Breaking News

3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||      ବାଲି ଚୋରା ଚାଲାଣ ଅଭିଯୋଗ ରେ ପାଇକମାଳ ପୋଲିସ ଦ୍ୱାରା ଜଣକୁ ଗିରଫ ସହ ବାଲି ହାଇୱା ଜବତ କଲା |    (05-Oct-2026)       ||      ଛତ୍ରପୁର ରେ ଅବସର ପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଙ୍କ ଦ୍ୱାଦଶାହ କାର୍ଯ୍ୟ ପାଳିତ |   (05-Oct-2026)       ||     

3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |

06-Oct-2026

ବରଗଡ ପୋଲିସ୍ କୁ ବଡ ସଫଳତା ୩୧୫୬ ବୋତଲ କୋଡିନ୍‌ଯୁକ୍ତ କଫ୍‌ ସିରପ୍‌ ଜବତ, ଜଣେ ଗିରଫ
ଓଡ଼ିଶା ଜନମତ ବରଗଡ଼ - ମନୋହର ଦାଶ
ବରଗଡ଼ ଗ୍ରାମାଞ୍ଚଳ ଥାନା ପୁଲିସ ବେଆଇନ କୋଡିନ୍‌ଯୁକ୍ତ କଫ୍‌ ସିରପ୍‌ ଚାଲାଣ ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିବା ସହ ୩୧୫୬ ବୋତଲ କଫ୍‌ ସିରପ୍‌ ଜବତ କରିଛି। ଜବତ କଫ୍‌ ସିରପ୍‌ରେ ମୋଟ ୬୩୧.୨ ଗ୍ରାମ କୋଡିନ୍‌ ଫସ୍‌ଫେଟ୍‌ ଥିବା ବିଷୟ ବରଗଡ ଏସପି ରବୀନ୍ଦ୍ର ନାଥ ଶତପଥୀ ପ୍ରକାଶ କରିଛନ୍ତି । ସୂଚନା ଅନୁସାରେ, ସୋମବାର ଦିନ ଏସ ଡି ପି ଓ ଏ ବି ଶିଳ୍ପା, ଏସ ଡି ପି ଓ ପଦାର ବିନ୍ଦ ତ୍ରିପାଠୀ,ଗ୍ରାମାଞ୍ଚଳ ଥାନା ଅଧିକାରୀ ସୁଶାନ୍ତ ଦାଶ ଓ ଷ୍ଟାଫ ମିଶି ପାଟ୍ରୋଲିଂ, ଅବକାରୀ ଚଢ଼ଉ ଓ ମୋଟରଯାନ ଯାଞ୍ଚ ଚାଲିଥିଲା। ଏହି ସମୟରେ ତୋରା-ନାଗେନପାଲି ରାସ୍ତାରେ ଏକ ବୋଲେରୋ ମ୍ୟାକ୍ସ ପିକ୍‌ଅପ୍‌ ଉପରେ ସନ୍ଦେହ ହେବାରୁ ପୁଲିସ ତାହାକୁ ଅଟକାଇ ଯାଞ୍ଚ କରିଥିଲା। ଗାଡ଼ିରୁ ବହୁ ପରିମାଣରେ ବେଆଇନ କଫ୍‌ ସିରପ୍‌ ମିଳିଥିଲା। ଏହି ଘଟଣାରେ ବରଗଡ଼ ଟାଉନ୍‌ ଥାନା ଅଞ୍ଚଳର ଭାରତୀ ନଗର, ୧୮ ନମ୍ବର ୱାର୍ଡର ସାହିଦ ହୁସେନ୍‌ ଓରଫ୍‌ ଖାନ୍‌ (୩୨)ଙ୍କୁ ପୁଲିସ ଗିରଫ କରିଛି। ତାଙ୍କ ନିକଟରୁ ୩୧୫୬ ବୋତଲ କଫ୍‌ ସିରପ୍‌, ଓଡି-୧୭-ଏଏଚ୍‌-୯୭୯୧ ନମ୍ବର ବିଶିଷ୍ଟ ଏକ ବୋଲେରୋ ମ୍ୟାକ୍ସ ପିକ୍‌ଅପ୍‌ ଏବଂ ଏକ ମୋବାଇଲ୍‌ ଫୋନ୍‌ ଜବତ କରାଯାଇଛି। ଏନେଇ ବରଗଡ଼ ଗ୍ରାମାଞ୍ଚଳ ଥାନାରେ କେସ୍‌ ନମ୍ବର ୨୫୫/୫।୧୦।୨୦୨୬ରେ ଏନ୍‌ଡିପିଏସ୍‌ ଆଇନର ଧାରା ୨୧(ସି), ୨୫ ଓ ୨୯ ଅନୁଯାୟୀ ମାମଲା ରୁଜୁ ହୋଇଛି। ଘଟଣାରେ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ ଏବଂ କଫ୍‌ ସିରପ୍‌ କେଉଁଠାରୁ ଆସିଥିଲା ଓ କେଉଁଠାକୁ ଚାଲାଣ ହେଉଥିଲା, ସେନେଇ ପୁଲିସ ତଦନ୍ତ ଜାରି ରଖିଛି।

News Comment

You Might Also Like

BACK TO TOP