Breaking News

ନୂତନ ଗୁରୁଣ୍ଠି ରେ ମଙ୍ଗଳା ମାଆଙ୍କ ନୂତନ ମଦିର ଓ ବିଗ୍ରହ ପ୍ରତିଷ୍ଠା ଓ ପୂର୍ଣ୍ଣାହୁତି ଶେଷ |    (25-Apr-2026)       ||      ପ୍ରଥମ ଥର କରି ବାଲିଗୁଡା ବନ ଖଣ୍ଡ ରୁ ରଥ ତିଆରି ପାଈଁ ପୁରୀ କାଠ ଗଲା |    (25-Apr-2026)       ||      ବିଜ୍ଞାନ ମହା ବିଦ୍ୟାଳୟ ରେ ପାଳିତ ହେଲା ବିଶ୍ୱ ମେଲେରିଆ ଦିବସ |    (25-Apr-2026)       ||      ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ରେ ଛାତ୍ରୀ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ |    (25-Apr-2026)       ||      ପୋଲସରା ରେ ଜାତୀୟ ପଞ୍ଚାୟତ ରାଜ ଦିବସ ପାଳିତ |    (24-Apr-2026)       ||      ପୁରୁଷୋତ୍ତମପୁର ବ୍ଲକରେ ପାଳନ ହେଲା ଜାତୀୟ ପଞ୍ଚାୟତ ରାଜ ଦିବସ    (24-Apr-2026)       ||      ପୁଞ୍ଜି କଁୟା ଛକଠା ରେ ଟଙ୍କା ଵ୍ୟଗ ଲୁଟିନେଲେ ଲୁଟେରା ||   (24-Apr-2026)       ||      ବୁଗୁଡ଼ା ଆଞ୍ଚଳିକ ବରିଷ୍ଟ ନାଗରିକ ମଞ୍ଚ ପକ୍ଷରୁ ପଣା ବଣ୍ଟନ |    (23-Apr-2026)       ||      ପ୍ଲଟ ବ୍ୟବସାୟୀଙ୍କୁ ଅପହରଣ ପରେ ହତ୍ୟା ରେ ସାମିଲ ଅଭିଯୁକ୍ତ କୁ ଗିରଫକଲା ପୋଲିସ |   (23-Apr-2026)       ||      ଟିକାବାଲି ଥାନା ରେ ପୂର୍ବରୁ ତିନୋଟି ଚୋରି ଘଟଣା ରେ ଫେରାର ହୋଇଥିବା ଅଭିଯୁକ୍ତ ଗିରଫ |    (23-Apr-2026)       ||      ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଟି ସଂଘର୍ଷ, ଦୁଇ ପକ୍ଷରୁ ଚାରି ଜଣ ଗିରଫ |    (23-Apr-2026)       ||      ରୁକ୍ମୁଣୀ ନଗର ବାସିନ୍ଦା ବୁଦ୍ଧିମନ୍ତ ପାଢ଼ୀଙ୍କର ଦେହାନ୍ତ |   (22-Apr-2026)       ||      ଶ୍ରଦ୍ଧା ଫାଉଣ୍ଡେସନ ର ବାର୍ଷିକ ଉତ୍ସବ ଅନୁଷ୍ଠିତ |    (21-Apr-2026)       ||      ଏଡସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ||   (21-Apr-2026)       ||      19 ଥର ରକ୍ତ ଦେଈ ଉଦାହରଣ ସାଜିଲେ ଦିବ୍ୟଙ୍ଗ ଶିକ୍ଷକ ରବୀନ୍ଦ୍ର ସେଠୀ |   (21-Apr-2026)       ||      ନୂତନ ଗୁରୁଣ୍ଠି ଠାରେ ମାଆ ମଙ୍ଗଳ ଙ୍କ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ପାଈଁ ଜଳ ଯାତ୍ରା ଅନୁଷ୍ଠିତ |    (21-Apr-2026)       ||      କଞ୍ଚଣା ଛକରେ ସ୍କୁଟି କାର ଧକ୍କା ଜଣେ ଯୁବକ ଗୁରୁତର |    (21-Apr-2026)       ||      ବିଗୁଡା ମେଡିକାଲ ରେ ଅଗ୍ନିଶମ ବିଭାଗ ତରଫରୁ ଆସୁ ବିପଦ ରୁ ରକ୍ଷା ପାଈଁ ମକ ଡ୍ରିଲ!   (21-Apr-2026)       ||      ଗଞ୍ଜାମ ଜିଲ୍ଲା ର ଲୋକ ମାନଙ୍କ ଲୁକାୟିତ ସଙ୍ଗୀତ ପ୍ରତିଭା କୁ ବିକଶିତ କରିବା ପାଈଁ ସିଙ୍ଗିଙ୍ଗ କଣ୍ଟେଷ୍ଟ ସିଜନ 2ର ଆରମ୍ଭ ନିମନ୍ତେ ସାମ୍ବାଦିକ ସମ୍ମିଳନୀ |    (21-Apr-2026)       ||      ପୁରୁଷୋତ୍ତମପୁର ବ୍ଳକର ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଙ୍ଘର ନୂତନ କର୍ମ କର୍ତ୍ତା ନିର୍ବାଚନ |    (21-Apr-2026)       ||     

ପୋଲସରା ଗୌରବ"ସୁନ୍ଦର ମାଧବ ପାଢ଼ୀ ଙ୍କୁ ଜନ୍ମ ମାଟିରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା |

27-Dec-2025

ପୋଲସରା ଗୌରବ ସୁନ୍ଦର ମାଧବ ପାଢୀଙ୍କୁ ଜନ୍ମମାଟିରେ ଭବ୍ୟ ସ୍ଵାଗତ ଓ ସମ୍ବର୍ଦ୍ଧନା।

ଓଡ଼ିଶା ଜନମତ ପୋଲସରା ସନ୍ତୋଷ କୁମାର ପଣ୍ଡା
ପୋଲସରା ତା.୨୭/୧୨/୨୦୨୫ :- ଅଣ ପ୍ରଶାସନିକ ସେବା ଅଧିକାରୀ ଭାବେ ପରୀକ୍ଷାରେ କୃତିତ୍ବ ହାସଲ କରି ଭାରତୀୟ ପ୍ରଶାସନିକ ସେବାକୁ ପଦୋନ୍ନତି ପାଇ ନିଜର ଜନ୍ମମାଟି ସମେତ ସମଗ୍ର ପୋଲସରା ଅଞ୍ଚଳର ଗର୍ବ ଏବଂ ଗୌରବ  ଅର୍ଜନ କରିଥିବା ଏହି ପୋଲସରା ବ୍ଲକ୍ ଚିରିକିପଡ଼ା ଶାସନ ଗ୍ରାମର ବାସିନ୍ଦା ସୁନ୍ଦର ମାଧବ ପାଢ଼ୀଙ୍କୁ ଚଳିତ ୨୫ ତାରିଖ ପବିତ୍ର ମେରିକ୍ରିସମାସ ଦିବସରେ ଭବ୍ୟ ସ୍ଵାଗତ ସହିତ ସମ୍ବର୍ଦ୍ଧନା ଦିଆଯାଇଥିଲା। ପ୍ରଥମେ ପାଢୀ ଗ୍ରାମରେ ପହଞ୍ଚିବା ପରେ ତାଙ୍କୁ ସ୍ଥାନୀୟ ପୁରୁଣା ବସଷ୍ଟାଣ୍ଡ ଠାରୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ଗ୍ରାମବାସୀ ପାଛୋଟିନେଇ ଶ୍ରୀଜଗନ୍ନାଥଙ୍କ ମନ୍ଦିରକୁ ନେଇଥିଲେ। ସେଠାରେ ମହାପ୍ରଭୁଙ୍କ ଦର୍ଶନ ପୂର୍ବକ ଆଶିର୍ବାଦ କରାଇ ଉତ୍ସାହ ସହକାରେ ଢୋଲବାଜା ବଜାଇ ସମଗ୍ର ଗ୍ରାମ ପରିକ୍ରମା କରାଇଥିଲେ। ପରେ ସ୍ଥାନୀୟ ହାଇସ୍କୁଲରେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥିଭାବେ ମାନ୍ୟବର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏଵଂ ସମ୍ମାନୀତ ଅତିଥିଭାବେ ଚିରିକିପଡ଼ାଶାସନ ପଞ୍ଚାୟତ ସରପଞ୍ଚ ଭଗବାନ ସାହୁ ଓ ସମିତିସଭ୍ୟ ରଂଜନ କୁମାର ସାହୁ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସନ୍ତୋଷ କୁମାର ବିଷୋୟୀ ଏବଂ ବିଦ୍ୟାଳୟର ପ୍ରତିଷ୍ଠାତା ସ୍ଵର୍ଗତ ଦଣ୍ଡପାଣି ସାହୁଙ୍କ ସୂପୁତ୍ର ସତ୍ୟନାରାୟଣ ସାହୁ ପ୍ରମୁଖ ଯୋଗଦେଇଥିଲେ। ଶିକ୍ଷକ ତଥା ସିଆରସିସି ଜିତେନ୍ଦ୍ର କୁମାର ପାଢୀଙ୍କ ପରିଚାଳନାରେ ପ୍ରଧାନ ଶିକ୍ଷକ ବୁଲୁ ବେହେରା ସ୍ବାଗତ ଭାଷଣ ଦେଇଥିବାବେଳେ ମୁଖ୍ୟଅତିଥି ନିଜ ଅଭିନନ୍ଦନ ଅଭିଭାଷଣ ଜରିଆରେ ଆଇଏଏସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ସୁନ୍ଦର ମାଧବ ପାଢୀଙ୍କ ନିଷ୍ଠା ଏବଂ ପରିଶ୍ରମରେ ପ୍ରଶ°ସା କରିବା ସହିତ ସଭାରେ ଉପସ୍ଥିତ ତାଙ୍କର ପିତା ବାଳକୃଷ୍ଣ ପାଢ଼ୀ ଏବଂ ମାତା ଭାଗ୍ୟଲତା ସାମନ୍ତରାୟ ଉଭୟଙ୍କୁ ମଧ୍ୟ ଆନ୍ତରିକ କୃତଜ୍ଞତା ଜ୍ଞାପନ କରିଥିଲେ। ଏଥିସହିତ ପୋଲସରା ନିର୍ବାଚନ ମଣ୍ଡଳୀ ସମେତ ପୋଲସରା ବ୍ଲକର ଏସ ଏମ୍ ପାଢ଼ୀଙ୍କୁ ଗର୍ବ ଓ ଗୌରବ ବୋଲି ପ୍ରଶ°ସା କରିଥିଲେ। ଅନ୍ୟ ଅତିଥିବୃନ୍ଦ ମଧ୍ୟ ଅଭିନନ୍ଦନ ଏଵଂ ଶୁଭେଚ୍ଛା ଜଣାଇଥିଲେ। ତେବେ ସବୁଠାରୁ ଉଲ୍ଲେଖନୀୟ କ୍ରମେ ଏହି ପ୍ରେରଣାଦାୟୀ କାର୍ଯ୍ୟକ୍ରମରେ ସ୍ଵତନ୍ତ୍ର ଭାବେ ଅନ୍ତରାଷ୍ଟ୍ରୀୟ ମାନବ ଅଧିକାର ସୁରକ୍ଷା ଫାଉଣ୍ଡେସନ ଓଡ଼ିଶାର ରାଜ୍ୟ ସଭାପତି ନାରାୟଣ ସାହୁ,ଗଂଜାମ ଜିଲ୍ଲା ସଭାପତି ସନ୍ତୋଷ କୁମାର ନାୟକ ଓ ଉପସଭାପତି ମାନସ କୁମାର ଜେନା,ବୁଗୁଡ଼ା ବ୍ଲକ୍ ସଭାପତି ଅଶୋକ କୁମାର ରାଉତ,ପୋଲସରା ବ୍ଲକ୍ ସଭାପତି ସନ୍ତୋଷ ବିଷୋୟୀ, ଭଞ୍ଜନଗର ବ୍ଲକ ସଭାପତି ଅଶୋକ କୁମାର ମଳିକ ପ୍ରମୁଖ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ସ୍ବାଗତ ସଂଗୀତ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ଏବଂ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଏବଂ ଫଟୋ ଉଠାଇଥିଲେ। ସମ୍ବର୍ଦ୍ଧିତ ପୂର୍ବରୁ ଆଈଏଏସ ପାଢୀ ବିଦ୍ୟାଳୟ ପରିସର ସ୍ଥିତ ପ୍ରତିଷ୍ଠାତାଙ୍କ ପ୍ରତିମୂର୍ତ୍ତିରେ ଭକ୍ତିପୂତ ପୁଷ୍ପ ମାଲ୍ୟାର୍ପଣ ଏବଂ ଦୀପ ପ୍ରଜ୍ବଳନ କରି ଆଶୀର୍ବାଦ ନେଇଥିଲେ। ଏହି ଅବସରରେ ସୁନ୍ଦର ମାଧବ ପାଢୀ ନିଜର ଜୀବନର ସଂଘର୍ଷ‌ ଓ ସଫଳତାର ପ୍ରକାଶ କରି ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦେଇଥିଲେ। ଏବଂ ନିଜର ମାତା ପିତାଙ୍କୁ ପ୍ରେରଣାର ସ୍ରୋତ  ସମେତ ଶିକ୍ଷାନୁଷ୍ଠାନର ଗୁରୁ ଓ ଗୁରୁମା, ଗ୍ରାମର ଗୁରୁଜନ,ବନ୍ଧୁ, ଆତ୍ମୀୟ ସ୍ଵଜନଙ୍କ ସମେତ ନିଜ ଜନ୍ମମାଟି ଗ୍ରାମବାସୀଙ୍କୁ ଆନ୍ତରିକ ଧନ୍ୟବାଦ୍ ଏବଂ କୃତଜ୍ଞତା ଜଣାଇଥିଲେ। ପରେ ମୁଖ୍ୟ ଅତିଥି ମନ୍ତ୍ରୀ ମହୋଦୟ ନିଜର କରକମଳରୁ ସୁନ୍ଦର ମାଧବ ପାଢ଼ିଙ୍କୁ ମାନପତ୍ର,ପୁଷ୍ପଗୁଚ୍ଛ ଏବଂ ଅଙ୍ଗବସ୍ତ୍ର ପ୍ରଦାନ କରି ବିପୁଳ କରତାଳି ମଧ୍ୟରେ ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟି ଉପସଭାପତି ସୁରେନ୍ଦ୍ର କୁମାର ସାହୁ, ପିତବାସ ପ୍ରଧାନ,ମହିଳା ସ୍ଵୟ° ସହାୟିକା ଗୋଷ୍ଠୀ,ଅଙ୍ଗନୱାଡ଼ି କର୍ମୀ,ଆଶାକର୍ମୀ,ମେଡିକାଲ ଓ ଡାକବିଭାଗ ଷ୍ଟାଫ୍ ଓ କର୍ମଚାରୀ, ପଞ୍ଚାୟତ ଷ୍ଟାଫ୍ ଓ କର୍ମଚାରୀ,ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସମେତ ବହୁ ସଂଖ୍ୟାରେ ଗ୍ରାମବାସୀମାନେ ଉପସ୍ଥିତ ଥିଲେ। ଶେଷରେ ସରପଞ୍ଚ ଭଗବାନ ସାହୁ ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ୍ ଅର୍ପଣ କରିଥିଲେ।

News Comment

You Might Also Like

BACK TO TOP