ଙ୍କ ପରିଚାଳନା ରେ ଆୟୋଜନ ହେଉଥିଲା ବେଳେ ଆସନ୍ତାକାଲି ଅପରାହ୍ନ 5 ଟା ରେ ପୂର୍ଣ୍ଣାହୁତି ସହିତ ଯଜ୍ଞ ସମାପନ ହେବା ପରେ ସମୂହ ପ୍ରସାଦ ସେବନ ହେବ ବୋଲି ପୁରୋହିତ ବିଶ୍ୱନାଥ ନନ୍ଦ ସୂଚନା ଦେଇଛନ୍ତି l
BACK TO TOP