Breaking News

ସାପକାମୁଡ଼ାରେ ତାଳସର ଗ୍ରାମର ଜଣେ ମହିଳାଙ୍କ ମୃତ୍ୟୁ |   (07-Oct-2026)       ||      70 ତମଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ ଖୋ, ଖୋ ପ୍ରତିଯୋଗିତା ବେଗୁନିଆପଡା ଠାରେ ଅନୁଷ୍ଠିତ |    (07-Oct-2026)       ||      ଗୋଳାବନ୍ଧ ଆର୍ମି କଲେଜ ପାଖରେ ଯୁବକଙ୍କ ମୃତ ଦେହ ଗଛ ଡ଼ାଳ ରୁ ଉଦ୍ଧାର କଲା ପୋଲିସ |    (07-Oct-2026)       ||      ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||     

ଖଲ୍ଲିକୋଟ ମର୍ଦ୍ଧ ରାଜ ବିଦ୍ୟାଳୟ ପକ୍ଷରୁ ବ୍ଳକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |

06-Nov-2025

ଖଲ୍ଲିକୋଟ ବ୍ଲକ୍ ପକ୍ଷରୁ ଶ୍ରୀମର୍ଦ୍ଦରାଜ ଉଚ୍ଚ ବିଦ୍ୟାଳୟ, ଖଲ୍ଲିକୋଟ ଠାରେ ବ୍ଲକ୍ ସ୍ତରୀୟ ସୁରଭି-୨୦୨୫ ଆନୁଷ୍ଠାନିକ ରୀତିରେ ଆୟୋଜିତ,

ଓଡିଶା ଜନ ମତ ବ୍ୟୁରୋ,

ଶିଶୁଙ୍କ ବହୁମୁଖୀ ପ୍ରତିଭାର ବିକାଶରେ "ସୁରଭି" ସଫଳ ମାର୍ଗ ଦର୍ଶକ | ଦେଶ ଜାତିର ମୁଖ୍ୟ ସୂତ୍ରଧର ହେଉଛନ୍ତି ଆଜିର ଶିଶୁମାନେ । ସେମାନେ ହିଁ ଭବିଷ୍ୟତର ବାର୍ତ୍ତା ବହ । କୋମଳମତି ଶିଶୁଙ୍କ ଲୁକ୍କାୟିତ ପ୍ରତିଭାର ବିକାଶ ଭଳି ସୁମହତ ଲକ୍ଷ୍ୟ ଆଭିମୁଖ୍ୟ ରଖି ଖଲ୍ଲିକୋଟ 
ବ୍ଲକ୍ ତରଫରୁ ବ୍ଲକ୍ ସ୍ତରୀୟ ଶିଶୁ ମହୋତ୍ସବ "ସୁରଭି"  ବ୍ଲକ୍ ଅନ୍ତର୍ଗତ ଖଲ୍ଲିକୋଟ ସ୍ଥିତ ଶ୍ରୀ ମର୍ଦ୍ଦରାଜ ଉଚ୍ଚ ବିଦ୍ୟାଳୟ ପରିସରରେ ଶୁଭ ଉଦଘାଟିତ ହୋଇଯାଇଛି । ସର୍ବପ୍ରଥମେ ବରିଷ୍ଠ ଶିକ୍ଷକ ତଥା ପ୍ରାକ୍ତନ ସି ଆର ସି ସି ଦୁର୍ଯ୍ୟୋଧନ ପଲାଇ ପ୍ରାକ୍ ସୂଚନା ପ୍ରଦାନ କରିବା ପରେ ପରେ ନିମନ୍ତ୍ରିତ ଅତିଥିମାନେ ମଞ୍ଚାସୀନ ହୋଇଥିଲେ । ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲା ବେଳେ ଶିକ୍ଷକ ବିଜୟ କୁମାର ତ୍ରିପାଠୀ ଦୀପ ମନ୍ତ୍ର ଉଚ୍ଚାରଣ କରିଥିଲେ ।ଆୟୋଜିତ ଉତ୍ସବରେ ଖଲ୍ଲିକୋଟ ତହସିଲଦାର ଡି. ମାଲେଶ୍ୱର ପାତ୍ର ମୁଖ୍ୟ ଅତିଥି, ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ଦୀପ ଖାଡଙ୍ଗା ସ୍ୱତନ୍ତ୍ର ଅତିଥି, ଶ୍ରୀମର୍ଦ୍ଦରାଜ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶିବାରାଣୀ ମଲ୍ଲିକା, ବି ଆର୍ ସି ସି ସୁଶ୍ରୀ ସୁଷମା ଶବର ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଶିଶୁମାନଙ୍କୁ ପ୍ରୋତ୍ସାହିତ କରିବା ସହିତ ପ୍ରତିଭାର ବିକାଶରେ ସୁରଭି ଏକ ମାଇଲ ଖୁଣ୍ଟ ସାଜିବା, ଆଞ୍ଚଳିକ ସ୍ତରରୁ ବ୍ଲକ, ଜିଲ୍ଲା, ରାଜ୍ୟ ସ୍ତର ପର୍ଯ୍ୟନ୍ତ ଶିଶୁଙ୍କୁ ବହୁବିଧ ପ୍ରତିଯୋଗିତା ଯଥା ତର୍କ, ବକ୍ତୃତା, ସଂଗୀତ, ଚିତ୍ରାଙ୍କନ, କୁଇଜ୍, ସାଂସ୍କୃତିକ କାର୍ଯ୍ୟକ୍ରମ ଆଦିରେ ସୁବିଧା ସୁଯୋଗ ଯୋଗାଇ ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ଆହ୍ୱାନ ଦେଇଥିଲେ । ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁଦ୍ରନାରାୟଣ ସାହୁ ଉତ୍ସବରେ ସଭାପତିତ୍ବ କରି ଶିଶୁମାନଙ୍କୁ ପ୍ରେରଣା ପ୍ରଦାନ ସହିତ କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିଥିଲେ । 
ଶିକ୍ଷା ବିଭାଗର ଆଞ୍ଚଳିକ ଉପ ନିର୍ଦ୍ଦେଶିକା ଶ୍ରୀମତୀ ପ୍ରଜ୍ଞା ପରମିତା ଜେନା ସମବେତ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀଙ୍କୁ ଦିଗଦର୍ଶନ ପ୍ରଦାନ କରିଥିଲେ ।
ବ୍ଲକର ଷୋହଳ ଗୋଟି କ୍ଲଷ୍ଟର ଅଧୀନସ୍ଥ ବିଦ୍ୟାଳୟର ପ୍ରତିଯୋଗିତାରେ କୃତକାର୍ଯ୍ୟ ଛାତ୍ରଛାତ୍ରୀମାନେ ଅନୁଷ୍ଠିତ ଉତ୍ସବରେ ଅଂଶଗ୍ରହଣ କରିଥିଲେ । ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା କୃତୀ ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କାର ମାନପତ୍ର ସହିତ ସମ୍ମାନୀତ କରିଥିଲେ । ଆୟୋଜିତ ଉତ୍ସବରେ ୧୬ ଗୋଟି କ୍ଲଷ୍ଟରର ସି ଆର ସି ସି,  ବହୁ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ, ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ, ସ୍ଥାନୀୟ ଅଞ୍ଚଳବାସୀଙ୍କ ସହଯୋଗରେ ଚଳିତ ବର୍ଷର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ "ସୁରଭି" ସମାହିତ ହୋଇଅଛି ।

News Comment

You Might Also Like

BACK TO TOP