Breaking News

ହିଞ୍ଜିଳି ଗୋପବନ୍ଧୁ ପ୍ରେସ କ୍ଳବ ପକ୍ଷରୁ ମହା ଆଡ଼ମ୍ବର ରେ ସ୍ୱାଧୀନତା ଦିବସ ପାଳିତ |    (16-Aug-2026)       ||      ସ୍ୱାଧୀନତା ଦିବସ ରେ ମେଧା ସମ୍ମାନ |    (16-Aug-2026)       ||      ମୃତକଙ୍କ ପାଖରେ ପହଞ୍ଚି ସମ ବେଦନା ଜଣାଇଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ |    (16-Aug-2026)       ||      କଳମ୍ବ ଗ୍ରାମରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ |    (16-Aug-2026)       ||      ଭାରତ ରୁ ଅନ୍ୟଦେଶ ବିଭାଜନ ହୋଇ ନଥିଲେ କେତେ ବଡ଼ ଓ ସୁନ୍ଦର ଦିଶିଥାଆନ୍ତା |   (16-Aug-2026)       ||      ପଦ୍ମପୁର ରେ ଉପଖଣ୍ଡ ସ୍ତରୀୟ 80 ତମ ସ୍ୱାଧୀନତା ଦିବସ ପାଳିତ |    (16-Aug-2026)       ||      ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ 80 ତମ ସ୍ୱାଧୀନତା ଦିବସ ପାଳିତ!|    (16-Aug-2026)       ||      ପଦ୍ମପୁର ଓକିଲ ସଂଘ ଆନୁକୁଲ୍ୟରେ ରକ୍ତ ଦାନ ଶିବିର ଅନୁଷ୍ଠିତ |    (16-Aug-2026)       ||      ପୁରୁଷୋତ୍ତମପୁର ବିଜେପି ତରଫରୁ ସ୍ୱାଧୀନତା ଦିବସ ପାଳିତ |    (16-Aug-2026)       ||      ପୁରୁଷୋତ୍ତମପୁର ପରିବା ମାର୍କେଟ ରେ ମଧ୍ୟ ଧୁମ ଧାମରେ ପାଳିତ ହେଲା ପତାକା ଉତ୍ତୋଳନ |    (16-Aug-2026)       ||      ତିନି କୋଟି ରୁ ଉର୍ଦ୍ଧ ସରକାରୀ ଅର୍ଥ ଆତ୍ମସାତ ଘଟଣା ରେ ଭିଜିଲାନ୍ସ ଦ୍ୱାରା ଦୁଇ ଗିରଫ ||   (16-Aug-2026)       ||      ପୁରୁଷୋତ୍ତମପୁର ରେ ଥିବା ଆଇ ଏସ ଆର ଡ଼ି ରେ ସ୍ୱାଧୀନତା ଦିବସ ପାଳିତ |    (15-Aug-2026)       ||      ସ୍ୱାଧୀନତା ଦିବସ ରେ ସ୍ବର୍ଗତ୍ବ କେ ଭାସ୍କର ପାତ୍ର ଙ୍କ 77 ତମ ବାର୍ଷିକୀ ସ୍ମୃତି ରେ ରକ୍ତ ଦାନ ଶିବିର ଅନୁଷ୍ଠିତ ||   (15-Aug-2026)       ||      ଗଞ୍ଜାମ ଜିଲ୍ଲା ସ୍ତରୀୟ 80 ତମ ସ୍ୱାଧୀନତା ଦିବସ ଛତ୍ରପୁର ଠାରେ ପାଳିତ |    (15-Aug-2026)       ||      ବ୍ରହ୍ମପୁର ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟ ପକ୍ଷରୁ "ହର ଘର ତ୍ରିରଙ୍ଗା " କାର୍ଯ୍ୟକ୍ରମ ଅନୁଷ୍ଠିତ |   (15-Aug-2026)       ||      ବାଲିଗୁଡା ରେ ଉପଖଣ୍ଡ ସ୍ତରୀୟ 80 ତମ ସ୍ୱାଧୀନତା ଦିବସ ପାଳିତ |   (15-Aug-2026)       ||      ପୁରୁଷୋତ୍ତମପୁର ଏନଏସି ରେ ବିଭିନ୍ନ ଦାବି ନେଇ କାଉନ ସିଲର ଙ୍କ ଧାରଣା |    (15-Aug-2026)       ||      ବାଲିଗୁଡା ଉପଖଣ୍ଡ ବରିଷ୍ଟ ନାଗରିକ ସଂଘ ତରଫରୁ ସ୍ୱାଧୀନତା ଦିବସପାଳିତ |   (15-Aug-2026)       ||      ଯୁକ୍ରେନ ବିରୁଦ୍ଧରେ ରୁଷ ପାଈଁ କୋର୍ଟ ଲଢ଼ିବେ ଭାରତୀୟ ପୂର୍ବତନ ବିଚାର ପତି DY ଚନ୍ଦ୍ରଚୁଡ଼ ||   (15-Aug-2026)       ||      ଜାତୀୟ ପତାକା ଉତ୍ତୋଳନ ପରେ ଅସୁସ୍ଥ ହୋଇ ପଡିଲେ 8ଜଣ ଛାତ୍ରୀ ||   (15-Aug-2026)       ||     

ଅନୁଗୁଳ ଠାରେ ଓୟୁଜେ ର ରାଜ୍ୟ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ |

16-Sep-2025

ଅନୁଗୋଳରେ ଓୟୁଜେର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ସଫଳତାର ସହିତ ସମ୍ପନ୍ନ।

ଓଡ଼ିଶା ଜନମତ,ପୋଲସରା,ସନ୍ତୋଷ କୁମାର ପଣ୍ଡା
  ତା.୧୬/୦୯/୨୦୨୫:ଚଳିତ ସେପ୍ଟେମ୍ବର ମାସ ୧୪ ତାରିଖ ରବିବାର ଦିନ ଅନୁଗୋଳ ଠାରେ ଓଡିଶା ସାମ୍ବାଦିକ ୟୁନିଅନର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ଓୟୁଜେ ସହ ଅନୁବନ୍ଧିତ ଅନୁଗୋଳ ଜିଲ୍ଲା ସାମ୍ବାଦିକ ୟୁନିଅନ୍ ପକ୍ଷରୁ ସ୍ଥାନୀୟ ସଭାଘର ଠାରେ କରାଯାଇଥିଲା। ଏଥିରେ ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତି,ସାଧାରଣ ସମ୍ପାଦକ କମ୍ବୁ ପାଣି ମିଶ୍ରଙ୍କ ସମେତ ମୁଖ୍ୟ ଅତିଥି ରୂପେ ରାଜ୍ୟ ଆଇନ,ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ ଏଵଂ ସମ୍ମାନୀତ ଅତିଥିଭାବେ ଢେଙ୍କାନାଳ ଲୋକସଭା ସା°ସଦ ରୁଦ୍ର ନାରାୟଣ ପାଣି, ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ପାଲଲହଡା ବିଧାୟକ ଅଶୋକ ମହାନ୍ତି ଓ ଅନୁଗୋଳ ନଗରପାଳ ଅକ୍ଷୟ କୁମାର ସାମନ୍ତ ପ୍ରମୁଖ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ମନ୍ତ୍ରୋଚାରଣ ମଧ୍ୟରେ ଅତିଥିବୃନ୍ଦଙ୍କ କରକମଳରେ ପ୍ରଦୀପ ପ୍ରଜ୍ବଳନ କରାଯିବାପରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ପରିବେଷଣ ହୋଇଥିଲା। ଉପସ୍ଥିତ ଅତିଥିଗଣଙ୍କୁ ଆୟୋଜନ ସଂଘ ତରଫରୁ ପାର°ପରିକ ପୁଷ୍ପଗୁଚ୍ଛ ଓ ଉତ୍ତରୀୟରେ ସମ୍ବର୍ଦ୍ଧିତ କରାଯିବାସହ ସ୍ମାରକୀ ପ୍ରଦାନ କରାଯାଇଥିଲା। ପରେ ଜିଲ୍ଲା ସଭାପତି ଅଜିତ କୁମାର ଧର ସ୍ବାଗତ ସମ୍ଭାଷଣ ପ୍ରଦାନ କରିଥିବାବେଳେ ସାଧାରଣ ସମ୍ପାଦକ ସ୍ଵାଧୀନ କୁମାର ସାମଲ ବିବରଣୀ ପାଠ କରିଥିଲେ। ଏହି ଅବସରରେ ରାଜ୍ୟ ସଭାପତି ୟୁନିଅନ୍ ତରଫରୁ ଦୀର୍ଘଦିନରୁ ସରକାରଙ୍କ ନିକଟରେ ବିଭିନ୍ନ ଉପାୟରେ କରାଯାଇ ଆସୁଥିବା ପେନସନ୍, ପ୍ରେଷ୍ଟିଜ୍ ଓ ଆକ୍ରିଡେସନ୍ ମୁଖ୍ୟତ ଏହି ତିନି ଗୋଟି ଦାବିକୁ ମାନିନେବାକୁ ଦାବୀ ସହିତ ଅନୁରୋଧ କରିଥିଲେ। ପରେ ଅତିଥିବୃନ୍ଦ ନିଜନିଜର ଅଭିଭାଷଣ ଜରିଆରେ ନିର୍ଭିକ ନିରପେକ୍ଷ ଭାବେ ତଥ୍ୟ ଓ ଅନୁସନ୍ଧାନମୂଳକ ଖବର ପରିବେଷଣ କରିବାରେ ପ୍ରତ୍ୟେକ ସାମ୍ବାଦିକଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ପ୍ରଶାସନ,ପ୍ରଶାସକ ତଥା ଜନସାଧାରଣଙ୍କ ମଧ୍ୟରେ ସେତୁ ପ୍ରତିଷ୍ଠା କରି ସାମ୍ବାଦିକମାନେ ସମାଜର ବହୁତ ମଙ୍ଗଳ କରିଥାନ୍ତି। ଯେହେତୁ ସାମ୍ବାଦିକମାନେ ଜଣେ ଜଣେ ସମାଜର ଦର୍ପଣ ସଦୃଶ୍ୟ ଅଟନ୍ତି। ବିଶେଷକରି ଗଣତନ୍ତ୍ରର ତିନୋଟିସ୍ତମ୍ଭ  ୧-ନ୍ୟାୟପାଳିକା ୨- ବ୍ୟବସ୍ଥାପିକା ଓ କାର୍ଯ୍ୟପାଳିକା ଯଦି କୌଣସି ଜାଗାରେ ବିଚ୍ୟୁତର ରାସ୍ତାକୁ ଯାଆନ୍ତି ଠିକ୍ ସେତେବେଳେ ଏହି ତିନିଗୋଟି ସ୍ତମ୍ଭକୁ ଠିକ୍ ରାସ୍ତାରେ ଚଳେଇବା ପାଇଁ ଏଵଂ ଗଣତନ୍ତ୍ରର ସୁରକ୍ଷା ପାଇଁ ଗଣମାଧ୍ୟମର ଭୂମିକା ଅତି ଗୁରୁତ୍ଵପୂର୍ଣ୍ଣ ହୋଇଥାଏ। ଏଣୁ ସାଧାରଣ ଲୋକଙ୍କ ଅପେକ୍ଷା ସମାଜର ସକରାତ୍ମକ ଓ ସଠିକ୍ କଥାକୁ ନେଇ ନିର୍ଭିକ ଭାବେ ଉପସ୍ଥାପିତ କରିବା ଜଣେ ପ୍ରକୃତ ସାମ୍ବାଦିକର କର୍ତ୍ତବ୍ୟ ଅଟେ ମତପୋଷଣ କରିଥିଲେ। ଏହି ଗୁରୁତ୍ଵପୂର୍ଣ୍ଣ ବୈଠକରେ ରାଜ୍ୟର ସମସ୍ତ ଜିଲ୍ଲାରୁ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସମେତ ଗଂଜାମ ଜିଲ୍ଲାରୁ ୟୁନିଅନର ଜିଲ୍ଲା ସଭାପତି ସଦାଶିବ ପଣ୍ଡା,ଉପଦେଷ୍ଟା ହରିହର ପାତ୍ର ଓ ରବୀନ୍ଦ୍ର କୁମାର ମିଶ୍ର ,ଉପସଭାପତି ଏ.ରାଜା ରାଓ ଓ ରାଜ୍  ଗୋପାଳ ପାଢ଼ୀ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ କୁମାର ମହାଙ୍କୁଡ଼ ଓ ବାଳକୃଷ୍ଣ ପଟ୍ଟନାୟକ,ସମ୍ପାଦକ ସନ୍ତୋଷ କୁମାର ପଣ୍ଡା ଏବଂ ସଦସ୍ୟ ସୁଶାନ୍ତ କୁମାର ସାହୁ ପ୍ରମୁଖ ଯୋଗଦେଇଥିଲେ। ପରିଶେଷରେ ଆୟୋଜକ ଜିଲ୍ଲା ସଭାପତି ଅଜିତ କୁମାର ଧର ସଂଘ ତରଫରୁ କାର୍ଯ୍ୟକ୍ରମରେ ଯୋଗଦେଇ ସଫଳ କରାଇବାରେ ଆନ୍ତରିକତାର ସହିତ ସହଯୋଗ କରିଥିବା ସମସ୍ତ ଅତିଥିବୃନ୍ଦ, ନିମନ୍ତ୍ରିତ ଗଣମାଧ୍ୟମପ୍ରତିନିଧି,ଗଣମାଧ୍ୟମ ଏବଂ ସହଯୋଗୀମାନଙ୍କୁ ଆନ୍ତରିକତା ସହିତ ଧନ୍ୟବାଦ୍ ଅର୍ପଣ କରିବାସହ କୃତଜ୍ଞତା ଜ୍ଞାପନ କରିଥିଲେ।

News Comment

You Might Also Like

BACK TO TOP