Breaking News

କଲ୍ୟାଣ ସିଂହପୁର ବ୍ଲକରେ ସ୍ୱତନ୍ତ୍ର ସମୀକ୍ଷା ବୈଠକ ଅନୁଷ୍ଠିତ |    (12-Aug-2026)       ||      ସମ୍ବାଦ ସାହିତ୍ୟ ଘର ପକ୍ଷରୁ 20 ହଜାର ଚାରା ରୋପଣ |   (12-Aug-2026)       ||      ଆର ଏସ ଏସ ପକ୍ଷରୁ ହୁମ୍ମା ଠାରେ ଗୁରୁପୂର୍ଣ୍ଣିମା ପାକିତ |    (12-Aug-2026)       ||      ପୋଲସରା ରେ ବିଶାଳ ତ୍ରିରଙ୍ଗା ଶୋଭା ଯାତ୍ରା |    (12-Aug-2026)       ||      କଲ୍ୟାଣ ସିଂହ ପୁର ବ୍ଲକରେ ସ୍ୱତନ୍ତ୍ର ସମିତି ସମୀକ୍ଷା ବୈଠକ ଅନୁଷ୍ଠିତ ||   (12-Aug-2026)       ||      ବସ ଧକ୍କାରେ ଦୁଇ ଛେଳି ମୃତ, ଗାଈ ଓ ବଳଦ ଗୁରୁତର |   (12-Aug-2026)       ||      ନିଜ ପୈତୃକ ଗାଁ ଉତ୍ତରାଖଣ୍ଡ ର ପୀଥୋରାଗଡ଼ଜିଲ୍ଲା ରେ ରିଷଭ ପନ୍ତ ଙ୍କ ପାଇଁ ତାଙ୍କ ମା ଘର କରିବେ |   (12-Aug-2026)       ||      ଶୌଚାଳୟ ଅକାମି ଲୋକେ ହନ୍ତ ସନ୍ତ |    (12-Aug-2026)       ||      ପ୍ରଥମ ପୋଷ୍ଟିଙ୍ଗ ରେ କୋଟିଏ ଟଙ୍କା ର ଲାଞ୍ଚ ନେଇ ସିବିଆଇ ଜାଲରେ ଏସିପି |   (11-Aug-2026)       ||      ଗଞ୍ଜେଇ ଚୋରା ଚାଲାଣ ବେଳେ ଗିରଫ କଲା ପୋଲିସ |    (11-Aug-2026)       ||      ନିଜକୁ ଅବକାରୀ ଅଧିକାରୀ କହି ମଦ ଦୋକାନ ଯାଞ୍ଚ ବେଳେ ପୋଲିସ ଦ୍ୱାରା ଗିରଫ!|    (11-Aug-2026)       ||      ଦୁଇ ବାଇକ ସାମନା, ସାମାନି ଧକ୍କା 3 ଗୁରୁତର |    (11-Aug-2026)       ||      ନୂତନ ଧାନ ସଂଗ୍ରହ ନୀତି କୁ ପରିବର୍ତ୍ତନ ପାଇଁ ଦାବୀ |   (11-Aug-2026)       ||      ଛତ୍ରପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ବିଦ୍ୱତ ପରିଷଦ ଆଲୋଚନା ଅନୁଷ୍ଠିତ |    (11-Aug-2026)       ||      ସ୍ତ୍ରୀକୁ ହତ୍ୟା ଘଟଣାରେ ସ୍ୱାମୀକୁ ଆଜୀବନ ଜେଲ |   (11-Aug-2026)       ||      ସ୍ୱାମୀ ଲକ୍ଷ୍ମଣା ନନ୍ଦ ସରସ୍ବତୀ ମେଡିକାଲ ନାମ କରଣ ନିଷ୍ପତି କୁ ସ୍ୱାଗତ କଲେ ଜିଲ୍ଲା ବାସୀ |    (11-Aug-2026)       ||      ମନରେଗା କାମରେ ଦୁର୍ନୀତି ନେଇ ବିଡ଼ିଓ ଙ୍କ ଦ୍ୱାରସ୍ତ ହେଲେ ତିରିଡା ଗ୍ରାମ୍ୟ ସଭାପତି ||   (11-Aug-2026)       ||      ପୋଲସରା ମହାବିଦ୍ୟାଳୟ ରେ ଇ- ଗ୍ରନ୍ଥାଗାର ସହିତ ଅତିରିକ୍ତ ଗୃହ କୁ ଉଦଘାଟନ କଲେ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ |    (11-Aug-2026)       ||      ସ୍କାଉଟ ଓଗାଇଡ଼ସ ର ଦୀକ୍ଷାନ୍ତ ଦିବସ ସମାରୋହ |   (11-Aug-2026)       ||      ସ୍ୱାଧୀନତା ଦିବସ ପୂର୍ବରୁ ଖଲ୍ଲିକୋଟ ବିଜେପିର ଘର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ |    (11-Aug-2026)       ||     

କ ନୂଆଙ୍ଗା ବ୍ଳକ ଶିକ୍ଷା ବିଭାଗ ଅଫିସିରେ 5ମାସ ହେଲା ବିଇଓ ପଦବୀ ଖାଲି ||

12-Apr-2026

କ.ନୂଆଗାଁ ବ୍ଲକ୍ ଶିକ୍ଷା ବିଭାଗ : ୫ ମାସ ହେଲା ବିଇଓ ପଦବି ଖାଲି, କାମଚଳା ନୀତିରେ ଚାଲିଛି କାର୍ଯ୍ୟାଳୟ

ଓଡିଶା ଜନମତ,ବାଲିଗୁଡା, ତା, ୧୨/୦୪,

ସଞ୍ଜୟ କୁମାର ପାଣିଗ୍ରାହୀ:--

 କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ସ୍ଥିତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ରେ ଦୀର୍ଘ ୫ମାସ ହେଲା ବି.ଇ.ଓ. ପଦବୀ ଖାଲି ପଡିଛି l ଯାହା ଫଳରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି l  ପ୍ରକାଶ ଯେ, ଗତ ୫ ମାସ ହେଲା ବ୍ଲକ୍ ଶିକ୍ଷାଧୂକାରୀ ପ୍ରମୋଦ କୁମାର ମଲ୍ଲିକ ଅବସର ନେଇଥିବା ବେଳେ ତାଙ୍କ ସ୍ଥାନରେ ଆଉ କାହାକୁ ମଧ୍ୟ ନୂଆ ନିଯୁକ୍ତି ମିଳିନି I ଫିରିଙ୍ଗିଆ ବ୍ଲକ୍ ଶିକ୍ଷାକାରୀ ଆଲୋକ ପଧାନଙ୍କୁ ଏଠାରେ ଅତିରିକ୍ତ ଦାୟିତ୍ଵ ଦିଆଯାଇଛି ସତ କିନ୍ତୁ ଦୁଇ ଦୁଇଟି ବ୍ଲକ୍‌ର ଦାୟିତ୍ଵକୁ ଏକ କାଳୀନ ସଂପନ୍ନ କରିବା ତାଙ୍କ ପକ୍ଷେ ସମ୍ଭବ ପର ହୋଇ ପାରୁନି I ବେଳେ ବେଳେ ସେ ଏଠାକୁ ଆସୁଥିବା ବେଳେ କେତେକ କ୍ଷେତ୍ରରେ ଜରୁରୀ ଫାଇଲ ରେ ଦସ୍ତଖତ କରିବା ପାଇଁ କର୍ମଚାରୀଙ୍କୁ ଫିରିଙ୍ଗିଆ ଯିବାକୁ ପଡ଼ୁଛି ବୋଲି ଜଣାପଡିଛି I ଫଳରେ ମୋଟା ମୋଟି ଭାବେ କ. ନୂଆଗାଁ ବିଇଓ ଅଫିସ୍ କାମଚଳା ନୀତି ରେ ପରିଚାଳିତ ହେଉଛି । ସେହିପରି ଏଠାରେ ଦୁଇ ଏବିଇଓ ପଦବି ମଧ୍ଯ ଖାଲି ପଡ଼ିଛି | ୪ ବର୍ଷ ତଳେ ଜଣେ ଏବିଇଓଙ୍କ ବଦଳି ହୋଇଥିବା ବେଳେ ଗତ ଏକ ବର୍ଷ ହେଲା ଏବିଇଓ ସୁରେନ୍ଦ୍ର ଦାସ ଅବସର ଗ୍ରହଣ କରିଛନ୍ତି I ଏବେ କେବଳ ଦୁଇ ଜଣ ଏବିଇଓଙ୍କ ଉପରେ କ.ନୂଆଗାଁ ବ୍ଲକ ଶିକ୍ଷା କାର୍ଯ୍ୟାଳୟର ଭାର। ସେବେ ଠାରୁ ମାତ୍ର ଦୁଇ ଜଣ ଏବିଇଓ ଚୈତନ୍ଯ କହଁର ଓ ହରିହର ମଲ୍ଲିକ ଦାୟିତ୍ଵରେ ରହି କାମ ତୁଲାଉ ଛନ୍ତି ସେହିପରି କାର୍ଯ୍ୟାଳୟରେ ଜଣେ ଆକାଉଣ୍ଟାଣ୍ଟ ପଦ ମଧ୍ୟ ଖାଲି ପଡ଼ିଛି I ତେବେ ଖାଲି ପଦବି ପୂରଣ ହୋଇ ନ ପାରିବା, ରାଜ୍ୟ ଶିକ୍ଷା ବିଭାଗର କାର୍ଯ୍ୟ ଶୈଳୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କ. ନୂଆଗାଁ ବ୍ଲକ୍ ଶିକ୍ଷା ବିଭାଗ ଅଧୀନ ରେ ମୋଟ ୧୩୬ ଟି ବିଦ୍ୟାଳୟ ରହିଛି । ସେଥି  ମଧ୍ଯରୁ ୭୪ ଟି ପ୍ରାଥମିକ ବିଦ୍ୟାଳୟ, ୪୧ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ୧୬ ଟି ଉଚ୍ଚ ବିଦ୍ୟାଳୟ ଓ ସେବାଶ୍ରମ ବିଦ୍ୟାଳୟ ରହିଥ‌ିବା ବେଳେ ୩ଟି ଘରୋଇ ବିଦ୍ୟାଳୟ ମଧ୍ୟ ରହିଛି। ବିଭାଗୀୟ ଅଧିକାରୀ ମାନଙ୍କ ପଦବି ଖାଲିପଡ଼ିଥିବା ହେତୁ ପରିଚାଳନାରେ ଘୋର ବିଭ୍ରାଟ ଦେଖିବାକୁ ମିଳିଛି | ଶିକ୍ଷା ବିଭାଗ ପକ୍ଷରୁ ଏନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନଥୁବାରୁ ସାଧାରଣରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଚଳିତମାସ ଠାରୁ ଶିକ୍ଷାବର୍ଷ | ଆରମ୍ଭ ହେଉଥ‌ିବା ବେଳେ ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ପଦବି ପୂରଣ କରିବାକୁ ବୁଦ୍ଧିଜୀବୀ ମହଲରୁ ଦାବି ହୋଇଛି।

News Comment

You Might Also Like

BACK TO TOP