Breaking News

ଝାରବନ୍ଧ ର ହିତେଶ୍ବରୀ ଚାକିରି କରିବା ସହ ପାଠ ପଢ଼ା ଏବଂ ନିଟ ରେସଫଳତା |    (03-Oct-2026)       ||      ପାଇକ ମାଳ ଥାନା ପରିସରରେ ଶାରଦୀୟ ଦୁର୍ଗା ପୂଜା ପାଇଁ ଶାନ୍ତି କମିଟି ଗଠିତ |    (03-Oct-2026)       ||      ରଣ ଝାଲୀ ଗ୍ରାମ ପଞ୍ଚାୟତ ରେ ଶିଶୁବିବାହ ନିଷେଧ ଉପରେ ଗ୍ରାମସଭା ଅନୁଷ୍ଠିତ |   (03-Oct-2026)       ||      ଶିକରପାଇ ବିଦ୍ୟାଳୟ ରେ ସାମର୍ଥ ଶିବିର ଅନୁଷ୍ଠିତ ||   (03-Oct-2026)       ||      ଜ୍ଞାନେଶ କୁମରଙ୍କୁ ଗିରଫକରିବା ନେଇ ଇଣ୍ଡିଆ ମେଣ୍ଟ ତରଫରୁ ଏଈ ମାସ 8ତାରିଖ ଓଡିଶା ବନ୍ଦ ଡାକରା |    (03-Oct-2026)       ||      ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଖୋର୍ଦ୍ଧା ଠାରେ ପାଳିତ |    (02-Oct-2026)       ||      ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ବାଲିଗୁଡା ରେ ପାଳିତ |   (02-Oct-2026)       ||      ଖୋର୍ଦ୍ଧା ବ୍ଳକ ନାଲିପଡ଼ା ଅର୍ଜୁନ ପୁର ଓ ବିଭିନ୍ନ ପଞ୍ଚାୟତ ରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ||   (02-Oct-2026)       ||      ହାତୀଓଟ, ଓଏ ଭି ର ଜିଲ୍ଲା ସ୍ତରୀୟ "ସ୍ପାର୍କ 2026 ` ପ୍ରତିଯୋଗୀ ତାରେ ସଫଳତା ||   (02-Oct-2026)       ||      ପୋଲସରା ପ୍ରାଥମିକ ଶିକ୍ଷା ସଂଘ ( ପିଷ୍ଟା ) ପକ୍ଷରୁ ସେବା ନିବୃତ ବିଇଓ ଙ୍କୁ ବିଦାୟ ସମ୍ବର୍ଦ୍ଧନା ||   (02-Oct-2026)       ||      ସାଇପ୍ରଭା ଗୁରୁକୁଳ ଠାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ |   (02-Oct-2026)       ||      ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକରେ ଭଏସ ଅଫ ମିଡ଼ିଆ ର ନୂତନ କାର୍ଯ୍ୟ କାରି କମିଟି କୁ ଉଦଘାଟନ କଲେ ରାଜ୍ୟ ସଭାପତି |   (02-Oct-2026)       ||      ପଦ୍ମପୁର ମା ବନ ଦୁର୍ଗା ମନ୍ଦିର ରେ ଶାରଦୀୟ ନବରାତ୍ର ଦୁର୍ଗାପୂଜା ଆସନ୍ତା 11ତାରିଖ ରୁ ଆରମ୍ଭ ହେବ ||   (02-Oct-2026)       ||      କଳିଙ୍ଗାୟନ ତୌର୍ୟତ୍ରିକ୍ରମ ବିଶେଷ କାର୍ଯ୍ୟକ୍ରମ ଗାନ୍ଧୀଙ୍କ ଆଦର୍ଶ ରୁ ଆଧୁନିକ ସମାଜ ପର୍ଯ୍ୟନ୍ତ |   (02-Oct-2026)       ||      ଗଞ୍ଜାମ ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଛତ୍ରପୁର ଠାରେ ପାଳିତ |   (02-Oct-2026)       ||      ଛତ୍ରପୁର ମେଇନ ରୋଡ଼ ରେ ଥିବା ରାଜସ୍ତାନ ମିଠା ଦୋକାନ ରେ ସଟ ସର୍କିଟ ଯୋଗୁଁ ଦୋକାନ ପୋଡ଼ିଗଲା ||   (02-Oct-2026)       ||      ପୁରୁଷୋତ୍ତମପୁର ବ୍ଲକରେ ବିଶ୍ୱ ନାଗରିକ ଦିବସ ପାଳିତ ||   (01-Oct-2026)       ||      72 ତମ ବନ୍ୟପ୍ରାଣୀ ସପ୍ତାହ --2026ପାଳିତ |   (01-Oct-2026)       ||      ଖଲ୍ଲିକୋଟ ରେ ବରିଷ୍ଟ ନାଗରିକ ଦିବସ ପାଳିତ |    (01-Oct-2026)       ||      ବଡ଼ ଡେଙ୍ଗନେଳି ନିକଟରେ ଭୁଶୁଡିଲା କଲଭର୍ଟ |   (01-Oct-2026)       ||     

ନୁଆଁ ବର୍ଷ ପାଇଁ ମଦ୍ୟପ ବ୍ୟକ୍ତି ଓ ମାଙ୍କ ଫୋଟ ଉଠା ପାଇଁ ମନ୍ଦିର ପ୍ରଶାସନ ର କଟକଣା ଜାରି |

24-Dec-2025

ନୁଆଁ ବର୍ଷ ପାଇଁ ଭକ୍ତଙ୍କ ଙ୍କ ନିମନ୍ତେ ତାରାତାରିଣୀ ମନ୍ଦିର ଟ୍ରଷ୍ଟ ତରଫରୁ ବୈଠକ ଅନୁଷ୍ଠିତ |

        ଓଡିଶା ଜନ ମତ ବ୍ୟୁରୋ 

ଶୀତ ଋତୁ ରେ ପ୍ରତେକପର୍ଯ୍ୟଟନ ସ୍ଥାନ କିମ୍ବା ଦେବା, ଦେବୀଙ୍କ ପୀଠ ଓ ଦର୍ଶନୀୟ ସ୍ଥାନରେ ଭକ୍ତ ଙ୍କ ଭିଡ଼ ଲାଗି ରହୁଛି | ଆଉ ଆଠ ଦିନ ପରେ ଆସିବ ନୂଆବର୍ଷ | ଏଥି ପାଇଁ ଚଳଚଞ୍ଚଳ  ମାଆ ତାରିଣୀ ଙ୍କ ପୀଠ |ଆଉ ଏହି ପୀଠର ସୌନ୍ଦର୍ଯ୍ୟ ତଥା ମାଆଙ୍କ ଦର୍ଶନ, ଏବଂ ବଣ ଭୋଜି ପାଇଁ ଓଡିଶା ଓ ବାହାର ରାଜ୍ୟରୁ ହଜାର, ହଜାର ଭକ୍ତ ତଥା ପର୍ଯ୍ୟଟକ ଏଠାକୁ ଆସୁଥାନ୍ତି | ସେମାନଙ୍କ ଭିଡକୁ  ନିୟନ୍ତ୍ରିତ ତଥା  ଦର୍ଶନ କୁ କିପରି ଶାନ୍ତି ଶୃଙ୍ଖଳା ରେ ହୋଇ ପାରିବ ସେଥିପାଇଁ ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ରେ ମାଆ ତାରାତାରିଣୀ ଙ୍କ  ପାହାଡ଼ ଉପରେ ଥିବା ବୈଠକ ଗୃହ ରେ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ପୁରୁଷୋତ୍ତମପୁର ତହସିଲଦାର ବିନୋଦ କୁମାର ବେହେରା ଙ୍କ ସଂଯୋଜନା ରେ ଏବଂ ଛତ୍ରପୁର ଉପଜିଲ୍ଲାପାଳ  ସୁଭାଶିଷ ବରାଳ ଙ୍କ ପୌରାହତ୍ୟରେ ଏକ ବୈଠକ ଆରମ୍ଭ ହୋଇଥିଲା ଏହି ବୈଠକ ରେ ଏସ୍ଡ଼ିପିଓ ସୁଜିତ କୁମାର ନାୟକ, ମନ୍ଦିର ଉନ୍ନୟନ ପରିଷଦ ସମ୍ପାଦକ ପ୍ରମୋଦ କୁମାର ପଣ୍ଡା, ପୁରୁଷୋତ୍ତମପୁର ଥାନା ଆଇ ଆଇ ସି ରାଜେଶ ନାୟକ,ପୂର୍ତ୍ତ ବିଭାଗ ଯନ୍ତ୍ରୀ ସୁରେଶ କୁମାର ମିଶ୍ର, ମନ୍ଦିର ସେବାୟତ ସଭାପତି ତପନ କୁମାର ରଣା, ମୁଖ୍ୟ ପୂଜକ ବାପୁଜୀ ରଣା, ବିଦ୍ୟୁତ ନିର୍ବାହୀ ଯନ୍ତ୍ରୀ ବିଶ୍ୱ ରଞ୍ଜନ ମହାପାତ୍ର, ଅଗ୍ନିଶମ ଅଧିକାରୀ ଆଲୋକ କୁମାର ଦଳାଇ, ଜନଶ୍ୱାସ୍ତ୍ୟ ଏସଡ଼ିଓ  ପ୍ରଦୀପ କୁମାର ତ୍ରିପାଠୀ, ଜନଶ୍ଵାସ୍ତ୍ୟ ଯନ୍ତ୍ରୀ ସଂଗ୍ରାମ ସ୍ୱାଇଁ,ରୋପୱେlମେନେଜର,ପୁଲକ ଦିଣ୍ଡା, ରାଇପୁର ଆରାଇ ପ୍ରଶାନ୍ତ କୁମାର ବେହେରା ଙ୍କ ସହିତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ, ଓ ଅଧିକାଂଶ ସେବାୟତ  ମନ୍ଦିର କର୍ମଚାରୀ ଙ୍କ ଉପସ୍ଥିତି ରେ ଏହି ବୈଠକ ହୋଇ ବିଭିନ୍ନ ବିଷୟରେ ଆଲୋଚନା ହୋଇ ତାହାକୁ କାର୍ଯ୍ୟକାରୀକରିବାକୁ ସମସ୍ତ ଙ୍କ ମତାମତ ନିଆଯାଇଥିଲା | ବିଷେଷକରି ମଦ୍ୟ ପାନ ସହିତ ଅନ୍ୟାନ୍ୟ ମାଦକ ଦ୍ରବ୍ୟ, ବିଡି, ସିଗାରେଟ, ପାନ ଖାଇମନ୍ଦିର କୁ ଆସୁଥିବାବ୍ୟକ୍ତି ମାନଙ୍କ ଯୋଗୁଁ ବହୁସମୟରେ ବିଭିନ୍ନ ଅସୁବିଧା  ଓ ପରିବେଶ ଦୂଷିତ ହେଉଥିବାରୁ ପ୍ରଥମେ ସେହି ବିଷୟରେ ଆଲୋଚନାହୋଇଥିଲା  ଓ ତାହାକୁ ବନ୍ଦ କରିବା ସହ ସେଗୁଡିକ ବ୍ୟବହାର କରୁଥିବା ବ୍ୟକ୍ତି  ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ନିଷ୍ପତି ନିଆଗଲା | ସେହି ନିୟମ ଦଳ, ମତ,ସାମସ୍ତଙ୍କ ପାଇଁ ଲାଗୁ କରାଗଲା |  ତାସହିତ ସେବାୟତ ମାନେ ଶୃଙ୍ଖଳାରଖି ନୀତିକାନ୍ତି ସେବା  କରିବା ଓ ମୋବାଇଲ ରେମନ୍ଦିର ରେ ମାଆଙ୍କ ଫୋଟ ଭିଡିଓ  ସହିତ କୌଣସି ଭକ୍ତ ମାନେ ବି ଫୋଟ, ଓ ଭିଡିଓ ଉଠା ଉପରେ ମଧ୍ୟ କଟକଣା ଓ ଦଣ୍ଡ ବିଧାନ ର ବ୍ୟବସ୍ତା ମନ୍ଦିର ଟ୍ରଷ୍ଟ ତରଫରୁ କରାଗଲା ! ଏହାସହ  ପିକନିକ ପାଇଁ ଆସୁଥିବା ଛାତ୍ର, ଛାତ୍ରୀ  ମାନେ ବସ ରେ ମନ୍ଦିର  ଉପରକୁଯିବାପାଇଁ ସେମାନଙ୍କୁ କିଛି ରିହାତି ଦେବ ପାଇଁ ନିମନ୍ତେ ଜିଲ୍ଲା ପାଳ ଙ୍କ ପାଖକୁ ସୁପାରିସ କରାଯିବା ନେଇ ନିଷ୍ପତି ନିଆଗଲା | 
ଏହାସହ ମନ୍ଦିର  ଭିତରେ ଓ ପରିସରରେ ଦୀପ ଯିଏ ଯେଉଁଠି ଲଗାଇବା ସକାଶେ  ବାରଣକରାଯାଇ ନିର୍ଦ୍ଧିଷ୍ଟ ଦୀପ ଷ୍ଟାଣ୍ଡ ରେ ଦୀପ ଲଗାଇବାକୁ ନିୟମ କରାଗଲା | ଏହାସହ ନଡ଼ିଆ ଭାଙ୍ଗିବା କୁ ଭକ୍ତଙ୍କ ନିମନ୍ତେ ମନ୍ଦିର ଆଗରେ ଲେଖା ବୋର୍ଡ ଲଗା ଯାଇନିର୍ଦ୍ଧିଷ୍ଟ ସ୍ଥାନରେ ନଡ଼ିଆ ଭାଙ୍ଗିବା ଏବଂ ଜୋତା ଷ୍ଟାଣ୍ଡ ରେ ଜୋତା ରଖିବା, ମନ୍ଦିର ଭିତର କୁ ବାଇକ ଓ ଚାରି ଚକିଆ ପ୍ରବେଶ କୁ ମଧ୍ୟ କଟକଣା କରାଗଲା | ମନ୍ଦିର କୁ ଯାଉଥିବା କିଛି ଚାରି ଚକିଆ ଗାଡି ଓ ଭକ୍ତ ଙ୍କୁ କଡା କଡ଼ି ଯାଞ୍ଚ କରାଯିବାକୁ ନେଇ ନିଷ୍ପତି ନିଆଗଲା | ଏହାସହ ଶୃଙ୍ଖଳା ଧାଡି ଦର୍ଶନ, ଭକ୍ତଙ୍କ ପାଇଁ ତଳେ ପାନୀୟ ଜଳ ଯୋଗାଣ, ସିସି କେମେରା ର ତଦାରଖ, ଓ ଯାଞ୍ଚ,ସର୍ବୋପରି  ଗର୍ଭ ଗୃହକୁ ଭକ୍ତ ଙ୍କ ପ୍ରବେଶ ଉପରେ ମଧ୍ୟ ରୋକ ଲଗାଯିବାକୁ ପ୍ରସ୍ତାବ ରଖାଗଲା  | ତାସହିତ ରୋଡ଼ ରାସ୍ତାରେ  ଏବଂ ସିଡ଼ି ରାସ୍ତାରେ ବଣ ଜଙ୍ଗଲ ଥିବାରୁ କିଛି ରାସ୍ତାରେ ଲାଇଟ ଲଗାଯାଇଥିବା ବେଳେ  ଅଧିକାଂଶ ରାସ୍ତାରେ ଲାଇଟ  ଜଳୁ ନଥିବାରୁ ସେହି ସ୍ଥାନରେ ଆଲୋକୀ କରଣ ପାଇଁ ପ୍ରସ୍ତାବ ରଖାଗଲା | ନୂତନଓ ପୁରାତନ ସେବାୟତ ମାନଙ୍କ ପାଇଁ ପୂଜା ବିଷୟରେ ଅଧିକ ଜ୍ଞାନ ଗ୍ରହଣ ଉପରେ ଏକ କର୍ମଶାଳା କରାଯିବାକୁ ମଧ୍ୟ ମତ ରଖାଗଲା  | ଦୀର୍ଘ ବର୍ଷ ର ବ୍ୟବଧାନ ପରେ ପୁଣି ତହସିଲଦାର ଙ୍କୁ ମନ୍ଦିର କାର୍ଯ୍ୟ ନିର୍ବାହୀ  ଅଧିକାରୀ ରୂପେ ଦାଇତ୍ୱ ମିଳି ଥିବାରୁ ଜଣେ ମାଙ୍କ ଶୃଙ୍ଖଳ ସେବକ ହିସାବରେ ତହସିଲଦାର ଦାଇତ୍ୱ ଗ୍ରହଣ କରିବା ପରେ ପ୍ରଥମ ଥର କରି ଏହି ବୈଠକ ର ଆୟୋଜନକରାଇ ଥିବାରୁ ସମସ୍ତେ ଖୁସି ବ୍ୟକ୍ତ କରିଥିଲେ | ଶେଷରେ ସମସ୍ତ ଙ୍କ ସହଯୋଗ ରେ ପୁଣି ଏକମାସ ପରେ କେଉଁ ପ୍ରସ୍ତାବ କାର୍ଯ୍ୟକାରୀ କରାଗଲା, ଓକେଁଉ ବିଷୟ ରହିଗଲା ତାଉପରେ କାର୍ଯ୍ୟ କରିବାକୁ ସମୀକ୍ଷା କରାଯିବ ବୋଲି ଉପଜିଲ୍ଲାପାଳ ଏବଂ ତହସିଲଦାର କହିଥିଲେ | ଶେଷରେ ସମସ୍ତଙ୍କ ସହଯୋଗ ରେ ଏହି ବୈଠକ ଶେଷ ହୋଇ ଥିଲା |

News Comment

You Might Also Like

BACK TO TOP